ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭାରତର ଗ୍ରାଣ୍ଡ ମୁଫତି ଶେଖ ଆବୁବକର ଅହମ୍ମଦ
February 16th, 08:16 pm
ଭାରତର ଗ୍ରାଣ୍ଡ ମୁଫତି ଶେଖ ଆବୁବକର ଅହମ୍ମଦ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏହି ବୈଠକରେ ସେମାନେ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଥିଲେ। ସାରା ଦେଶରେ ସାମାଜିକ ସୌହାର୍ଦ୍ଦ୍ୟ, ଭାଇଚାରା ଏବଂ ଶିକ୍ଷାର ଉନ୍ନତି ପାଇଁ ଗ୍ରାଣ୍ଡ ମୁଫତିଙ୍କ ପ୍ରଶଂସନୀୟ ପ୍ରୟାସ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।ଭଗବାନ ବୁଦ୍ଧଙ୍କ ସହ ଜଡିତ ପବିତ୍ର ପିପ୍ରାହୱା ଅବଶେଷର ମହାନ ଆନ୍ତର୍ଜାତୀୟ ପ୍ରଦର୍ଶନୀର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ପାଠ୍ୟ
January 03rd, 12:00 pm
କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଗଜେନ୍ଦ୍ର ସିଂହ ଶେଖାୱତ ଜୀ, କିରେନ ରିଜିଜୁ ଜୀ, ରାମଦାସ ଅଠାୱଲେ ଜୀ, ରାଓ ଇନ୍ଦ୍ରଜିତ ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ଏକ କାର୍ଯ୍ୟକ୍ରମ ଥିଲା, ତାଙ୍କୁ ଯିବାକୁ ପଡିଲା ଏବଂ ଦିଲ୍ଲୀର ସମସ୍ତ ମନ୍ତ୍ରୀ ସହକର୍ମୀ, ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ସକ୍ସେନା ଜୀ, ମହାମାନ୍ୟଗଣ, କୂଟନୈତିକ ସମ୍ପ୍ରଦାୟର ସମସ୍ତ ମାନ୍ୟବର ସଦସ୍ୟ, ବୌଦ୍ଧ ବିଦ୍ୱାନ, ଧମ୍ମର ଅନୁଗାମୀ, ମହିଳା ଏବଂ ସଜ୍ଜନଗଣ।ନୂଆଦିଲ୍ଲୀରେ ଭଗବାନ ବୁଦ୍ଧଙ୍କ ପିପ୍ରାହାୱା ପବିତ୍ର ଅବଶେଷର ଭବ୍ୟ ଅନ୍ତର୍ଜାତୀୟ ପ୍ରଦର୍ଶନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 03rd, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ରାଇ ପିଥୋରା ସାଂସ୍କୃତିକ କମ୍ପ୍ଲେକ୍ସରେ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷର ଏକ ମହାନ ଅନ୍ତର୍ଜାତୀୟ ପ୍ରଦର୍ଶନୀ, ଦି ଲାଇଟ୍ ଆଣ୍ଡ୍ ଦି ଲୋଟସ: ରିଲିକ୍ସ ଅଫ୍ ଦି ଆଓ୍ବେକେନଡ୍ ୱାନ୍କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏକ ଶହ ପଚିଶ ବର୍ଷର ଅପେକ୍ଷା ପରେ ଭାରତର ଏହି ମହାନ ଐତିହ୍ୟ ଫେରି ଆସିଛି । ଆଜିଠାରୁ ଭାରତର ଲୋକମାନେ ଭଗବାନ ବୁଦ୍ଧଙ୍କ ଏହି ପବିତ୍ର ଅବଶେଷର ଦର୍ଶନ କରିପାରିବେ ଏବଂ ସେମାନଙ୍କର ଆଶୀର୍ବାଦ ପାଇପାରିବେ। ଶ୍ରୀ ମୋଦୀ ଏହି ପବିତ୍ର ଅବଶେଷର ଆଗମନ ଅବସରରେ ଉପସ୍ଥିତ ସମସ୍ତ ଅତିଥିଙ୍କୁ ସ୍ୱାଗତ ଏବଂ ଅଭିବାଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବୌଦ୍ଧ ପରମ୍ପରା ସହିତ ଜଡିତ ଭିକ୍ଷୁ ଏବଂ ଧର୍ମାଚାର୍ଯ୍ୟମାନଙ୍କ ପ୍ରତି ସେ ନିଜର ସମ୍ମାନ ଜଣାଇଥିଲେ ଓ କହିଥିଲେ ଯେ ସେମାନଙ୍କର ଉପସ୍ଥିତି ଏହି କାର୍ଯ୍ୟକ୍ରମରେ ନୂତନ ଶକ୍ତି ପ୍ରଦାନ କରୁଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୨୬ ଆରମ୍ଭରେ ଆୟୋଜିତ ଏହି ପବିତ୍ର ଉତ୍ସବ ଅତ୍ୟନ୍ତ ପ୍ରେରଣାଦାୟକ। ସେ କାମନା କରିଥିଲେ ଯେ ଭଗବାନ ବୁଦ୍ଧଙ୍କ ଆଶୀର୍ବାଦ ସହିତ, ୨୦୨୬ ବିଶ୍ୱ ପାଇଁ ଶାନ୍ତି, ସମୃଦ୍ଧି ଏବଂ ସଦ୍ଭାବର ଏକ ନୂତନ ଯୁଗର ସୂତ୍ରପାତ କରିବ।ସଂସ୍କୃତ ଶ୍ଳୋକର ଆହ୍ୱାନ କରି ଜାତୀୟ ସୌହାର୍ଦ୍ଦ୍ୟ ପାଇଁ କ୍ରୋଧରୁ ଉର୍ଦ୍ଧ୍ବକୁ ଉଠିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ
December 12th, 09:07 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କ୍ରୋଧର ବିନାଶକାରୀ ପ୍ରକୃତି ଏବଂ ବ୍ୟକ୍ତିଗତ କଲ୍ୟାଣ ତଥା ସାମୂହିକ ପ୍ରଗତି ପାଇଁ ଆଭ୍ୟନ୍ତରୀଣ ସଂଯମର ଗୁରୁତ୍ୱକୁ ରେଖାଙ୍କିତ କରି ଏକ ଗଭୀର ବାର୍ତ୍ତା ସେୟାର କରିଛନ୍ତି।ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷକୁ ଶ୍ରଦ୍ଧାପୂର୍ବକ ସ୍ୱାଗତ କରିଥିବାରୁ ଭୂଟାନ ଜନସାଧାରଣ ଏବଂ ନେତୃତ୍ୱକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
November 09th, 03:43 pm
ଭାରତରୁ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷକୁ ଶ୍ରଦ୍ଧାପୂର୍ବକ ସ୍ୱାଗତ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୂଟାନର ଜନସାଧାରଣ ଏବଂ ନେତୃତ୍ୱକୁ ହୃଦୟରୁ ପ୍ରଶଂସା କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଏହି ଅବଶେଷ ଶାନ୍ତି, କରୁଣା ଏବଂ ସୌହାର୍ଦ୍ଦ୍ୟର ଚିରନ୍ତନ ବାର୍ତ୍ତାର ପ୍ରତୀକ। ଭଗବାନ ବୁଦ୍ଧଙ୍କ ଶିକ୍ଷା ଆମ ଦୁଇ ରାଷ୍ଟ୍ରର ସହଭାଗୀ ଆଧ୍ୟାତ୍ମିକ ଐତିହ୍ୟ ମଧ୍ୟରେ ଏକ ପବିତ୍ର ସଂଯୋଗ,’’ ବୋଲି ଶ୍ରୀ ମୋଦୀ କହିଥିଲେ।ନୂଆଦିଲ୍ଲୀରେ ଆଇନଗତ ସହାୟତା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 08th, 05:33 pm
ଭାରତର ପ୍ରଧାନ ବିଚାରପତି ଶ୍ରୀ ବି. ଆର. ଗାଭାଇ ଜୀ, ବିଚାରପତି ସୂର୍ଯ୍ୟକାନ୍ତ ଜୀ, ବିଚାରପତି ବିକ୍ରମ ନାଥ ଜୀ, କେନ୍ଦ୍ରରେ ମୋର ସହକର୍ମୀ ଅର୍ଜୁନ ରାମ ମେଘୱାଲ ଜୀ, ସର୍ବୋଚ୍ଚ ନ୍ୟାୟାଳୟର ଅନ୍ୟ ମାନ୍ୟଗଣ୍ୟ ବିଚାରପତିଗଣ, ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଗଣ, ମହିଳା ଓ ଭଦ୍ରବ୍ୟକ୍ତିମାନେ,“ଆଇନଗତ ସହାୟତା ପ୍ରଦାନ ବ୍ୟବସ୍ଥାର ସୁଦୃଢ଼ୀକରଣ” ଶୀର୍ଷକ ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 08th, 05:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ସୁପ୍ରିମକୋର୍ଟରେ ଆଇନଗତ ସହାୟତା ପ୍ରଦାନ ବ୍ୟବସ୍ଥାର ସୁଦୃଢ଼ୀକରଣ ଶୀର୍ଷକ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ, ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଏଠାରେ ସମସ୍ତ ଉପସ୍ଥିତ ଲୋକଙ୍କ ମଧ୍ୟରେ ରହିବା ପ୍ରକୃତରେ ବହୁତ ସ୍ୱତନ୍ତ୍ର । ସେ କହିଥିଲେ ଯେ, ଆଇନଗତ ସହାୟତା ପ୍ରଦାନ ବ୍ୟବସ୍ଥା ଏବଂ ଆଇନଗତ ସେବା ଦିବସ ସହିତ ଜଡିତ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ଦ୍ଵାରା ଭାରତର ନ୍ୟାୟିକ ବ୍ୟବସ୍ଥାକୁ ନୂତନ ଶକ୍ତି ମିଳିବ। ପ୍ରଧାନମନ୍ତ୍ରୀ ୨୦ତମ ଜାତୀୟ ସମ୍ମିଳନୀ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ନ୍ୟାୟପାଳିକାର ସଦସ୍ୟ ଏବଂ ଆଇନଗତ ସେବା କର୍ତ୍ତୃପକ୍ଷଙ୍କ ପ୍ରତିନିଧିମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ।The BAPS Hindu Temple in Abu Dhabi, UAE is a golden moment in the ties between India & UAE: PM Modi
February 14th, 07:16 pm
Prime Minister Narendra Modi inaugurated the BAPS Hindu Mandir in Abu Dhabi, UAE. The PM along with the Mukhya Mahant of BAPS Hindu Mandir performed all the rituals. The PM termed the Hindu Mandir in Abu Dhabi as a symbol of shared heritage of humanity.PM Modi inaugurates BAPS Hindu Mandir in Abu Dhabi, UAE
February 14th, 06:51 pm
Prime Minister Narendra Modi inaugurated the BAPS Hindu Mandir in Abu Dhabi, UAE. The PM along with the Mukhya Mahant of BAPS Hindu Mandir performed all the rituals. The PM termed the Hindu Mandir in Abu Dhabi as a symbol of shared heritage of humanity.୧୩୦ ବର୍ଷ ପୂର୍ବେ ଏହିଦିନ ସ୍ୱାମୀ ବିବେକାନନ୍ଦ ଚିକାଗୋରେ ଦେଇଥିବା ଭାଷଣକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
September 11th, 03:39 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ୧୩୦ ବର୍ଷ ପୂର୍ବେ ଆଜିର ଦିନରେ ଚିକାଗୋରେ ବିଶ୍ୱ ଧର୍ମ ସଂସଦରେ ସ୍ୱାମୀ ବିବେକାନନ୍ଦ ଦେଇଥିବା ଭାଷଣ ଆଜି ବି ବୈଶ୍ୱିକ ଏକତା ଏବଂ ସଦଭାବନା ପାଇଁ ଆହ୍ୱାନ ଦେଉଛି ।ରିପବ୍ଲିକ୍ ଟିଭିର କନକ୍ଲେଭରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଓଡ଼ିଆ ଅନୁବାଦ
April 26th, 08:01 pm
ଅର୍ଣ୍ଣବ ଗୋସ୍ୱାମୀ ଜୀ, ରିପବ୍ଲିକ୍ ମିଡିଆ ନେଟୱାର୍କର ସମସ୍ତ ସହକର୍ମୀ, ଦେଶ ତଥା ବିଦେଶରେ ରିପବ୍ଲିକ୍ ଟିଭିର ସମସ୍ତ ଦର୍ଶକ, ମହିଳା ଏବଂ ସଜ୍ଜନମଣ୍ଡଳୀ! ମୁଁ କିଛି କହିବା ପୂର୍ବରୁ, ମୁଁ ଆପଣମାନଙ୍କୁ ଏକ ମଜା କଥା କହିବାକୁ ଚାହେଁ ଯାହା ମୁଁ ମୋର ପିଲାଦିନରେ ଶୁଣିଥିଲି । ସେଠାରେ ଜଣେ ପ୍ରଫେସର ଥିଲେ ଏବଂ ତାଙ୍କ ଝିଅ ଆତ୍ମହତ୍ୟା କରି ଏକ ନୋଟ୍ ଛାଡି କହିଥିଲେ ଯେ ସେ ତାଙ୍କ ଜୀବନ ସଂଘର୍ଷରେ ଥକି ଯାଇଛନ୍ତି ଏବଂ ଆଉ ବଞ୍ଚିବାକୁ ଚାହୁଁ ନାହାଁନ୍ତି। ସେ ଲେଖିଛନ୍ତି ଯେ ସେ କଙ୍କରିଆ ନଦୀରେ ଡେଇଁ ମରିଯିବେ। ପରଦିନ ସକାଳେ ପ୍ରଫେସର ଜାଣିବାକୁ ପାଇଲେ ଯେ ତାଙ୍କ ଝିଅ ଘରେ ନାହାଁନ୍ତି। ତାଙ୍କ ବାପା ତାଙ୍କ କୋଠରୀକୁ ଯାଇ ଏକ ଚିଠି ପାଇଲେ। ସେ ଚିଠି ପାଇବା ପରେ ବହୁତ ରାଗି ଯାଇଥିଲେ। ସେ କହିଲେ, ‘ମୁଁ ପ୍ରଫେସର, ମୁଁ ଏତେ ବର୍ଷ ଧରି କଠିନ ପରିଶ୍ରମ କଲି ଏବଂ ତଥାପି ତାଙ୍କ ଆତ୍ମହତ୍ୟା ପତ୍ରରେ କଙ୍କରିଆର ବନାନ ଭୁଲ ଭାବେ ଲେଖାଯାଇଛି।’ମୁଁ ଖୁସି ଯେ ଅର୍ଣ୍ଣବ ଭଲ ହିନ୍ଦୀ କହିବା ଆରମ୍ଭ କରିଛନ୍ତି। ସେ କଣ କହିଛନ୍ତି ମୁଁ ଶୁଣି ନାହିଁ, କିନ୍ତୁ ମୁଁ ତାଙ୍କ ହିନ୍ଦୀ ସଠିକ୍ କି ନୁହେଁ ତାହା ଉପରେ ଧ୍ୟାନ ଦେଉଥିଲି । ବୋଧହୁଏ, ମୁମ୍ବାଇରେ ରହିବା ପରେ ଆପଣ ହିନ୍ଦୀ ଭଲ ଭାବରେ ଶିଖି ଯାଇଛନ୍ତି।ନୂଆଦିଲ୍ଲୀ ଠାରେ ଗଣତନ୍ତ୍ର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
April 26th, 08:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ତାଜ ପ୍ୟାଲେସରେ ହୋଟେଲରେ ଗଣତନ୍ତ୍ର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ।ସ୍ୱଚ୍ଛତାକୁ ପ୍ରୋତ୍ସାହନ ପାଇଁ ସୀତାପୁର ସାଂସଦ ରାଜେଶ ବର୍ମାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
February 22nd, 10:11 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସୀତାପୁର (ୟୁପି) ରୁ ଲୋକସଭା ସାଂସଦ ଶ୍ରୀ ରାଜେଶ ବର୍ମାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।ସାବିତ୍ରୀବାଇ ଫୁଲେଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ
January 03rd, 11:54 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାବିତ୍ରୀବାଇ ଫୁଲେଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ଦେଶ ବିଭାଜନ ବେଳେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ
August 14th, 09:08 am
ବିଭାଜନ ବିଭୀଷିକା ସ୍ମୃତି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶ ବିଭାଜନ ବେଳେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।ଏଲବିଏସଏନଏଏଠାରେ ୯୬ତମ କମନ ଫାଉଣ୍ଡେସନ ପାଠ୍ୟକ୍ରମର ଦୀକ୍ଷାନ୍ତ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
March 17th, 12:07 pm
ଫାଉଣ୍ଡେସନ୍ ପାଠ୍ୟକ୍ରମ ଶେଷ ହୋଇଥିବାରୁ ଆପଣ ସମସ୍ତ ଯୁବା ବନ୍ଧୁମାନଙ୍କୁ ଅନେକ ଅନେକ ଅଭିନନ୍ଦନ! ଆଜି ହେଉଛି ହୋଲିର ପର୍ବ । ମୁଁ ସମସ୍ତ ଦେଶବାସୀଙ୍କୁ, ଆପଣମାନଙ୍କୁ, ଏକାଡେମୀର ଲୋକମାନଙ୍କୁ ଏବଂ ଆପଣମାନଙ୍କ ପରିବାରକୁ ହୋଲିର ଅନେକ ଅନେକ ଶୁଭକାମନା ଜଣାଉଛି । ମୁଁ ଖୁସି ଯେ ଆଜି ଆପଣମାନଙ୍କ ଏକାଡେମୀ ଦ୍ୱାରା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ମହୋଦୟ, ଲାଲ ବାହାଦୁର ଶାସ୍ତ୍ରୀ ମହୋଦୟଙ୍କୁ ଉତ୍ସର୍ଗୀକୃତ ଡାକ ପ୍ରମାଣପତ୍ର ମଧ୍ୟ ଜାରି କରାଯାଇଛି । ଆଜି ନୂତନ ସ୍ପୋର୍ଟସ କମ୍ପେ୍ଲକ୍ସର ଉଦଘାଟନ ଏବଂ ହାପି ଭ୍ୟାଲି କମ୍ପେ୍ଲକ୍ସର ମଧ୍ୟ ଲୋକାର୍ପଣ କରାଯାଇଛି । ଏହି ସୁବିଧାଗୁଡିକ ଦଳଗତ ମନୋଭାବକୁ, ସ୍ୱାସ୍ଥ୍ୟ ଓ ସୁସ୍ଥତାର ଭାବନାକୁ ସଶକ୍ତ କରିବ, ନାଗରିକ ସେବାକୁ ଆହୁରି ସ୍ମାର୍ଟ ଏବଂ ଦକ୍ଷ କରିବାରେ ସାହାଯ୍ୟ ହେବ ।ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ପ୍ରତିଷ୍ଠାନ (ଏଲ୍ବିଏସ୍ଏନ୍ଏଏ)ର ୯୬ତମ ସାଧାରଣ ମୌଳିକ ପାଠ୍ୟକ୍ରମ(କମନ୍ ଫାଉଣ୍ଡେସନ କୋର୍ସ)ର ସମାପନ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ବୋଧନ
March 17th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଲାଲବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ପ୍ରତିଷ୍ଠାନ (ଏଲ୍ବିଏସ୍ଏନ୍ଏଏ)ର ୯୬ତମ ସାଧାରଣ ଭିତ୍ତି ପାଠ୍ୟକ୍ରମ (କମନ ଫାଉଣ୍ଡେସନ କୋର୍ସ)ର ସମାପନ ସମାରୋହରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଛନ୍ତି । ଏହି ଅବସରରେ ସେ ମଧ୍ୟ ଏକ ନୂଆ ସ୍ପୋର୍ଟସ କମ୍ପ୍ଲେକ୍ସକୁ ଉଦ୍ଘାଟନ କରିବା ସହ ପୁନଃନିର୍ମିତ ହାଫି ଭ୍ୟାଲି କମ୍ପେ୍ଲକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ କଚ୍ଛରେ ଆୟୋଜିତ ଏକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
March 08th, 06:03 pm
ମୁଁ ଆପଣ ସମସ୍ତଙ୍କୁ, ଦେଶର ସମସ୍ତ ମହିଳାଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସର ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ଏହି ଅବସରରେ ଆପଣମାନଙ୍କ ପରି ଦେଶର ମହିଳା ସନ୍ଥ ଏବଂ ସାଧ୍ୱୀମାନଙ୍କ ଦ୍ୱାରା ଏହି ଅଭିନବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।ଆନ୍ତର୍ଜାତିକ ମହିଳା ଦିବସ ଅବସରରେ କଚ୍ଛଠାରେ ଆୟୋଜିତ ଆଲୋଚନାଚକ୍ରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
March 08th, 06:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କଚ୍ଛଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ଆୟୋଜିତ ଏକ ଆଲୋଚନାଚକ୍ରକୁ ଭିଡିଓ କନଫରେନ୍ସିଂ ଯୋଗେ ସମ୍ବୋଧିତ କରିଛନ୍ତି ।BJP Govt in UP means control over Dangaraaj, Mafiaraaj, Gundaraaj: PM Modi in Sitapur
February 16th, 03:46 pm
Amidst the ongoing election campaigning in Uttar Pradesh, PM Modi’s rally spree continued as he addressed a public meeting in Sitapur today. PM Modi paid tribute to Sant Ravidas Ji on the occasion of his birth anniversary, he said, “For decades, the devotees of Sant Ravidas ji demanded development of his birthplace, but previous governments came here during elections, took photographs and left. It is a matter of happiness for me that I am the MP of Kashi where Sant Ravidas ji was born. We are redeveloping Sant Ravidas Ji’s birthplace.”