ଗୁଜରାଟର ଭଦୋଦରାରେ ସର୍ଦ୍ଦାରଧାମ ଛାତ୍ରାବାସର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ

May 11th, 06:15 pm

ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ଉପମୁଖ୍ୟମନ୍ତ୍ରୀ ହର୍ଷ ସିଂଘଭି ଜୀ,କେନ୍ଦ୍ରମନ୍ତ୍ରୀ ଏବଂ ପ୍ରତିଷ୍ଠାତା ଟ୍ରଷ୍ଟି ମନସୁଖ ଭାଇ ମାଣ୍ଡଭ୍ୟ, ସର୍ଦ୍ଦାରଧାମର ସଭାପତି ଗଗଜୀ ଭାଇ ସୁତାରିଆ ଜୀ, ଦୁଷ୍ୟନ୍ତ ଭାଇ ପଟେଲ, ପଙ୍କଜ ଭାଇ ପଟେଲ, ରାଜ୍ୟ ବିଜେପି ସଭାପତି ଜଗଦୀଶ ବିଶ୍ୱକର୍ମା ଜୀ, ମଞ୍ଚରେ ଉପସ୍ଥିତ ଗୁଜରାଟ ସରକାରଙ୍କ ସମସ୍ତ ମନ୍ତ୍ରୀ, ସମସ୍ତ ଦାତା, ଟ୍ରଷ୍ଟି, ସମ୍ମାନିତ ଅତିଥି ଏବଂ ଗୁଜରାଟର ପ୍ରତ୍ୟେକ କୋଣରୁ ଏଠାକୁ ଆସିଥିବା ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ ।

ଗୁଜୁରାଟର ଭଦୋଦରାଠାରେ ସର୍ଦ୍ଦାରଧାମ ହଷ୍ଟେଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

May 11th, 06:00 pm

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଗୁଜରାଟର ଭଦୋଦରାଠାରେ ସର୍ଦ୍ଦାରଧାମ ହଷ୍ଟେଲ ଉଦଘାଟନ କରିଛନ୍ତି । ସୋମନାଥ ମନ୍ଦିରର ୭୫ ତମ ଅଭିଷେକ ବାର୍ଷିକୀ ପାଳନ କରିବା ମୁହୂର୍ତ୍ତରେ ଭଦୋଦରାର ସର୍ଦ୍ଦାର ଧାମରେ ଏକ ବିଶିଷ୍ଟ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆଧ୍ୟାତ୍ମିକ ସ୍ମୃତି ସହିତ ଶିକ୍ଷାନୁଷ୍ଠାନ ଉଦଘାଟନ କରିବାର ଶୁଭ ସଂଯୋଗକୁ ଚିହ୍ନିତ କରିଛନ୍ତି । ଶିକ୍ଷାଦାନ ସହାୟତା ଯୋଜନାର ଶୁଭାରମ୍ଭ କରିବା ସହିତ ଡକ୍ଟର ଦୁଷ୍ୟନ୍ତ ଏବଂ ଦକ୍ଷ ପଟେଲ ସୌଧର ଉଦଘାଟନ ଏବଂ ଏକାଧିକ ଶିକ୍ଷାଗତ ପ୍ରକଳ୍ପ ପାଇଁ ଭୂମି ପୂଜନ ସମାରୋହ ଆୟୋଜନ କରିଥିଲେ ପ୍ରଧାନମନ୍ତ୍ରୀ। ଏହି ପଦକ୍ଷେପଗୁଡ଼ିକୁ ଯୁବକମାନଙ୍କ ଭବିଷ୍ୟତ କ୍ୟାରିୟର ପାଇଁ ଲଞ୍ଚ ପ୍ୟାଡ୍ ଭାବରେ ସେ ବର୍ଣ୍ଣନା କରିଛନ୍ତି । କିଛି ଘଣ୍ଟା ପୂର୍ବରୁ, ମୁଁ ପ୍ରଭାସ ପଟନଠାରେ ସୋମନାଥ ଅମୃତ ମହୋତ୍ସବ ପାଳନ କରୁଥିଲି ଏବଂ ବର୍ତ୍ତମାନ ଏଠାରେ ଆମେ ପରିବର୍ତ୍ତନଶୀଳ ଶିକ୍ଷାନୁଷ୍ଠାନଗୁଡ଼ିକର ଉଦଘାଟନ କରୁଛୁ, ଏହି ସମନ୍ୱୟ ଐତିହ୍ୟ ଏବଂ ପ୍ରଗତି କିପରି ଏକାଠି ଆଗକୁ ବଢ଼ିବ ତାହାର ଏକ ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ।

ସୋମନାଥ ଠାରେ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଦଳ ଦ୍ୱାରା ଏକ ଚିତ୍ତାକର୍ଷକ ଫ୍ଲାଇପାଷ୍ଟ ଦେଖିଥିଲେ ପ୍ରଧାନମନ୍ତ୍ରୀ

May 11th, 04:13 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୋମନାଥ ଅମୃତ ମହୋତ୍ସବର ଶୁଭ ଅବସରରେ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବାଟିକ୍ ଟିମ୍ ଦ୍ୱାରା ଏକ ଚିତ୍ତାକର୍ଷକ ଫ୍ଲାଇପାଷ୍ଟ ଦେଖିଛନ୍ତି।

ଗୁଜରାଟର ସୋମନାଥ ମନ୍ଦିରରେ ମହାପୂଜା ଏବଂ କୁମ୍ଭାଭିଷେକ କରିଛନ୍ତି ପ୍ରଧାନମନ୍ତ୍ରୀ

May 11th, 03:49 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସୋମନାଥ ମନ୍ଦିରରେ ମହାପୂଜା ଏବଂ କୁମ୍ଭାଭିଷେକ କରିଛନ୍ତି।

ସୋମନାଥ ମନ୍ଦିର ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

May 11th, 12:28 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୋମନାଥ ମନ୍ଦିର ପରିଦର୍ଶନ କରିଛନ୍ତି ଏବଂ ପୁନଃନିର୍ମାଣ ମନ୍ଦିର ଭକ୍ତମାନଙ୍କ ପାଇଁ ଏହାର ଦ୍ୱାର ଖୋଲିବାର ୭୫ ବର୍ଷ ପୂର୍ତ୍ତି ଅବସରରେ ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି ।

ଗୁଜରାଟର ପ୍ରଭାସ ପାଟଣରେ ଆୟୋଜିତ ‘ସୋମନାଥ ଅମୃତ ମହୋତ୍ସବ’ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 11th, 10:20 am

ଆଜି, ପ୍ରଭାସ ପାଟଣର ଏହି ପବିତ୍ର କ୍ଷେତ୍ର ଏକ ଚମତ୍କାର ଆଲୋକରେ ଝଲସୁଛି। ମହାଦେବଙ୍କର ଏହି ଦିବ୍ୟ ପ୍ରକାଶ - ଏହି ସୌନ୍ଦର୍ଯ୍ୟ, ପୃଥିବୀ ଓ ଆକାଶ ଉଭୟରୁ ହେଉଥିବା ପୁଷ୍ପବର୍ଷା, ଭବ୍ୟ ପତାକାର ଆଲୋକମୟ ଆଭା, କଳା, ସଙ୍ଗୀତ ଓ ନୃତ୍ୟର ଉତ୍କୃଷ୍ଟ ପ୍ରଦର୍ଶନ, ବୈଦିକ ମନ୍ତ୍ରର ପ୍ରତିଧ୍ୱନିତ ଜପ, ଗର୍ଭଗୃହ ମଧ୍ୟରେ ଚାଲୁଥିବା ‘ଶିବ ପଞ୍ଚାକ୍ଷରୀ’ର ଅଖଣ୍ଡ ପାଠ ଏବଂ ଏହା ସହିତ ସମୁଦ୍ର ତରଙ୍ଗର ପ୍ରକମ୍ପିତ ଗର୍ଜନ; ଏମିତି ଅନୁଭବ ହେଉଛି ଯେପରି ସମଗ୍ର ବ୍ରହ୍ମାଣ୍ଡ ଏକ ସ୍ୱରରେ କଥା କହୁଛି: ସୋମନାଥଙ୍କର ଜୟ! ସୋମନାଥଙ୍କର ଜୟ!

ସୋମନାଥ ଅମୃତ ମହୋତ୍ସବରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

May 11th, 10:15 am

ଶ୍ରୀ ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ସୋମନାଥ ମନ୍ଦିର ପରିସରରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମକୁ କେବଳ ଏକ ଆନୁଷ୍ଠାନିକ ଉତ୍ସବ ନୁହେଁ, ବରଂ ଭାରତର ଶାଶ୍ୱତ ଚେତନା ଏବଂ ସଭ୍ୟତାଗତ ଶକ୍ତି ଭାବେ ବର୍ଣ୍ଣନା କରିଥିଲେ। ଏହି ଐତିହାସିକ ସମାବେଶରେ ଦିବ୍ୟ ଭକ୍ତି ଏବଂ ରାଷ୍ଟ୍ରୀୟ ଗୌରବର ଏକ ଉଲ୍ଲେଖନୀୟ ସଙ୍ଗମ ଦେଖିବାକୁ ମିଳିଥିଲା । ବୈଦିକ ମନ୍ତ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ଏବଂ ସମୁଦ୍ର ଲହଡ଼ିର ଗର୍ଜନ ସହିତ ଏହି ପବିତ୍ର ସ୍ଥାନର ପୁନଃନିର୍ମାଣ ଉତ୍ସବକୁ ଭବ୍ୟ ଆକାରରେ ପାଳନ କରାଯାଇଥିଲା ।