ଜନସାଧାରଣଙ୍କ ସାମୂହିକ ପ୍ରୟାସକୁ ସାମ୍ନାକୁ ଆଣିବା ପାଇଁ 'ମନ୍ କୀ ବାତ୍' ଏକ ଉତ୍କୃଷ୍ଟ ପ୍ଲାଟଫର୍ମ: ପ୍ରଧାନମନ୍ତ୍ରୀ ମୋଦୀ

November 30th, 11:30 am

ଚଳିତ ମାସର ମନ କୀ ବାତରେ ପ୍ରଧାନମନ୍ତ୍ରୀ ମୋଦୀ ନଭେମ୍ବର ମାସର ପ୍ରମୁଖ ଘଟଣା ଉପରେ ଆଲୋକପାତ କରିଥିଲେ, ଯେଉଁଥିରେ ସମ୍ବିଧାନ ଦିବସ ଉତ୍ସବ, ବନ୍ଦେ ମାତରମର 150ତମ ବାର୍ଷିକୀ, ଅଯୋଧ୍ୟାରେ ଧର୍ମ ଧ୍ୱଜ ଉତ୍ତୋଳନ, ଆଇଏନଏସ 'ମାହେ' ଅନ୍ତର୍ଭୁକ୍ତ ଏବଂ କୁରୁକ୍ଷେତ୍ରରେ ଆନ୍ତର୍ଜାତୀୟ ଗୀତା ମହୋତ୍ସବ ଅନ୍ତର୍ଭୁକ୍ତ । ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଓ ମହୁ ଉତ୍ପାଦନ, ଭାରତର କ୍ରୀଡା ସଫଳତା, ସଂଗ୍ରହାଳୟ ଓ ପ୍ରାକୃତିକ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । କାଶୀ-ତାମିଲ ସଙ୍ଗମମର ଅଂଶ ହେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

'ବନ୍ଦେ ମାତରମ୍'ର ଭାବନା ଭାରତର ଅମର ଚେତନା ସହିତ ଜଡିତ: ମନ କୀ ବାତରେ ପ୍ରଧାନମନ୍ତ୍ରୀ ମୋଦୀ

October 26th, 11:30 am

ଅକ୍ଟୋବର 31 ତାରିଖରେ ସର୍ଦ୍ଦାର ପଟେଲଙ୍କ 150ତମ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଛଠ ପୂଜା ଉତ୍ସବ, ପରିବେଶ ସୁରକ୍ଷା, ଭାରତୀୟ କୁକୁର ପ୍ରଜାତି, ଭାରତୀୟ କଫି, ଆଦିବାସୀ ସମ୍ପ୍ରଦାୟର ନେତା ଏବଂ ସଂସ୍କୃତ ଭାଷାର ଗୁରୁତ୍ୱ ଭଳି ଆକର୍ଷଣୀୟ ବିଷୟ ଉପରେ ମଧ୍ୟ ସେ ମତ ରଖିଛନ୍ତି । ପ୍ରଧାନମନ୍ତ୍ରୀ 'ବନ୍ଦେ ମାତରମ୍' ଗୀତର 150ତମ ବର୍ଷ ବିଷୟରେ ବିଶେଷ ଉଲ୍ଲେଖ କରିଥିଲେ।

NDA freed Bihar from Naxalism and Maoist terror — now you can live and vote fearlessly: PM Modi in Begusarai

October 24th, 12:09 pm

Addressing a massive public rally in Begusarai, PM Modi stated, On one side, there is the NDA, an alliance with mature leadership, and on the other, there is the 'Maha Lathbandhan'. He highlighted that nearly 90% of purchases in the country are of Swadeshi products, benefiting small businesses. The PM remarked that the NDA has freed Bihar from Naxalism and Maoist terror, and that every vote of the people of Bihar will help build a peaceful, prosperous state.

We’re connecting Bihar’s heritage with employment, creating new opportunities for youth: PM Modi in Samastipur

October 24th, 12:04 pm

Ahead of the Bihar Assembly elections, PM Modi kickstarted the NDA’s campaign by addressing a grand public meeting in Samastipur, Bihar. He said, “The trumpet of the grand festival of democracy has sounded. The entire Bihar is saying, ‘Phir Ek Baar NDA Sarkar!’” Remembering Bharat Ratna Jan Nayak Karpoori Thakur ji, the PM said, “It is only due to his blessings that people like us, who come from humble and backward families, are able to stand on this stage today.”

PM Modi addresses enthusiastic crowds in Bihar’s Samastipur and Begusarai

October 24th, 12:00 pm

Ahead of the Bihar Assembly elections, PM Modi kickstarted the NDA’s campaign by addressing massive gatherings in Samastipur and Begusarai, Bihar. He said, “The trumpet of the grand festival of democracy has sounded. The entire Bihar is saying, ‘Phir Ek Baar NDA Sarkar!’” Remembering Bharat Ratna Jan Nayak Karpoori Thakur ji, the PM remarked, “It is only due to his blessings that people like us, who come from humble and backward families, are able to stand on this stage today.”

'ଭୋକାଲ୍ ଫର୍ ଲୋକାଲ୍' – ମନ୍ କି ବାତ୍ ରେ ସ୍ୱଦେଶୀ ଗର୍ବର ସହ ପର୍ବପର୍ବାଣୀ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁରୋଧ

August 31st, 11:30 am

ଚଳିତ ମାସର ମନ୍ କି ବାତ୍ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ବନ୍ୟା ଏବଂ ଭୂସ୍ଖଳନ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିଥିବା ସୁରକ୍ଷା ବାହିନୀ ଏବଂ ନାଗରିକମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି। ଜମ୍ମୁ-କଶ୍ମୀରରେ କ୍ରୀଡ଼ା ପ୍ରତିଯୋଗିତା, ସୌରଶକ୍ତି, 'ଅପରେସନ୍ ପୋଲୋ' ଏବଂ ଭାରତୀୟ ସଂସ୍କୃତିର ବିଶ୍ବବ୍ୟାପୀ ପ୍ରସାର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସେ ଆଲୋକପାତ କରିଥିଲେ। ପାର୍ବଣ ଋତୁରେ ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦ କିଣିବା ଏବଂ ସ୍ୱଚ୍ଛତା ବଜାୟ ରଖିବାର ଗୁରୁତ୍ୱ ବିଷୟରେ ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ସ୍ମରଣ କରାଇଥିଲେ ।

ମୁମ୍ୱାଇରେ ୱେଭସ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 01st, 03:35 pm

ୱେଭସ ଶିଖର ସମ୍ମିଳନୀରେ ଉପସ୍ଥିତ ମହାରାଷ୍ଟ୍ରର ରାଜ୍ୟପାଳ ସି. ପି. ରାଧାକ୍ରିଷ୍ଣନ ଜୀ, ମହାରାଷ୍ଟ୍ରର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଅଶ୍ୱିନୀ ବୈଷ୍ଣବ ଜୀ, ଏଲ. ମୁରୁଗନ ଜୀ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୀ, ଅଜିତ ପାୱାର ଜୀ, ବିଶ୍ୱର କୋଣ ଅନୁକୋଣରୁ ଯୋଡି ହୋଇଥିବା ସୃଜନଶୀଳ ବିଶ୍ୱର ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ଦେଶରୁ ଆସି ଯୋଗଦେଇଥିବା ସୂଚନା, ଯୋଗାଯୋଗ, କଳା ଏବଂ ସଂସ୍କୃତି ବିଭାଗର ମନ୍ତ୍ରୀଗଣ, ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ବିଶ୍ୱର କୋଣ ଅନୁକୋଣରୁ ଆସି ଏଠାରେ ଯୋଗଦେଇଥିବା ସୃଜନଶୀଳ ବିଶ୍ୱର ବ୍ୟକ୍ତିବିଶେଷ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଗଣ, ମହିଳା ଏବଂ ଭଦ୍ରବ୍ୟକ୍ତିଗଣ!

ୱେଭ୍ସ ୨୦୨୫କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

May 01st, 11:15 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଭାରତର ପ୍ରଥମ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ-ୱେଭ୍ସ ୨୦୨୫କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି, ସେ ଆଜି ପାଳିତ ହେଉଥିବା ମହାରାଷ୍ଟ୍ର ଦିବସ ଏବଂ ଗୁଜରାଟ ରାଜ୍ୟ ପ୍ରତିଷ୍ଠା ଦିବସ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସମସ୍ତ ଅନ୍ତର୍ଜାତୀୟ ସ୍ତରର ବିଶିଷ୍ଟ ବ୍ୟକ୍ତି, ରାଷ୍ଟ୍ରଦୂତ ଏବଂ ସୃଜନଶୀଳ ଶିଳ୍ପପତିଙ୍କ ଉପସ୍ଥିତିକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଏହି ସମାବେଶର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ୧୦୦ ରୁ ଅଧିକ ଦେଶର କଳାକାର, ନବସୃଜନକାରୀ, ନିବେଶକ ଏବଂ ନୀତି ନିର୍ଦ୍ଧାରକମାନେ ପ୍ରତିଭା ଏବଂ ସୃଜନଶୀଳତାର ଏକ ବିଶ୍ୱ ପରିବେଶ ପାଇଁ ମୂଳଦୁଆ ସ୍ଥାପନ କରିବା ଲାଗି ଏକାଠି ହୋଇଛନ୍ତି। ‘‘ୱେଭ୍ସ କେବଳ ଏକ ସଂକ୍ଷିପ୍ତ ଶବ୍ଦ ନୁହେଁ ବରଂ ସଂସ୍କୃତି, ସୃଜନଶୀଳତା ଏବଂ ସାର୍ବଜନୀନ ସଂଯୋଗକୁ ପ୍ରତିନିଧିତ୍ୱ କରୁଥିବା ଏକ ତରଙ୍ଗ’’ । ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଏହି ସମ୍ମିଳନୀ ଚଳଚ୍ଚିତ୍ର, ସଙ୍ଗୀତ, ଗେମିଂ, ଆନିମେସନ୍ ଏବଂ କାହାଣୀ କହିବାର ବ୍ୟାପକ ବିଶ୍ୱକୁ ପ୍ରଦର୍ଶନ କରେ, ଯାହା କଳାକାର ଏବଂ ସ୍ରଷ୍ଟାମାନଙ୍କୁ ସଂଯୋଗ ଏବଂ ସହଯୋଗ କରିବା ପାଇଁ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ପ୍ରଦାନ କରେ। ପ୍ରଧାନମନ୍ତ୍ରୀ ଏହି ଐତିହାସିକ ଅବସରରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଭାରତ ଏବଂ ବିଦେଶର ବିଶିଷ୍ଟ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ।

ଏକ ବିକଶିତ ଭାରତ ଗଠନରେ ଅସାଧାରଣ ମହିଳାଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

March 08th, 11:54 am

ଚଳିତ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରୁଥିବା ମହିଳାମାନଙ୍କୁ ତାଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ହସ୍ତାନ୍ତର କରି ସମଗ୍ର ଭାରତରେ ମହିଳାଙ୍କ ଅତୁଳନୀୟ ଅବଦାନକୁ ପାଳନ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ।

ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ସଫଳ ମହିଳାଙ୍କୁ ଦେଲେ

March 08th, 11:26 am

ମହିଳା ଶକ୍ତି ଓ ଉପଲବ୍ଧିକୁ ପ୍ରେରଣାଦାୟୀ ସମ୍ମାନ ପ୍ରଦାନ ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମର ପରିଚାଳନା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତାର ସହ ପରିଚିତି ହାସଲ କରିଥିବା ମହିଳାମାନଙ୍କୁ ପ୍ରଦାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

February 23rd, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’କୁ ଆପଣ ସମସ୍ତଙ୍କୁ ସ୍ୱାଗତ । ଏବେ ଚମ୍ପିଆନ୍ସ ଟ୍ରଫି ଚାଲିଛି ଏବଂ ଚାରିଆଡ଼େ କ୍ରିକେଟ୍ ବିଷୟରେ ଆଲୋଚନା ହେଉଛି । କ୍ରିକେଟରେ ଶତକର ରୋମାଞ୍ଚ କ’ଣ, ତାହା ତ ଆମେ ସମସ୍ତେ ଭଲ ଭାବେ ଜାଣୁଁ, କିନ୍ତୁ ଆଜି ମୁଁ ଆପଣ ସମସ୍ତଙ୍କୁ କ୍ରିକେଟ୍ ନୁହେଁ, ବରଂ ଭାରତ ମହାକାଶରେ ଯେଉଁ ଶତକ ହାସଲ କରିଛି ସେ ବିଷୟରେ କହିବାକୁ ଯାଉଛି । ଗତ ମାସରେ ଦେଶ ଇସ୍ରୋର ୧୦୦ତମ ରକେଟ୍ ପ୍ରେରଣର ସାକ୍ଷୀ ହେଲା । ଏହା କେବଳ ଏକ ସଂଖ୍ୟା ନୁହେଁ, ବରଂ ଏଥିରୁ ମହାକାଶ ବିଜ୍ଞାନରେ ଆମର ନିତ୍ୟନୂତନ ଶିଖର ସ୍ପର୍ଶ କରିବାର ସଂକଳ୍ପ ବିଷୟରେ ମଧ୍ୟ ସୂଚନା ମିଳୁଛି । ଆମର ମହାକାଶ ଯାତ୍ରାର ଶୁଭାରମ୍ଭ ଅତି ସାଧାରଣ ଭାବେ ହୋଇଥିଲା । ଏଥିରେ ପ୍ରତି ପଦକ୍ଷେପରେ ଆହ୍ୱାନ ଥିଲା, କିନ୍ତୁ ଆମ ବୈଜ୍ଞାନିକମାନେ ବିଜୟ ଲାଭ କରି ଆଗକୁ ଆଗକୁ ବଢ଼ିଚାଲିଲେ । ସମୟ ସହିତ ମହାକାଶର ଏହି ଯାତ୍ରାରେ ଆମ ସଫଳତାର ତାଲିକା ଲମ୍ବା ହୋଇ ଚାଲିଲା । ଲଞ୍ଚ ଭେଇକିଲ୍ ନିର୍ମାଣ ହେଉ, ଚନ୍ଦ୍ରଯାନର ସଫଳତା ହେଉ, ମଙ୍ଗଳଯାନ ହେଉ, ଆଦିତ୍ୟ ଏଲ୍- ୱାନ୍ କିମ୍ବା ଗୋଟିଏ ରକେଟରେ ଏକାଥରରେ ୧୦୪ଟି ଉପଗ୍ରହ ପ୍ରେରଣର ଅଭୂତପୂର୍ବ ଅଭିଯାନ ହେଉ – ଇସ୍ରୋର ସଫଳତାର ପରିସର ବିଶାଳ ହୋଇଛି । ଗତ ୧୦ ବର୍ଷରେ ହିଁ ପ୍ରାୟଃ ୪୬୦ ଟି ଉପଗ୍ରହ ଲଞ୍ଚ୍ କରାଯାଇଛି ଏବଂ ଏଥିରେ ଅନ୍ୟ ଦେଶମାନଙ୍କର ମଧ୍ୟ ଅନେକ ଉପଗ୍ରହ ରହିଛି । ଗୋଟିଏ ବଡ଼ କଥା ହେଉଛି ଯେ, ଆମ ମହାକାଶ ବିଜ୍ଞାନୀମାନଙ୍କ ଦଳରେ ନାରୀଶକ୍ତିର ଅଂଶଗ୍ରହଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହାଦେଖି ମଧ୍ୟ ମୋତେ ବହୁତ ଖୁସି ଲାଗୁଛି ଯେ, ଆଜି ମହାକାଶ କ୍ଷେତ୍ର ଆମ ଯୁବବର୍ଗଙ୍କର ପ୍ରିୟ ହୋଇଯାଇଛି । କିଛି ବର୍ଷ ପୂର୍ବେ ଏ କଥା କିଏ ବା ଚିନ୍ତା କରିଥିବ ଯେ, ଏହି କ୍ଷେତ୍ରରେ ଷ୍ଟାର୍ଟ-ଅପ୍ ଏବଂ ଘରୋଇ କମ୍ପାନୀଗୁଡ଼ିକର ସଂଖ୍ୟା ଶହ ଶହ ହୋଇଯିବ । ଆମର ଯେଉଁ ଯୁବକ-ଯୁବତୀ ଜୀବନରେ କିଛି ରୋମାଂଚକର ଏବଂ ଉତ୍ସାହଜନକ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ମହାକାଶ କ୍ଷେତ୍ର ଗୋଟିଏ ସୁନ୍ଦର ବିକଳ୍ପ ହେବାକୁ ଯାଉଛି ।

ପରୀକ୍ଷାର ଚାପ ଓ ଚିନ୍ତାକୁ ସଫଳତାର ସହ ଦୂର କରିପାରିଥିବା ଅଭିଜ୍ଞ ଏକଜାମ୍ ୱାରିୟର୍ସମାନଙ୍କ ଠାରୁ ଶୁଣନ୍ତୁ : ପ୍ରଧାନମନ୍ତ୍ରୀ

February 17th, 07:41 pm

ଫେବୃଆରୀ ୧୮ ତାରିଖ ପୂର୍ବାହ୍ନ ୧୧ଟାରେ ପରୀକ୍ଷା ପେ ଚର୍ଚ୍ଚା ୨୦୨୫ର ଏକ ସ୍ୱତନ୍ତ୍ର ଏପିସୋଡ ପ୍ରସାରିତ ହେବ । ପରୀକ୍ଷାର ଚାପ ଓ ଚିନ୍ତାକୁ ସଫଳତାର ସହ ଅତିକ୍ରମ କରିପାରିଥିବା ଯୁବ ଏକଜମା୍ ୱାରିୟର୍ସମାନେ ଏଥିରେ ଅଂଶ ଗ୍ରହଣ କରିବେ ।

Important to maintain the authenticity of handloom craftsmanship in the age of technology: PM at Bharat Tex

February 16th, 04:15 pm

PM Modi, while addressing Bharat Tex 2025 at Bharat Mandapam, highlighted India’s rich textile heritage and its growing global presence. With participation from 120+ countries, he emphasized innovation, sustainability, and investment in the sector. He urged startups to explore new opportunities, promoted skill development, and stressed the fusion of tradition with modern fashion to drive the industry forward.

ଭାରତ ଟେକ୍ସ ୨୦୨୫କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

February 16th, 04:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଭାରତ ଟେକ୍ସ ୨୦୨୫କୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ବି ସେ ବୁଲି ଦେଖିଥିଲେ । ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତ ଟେକ୍ସ ୨୦୨୫ରେ ସମସ୍ତଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ଭାରତ ମଣ୍ଡପମ୍ ଭାରତ ଟେକ୍ସର ଦ୍ୱିତୀୟ ସଂସ୍କରଣ ଦେଖୁଛି । ସେ ଆହୁରି ମଧ୍ୟ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଆମର ଐତିହ୍ୟ ତଥା ବିକଶିତ ଭାରତର ସମ୍ଭାବନାର ଝଲକ ଦେଇଛି, ଯାହା କି ଭାରତ ପାଇଁ ଗର୍ବର ବିଷୟ । ଭାରତ ଟେକ୍ସ ବର୍ତ୍ତମାନ ଏକ ମେଗା ବିଶ୍ବ ବୟନଶିଳ୍ପ ସମାରୋହରେ ପରିଣତ ହେଉଛି, ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ମୂଲ୍ୟ ଶୃଙ୍ଖଳାର ସ୍ପେକ୍ଟ୍ରମ୍ ସହ ଜଡ଼ିତ ସମସ୍ତ ୧୨ଟି କ୍ଷେତ୍ର ଏଥର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏଥିରେ ଆସେସୋରିଜ, ପୋଷାକ, ଯନ୍ତ୍ରପାତି, ରାସାୟନିକ ପଦାର୍ଥ ଓ ରଙ୍ଗର ପ୍ରଦର୍ଶନୀ ମଧ୍ୟ ରହିଛି। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ଭାରତ ଟେକ୍ସ ସମଗ୍ର ବିଶ୍ୱର ନୀତି ନିର୍ଧାରକ, ସିଇଓ ଏବଂ ଶିଳ୍ପ ନେତାମାନଙ୍କ ପାଇଁ ଯୋଗାଯୋଗ, ସହଯୋଗ ଏବଂ ଭାଗିଦାରୀ ପାଇଁ ଏକ ଶକ୍ତିଶାଳୀ ପ୍ଲାଟଫର୍ମ ପାଲଟିଛି । ଏହି କାର୍ଯ୍ୟକ୍ରମ ଆୟୋଜନରେ ସମ୍ପୃକ୍ତ ସମସ୍ତ ଅଂଶୀଦାରଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ।

PM Modi and Trump Forge a MEGA India-US Partnership

February 14th, 06:46 pm

Prime Minister Narendra Modi’s recent visit to the United States was a momentous occasion, reflecting the deepening strategic, economic, and cultural ties between the two nations. Over his stay, PM Modi engaged in a series of high-profile meetings and discussions with U.S. leaders, business tycoons, and the Indian diaspora, covering critical areas such as defense, trade, investment, technology, and diplomacy. The visit reaffirmed the strong relationship between India and the U.S., positioning both nations as global partners in shaping a new world order.

ଜମ୍ମୁ-କଶ୍ମୀରରେ ସୋନମାର୍ଗ ଟନେଲ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 13th, 12:30 pm

ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା ଜୀ, ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଶ୍ରୀ ଓମାର ଅବଦୁଲ୍ଲା ଜୀ, ମୋ କ୍ୟାବିନେଟ୍‌ର ସହଯୋଗୀ ଶ୍ରୀ ନୀତିନ ଗଡକରୀ ଜୀ, ଶ୍ରୀ ଜିତେନ୍ଦ୍ର ସିଂ ଜୀ, ଅଜୟ ଟମ୍ଟା ଜୀ, ଡେପୁଟି ସିଏମ ସୁରେନ୍ଦ୍ର କୁମାର ଚୌଧୁରୀ ଜୀ, ବିରୋଧୀ ଦଳ ନେତା ସୁନୀଲ ଶର୍ମା ଜୀ, ସମସ୍ତ ସାଂସଦ, ବିଧାୟକ ଏବଂ ଜମ୍ମୁ ଓ କଶ୍ମୀରର ମୋର ପ୍ରିୟ ଭାଇ ଭଉଣୀ ।

ଜମ୍ମୁ ଓ କଶ୍ମୀରରେ ସୋନମାର୍ଗ ଟନେଲର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 13th, 12:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ ଓ କଶ୍ମୀରରେ ସୋନମାର୍ଗ ଟନେଲକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ ଶ୍ରମିକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ, ଯେଉଁମାନେ ଜମ୍ମୁ-କଶ୍ମୀର ଓ ଭାରତର ବିକାଶ ପାଇଁ କଠିନ ପରିଶ୍ରମ କରିଛନ୍ତି ଏବଂ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ଶ୍ରୀ ମୋଦୀ କହିଥିଲେ, ଆହ୍ୱାନ ସତ୍ତ୍ୱେ ଆମର ସଂକଳ୍ପ ଥମିବାର ନାଁ ଧରୁନାହିଁ। ଶ୍ରମିକମାନଙ୍କ ଦୃଢ଼ ସଂକଳ୍ପ ଓ ପ୍ରତିବଦ୍ଧତା ଏବଂ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି କାର୍ଯ୍ୟ ସମ୍ପନ୍ନ କରିଥିବାରୁ ସେ ତାଙ୍କୁ ପ୍ରଶଂସା କରିଥିଲେ। ୭ ଜଣ ଶ୍ରମିକଙ୍କ ମୃତ୍ୟୁରେ ସେ ଶୋକ ପ୍ରକାଶ କରିଥିଲେ।

ଉଦ୍ୟୋଗୀ ନିଖିଲ କାମାଥଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ

January 10th, 02:15 pm

ବର୍ତ୍ତମାନ ପର୍ଯ୍ୟନ୍ତ କେତେ ପୋଷ୍ଟ ପୋଡକାଷ୍ଟ କରିଛନ୍ତି ଆପଣ

ପ୍ରଥମ ପଡକାଷ୍ଟରେ ଉଦ୍ୟୋଗୀ ନିଖିଲ କାମାତଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା

January 10th, 02:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରଥମ ପଡ୍‌କାଷ୍ଟରେ ଉଦ୍ୟୋଗୀ ଓ ନିବେଶକ ନିଖିଲ କାମାତଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଜି ଆଲୋଚନା କରିଛନ୍ତି। ଏହି ମନଖୋଲା ଆଲୋଚନାରେ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ପିଲାବେଳର କଥା ପଚରାଗଲା, ଉତ୍ତର ଗୁଜରାଟର ମେହସାନା ଜିଲ୍ଲାର ଏକ ଛୋଟ ସହର ବଡ଼ନଗରରେ ତାଙ୍କର ପିଲାଦିନ କେମିତି କଟିଥିଲା, ସେ ସଂପର୍କରେ ନିଜ ବାଲ୍ୟଜୀବନର ସବୁ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସେ କହିଛନ୍ତି, ଶିକ୍ଷା ପ୍ରତି ନିଜର ପ୍ରତିଶ୍ରୁତିବଦ୍ଧତା, ପୋଖରୀ, ଡାକ ଘର ଓ ପାଠାଗାର ପରି ଜରୁରୀ ସୁବିଧା ପାଇଁ ବେଶ୍ ପରିଚିତ ଗାଏକଓ୍ୱାଡ୍ ରାଜ୍ୟର ଏହି ସହର ବଡ଼ନଗର। ଗାଏକଓ୍ୱାଡ଼ ସରକାରୀ ପ୍ରାଥମିକ ସ୍କୁଲ ଓ ଭଗବତାଚାର୍ଯ୍ୟ ନାରାୟଣାଚାର୍ଯ୍ୟ ହାଇସ୍କୁଲରେ ପାଠ ପଢ଼ିବା ବେଳର ସ୍ମତି ସବୁ ମନେପକାଇଥିଲେ ପ୍ରଧାନମନ୍ତ୍ରୀ। ବଡ଼ନଗରରେ ବେଶ୍ କିଛି ଦିନ ରହିଥିବା ଚୀନର ଦାର୍ଶନିକ ହୁଏନସାଂଙ୍କ ଉପରେ ନିର୍ମିତ ହୋଇଥିବା ଏକ ଫିଲ୍ମ ସଂପର୍କରେ ଚୀନର ଦୂତାବାସକୁ ସେ ଲେଖିଥିବା ଚିଠି ସଂପର୍କରେ ଏକ ମଜାଦାର କଥା କହିଥିଲେ ମୋଦୀ। ୨୦୧୪ରେ ମୋଦିଜୀ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ଗୁଜରାଟ ଓ ବଡ଼ ନଗର ପରିଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଥିବାର ଅଭିଜ୍ଞତା ବି ବର୍ଣ୍ଣନା କରିଥିଲେ ମୋଦୀଜୀ। କାରଣ ହୁଏନସାଂଙ୍କ ସହିତ ଦୁଇ ରାଷ୍ଟ୍ରନେତାଙ୍କ ସହରର ଐତିହାସିକ ସଂପର୍କ ଦୃଷ୍ଟିରୁ ସି ଜିଙ୍ଗପିନ ଗୁଜରାଟ ଓ ବଡ଼ନଗର ପରିଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଲେ। ଦୁଇ ଦେଶ ମଧ୍ୟରେ ଥିବା ଦୃଢ଼ ସଂପର୍କ ଓ ମିଳିତ ଐତିହ୍ୟର ଏହା ଅନନ୍ୟ ଉଦାହରଣ ବୋଲି ମୋଦୀଜୀ କହିଥିଲେ।

ସମ୍ବିଧାନ ହେଉଛି ଆମର ମାର୍ଗଦର୍ଶକ :ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

December 29th, 11:30 am

ମନ୍ କୀ ବାତ୍ ର ଏହି ଏପିସୋଡ୍ ରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବିଧାନର 75ତମ ବାର୍ଷିକୀ ଏବଂ ପ୍ରୟାଗରାଜରେ ମହାକୁମ୍ଭ ପାଇଁ ପ୍ରସ୍ତୁତି ସମେତ ଭାରତର ସଫଳତା ବିଷୟରେ ପ୍ରତିଫଳନ କରିଥିଲେ। ବସ୍ତର ଅଲିମ୍ପିକ୍ସର ସଫଳତାକୁ ସେ ପ୍ରଶଂସା କରିବା ସହ ମ୍ୟାଲେରିଆ ନିରାକରଣ ଏବଂ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ କର୍କଟ ଚିକିତ୍ସା କ୍ଷେତ୍ରରେ ଅଗ୍ରଗତି ଭଳି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସଫଳତା ଉପରେ ଆଲୋକପାତ କରିଥିଲେ । ଏହାବ୍ୟତୀତ ଓଡ଼ିଶାର କଳାହାଣ୍ଡିରେ ହୋଇଥିବା କୃଷି ପରିବର୍ତ୍ତନକୁ ସେ ପ୍ରଶଂସା କରିଥିଲେ।