The future of farming lies not merely in "Produce More,” but in "Produce Better": PM Modi at FAO

May 20th, 11:00 pm

Accepting the Agricola Medal for 2026 from the FAO, PM Modi said the recognition reflected India’s commitment to human welfare, food security and sustainable development. He dedicated the honour to Indian farmers and the country’s agricultural scientific community. He also highlighted initiatives such as ‘Per Drop More Crop’, micro-irrigation and precision farming, which are guiding India’s agricultural policies.

Prime Minister receives Agricola Medal from the Food and Agriculture Organization (FAO) of the United Nations in Rome

May 20th, 10:55 pm

Accepting the Agricola Medal for 2026 from the FAO, PM Modi said the recognition reflected India’s commitment to human welfare, food security and sustainable development. He dedicated the honour to Indian farmers and the country’s agricultural scientific community. He also highlighted initiatives such as ‘Per Drop More Crop’, micro-irrigation and precision farming, which are guiding India’s agricultural policies.

ଭାରତର ଏନଡିସିକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍‌

March 25th, 05:35 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ୨୦୩୧-୨୦୩୫ ଅବଧି ପାଇଁ ଭାରତର ଜାତୀୟ ନିର୍ଦ୍ଧାରିତ ଅବଦାନ (ଏନଡିସି)କୁ ମଞ୍ଜୁରୀ ଦେଇଛି। ଏହା ଭାରତର କାର୍ଯ୍ୟକୁ ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଜାତିସଂଘ ଫ୍ରେମୱାର୍କ କନଭେନସନ (ୟୁଏନଏଫସିସିସି) ଏବଂ ଏହାର ପ୍ୟାରିସ ଚୁକ୍ତିନାମା ଅଧୀନରେ ଦେଶର ମହତ୍ତ୍ୱାକାଂକ୍ଷାକୁ ପ୍ରୋତ୍ସାହିତ କରିବ ଏବଂ ଦୀର୍ଘସ୍ଥାୟୀ ବିକାଶ ଏବଂ ଜଳବାୟୁ ନ୍ୟାୟ ପ୍ରତି ଏହାର ପ୍ରତିବଦ୍ଧତାକୁ ମଧ୍ୟ ମଜବୁତ କରିବ।

ତାମିଲନାଡୁର କୋଏମ୍ବାଟୁରରେ ଦକ୍ଷିଣ ଭାରତ ପ୍ରାକୃତିକ ଚାଷ ସମ୍ମେଳନ ୨୦୨୫ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଦେଇଥିବା ଅଭିଭାଷଣ

November 19th, 07:01 pm

ତାମିଲନାଡୁ ରାଜ୍ୟପାଳ ଆର. ଏନ ରବିଜୀ, କେନ୍ଦ୍ର କ୍ୟାବିନେଟ ସହଯୋଗୀ ଏଲ. ମୁଗୁଗାନଜୀ, ତାମିଲନାଡୁ କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. କେ.ରାମସ୍ୱାମୀଜୀ, ବିଭିନ୍ନ କୃଷି ଅନୁଷ୍ଠାନର ମାନ୍ୟ ଗଣ୍ୟ ପଦାଧିକାରୀ, ଜନପ୍ରତିନିଧି ଗଣ, କୃଷକ ଭାଇ ଓ ଉଭଣୀ ଏବଂ ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଯୋଡି ହୋଇଥିବା ସାରା ଦେଶର ଲକ୍ଷ ଲକ୍ଷ କୃଷକମାନେ । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅଭିବାଦନ ଜଣାଉଛି । ବନାକ୍କମ ଓ ନମସ୍କାର ସହ ଆପଣମାନଙ୍କୁ ମୁଁ ସ୍ୱାଗତ କରୁଛି । ପ୍ରଥମତଃ ମୁଁ ଆପଣ ସମସ୍ତଙ୍କଠାରୁ ଓ ସାରା ଦେଶର ଚାଷୀଙ୍କଠାରୁ କ୍ଷମା ପ୍ରାର୍ଥନା ମାଗୁଛି । ପୁଟ୍ଟପର୍ତୀରେ ଭଗବାନ ସତ୍ୟସାଇ ବାବାଙ୍କ କାର୍ଯ୍ୟକ୍ରମ ପାଇଁ ମୋର ଏଠାକୁ ଆସିବାକୁ ପ୍ରାୟ ଘଂଟାଏ ବିଳମ୍ବ ହୋଇଗଲା । ମୁଁ ଦେଖୁଛି ଏଇଠି ବହୁ ଲୋକ ମୋତେ ଅପେକ୍ଷା କରିଛନ୍ତି । ତେଣୁ ବିଳମ୍ବରେ ଆସିଥିବାରୁ ଆପଣମାନଙ୍କଠାରୁ ମୁଁ କ୍ଷମା ପ୍ରାର୍ଥନା କରୁଛି ।

ତାମିଲନାଡୁର କୋଏମ୍ବାଟୁରଠାରେ ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀ ୨୦୨୫କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

November 19th, 02:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର କୋଏମ୍ବାଟୁରଠାରେ ଦକ୍ଷିଣ ଭାରତ ଜୈବିକ କୃଷି ସମ୍ମିଳନୀ ୨୦୨୫ର ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କୋଏମ୍ବାଟୁରର ପବିତ୍ର ଭୂମିରେ ମାରୁଧାମାଲାଇର ଭଗବାନ ମୁରୁଗାନଙ୍କୁ ପ୍ରଣାମ କରି ତାଙ୍କର ବକ୍ତବ୍ୟ ଆରମ୍ଭ କରିଥିଲେ। ସେ କୋଏମ୍ବାଟୁରକୁ ସଂସ୍କୃତି, କରୁଣା ଏବଂ ସୃଜନଶୀଳତାର ଭୂମି ଭାବରେ ବର୍ଣ୍ଣନା କରିଛନ୍ତି। ଏହାକୁ ଦକ୍ଷିଣ ଭାରତର ଉଦ୍ୟୋଗୀ ଶକ୍ତିର ଏକ ଶକ୍ତି କେନ୍ଦ୍ର ଭାବରେ ସ୍ୱୀକୃତି ଦେଇଛନ୍ତି। ସେ ଆଲୋକପାତ କରିଛନ୍ତି ଯେ, ସହରର ବୟନ ଶିଳ୍ପ ଜାତୀୟ ଅର୍ଥନୀତିରେ ଏକ ପ୍ରମୁଖ ଯୋଗଦାନ ଦେଇଥାଏ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, କୋଏମ୍ବାଟୁର ଏବେ ଆହୁରି ସ୍ୱତନ୍ତ୍ରତା ହାସଲ କରିଛି, କାରଣ ଏହାର ପୂର୍ବତନ ସାଂସଦ ଶ୍ରୀ ସି.ପି. ରାଧାକୃଷ୍ଣନ ଏବେ ଉପରାଷ୍ଟ୍ରପତି ଭାବରେ ଦେଶକୁ ନେତୃତ୍ୱ ଦେଉଛନ୍ତି।

ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ ଓ ନୂଆଦିଲ୍ଲୀର ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

October 11th, 12:30 pm

ମଞ୍ଚରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଜୀ, ଆମ ସହିତ ଟେକ୍ନୋଲଜିରେ ଯୋଡ଼ି ହୋଇଥିବା ରାଜୀବ ରଂଜନ ସିଂହ ଜୀ, ଶ୍ରୀମାନ ଭାଗୀରଥ ଚୌଧରୀ ଜୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ, ଅନ୍ୟ ମହାନୁଭବ ଓ ସାରା ଦେଶରୁ ଯୋଡ଼ି ହୋଇଥିବା ମୋର ସମସ୍ତ ଚାଷୀ ଭାଇ ଓ ଭଉଣୀମାନେ

କୃଷି କ୍ଷେତ୍ର ପାଇଁ ୩୫,୪୪୦ କୋଟି ମୂଲ୍ୟର ଦୁଇଟି ପ୍ରମୁଖ ଯୋଜନା ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 11th, 12:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ ଏକ ସ୍ୱତନ୍ତ୍ର କୃଷି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ସେ କୃଷକମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ।

ଡାଲି ଉତ୍ପାଦନ ବୃଦ୍ଧି ପାଇଁ ୫ ବର୍ଷୀୟ ‘ଆତ୍ମନିର୍ଭରତା ମିଶନ’କୁ ମଞ୍ଜୁର କଲା କେନ୍ଦ୍ର

October 01st, 03:14 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ମିଶନକୁ ଅନୁମୋଦନ ଦେଇଛି । ଘରୋଇ ଉତ୍ପାଦନ ବୃଦ୍ଧି ଏବଂ ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ହାସଲ କରିବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ। ଏହି ମିଶନକୁ ୨୦୨୫-୨୬ ରୁ ୨୦୩୦-୩୧ ପର୍ଯ୍ୟନ୍ତ ଛଅ ବର୍ଷ ଅବଧିରେ ୧୧,୪୪୦ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହିତ କାର୍ଯ୍ୟକାରୀ କରାଯିବ।

ନୂଆଦିଲ୍ଲୀରେ ଏମ୍.ଏସ୍. ସ୍ୱାମୀନାଥନ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 07th, 09:20 am

ମୋର କ୍ୟାବିନେଟ ସହଯୋଗୀ ଶିବରାଜ ସିଂହ ଚୌହାନ , ଏମ.ଏସ. ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ଅଧ୍ୟକ୍ଷ ଡକ୍ଟର ସୌମ୍ୟ ସ୍ୱାମୀନାଥନ , ନୀତି ଆୟୋଗର ସଦସ୍ୟ ଡକ୍ଟର ରମେଶ ଚାନ୍ଦ , ମୁଁ ଦେଖୁଛି ଯେ ସ୍ୱାମୀନାଥନଙ୍କ ପରିବାରର ସମସ୍ତ ସଦସ୍ୟ ଏଠାରେ ଉପସ୍ଥିତ ଅଛନ୍ତି, ମୁଁ ସେମାନଙ୍କୁ ମଧ୍ୟ ପ୍ରଣାମ ଜଣାଉଛି । ସମସ୍ତ ବୈଜ୍ଞାନିକ, ଅନ୍ୟାନ୍ୟ ମହାନ ବ୍ୟକ୍ତି, ମହିଳା ଏବଂ ସଜ୍ଜନଙ୍କୁ ମୋର ଶୁଭେଚ୍ଛା ଜଣାଉଛି !

ଏମ୍.ଏସ୍. ସ୍ୱାମୀନାଥନ୍‌ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 07th, 09:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଆଇସିଏଆର୍ ପୁସାରେ ଆୟୋଜିତ ଏମ୍. ଏସ୍. ସ୍ୱାମୀନାଥନ୍ ଜନ୍ମ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମେଳନର ଉଦ୍‌ଘାଟନ କରି ଏହି ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ପ୍ରଫେସର ଏମ୍‌.ଏସ୍‌. ସ୍ୱାମୀନାଥନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ତାଙ୍କୁ ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତି ଭାବରେ ବର୍ଣ୍ଣନା କରିଥିଲେ, ଯାହାଙ୍କ ଅବଦାନ ଯୁଗାନ୍ତକାରୀ । ସେ ଆହୁରି ମଧ୍ୟ କହିଥିଲେ ଯେ, ପ୍ରଫେସର ସ୍ୱାମୀନାଥନ ଜଣେ ମହାନ ବୈଜ୍ଞାନିକ ଥିଲେ ଯିଏ ବିଜ୍ଞାନକୁ ଜନସେବାର ମାଧ୍ୟମରେ ପରିଣତ କରିଥିଲେ । ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ, ପ୍ରଫେସର ସ୍ୱାମୀନାଥନ ଦେଶରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ । ପ୍ରଫେସର ସ୍ୱାମୀନାଥନ ଏକ ଜ୍ଞାନଚେତନା ଜାଗ୍ରତ କରିଥିଲେ ଯାହା ଆଗାମୀ ଶତାବ୍ଦୀ ପାଇଁ ଭାରତର ନୀତି ଏବଂ ପ୍ରାଥମିକତାକୁ ମାର୍ଗଦର୍ଶନ କରିବ । ପ୍ରଧାନମନ୍ତ୍ରୀ ସ୍ୱାମୀନାଥନ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ ।

ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ପ୍ରସ୍ତାବ

February 04th, 07:00 pm

ମୁଁ ମାନ୍ୟବର ରାଷ୍ଟ୍ରପତିଜୀଙ୍କ ସମ୍ୱୋଧନ ଉପରେ ଧନ୍ୟବାଦ ଜଣାଇବାକୁ ଆଜି ଏଠାରେ ଉପସ୍ଥିତ ହୋଇଛି। ଗତକାଲି ଏବଂ ଆଜି ବିଳମ୍ୱିତ ରାତି ପର୍ଯ୍ୟନ୍ତ, ସମସ୍ତ ମାନ୍ୟବର ସାଂସଦମାନେ ସେମାନଙ୍କ ଚିନ୍ତାଧାରା ଦ୍ୱାରା କୃତଜ୍ଞତାର ସହ ସମୃଦ୍ଧ କରିଥିଲେ। ଅନେକ ସମ୍ମାନନୀୟ ଅଭିଜ୍ଞ ସାଂସଦ ମଧ୍ୟ ନିଜର ମତ ବ୍ୟକ୍ତ କରିଥିଲେ, ଏବଂ ସ୍ୱାଭାବିକ ଭାବେ ଗଣତନ୍ତ୍ରର ଏକ ପରମ୍ପରା ମଧ୍ୟ ରହିଛି, ଯେଉଁଠି ଆବଶ୍ୟକତା ଥିଲା, ସେଠାରେ ପ୍ରଶଂସା କରାଯାଉଥିଲା, ଯେଉଁଠି କିଛି ଅସୁବିଧା ଥିଲା, କିଛି ନକାରାତ୍ମକ କଥାବାର୍ତ୍ତା ମଧ୍ୟ ହେଉଥିଲା, କିନ୍ତନ୍ତୁ ଏହା ଅତି ସ୍ୱାଭାବିକ! ଅଧ୍ୟକ୍ଷ ମହୋଦୟ, ଏହା ମୋ ପାଇଁ ଏକ ବଡ଼ ସୌଭାଗ୍ୟ ଯେ ଦେଶର ଲୋକମାନେ ମୋତେ ୧୪ ତମ ଥର ଏହି ସ୍ଥାନରେ ବସି ରାଷ୍ଟ୍ରପତିଜୀଙ୍କ ଅଭିଭାଷଣ ପ୍ରତି କୃତଜ୍ଞତା ବ୍ୟକ୍ତ କରିବାର ସୁଯୋଗ ଦେଇଛନ୍ତି ଏବଂ ସେଥିପାଇଁ ମୁଁ ଆଜି ମଧ୍ୟ ଜନସାଧାରଣଙ୍କୁ ବହୁତ ସମ୍ମାନର ସହ କୃତଜ୍ଞତା ଜଣାଇବାକୁ ଚାହୁଁଛି, ଏବଂ ଯେଉଁମାନେ ଗୃହରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଏବଂ ଆଲୋଚନାକୁ ସମୃଦ୍ଧ କରିଥିଲେ ସେମାନଙ୍କୁ ମଧ୍ୟ ମୁଁ କୃତଜ୍ଞତା ଜଣାଉଛି।

ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

February 04th, 06:55 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଉତ୍ତର ଦେଇଛନ୍ତି। ସଦନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଗତକାଲି ଏବଂ ଆଜି ଆଲୋଚନାରେ ଅଂଶଗ୍ରହଣ କରିଥିବା ସମସ୍ତ ମାନ୍ୟବର ସାଂସଦଙ୍କ ଯୋଗଦାନକୁ ପ୍ରଶଂସା କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଗଣତନ୍ତ୍ରର ପରମ୍ପରାରେ ଆବଶ୍ୟକ ସ୍ଥଳେ ପ୍ରଶଂସା ଏବଂ ଆବଶ୍ୟକ ସ୍ଥଳେ କିଛି ନକାରାତ୍ମକ ମନ୍ତବ୍ୟ ସାମିଲ ଥାଏ, ଯାହା ସ୍ୱାଭାବିକ। ଚତୁର୍ଦ୍ଦଶ ଥର ପାଇଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉତ୍ତର ରଖିବାକୁ ସୁଯୋଗ ଦେଇଥିବାରୁ ସେ ଜନସାଧାରଣଙ୍କୁ କୃତଜ୍ଞତା ବ୍ୟକ୍ତ କରିଥିଲେ। ଏହି ଆଲୋଚନାରେ ଭାଗ ନେଇଥିବା ସମସ୍ତଙ୍କୁ ସେମାନଙ୍କର ବିଚାର ପାଇଁ ସେ ପ୍ରଶଂସା କରିଥିଲେ।

ଦୀର୍ଘସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବା ଲାଗି ପିଏମ୍‌ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ପିଏମ-ଆରକେଭିୱାଇ) ଏବଂ ଆତ୍ମନିର୍ଭରଶୀଳତା ପାଇଁ ଖାଦ୍ୟ ସୁରକ୍ଷା ହାସଲ କରିବାକୁ କୃଷୋନ୍ନତି ଯୋଜନା (କେୱାଇ)କୁ ମଞ୍ଜୁର କଲା କ୍ୟାବିନେଟ

October 03rd, 09:18 pm

କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ସମସ୍ତ କେନ୍ଦ୍ର ପ୍ରାୟୋଜିତ ଯୋଜନା ଏବେ ଦୁଇଟି ପ୍ରମୁଖ ଯୋଜନା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ପିଏମ-ଆରକେଭିୱାଇ) ଏବଂ କୃଷୋନ୍ନତି ଯୋଜନା (କେୱାଇ) ଅଧୀନରେ କାର୍ଯ୍ୟକାରୀ ହେବ । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ଏକାଧିକ ବିକଳ୍ପ ଆଧାରିତ ପିଏମ-ଆରକେଭିୱାଇ ଦୀର୍ଘସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବ, ଅନ୍ୟପକ୍ଷରେ କେୱାଇ ଖାଦ୍ୟ ସୁରକ୍ଷା ଏବଂ କୃଷିଭିତ୍ତିକ ଆତ୍ମନିର୍ଭରଶୀଳତା ହାସଲ କରିବାରେ ସହାୟକ ହେବ। ବିଭିନ୍ନ ଉପାଦାନର ଦକ୍ଷ ଏବଂ ପ୍ରଭାବଶାଳୀ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ସମସ୍ତ ଉପାଦାନରେ ଆଧୁନିକ ଜ୍ଞାନକୌଶଳର ଉପଯୋଗ କରାଯିବ ।

୨୦୨୪-୨୫ରୁ ୨୦୩୦-୩୧ ପାଇଁ ଖାଇବା ତେଲ - ତୈଳବୀଜ ଉପରେ ଜାତୀୟ ମିଶନ (ଏନଏମଇଓ-ତୈଳବୀଜ)କୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍‌

October 03rd, 09:06 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଘରୋଇ ତୈଳବୀଜ ଉତ୍ପାଦନ ବୃଦ୍ଧି ଏବଂ ଖାଇବା ତେଲରେ ଆତ୍ମନିର୍ଭରଶୀଳତା (ଆତ୍ମନିର୍ଭର ଭାରତ) ହାସଲ କରିବା ଉଦ୍ଦେଶ୍ୟରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଖାଇବା ତେଲ - ତୈଳବୀଜ ଉପରେ ଜାତୀୟ ମିଶନ (ଏନଏମଇଓ-ତୈଳବୀଜ) କୁ ଅନୁମୋଦନ କରାଯାଇଛି । ୨୦୨୪-୨୫ରୁ ୨୦୩୦-୩୧ ପର୍ଯ୍ୟନ୍ତ ୭ ବର୍ଷ ମଧ୍ୟରେ ୧୦,୧୦୩ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହ ଏହି ମିଶନ କାର୍ଯ୍ୟକାରୀ ହେବ।

ସମବାୟ କ୍ଷେତ୍ରରେ ଥିବା ବହୁମୁଖୀ ଉଦ୍ୟୋଗର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ମୋଦୀ

February 24th, 10:36 am

ଆଜି ଭାରତ ମଣ୍ଡପମ ବିକଶିତ ଭାରତର ଅମୃତ ଯାତ୍ରା ଅବସରରେ ମିଳିଥିବା ଅଭିଜ୍ଞତାର ଏକ ସାକ୍ଷୀ। ସମବାୟରୁ ସମୃଦ୍ଧିର ଯେଉଁ ସଂକଳ୍ପ ଦେଇ ନେଇଛି, ଏହାକୁ ସାକାର କରିବା ଦିଗରେ ଆମେ ଆଜି ଆଗକୁ ବଢ଼ିଚାଲିଛୁ। କୃଷି ଏବଂ କୃଷକଙ୍କ ମୂଳଦୁଆ ମଜଭୁତ କରିବା ପାଇଁ ସମବାୟର ଶକ୍ତି ବହୁତ ବଡ଼ ଭୂମିକା ଗ୍ରହଣ କରିଥାଏ। ଏହି ବିଚାରକୁ ନେଇ ଆମେ ଅଲଗା ସମବାୟ ମନ୍ତ୍ରଣାଳୟ ଗଠନ କରିଛୁ। ଏବେ ଏହି ବିଚାରଧାରାକୁ ନେଇ ଆଜିର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଆଜି ଆମେ ଆମ କୃଷକମାନଙ୍କ ପାଇଁ ବିଶ୍ବର ସବୁଠାରୁ ବଡ଼ ଶସ୍ୟ ଭଣ୍ଡାର ଯୋଜନା ଅନ୍ୟ ଅର୍ଥରେ ଭଣ୍ଡାରଣ ଯୋଜନା ଆରମ୍ଭ କରୁଛୁ। ଏହା ପରେ ପରେ ଦେଶର ପ୍ରତି କୋଣରେ ହଜାର ହଜାର ଓୟାର ହାଉସ (ଭଣ୍ଡାର ଗୃହ) ନିର୍ମାଣ କରାଯିବ। ହଜାର ହଜାର ଗୋଦାମ ମଧ୍ୟ ନିର୍ମାଣ କରାଯିବ। ଆଜି 18 ହଜାର ପେକ୍ସର କମ୍ପ୍ୟୁଟର ଶିକ୍ଷା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ଏହି ସମସ୍ତ କାର୍ଯ୍ୟ ଦେଶର କୃଷିକୁ ଆଧୁନିକ ବୈଷୟିକ ଜ୍ଞାନକୌଶଳ ସହିତ ସଂଯୁକ୍ତ କରିବ। ମୁଁ ଏହି ସମସ୍ତ ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ଏବଂ ଭବିଷ୍ୟତଦ୍ରଷ୍ଟା ପରିଣାମ ରହିଥବା କାର୍ଯ୍ୟକୁ ନେଇ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଏବଂ ଅନେକ ଶୁଭକାମନା ମଧ୍ୟ ଦେଉଛି।

ପ୍ରଧାନମନ୍ତ୍ରୀ ସମବାୟ କ୍ଷେତ୍ର ପାଇଁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ଉଦଘାଟନ କରିଛନ୍ତି ଏବଂ ଶିଳାନ୍ୟାସ କରିଛନ୍ତି

February 24th, 10:35 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ସମବାୟ କ୍ଷେତ୍ର ପାଇଁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ୧୧ ଟି ରାଜ୍ୟର ୧୧ଟି ପ୍ରାଥମିକ କୃଷି ଋଣ ସମିତି (ପ୍ୟାକ୍ସ)ରେ ଚାଲିଥିବା 'ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଯୋଜନା' ର ପାଇଲଟ୍ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଥିଲେ । ଏହି ପଦକ୍ଷେପ ଅଧୀନରେ ଗୋଦାମ ଏବଂ ଅନ୍ୟାନ୍ୟ କୃଷି ଭିତ୍ତିଭୂମି ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ସମଗ୍ର ଦେଶରେ ଅତିରିକ୍ତ ୫୦୦ଟି ପ୍ୟାକ୍ସର ଶିଳାନ୍ୟାସ କରିଥିଲେ ।

କରିମନଗର ତେଲେଙ୍ଗାନାର ଶିକ୍ଷିତ କୃଷକ ଚାଷ ପ୍ରତି ଏକ ମିଳିତ ଆଭିମୁଖ୍ୟ ମାଧ୍ୟମରେ ନିଜର ଆୟ ଦ୍ୱିଗୁଣିତ କରିଛନ୍ତି

January 18th, 03:54 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହଜାର ହଜାର ହିତାଧିକାରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ସ୍ତରର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

PM Narendra Modi addresses public meetings in Pali & Pilibanga, Rajasthan

November 20th, 12:00 pm

Amidst the ongoing election campaigning in Rajasthan, PM Modi’s rally spree continued as he addressed public meetings in Pali and Pilibanga. Addressing a massive gathering, PM Modi emphasized the nation’s commitment to development and the critical role Rajasthan plays in India’s advancement in the 21st century. The Prime Minister underlined the development vision of the BJP government and condemned the misgovernance of the Congress party in the state.

ଗ୍ରୀସର ଏଥେନ୍ସରେ ଭାରତୀୟ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

August 25th, 09:30 pm

ଯେତେବେଳେ ଉତ୍ସବର ମାହୋଲ ହୋଇଥାଏ, ଉତ୍ସବର ବାତାବରଣ ହୋଇଥାଏ ସେତେବେଳେ ମନ ହୋଇଥାଏ ଶୀଘ୍ର ଶୀଘ୍ର ନିଜ ପରିବାରର ଲୋକଙ୍କ ଗହଣରେ ପହଞ୍ଚିଯିବା, ମୁଁ ମଧ୍ୟ ନିଜ ପରିବାରଜନଙ୍କ ମଧ୍ୟକୁ ଆସିଯାଇଛି । ଶ୍ରାବଣ ମାସ ଏକ ପ୍ରକାରରେ ହେଉଛି ଶିବଙ୍କ ମାସ, ଆଉ ଏହି ପବିତ୍ର ମାସରେ ଦେଶ ପୁଣି ଥରେ ଏକ ନୂଆ ଉପଳବ୍ଧି ହାସଲ କରିଛି । ଭାରତ ଚନ୍ଦ୍ରମାର ଅନ୍ଧକାର କ୍ଷେତ୍ର ଡାର୍କ ଜୋନ୍ ରେ ଦକ୍ଷିଣ ମେରୁରେ ଅବତରଣ କରିବାବାଲା ବିଶ୍ୱର ପ୍ରଥମ ଦେଶ ପାଲଟି ଗଲା । ଭାରତ ଚନ୍ଦ୍ରମାରେ ତିରଙ୍ଗା ଲହରାଇ ସମଗ୍ର ବିଶ୍ୱକୁ ଭାରତର ସାମର୍ଥ୍ୟ ସହିତ ପରିଚୟ କରାଇଛି । ସାରା ବିଶ୍ୱରୁ ଶୁଭେଚ୍ଛା ସନ୍ଦେଶ ମାନ ଆସୁଛି, ଲୋକ ନିଜର ଶୁଭକାମନା ପଠାଉଛନ୍ତି ଆଉ ମୋର ଦୃଢ଼ ବିଶ୍ୱାସ ଯେ ଲୋକମାନେ ଆପଣମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଥିବେ, ଦେଉଛନ୍ତି ନା ? ଅନେକ ଗୁଡ଼ିଏ ଶୁଭେଚ୍ଛା ଆପଣମାନଙ୍କୁ ମଧ୍ୟ ମିଳଛି ନା ? ପ୍ରତ୍ୟେକ ହିନ୍ଦୁସ୍ତାନୀଙ୍କୁ ମିଳୁଛି । ସମଗ୍ର ସାମାଜିକ ଗଣମାଧ୍ୟମ ଶୁଭେଚ୍ଛା ସନ୍ଦେଶରେ ଭରପୂର ହୋଇ ରହିଛି । ଯେତେବେଳେ ସଫଳତା ଏତେ ବଡ଼ ହୋଇଥାଏ ସେତେବେଳେ ସଫଳତାର ଉତ୍ସାହ ଏହା ମଧ୍ୟ କ୍ରମାଗତ ଭାବେ ବଜାୟ ରହିଥାଏ । ଆପଣମାନଙ୍କ ଚେହେରା ମଧ୍ୟ କହୁଛି ବିଶ୍ୱର କେଉଁଠାରେ ମଧ୍ୟ ରୁହନ୍ତୁ କିନ୍ତୁ ଆପଣମାନଙ୍କ ହୃଦୟ ଭାରତ ପାଇଁ ସ୍ପନ୍ଦିତ ହେଉଛି । ଆପଣମାନଙ୍କ ହୃଦୟରେ ସ୍ପନ୍ଦିତ ହେଉଛି ଭାରତ, ଆପଣମାନଙ୍କ ହୃଦୟରେ ସ୍ପନ୍ଦିତ ହେଉଛି ଭାରତ, ଆପଣମାନଙ୍କ ହୃଦୟରେ ସ୍ପନ୍ଦିତ ହେଉଛି ଭାରତ । ମୁଁ ଆଜି ଗ୍ରୀସରେ ଆପଣମାନଙ୍କ ଗହଣକୁ ଆସି ପୁଣି ଥରେ ସମସ୍ତଙ୍କୁ ଚନ୍ଦ୍ରଯାନ, ତାହାର ଭବ୍ୟ ସଫଳତା ପାଇଁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।

ଏଥେନ୍ସରେ ଭାରତୀୟ ସମୁଦାୟକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

August 25th, 09:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଅଗଷ୍ଟ ୨୫ରେ ଏଥେନ୍ସର ଏଥେନ୍ସ କଞ୍ଜରଭଟୋଏରଠାରେ ଭାରତୀୟ ସମୁଦାୟକୁ ସମ୍ବୋଧନ କରିଥିଲେ ।