ସୋମନାଥର କାଳଜୟୀ ମହତ୍ତ୍ଵକୁ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ

January 09th, 09:37 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୋମନାଥର କାଳଜୟୀ ମହତ୍ତ୍ଵକୁ ଦୋହରାଇ ଏହାକୁ ଭାରତର ଆଧ୍ୟାତ୍ମିକ ଶକ୍ତି ଏବଂ ଅଟଳ ବିଶ୍ୱାସର ଏକ ଚିରନ୍ତନ ପ୍ରତୀକ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ ଜାନୁଆରୀ ୧୦-୧୧ ତାରିଖରେ ଗୁଜରାଟର ସୋମନାଥ ଗସ୍ତ କରି ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେବେ

January 09th, 12:10 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଜାନୁଆରୀ ୧୦ ଓ ୧୧ ତାରିଖରେ ଗୁଜରାଟର ସୋମନାଥ ଗସ୍ତ କରିବେ। ଏହି ଗସ୍ତ ସମୟରେ, ଶ୍ରୀ ମୋଦୀ ସୋମନାଥ ସ୍ୱାଭିମାନ ପର୍ବରେ ଅଂଶଗ୍ରହଣ କରିବେ। ସେ ଜାନୁଆରୀ ୧୦ ତାରିଖ ଦିନ ପ୍ରାୟ ରାତି ୮ ଟାରେ ଓଁକାର ମନ୍ତ୍ର ଜପ କରି, ପରେ ସୋମନାଥ ମନ୍ଦିରରେ ଆୟୋଜିତ ଏକ ଡ୍ରୋନ୍ ପ୍ରଦର୍ଶନୀ ବୁଲି ଦେଖିବେ।

Prime Minister Narendra Modi to visit Gujarat

January 09th, 12:02 pm

PM Modi will be in Gujarat from 10 to 12 January, 2026. His visit includes events at Somnath, participation in Somnath Swabhiman Parv, Vibrant Gujarat Regional Conference in Rajkot, inauguration of Ahmedabad Metro Phase 2 and meetings with German Chancellor Friedrich Merz in Ahmedabad and Gandhinagar.

ଆନ୍ଧ୍ର ପ୍ରଦେଶ କୁର୍ଣ୍ଣୁଲରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 16th, 03:00 pm

ଆନ୍ଧ୍ର ପ୍ରଦେଶର ମହାମହିମ ରାଜ୍ୟପାଳ ଏସ. ଅବଦୁଲ ନଜିରଜୀ, ଲୋକପ୍ରିୟ ଓ କର୍ମଠ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, କେନ୍ଦ୍ରମନ୍ତ୍ରୀ କେ. ରାମମୋହନ ନାଇଡୁଜୀ, ଚନ୍ଦ୍ରଶେଖର ପ୍ରେମାସାନିଜୀ, ଭୂପତିରାଜୁ ଶ୍ରୀନିବାସ ବର୍ମାଜୀ, ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଜୀ, ରାଜ୍ୟ ମନ୍ତ୍ରିମଣ୍ଡଳର ମନ୍ତ୍ରୀ ନାରା ଲୋକେଶଜୀ, ସମସ୍ତ ମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି ପି.ଭି.ଏନ ମାଧବଜୀ, ସମସ୍ତ ସାଂସଦ, ବିଧାୟକଗଣ ଓ ଏଠାରେ ଆମକୁ ଆଶୀର୍ବାଦ କରିବାକୁ ଆସିଥିବା ମୋର ସମସ୍ତ ପ୍ରିୟ ଭାଇ ଓ ଉଭଣୀମାନେ ।

ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲରେ 13,430 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 16th, 02:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲଠାରେ ପ୍ରାୟ 13,430 କୋଟି ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଅହୋବିଲମର ଭଗବାନ ନରସିଂହ ସ୍ୱାମୀ ଏବଂ ମହାନନ୍ଦିର ଶ୍ରୀ ମହାନନ୍ଦିଶ୍ୱର ସ୍ୱାମୀଙ୍କୁ ପ୍ରଣାମ କରିଥିଲେ। ସେ ସମସ୍ତଙ୍କ ମଙ୍ଗଳ ପାଇଁ ମନ୍ତ୍ରାଳୟମର ଗୁରୁ ଶ୍ରୀ ରାଘବେନ୍ଦ୍ର ସ୍ୱାମୀଙ୍କଠାରୁ ଆଶୀର୍ବାଦ ମଧ୍ୟ ଲୋଡ଼ିଥିଲେ।

ବିଜେଡିର ଛୋଟ ଛୋଟ ନେତା ମାନେ ମଧ୍ୟ ଏବେ କୋଟିପତି ହୋଇଯାଇଛନ୍ତି: ଢେଙ୍କାନାଳରେ ପ୍ରଧାନମନ୍ତ୍ରୀ ମୋଦୀ

May 20th, 10:00 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଢେଙ୍କାନାଳରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବା ପରେ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି। ବିଶାଳ ଜନସମାଗମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ବିଜେଡି ଓଡ଼ିଶାକୁ କିଛି ଦେଇନାହିଁ। କୃଷକ, ଯୁବକ ଏବଂ ଆଦିବାସୀମାନେ ଏବେ ବି ଉନ୍ନତ ଜୀବନ ପାଇଁ ସଂଘର୍ଷ କରୁଛନ୍ତି। ଯେଉଁମାନେ ଓଡ଼ିଶାକୁ ଧ୍ୱଂସ କରିଛନ୍ତି ସେମାନଙ୍କୁ କ୍ଷମା କରାଯିବା ଉଚିତ ନୁହେଁ।

ଢେଙ୍କାନାଳ ଓ କଟକରେ ବିଶାଳ ଜନସମାବେଶକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

May 20th, 09:58 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଢେଙ୍କାନାଳରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବା ପରେ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି। ବିଶାଳ ଜନସମାଗମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ବିଜେଡି ଓଡ଼ିଶାକୁ କିଛି ଦେଇନାହିଁ। କୃଷକ, ଯୁବକ ଏବଂ ଆଦିବାସୀମାନେ ଏବେ ବି ଉନ୍ନତ ଜୀବନ ପାଇଁ ସଂଘର୍ଷ କରୁଛନ୍ତି। ଯେଉଁମାନେ ଓଡ଼ିଶାକୁ ଧ୍ୱଂସ କରିଛନ୍ତି ସେମାନଙ୍କୁ କ୍ଷମା କରାଯିବା ଉଚିତ ନୁହେଁ।

ସୌରାଷ୍ଟ୍ର - ତମିଲ ସଙ୍ଗମମ୍ ରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

April 26th, 02:30 pm

ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଭୂପେନ୍ଦ୍ର ଭାଇ ପଟେଲ, ନାଗାଲ୍ୟାଣ୍ଡର ରାଜ୍ୟପାଳ ଶ୍ରୀ ଏଲ. ଗଣେଶନ ମହୋଦୟ, ଝାଡଖଣ୍ଡର ରାଜ୍ୟପାଳ ସି.ପି ରାଧାକୃଷ୍ଣନ ମହୋଦୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଭାଇ ପୁରୁଷୋତମ ରୂପାଲା ମହାଶୟ, ଏଲ. ମୁରୁଗନ ମହାଶୟ, ମିନାକ୍ଷୀ ଲେଖି ମହାଶୟା, ଏହି କାର୍ଯ୍ୟକ୍ରମ ସହିତ ଜଡିତ ଅନ୍ୟ ମହାନୁଭବ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ, ସୌରାଷ୍ଟ୍ର ତମିଲ୍ ସଙ୍ଗମମ୍‌, ନିଗଲ୍‌- ଚିୟିଲ୍‌, ପଙ୍ଗେର- କବନ୍ଦିରୁକ୍କୁମ, ତମିଲଗ ସୌନ୍ଦନଗଲ ଉନୌବରୌୟୁମ୍‌, ବରୁଗ ବରୁଗ ଏନ ପରୱେରକିରେନ୍ । ଉନଗଲ ଅନୌବରୌୟୁମ୍‌, ଗୁଜରାଟ ମଣିଣଲ, ଇଣ୍ଡ୍ରୁ ସନ୍ଦିତଦିଲ ପେରୁ ମଗିଲଚି ।

ସୌରାଷ୍ଟ୍ର ତାମିଲ ସଙ୍ଗମମର ଉଦ୍‍ଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

April 26th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୌରାଷ୍ଟ୍ର ତାମିଲ ସଙ୍ଗମମର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଆସନ୍ତା ଜୁନ ୧୭ ଓ ୧୮ ଦୁଇଦିନ ଗୁଜରାଟ ଗସ୍ତ

June 16th, 03:01 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୁନ ୧୭ ଓ ୧୮ ଦୁଇଦିନ ଧରି ଗୁଜରାଟ ଗସ୍ତ କରିବେ । ଜୁନ ୧୮ ତାରିଖ ପୂର୍ବାହ୍ନ ପ୍ରାୟ ୯.୧୫ ମିନିଟରେ ପ୍ରଧାନମନ୍ତ୍ରୀ ପାଭଗଡ଼ ପାହାଡ଼ରେ ପୁନଃନିର୍ମିତ ଶ୍ରୀ କାଳିକା ମାତା ମନ୍ଦିର ଦର୍ଶନ କରି ଏହାର ଉଦଘାଟନ କରିବେ । ପରେ ପରେ ପ୍ରାୟ ସାଢ଼େ ଏଗାରଟା ବେଳେ ସେ ଭିରାସତ ଭ୍ୟାନ ପରିଦର୍ଶନ କରିବେ । ପରେ ଦିନ ପ୍ରାୟ ସାଢ଼େ ବାରଟା ବେଳେ ସେ ଭଦୋଦରା ଠାରେ ଗୁଜରାର ବିକାଶ ଅଭିଯାନରେ ଅଂଶଗ୍ରହଣ କରି ସେଠାରେ ପ୍ରାୟ ୨୧ ହଜାର କୋଟିରୁ ଊଦ୍ଧ୍ୱର୍ ଟଙ୍କା ମୂଲ୍ୟର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିବେ ।

ସନାତନ ମନ୍ଦିର ସାଂସ୍କୃତିକ କେନ୍ଦ୍ର କାନାଡା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ

May 02nd, 08:33 am

ଆପଣ ସମସ୍ତଙ୍କୁ ଆଜାଦୀ କା ଅମୃତ ମହୋତ୍ସବ ଓ ଗୁଜରାଟ ଦିବସର ଶୁଭକାମନା । କାନାଡାରେ ଭାରତୀୟ ସଂସ୍କତି ଓ ମୂଲ୍ୟବୋଧ ଉଦଜୀବିତ ରଖିବାରେ ଓଣ୍ଟାରିଓ ସ୍ଥିତ ସନାତନ ମନ୍ଦିର ସାଂସ୍କୃତିକ କେନ୍ଦ୍ରର ଭୂମିକା ସମ୍ପର୍କରେ ଆପଣମାନେ ସମସ୍ତେ ଅବଗତ ଅଛନ୍ତି । ମୋ କାନାଡା ପରିଦର୍ଶନ କାଳରେ ମୁଁ ଏହା ଅଙ୍ଗେ ନିଭାଇଛି ଓ ଆପଣମାନେ ଏଥିରେ କିପରି ସଫଳ ହୋଇ ନିଜର ସଫଳତାର ଛାପ ଛାଡ଼ିଛନ୍ତି ତାହା ମଧ୍ୟ ଦେଖିଛି । ୨୦୧୫ ମସିହାର କାନାଡାର ଭାରତୀୟ ବଂଶୋଦ୍ଭବମାନେ ଯେଉଁ ସ୍ନେହ ଓ ପ୍ରେମ ଦେଇଥିଲେ ସେଭଳି ସ୍ମରଣୀୟ ଘଟଣା କେହିବି ଭୂଲିପାରିବେ ନାହିଁ । ମୁଁ ସନାତନ ମନ୍ଦିର ସାଂସ୍କୃତିକ କେନ୍ଦ୍ର ଓ ଏଥିସହ ସଂଶ୍ଳିଷ୍ଟ ଓ ଏହି ଅଭିନବ ଉଦ୍ୟମରେ ସାମିଲ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ସନାତନ ମନ୍ଦିରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଏହି ପ୍ରତିମୂର୍ତ୍ତି କେବଳ ସାଂସ୍କୃତିକ ମୂଲ୍ୟବୋଧକୁ ସୁଦୃଢ଼ କରିବ ନାହିଁ, ଏବଂ ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଏକ ପ୍ରତୀକ ହୋଇରହିବ ।

କାନାଡ଼ାର ଓଣ୍ଟାରିଓସ୍ଥିତ ସନାତନ ମନ୍ଦିର ସାଂସ୍କୃତିକ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

May 01st, 09:33 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଙ୍ଗ ଜରିଆରେ କାନାଡ଼ାର ଓଣ୍ଟାରିଓ ଅନ୍ତର୍ଗତ ମାର୍ଖମସ୍ଥିତ ସନାତନ ମନ୍ଦିର ସାଂସ୍କୃତିକ କେନ୍ଦ୍ର (ଏସଏମସିସି)ରେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିର ଶୁଭ ଉଦଘାଟନ ଅବସରରେ ଉଦବୋଧନ ଦେଇଛନ୍ତି ।

ଭାରତର ଯୁବପିଢ଼ି କିଛି ନୂଆ ଏବଂ ବଡ଼ ଆକାରରେ କରିବାକୁ ଚାହୁଁଛନ୍ତି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

August 29th, 11:30 am

ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ଆମ ଅଲିମ୍ପିଆନଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି, ଯେଉଁମାନେ ଦେଶକୁ ବିଶ୍ୱ ମଞ୍ଚରେ ଗର୍ବିତ କରିଛନ୍ତି। ଦେଶର ଯୁବପିଢ଼ିଙ୍କ ରିସ୍କ ନେବା ଏବଂ ଆଗକୁ ବଢ଼ିବାର ଦକ୍ଷତାକୁ ପାଇଁ ସେ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଆମର କୁଶଳୀ ମାନବ ଶକ୍ତିର ପ୍ରୟାସକୁ ଆଲୋକପାତ କରି ଭଗବାନ୍ ବିଶ୍ୱକର୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି |

ଅଗଷ୍ଟ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ସୋମନାଥ ଠାରେ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ

August 18th, 05:57 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ସୋମନାଥରେ ଅଗଷ୍ଟ ୨୦ତାରିଖ ଦିନ ପୂର୍ବାହ୍ନ ୧୧ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକାଧିକ ପ୍ରକଳ୍ପର ଉଦଘାଟନ କରିବେ । ଉଦଘାଟିତ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ସୋମନାଥ ପ୍ରୋମେନାଡ, ସୋମନାଥ ପ୍ରଦର୍ଶନୀ କେନ୍ଦ୍ର ଏବଂ ପୁରୁଣା (ଜୁନା) ସୋମନାଥର ପୁନଃ ର୍ନିମାଣ ମନ୍ଦିର ପରିସର ଅନ୍ତର୍ଭୁକ୍ତ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ପାର୍ବତୀ ମନ୍ଦିରର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ ।

ଗୁଜରାଟର ବାତ୍ୟା ତାଉତେ କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶମାର୍ଗରୁ ଦେଖିଲେ ପ୍ରଧାନମନ୍ତ୍ରୀ

May 19th, 04:38 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ତା 19.5.21) ବାତ୍ୟା ତାଉତେ ପ୍ରଭାବିତ ଗୁଜରାଟ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ଗୁଜରାଟର କ୍ଷତିଗ୍ରସ୍ତ (ଗିରି ସୋମନାଥ)ର ଉନା, (ଅମରେଲୀ)ର ଜାଫରବାଦ, ଭାବନଗରର ମହୁଆ ଓ ଡିଉ ପରିଦର୍ଶନ କରିଛନ୍ତି । ପରେ ପରେ ସେ ଗୁଜରାଟ ଓ ଡିଉରେ ଦିଆଯାଇଥିବା ରିଲିଫ ଓ ପୁନର୍ବାସ କାର୍ଯ୍ୟକ୍ରମର ସମୀକ୍ଷା ଅହମ୍ମଦାବାଦଠାରେ କରିଥିଲେ ।

ହାଜିରାଠାରେ ରୋ-ପ୍ୟାକ୍ସ ଟର୍ମିନାଲର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 08th, 10:51 am

କୌଣସି ପ୍ରକଳ୍ପ ଆରମ୍ଭ ହେବା ଦ୍ୱାରା ବ୍ୟବସାୟ ସୁଗମତା ମଧ୍ୟ ବଢ଼ିଥାଏ ଏବଂ ଏହା ସହିତ ସହାବସ୍ଥାନ ସୁଗମତା ମଧ୍ୟ କିପରି ବଢିଥାଏ, ଏହା ହେଉଛି ତାହାର ଉତ୍ତମ ଉଦାହରଣ । ଏବେ ମୋତେ ଯେଉଁ ଚାରି-ପାଞ୍ଚ ଭାଇ ଭଉଣୀମାନଙ୍କ ସହିତ କଥା ହେବାର ସୁଯୋଗ ମିଳିଲା, ଆଉ ସେ ନିଜର ଅନୁଭବକୁ ଯେଉଁଭଳି ଭାବରେ ପ୍ରକାଶ କରୁଥିଲେ, ସେ ତୀର୍ଥ ଯାତ୍ରାର କଳ୍ପନା ହେଉ, ଯାନବାହାନକୁ କମରୁ ଅତି କମ୍ କ୍ଷତି ପହଂଚୁଥିବା ବିଷୟରେ ଚର୍ଚ୍ଚା ହେଉ, ସେ ସମୟ ବଂଚାଇବା ବିଷୟରେ ଚର୍ଚ୍ଚା ହେଉ, ଚାଷବାସରୁ ଯେଉଁ ଉତ୍ପାଦନ ହେଉଛି ସେ ବିଷୟରେ ହେଉ, ଫସଲ ନଷ୍ଟକୁ କିପରି ବଂଚାଯାଇ ପାରିବ ସେ ସମ୍ପର୍କରେ ହେଉ, ତାଜା ଫଳ, ପନିପରିବା, ସୁରତ ଭଳି ବଜାର ପର୍ଯ୍ୟନ୍ତ ପହଂଚାଇବାରେ ଏତେ ଭଲ ଉପାୟରେ ସମସ୍ତ ସାଥୀମାନେ ଏକ ପ୍ରକାରରେ ଏହାର ଯେତେ ଉପାୟ ଅଛି, ତାହାକୁ ଆମ ସାମ୍ନାରେ ପ୍ରସ୍ତୁତ କଲେ ଏବଂ ଏହା ଯୋଗୁଁ ବ୍ୟବସାୟରେ ଯେଉଁ ସୁବିଧା ବୃଦ୍ଧି ପାଇବ, ବହୁମାତ୍ରାରେ ବେଗ ବଢ଼ିଯିବ, ମୁଁ ବୁଝିପାରୁଛି ଏହା ହେଉଛି ବହୁତ ବଡ଼ ଖୁସିର ବାତାବରଣ । ବ୍ୟବସାୟୀ, କାରବାର କରୁଥିବା ଲୋକ ହୁଅନ୍ତୁ, କର୍ମଚାରୀ ହୁଅନ୍ତୁ, ଶ୍ରମିକ ହୁଅନ୍ତୁ, କୃଷକ ହୁଅନ୍ତୁ, ବିଦ୍ୟାର୍ଥୀ ହୁଅନ୍ତୁ, ପ୍ରତ୍ୟେକଙ୍କୁ ଏହି ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ଦ୍ୱାରା ଲାଭ ମିଳିବାକୁ ଯାଉଛି । ଯେତେବେଳେ ନିଜ ମଧ୍ୟରେ ଥିବା ଦୂରତା ହ୍ରାସ ପାଇଥାଏ, ସେତେବେଳେ ମନକୁ ମଧ୍ୟ ବହୁତ ସନ୍ତୋଷ ମିଳିଥାଏ ।

ହାଜିରାଠାରେ ରୋ-ପାକ୍ସ ଟର୍ମିନାଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

November 08th, 10:50 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ହାଜିରାଠାରେ ରୋ–ପାକ୍ସ ଟର୍ମିନାଲର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୁଜରାଟର ହାଜିରା ଏବଂ ଘୋଘା ମଧ୍ୟରେ ରୋ–ପାକ୍ସ ଫେରି ସେବାର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ସୁବିଧାର ହିତାଧିକାରୀମାନଙ୍କ ସହ ମଧ୍ୟ ଭାବ ବିନିମୟ କରିଥିଲେ । ଆଜି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଭାବେ ପୁନଃ ନାମକରଣ କରାଯାଇଛି ।

ପ୍ରଧାନମନ୍ତ୍ରୀ ଆସନ୍ତା 8 ତାରିଖ ଦିନ ହାଜିରାଠାରେ ରୋ-ପାକ୍ସ ଟର୍ମିନାଲ ଉଦଘାଟନ କରିବା ସହ ହାଜିରା ଏବଂ ଘୋଗା ମଧ୍ୟରେ ନୌସେବାର କରିବେ ଶୁଭାରମ୍ଭ

November 06th, 03:41 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହାଜିରାଠାରେ ରୋ-ପାକ୍ସ ଟର୍ମିନାଲର ଉଦଘାଟନ କରିବା ସହ ଗୁଜରାଟର ହାଜିରା ଓ ଘୋଗା ମଧ୍ୟରେ ରୋ-ପାକ୍ସ ଜଳସେବାର ଶୁଭାରମ୍ଭ କରିବେ । ଆସନ୍ତା 8 ତାରିଖ ଦିନ ପୂର୍ବାହ୍ନ 11ଟା ବେଳେ ଭିଡିଓ କନଫରେନ୍ସ ଜରିଆରେ ଏହା ସମ୍ପନ୍ନ ହେବ । ଜଳପଥକୁ ଆର୍ଥିକ ବିକାଶ ସହ ସାମିଲ କରି ଉନ୍ନତି ଘଟାଇବାରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ଲକ୍ଷ୍ୟକୁ ଏହା ପୂରଣ କରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜଳସେବା ଉପଯୋଗ କରୁଥିବା ସ୍ଥାନୀୟ ଅଧିବାସୀଙ୍କ ସହ ମଧ୍ୟ ମତ ବିନିମୟ କରିବେ । କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଓ ଗୁଜରାଟର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।

Nepal-India Maitri Pashupati Dharmshala will further enhance ties between our countries: PM Modi

August 31st, 05:45 pm

PM Narendra Modi and PM KP Oli jointly inaugurated Nepal-Bharat Maitri Pashupati Dharmashala in Kathmandu. Addressing a gathering at the event, PM Narendra Modi highlighted the strong cultural and civilizational ties existing between both the countries.

ପ୍ରଧାନମନ୍ତ୍ରୀ କାଠମାଣ୍ଡୁରେ ଉଦଘାଟନ କଲେ ପଶୁପତିନାଥ ଧର୍ମଶାଳା

August 31st, 05:45 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କାଠମାଣ୍ଡୁଠାରେ ନେପାଳର ପ୍ରଧାନମନ୍ତ୍ରୀ ଶ୍ରୀ କେପି ଶର୍ମା ଓଲିଙ୍କ ସହିତ ମିଳିତ ଭାବେ ପଶୁପତିନାଥ ଧର୍ମଶାଳା ଉଦଘାଟନ କରିଛନ୍ତି ।