ତାମିଲନାଡ଼ୁର ତୁତ-କୁଡ଼ିରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

July 26th, 08:16 pm

ତାମିଲନାଡ଼ୁର ରାଜ୍ୟପାଳ ଆର୍. ଏନ୍. ରବି ଜୀ, ମନ୍ତ୍ରିମଣ୍ଡଳରେସହଯୋଗୀ କିଞ୍ଜରାପୁ ରାମମୋହନ ନାଇଡୁ ଜୀ, ଡ. ଏଲ୍. ମୁରୁଗାନ ଜୀ, ତାମିଲନାଡ଼ୁର ମନ୍ତ୍ରୀ ଥଙ୍ଗମ ତେନ୍ନାରସୁ ଜୀ, ଡକ୍ଟର ଟି. ଆର୍. ବି. ରାଜା ଜୀ, ପି. ଗୀତା ଜୀବନ ଜୀ, ଅନିତା ଆର୍. ରାଧାକ୍ରିଷ୍ଣନ ଜୀ, ସାଂସଦ କାନିମୋଝିଜୀ, ତାମିଲନାଡ଼ୁ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ତଥା ଆମର ବିଧାୟକ ନୟନାର ନାଗେନ୍ଦ୍ରନ ଜୀ ଏବଂ ତାମିଲନାଡ଼ୁର ମୋର ଭାଇ ଓ ଭଉଣୀମାନେ!

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ତାମିଲନାଡୁର ଥୁଟୁକୁଡିରେ ୪୮ ଶହ କୋଟିରୁ ଊର୍ଦ୍ଧ୍ୱ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ

July 26th, 07:47 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ତାମିଲନାଡୁର ଥୁଟୁକୁଡିରେ ୪୮ ଶହ କୋଟିରୁ ଊର୍ଦ୍ଧ୍ୱ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି । ଏସବୁ ପ୍ରକଳ୍ପ ଦ୍ୱାରା ତାମିଲନାଡୁରେ ଆଂଚଳିକ ସଂଯୋଗୀକରଣ, ଲଜିଷ୍ଟିକ ଦକ୍ଷତା, ସ୍ୱଚ୍ଛ ଊର୍ଜ୍ଜା ଭିତ୍ତିଭୂମି ସହ ଅନେକ ଉନ୍ନତି ପରିଲକ୍ଷିତ ହେବ । କାରଗିଲ ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଶର ଦିବଂଗତ ଜବାନମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଜ୍ଞଳି ଜଣାଇଥିଲେ ।

ଜମ୍ମୁ ଏବଂ କଶ୍ମୀରର କଟରାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

June 06th, 12:50 pm

ଜମ୍ମୁ ଏବଂ କଶ୍ମୀରର ଲେଫ୍ଟନାଣ୍ଟ ରାଜ୍ୟପାଳ ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଅଶ୍ୱିନୀ ବୈଷ୍ଣବ, ଜିତେନ୍ଦ୍ର ସିଂହ, ଭି ସୋମନ୍ନା, ଉପମୁଖ୍ୟମନ୍ତ୍ରୀ ସୁରେନ୍ଦ୍ର କୁମାର, ଜମ୍ମୁ ଏବଂ କଶ୍ମୀର ବିଧାନସଭା ବିରୋଧୀ ଦଳ ନେତା ସୁନୀଲ, ସଂସଦରେ ମୋର ସହଯୋଗୀ ଯୁଗଳ କିଶୋର, ଅନ୍ୟାନ୍ୟ ଜନପ୍ରତିନିଧି ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ । ଏହା ବୀର ଜୋରାୱର ସିଂହଙ୍କ ଭୂମି, ମୁଁ ଏହି ଭୂମିକୁ ପ୍ରଣାମ ଜଣାଉଛି ।

ଜାମ୍ମୁ ଏବଂ କାଶ୍ମୀରରେ 46,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

June 06th, 12:45 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁ ଏବଂ କାଶ୍ମୀରର କଟରା ଠାରେ 46,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ସାହସୀ ବୀର ଜୋରାୱାର ସିଂହଙ୍କ ଭୂମିକୁ ପ୍ରଣାମ କରି ସେ କହିଛନ୍ତି ଯେ, ଆଜିର କାର୍ଯ୍ୟକ୍ରମ ଭାରତର ଏକତା ଏବଂ ସଂକଳ୍ପର ଏକ ମହାନ ଉତ୍ସବ। ମାତା ବୈଷ୍ଣୋ ଦେବୀଙ୍କ ଆଶୀର୍ବାଦରେ, କାଶ୍ମୀର ଉପତ୍ୟକା ଏବେ ଭାରତର ବିଶାଳ ରେଳ ନେଟୱାର୍କ ସହିତ ସଂଯୁକ୍ତ ବୋଲି ଶ୍ରୀ ମୋଦୀ କହିଛନ୍ତି। ଆମେ ସର୍ବଦା ଗଭୀର ଶ୍ରଦ୍ଧାର ସହିତ ମାଆ ଭାରତୀଙ୍କୁ 'କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ' ଡାକି ଆସିଛୁ, ବୋଲି ଉଲ୍ଲେଖ କରି , ଆଜି ଏହା ଆମର ରେଳ ନେଟୱାର୍କରେ ମଧ୍ୟ ବାସ୍ତବତାରେ ପରିଣତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଉଧମପୁର – ଶ୍ରୀନଗର - ବାରମୂଳା ରେଳ ଲାଇନ ପ୍ରକଳ୍ପ କେବଳ ଏକ ନାମ ନୁହେଁ , ବରଂ ଜାମ୍ମୁ ଏବଂ କାଶ୍ମୀରର ନୂତନ ଶକ୍ତିର ପ୍ରତୀକ ଏବଂ ଭାରତର ବର୍ଦ୍ଧିତ କ୍ଷମତାର ପ୍ରମାଣ। ଏହି କ୍ଷେତ୍ରରେ ରେଳ ଭିତ୍ତିଭୂମି ଏବଂ ସଂଯୋଗୀକରଣକୁ ବୃଦ୍ଧି କରିବାର ପ୍ରତିବଦ୍ଧତା ସହିତ, ସେ ଚେନାବ ଏବଂ ଅଞ୍ଜି ରେଳ ସେତୁର ଉଦଘାଟନ କରିଥିଲେ ଏବଂ ବନ୍ଦେ ଭାରତ ଟ୍ରେନଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ, ଯାହା ଜାମ୍ମୁ ଏବଂ କାଶ୍ମୀର ମଧ୍ୟରେ ସଂଯୋଗୀକରଣକୁ ବୃଦ୍ଧି କରିବ। ଏହା ସହିତ, ଶ୍ରୀ ମୋଦୀ ଜାମ୍ମୁରେ ଏକ ନୂତନ ମେଡିକାଲ କଲେଜର ଶିଳାନ୍ୟାସ ମଧ୍ୟ କରିଥିଲେ, ଯାହା ଏହି ଅଞ୍ଚଳରେ ସ୍ୱାସ୍ଥ୍ୟସେବା ସୁବିଧାକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରୁଛି। ସେ ଆହୁରି ମଧ୍ୟ କହିଥିଲେ, 46,000 କୋଟି ଟଙ୍କାର ପ୍ରକଳ୍ପ ଜାମ୍ମୁ ଏବଂ କାଶ୍ମୀରରେ ବିକାଶକୁ ତ୍ୱରାନ୍ୱିତ କରିବ, ପ୍ରଗତି ଏବଂ ସମୃଦ୍ଧିକୁ ଆଗେଇ ନେବ। ପ୍ରଧାନମନ୍ତ୍ରୀ ଅଭିବୃଦ୍ଧି ଏବଂ ପରିବର୍ତ୍ତନର ଏହି ନୂତନ ଯୁଗ ପାଇଁ ଲୋକମାନଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ।