Cabinet approves 4 lane construction from Barabanki to Bahraich in Uttar Pradesh worth Rs.6969.04 crore
March 18th, 04:10 pm
The Cabinet Committee on Economic Affairs, chaired by PM Narendra Modi has approved construction of 4-Lane Access-Controlled National Highway-927 from Barabanki to Bahraich in Uttar Pradesh worth Rs.6969.04 crore. The project will bypass major habitations, increase average travel speeds, reduce travel time to about one hour, and improve overall road safety, fuel efficiency, and vehicle operating costs.ଆଚାର୍ଯ୍ୟ ବିନୋବା ଭାବେଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
September 11th, 08:51 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଜି ଆଚାର୍ଯ୍ୟ ବିନୋବା ଭାବେଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ ଭାରତର ଆଧ୍ୟାତ୍ମିକ, ସାମାଜିକ ଏବଂ ରାଜନୈତିକ ଦୃଶ୍ୟପଟରେ ତାଙ୍କର ଯୋଗଦାନକୁ ସ୍ମରଣ କରିଛନ୍ତି ।ଆନ୍ଧ୍ର ପ୍ରଦେଶର ଅମରାବତୀରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 02nd, 03:45 pm
ତଲ୍ଲୀ ଦୁର୍ଗା ଭବାନୀ କୋଲୁଭୂନ୍ନାଙ୍କ ଏହି ପବିତ୍ର ଭୂମିରେ ମୁଁ ସହରର ଭିତରେ ଭାଗରେ, କାଲାଭଡ଼ମକୁ, ଆନନ୍ଦମୁଗା ଅନ୍ନଦି ଅଛି ।ଆନ୍ଧ୍ରପ୍ରଦେଶର ଅମରାବତୀରେ ୫୮,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 02nd, 03:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ରଦେଶର ଅମରାବତୀରେ ୫୮,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶ ପ୍ରକଳ୍ପର ଉଦଘାଟନ, ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପବିତ୍ର ଅମରାବତୀ ଭୂମିରେ ଠିଆ ହୋଇ ସେ କେବଳ ଏକ ସହର ନୁହେଁ, ବରଂ ଏକ ସ୍ୱପ୍ନ ସାକାର ହେଉଥିବା ଦେଖନ୍ତି-ଏକ ନୂତନ ଅମରାବତୀ, ଏକ ନୂତନ ଆନ୍ଧ୍ର। ଅମରାବତୀ ହେଉଛି ଏପରି ଏକ ଭୂମି ଯେଉଁଠାରେ ପରମ୍ପରା ଏବଂ ପ୍ରଗତି ଏକା ସାଙ୍ଗରେ ଚାଲିଥାଏ, ଯାହା ଏହାର ବୌଦ୍ଧ ଐତିହ୍ୟର ଶାନ୍ତି ଏବଂ ଏକ ବିକଶିତ ଭାରତ ନିର୍ମାଣର ଶକ୍ତିକୁ ଗ୍ରହଣ କରିଥାଏ, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଆଜି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ କରାଯାଇଛି ଏବଂ ଏହି ପ୍ରକଳ୍ପଗୁଡ଼ିକ କେବଳ କଂକ୍ରିଟ ଢାଞ୍ଚା ନୁହେଁ ବରଂ ଆନ୍ଧ୍ରପ୍ରଦେଶର ଆକାଂକ୍ଷା ଏବଂ ବିକାଶ ପାଇଁ ଭାରତର ଦୃଷ୍ଟିକୋଣର ଦୃଢ଼ ମୂଳଦୁଆ। ଭଗବାନ ବୀରଭଦ୍ର, ଭଗବାନ ଅମରଲିଙ୍ଗେଶ୍ୱର ଏବଂ ତିରୁପତି ବାଲାଜୀଙ୍କୁ ପ୍ରାର୍ଥନା କରି ପ୍ରଧାନମନ୍ତ୍ରୀ ମୋଦୀ ଆନ୍ଧ୍ରପ୍ରଦେଶର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ ମୁଖ୍ୟମନ୍ତ୍ରୀ ଶ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ଉପମୁଖ୍ୟମନ୍ତ୍ରୀ ଶ୍ରୀ ପବନ କଲ୍ୟାଣଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ।ପଡକାଷ୍ଟରେ ଲେକ୍ସ ଫ୍ରିଡମ୍ୟାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପର ଓଡ଼ିଆ ଅନୁବାଦ
March 16th, 11:47 pm
ମୋର ଶକ୍ତି ମୋଦୀ ହେବାରେ ନୁହେଁ; ଏହା ୧୪୦ କୋଟି ଭାରତୀୟଙ୍କ ଠାରୁ ଆସିଛି, ହଜାର ହଜାର ବର୍ଷର ଆମ ଦେଶର ସମୃଦ୍ଧ ସାଂସ୍କୃତିକ ଏବଂ ଐତିହାସିକ ପରମ୍ପରାରୁ ଆସିଛି। ଏହା ହିଁ ମୋର ପ୍ରକୃତ ଶକ୍ତି । ମୁଁ ଯେଉଁଠିକୁ ବି ଯାଏ, ମୁଁ ମୋଦୀ ଭାବେ ଯାଏ ନାହିଁ- ବେଦ ଠାରୁ ଆରମ୍ଭ କରି ବିବେକାନନ୍ଦ ପର୍ଯ୍ୟନ୍ତ ଆମ ସଭ୍ୟତାର ହଜାର ହଜାର ବର୍ଷ ପୁରୁଣା ମହାନ ପରମ୍ପରାକୁ ମୁଁ ସାଙ୍ଗରେ ନେଇ ଯାଇଥାଏ। ମୁଁ ୧୪୦ କୋଟି ଲୋକଙ୍କ ପ୍ରତିନିଧିତ୍ବ କରୁଛି, ସେମାନଙ୍କ ସ୍ୱପ୍ନ ଏବଂ ସେମାନଙ୍କ ଆକାଂକ୍ଷାକୁ ପ୍ରତିନିଧିତ୍ୱ କରୁଛି । ସେଥିପାଇଁ ଯେତେବେଳେ ମୁଁ ବିଶ୍ୱର କୌଣସି ନେତାଙ୍କ ସହ ହାତ ମିଳାଉଛି, ତାହା କେବଳ ମୋଦୀଙ୍କ ହାତ ନୁହେଁ- ଏହା ୧୪୦ କୋଟି ଭାରତୀୟଙ୍କ ହାତ। ମୋର ଶକ୍ତି ମୋର ନୁହେଁ; ଏହା ହେଉଛି ଭାରତର ଶକ୍ତି । ଯେତେବେଳେ ବି ଆମେ ଶାନ୍ତି କଥା କହୁଛୁ, ବିଶ୍ୱ ଶୁଣେ, କାରଣ ଏହା ମହାତ୍ମା ଗାନ୍ଧୀଙ୍କ ଦେଶ ବୁଦ୍ଧଙ୍କ ଭୂମି। ଆମେ ସଂଘର୍ଷକୁ ନୁହେଁ; ଆମେ ଶାନ୍ତିକୁ ସମର୍ଥନ କରୁଛୁ। ଆମେ ପ୍ରକୃତି ସହିତ ସଂଘର୍ଷ ଚାହୁଁନାହୁଁ କିମ୍ବା ଜାତି ମାନଙ୍କ ମଧ୍ୟରେ ସଂଘର୍ଷ ଚାହୁଁନାହୁଁ - ଆମେ ଏପରି ଦେଶ ଯିଏ ସହଯୋଗରେ ବିଶ୍ୱାସ କରୁ । ଶାନ୍ତି ପ୍ରତିଷ୍ଠା ଦିଗରେ ଯଦି ଆମେ କୌଣସି ପ୍ରକାର ଅବଦାନ ଦେଇପାରିବା, ତେବେ ଆମେ ସବୁବେଳେ ତାହା କରିବାକୁ ଚେଷ୍ଟା କରୁଛୁ। ମୋ ଜୀବନ ଅତ୍ୟଧିକ ଦାରିଦ୍ର୍ୟରୁ ବାହାରିଥିଲା, ତଥାପି ଆମେ କେବେ ବି ଏହା ଦ୍ୱାରା ବୋଝ ଅନୁଭବ କରିନଥିଲୁ। ସାରା ଜୀବନ ଜୋତା ପିନ୍ଧିଥିବା ବ୍ୟକ୍ତି ଯଦି ହଠାତ୍ ଏହାକୁ ହରାଇଥାନ୍ତି, ତେବେ ସେମାନେ ହୁଏତ ସଂଘର୍ଷ କରିପାରନ୍ତି। କିନ୍ତୁ ଯେଉଁମାନେ କେବେ ଜୋତା ପିନ୍ଧି ନାହାନ୍ତି, ସେମାନଙ୍କ ପାଇଁ ଏଥିରୁ ବଞ୍ଚିତ ହେବାର କୌଣସି ଭାବନା ନଥାଏ- ଆମେ କେବଳ ସେମାନଙ୍କ ଭଳି ଜୀବନ ଅତିବାହିତ କରୁଛୁ।ଏକ ପଡ୍କାଷ୍ଟରେ ଲେକ୍ସ ଫ୍ରିଡ୍ମ୍ୟାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତକାର
March 16th, 05:30 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ପଡ୍କାଷ୍ଟରେ ଲେକ୍ସ ଫ୍ରିଡ଼ମ୍ୟାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ମନଖୋଲା ଆଲୋଚନାରେ କାହିଁକି ସେ ଉପବାସ କରନ୍ତି ଓ ଉପବାସ କରିବାରେ କିପରି ସକ୍ଷମ ହୁଅନ୍ତି ବୋଲି ପ୍ରଶ୍ନ କରାଯିବାରୁ ଉପବାସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ସମ୍ମାନ ଭାବେ ଗ୍ରହଣ କରିଥିବାରୁ ଲେକ୍ସ ଫ୍ରିଡମ୍ୟାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ ପ୍ରଧାନମନ୍ତ୍ରୀ। ଶ୍ରୀ ମୋଦୀ କହିଥିଲେ, ଭାରତରେ ଧାର୍ମିକ ପରମ୍ପରା ଦୈନନ୍ଦିନ ଜୀବନ ସହିତ ଓତଃପ୍ରୋତ ଭାବେ ଜଡ଼ିତ। ଭାରତର ସୁପ୍ରିମକୋର୍ଟଙ୍କ ବ୍ୟାଖ୍ୟା ଅନୁସାରେ ହିନ୍ଦୁ ଧର୍ମ କେବଳ ଧାର୍ମିକ ବିଧି ବିଧାନ ନୁହେଁ। ବରଂ ଏହା ହେଉଛି ମଣିଷ ଜୀବନକୁ ପଥ ପ୍ରଦର୍ଶନ କରୁଥିବା ଏକ ଦର୍ଶନ। ସେ କହିଥିଲେ ଯେ, ଶୃଙ୍ଖଳିତ ଜୀବନ ପାଇଁ ଉପବାସ ହେଉଛି ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହା ଜଣକର ଅନ୍ତଃ ଓ ବାହ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ। ପ୍ରଧାନମନ୍ତ୍ରୀ କହିଥିଲେ, ଉପବାସ ଜଣକର ଇନ୍ଦ୍ରିୟଗୁଡ଼ିକୁ ଆହୁରି ଶକ୍ତିଶାଳୀ କରିଥାଏ, ସେମାନଙ୍କୁ ଆହୁରି ସମ୍ବେଦନଶୀଳ ଓ ସଚେତନ କରିଥାଏ। ସେ ନିଜ ଅନୁଭବରୁ କହିଥିଲେ ଯେ, ଉପବାସ ସମୟରେ କୌଣସି ଟିକିଏ ସୂକ୍ଷ୍ମ କଥାକୁ ମଧ୍ୟ ଜଣେ ସ୍ପଷ୍ଟ ଭାବେ ମନେ ରଖିପାରେ। ସେ ଆହୁରି କହିଥିଲେ, ଚିନ୍ତନ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିଥାଏ ଉପବାସ। ଏହା ନୂଆ ଦୃଷ୍ଟିକୋଣ ପ୍ରଦାନ କରିବା ସହିତ ଅଭିନବ ଚିନ୍ତନ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିଥାଏ। ଶ୍ରୀ ମୋଦୀ ସ୍ପଷ୍ଟ କରିଥିଲେ ଯେ, କେବଳ ଖାଦ୍ୟ ନ ଖାଇବା ଉପବାସ ନୁହେଁ, ଏହା ହେଉଛି ପ୍ରସ୍ତୁତି ଓ ବିଶୁଦ୍ଧିକରଣର ଏକ ବୈଜ୍ଞାନିକ ପ୍ରକ୍ରିୟା। ସେ କହିଥିଲେ ଯେ, ଉପବାସ କରିବା ପୂର୍ବରୁ ବେଶ୍ କିଛି ଦିନ ଆୟୁର୍ବେଦିକ୍ ଓ ଯୋଗ ଜରିଆରେ ସେ ନିଜ ଶରୀରକୁ ଉପବାସ ପାଇଁ ପ୍ରସ୍ତୁତ କରନ୍ତି। ଏହି ସମୟରେ ନିୟମିତ ଓ ପର୍ଯ୍ୟାପ୍ତ ଭାବେ ପାଣି ପିଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଉପବାସ ଆରମ୍ଭ ହେବା ମାତ୍ରେ ଏହାକୁ ସେ ସମର୍ପଣ ଓ ଆତ୍ମଶୃଙ୍ଖଳା ଏକ କାମ ବୋଲି ବିଚାର କରନ୍ତି। ଏହା ସହିତ ଗଭୀର ଆତ୍ମଚିନ୍ତନ ଓ ଧ୍ୟାନକୁ ଗୁରୁତ୍ୱ ଦିଅନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉପବାସ କରିବାର ଏହି ଅଭ୍ୟାସ ତାଙ୍କର ନିଜ ଜୀବନର ଏକ ଘଟଣାରୁ ଆରମ୍ଭ ହୋଇଥିଲା। ସ୍କୁଲରେ ପଢୁଥିବା ବେଳେ ମହାତ୍ମା ଗାନ୍ଧିଙ୍କ ପ୍ରେରଣାରୁ ହୋଇଥିବା ଏକ ଅଭିଯାନରୁ ଏହା ଆରମ୍ଭ ହୋଇଥିଲା। ଯେତେବେଳେ ସେ ପ୍ରଥମ ଥର ଉପବାସ କରିଥିଲେ, ତାଙ୍କ ଶରୀରରେ ଅଧିକ ଶକ୍ତି ଓ ଚେତନା ଆସିଥିବାର ସେ ଅନୁଭବ କରିଥିଲେ। ଏଥିରୁ ସେ ନିଶ୍ଚିତ ହେଲେ ଯେ, ଉପବାସର ଏକ ବଡ଼ ପରିବର୍ତ୍ତନକାରୀ ଶକ୍ତି ଅଛି। ସେ ଉଲ୍ଲେଖ କରିଥିଲେ, ଉପବାସ ତାଙ୍କୁ ମାନ୍ଦା କରିନଥାଏ, ବରଂ ଏହା ତାଙ୍କ କାର୍ଯ୍ୟଦକ୍ଷତାକୁ ଆହୁରି ବୃଦ୍ଧି କରିଥାଏ। ଉପବାସ ସମୟରେ ତାଙ୍କ ମନକୁ ସ୍ୱତଃପ୍ରବୃତ୍ତ ଭାବେ ସକରାତ୍ମକ ଚିନ୍ତନ ଓ ସୃଜନଶୀଳତା ଆପେ ଆପେ ଆସିଥାଏ। ନିଜକୁ ପରିପ୍ରକାଶ କରିବାରେ ଏହା ଏକ ଅତୁଳନୀୟ ଅନୁଭବ ପ୍ରଦାନ କରିଥାଏ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।'ଏକ ଭାରତ, ଶ୍ରେଷ୍ଠ ଭାରତ'ର ଭାବନା ଆମ ଦେଶକୁ ଶକ୍ତିଶାଳୀ କରୁଛି: 'ମନ୍ କୀ ବାତ୍'ରେ ପ୍ରଧାନମନ୍ତ୍ରୀ ମୋଦୀ
March 26th, 11:00 am
ମୋର ପ୍ରିୟ ଦେଶବାସୀଗଣ, ‘ମନ କି ବାତ୍’ରେ ଆମେ ଏଭଳି ହଜାର ହଜାର ଲୋକଙ୍କ ବିଷୟରେ ଆଲୋଚନା କରିଛୁ, ଯେଉଁମାନେ ଅନ୍ୟମାନଙ୍କ ସେବା ପାଇଁ ନିଜର ଜୀବନକୁ ସମର୍ପିତ କରିଦେଇଥାଆନ୍ତି । ଏଭଳି ଅନେକ ଲୋକ ଥାଆନ୍ତି, ଯେଉଁମାନେ ଝିଅମାନଙ୍କ ଶିକ୍ଷା ପାଇଁ ନିଜର ସାରା ପେନ୍ସନ୍ ଖର୍ଚ୍ଚ କରିଦେଇଥାଆନ୍ତି । କେହି ନିଜ ଜୀବନଯାକର ଉପାର୍ଜନକୁ ପରିବେଶ ଓ ପ୍ରାଣୀ ସେବା ପାଇଁ ସମର୍ପିତ କରିଦେଇଥାଏ । ଆମ ଦେଶରେ ପରମାର୍ଥକୁ ଏତେ ଉଚ୍ଚ ସ୍ଥାନ ଦିଆଯାଇଛି ଯେ, ଅନ୍ୟମାନଙ୍କ ସୁଖ ପାଇଁ ଲୋକେ ନିଜର ସର୍ବସ୍ୱ ଦାନ କରିବାରେ ମଧ୍ୟ କୁଣ୍ଠାବୋଧ କରନ୍ତି ନାହିଁ । ସେଇଥିପାଇଁ ତ ଆମକୁ ପିଲାଦିନେ ଶିବି ଓ ଦଧିଚିଙ୍କ ଭଳି ଦେହ-ଦାନୀଙ୍କ କାହାଣୀ କୁହାଯାଇଥାଏ।ହରିୟାଣାର ଫରିଦାବାଦଠାରେ ଅମୃତା ହସ୍ପିଟାଲର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 24th, 11:01 am
ଅମୃତା ହସ୍ପିଟାଲ ରୂପରେ ଆମ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରୁଥିବା ମାଆ ଅମୃତାନନ୍ଦମୟୀ ମହାଶୟାଙ୍କୁ ମୁଁ ପ୍ରଣାମ କରୁଛି । ସ୍ୱାମୀ ଅମୃତାସ୍ୱରୂପାନନ୍ଦ ପୁରୀ ମହୋଦୟ, ହରିୟାଣାର ରାଜ୍ୟପାଳ ଶ୍ରୀ ବନ୍ଦାରୁ ଦତାତ୍ରେୟ ମହାଶୟ, ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ମହାଶୟ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ କୃଷ୍ଣପାଲ ମହାଶୟ, ହରିୟାଣାର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ଦୁଷ୍ମନ୍ତ ଚୌତାଲା ମହାଶୟ, ଅନ୍ୟ ମହାନୁଭବ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ,ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଫରିଦାବାଦରେ ଅତ୍ୟାଧୁନିକ ହସ୍ପିଟାଲ ଉଦ୍ଘାଟିତ
August 24th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୪.୦୮.୨୦୨୨) ଫରିଦାବାଦଠାରେ ଅତ୍ୟାଧୁନିକ ଅମ୍ରିତ ହସ୍ପିଟାଲର ଉଦ୍ଘାଟନ କରିଛନ୍ତି । ହରିୟାଣା ରାଜ୍ୟପାଳ ଶ୍ରୀ ବନ୍ଦାରୁ ଦତ୍ତାତ୍ରେୟ, ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହାର ଲାଲ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦୁଷ୍ମନ୍ତ ଚୌଥାଲା, କେନ୍ଦ୍ରମନ୍ତ୍ରୀ ଶ୍ରୀ କ୍ରିଷନ ପାଲ ଗୁଜ୍ଜର, ଶ୍ରୀ ମାତା ଅମ୍ରିତାନନ୍ଦ ମୟୀ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ।ରାମ ନବମୀ ଅବସରରେ ଜୁନାଗଡର ଗାଥିଲା ଠାରେ ଉମିୟା ମାତା ମନ୍ଦିରର ୧୪ ତମ ପ୍ରତିଷ୍ଠା ଦିବସ ପାଳନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
April 09th, 04:33 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାମ ନବମୀ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୦ ଏପ୍ରିଲ, ୨୦୨୨ ରେ ଗୁଜରାଟର ଜୁନାଗଡର ଗାଥିଲା ସ୍ଥିତ ଉମିୟା ମାତା ମନ୍ଦିରର ୧୪ ତମ ପ୍ରତିଷ୍ଠା ଦିବସ ପାଳନକୁ ସମ୍ବୋଧିତ କରିବେ ।ପ୍ରଧାନମନ୍ତ୍ରୀ ଅକ୍ଟୋବର ୧୫ ତାରିଖରେ ସୁରଟରେ ସୌରାଷ୍ଟ୍ର ପଟେଲ ସେବା ସମାଜ ଦ୍ୱାରା ର୍ନିମିତ ହଷ୍ଟେଲ ଫେଜ୍ -୧ ର ଭୁମି ପୂଜନ କରିବେ
October 14th, 02:33 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫ ଅକ୍ଟୋବର ପୂର୍ବାହ୍ନ ୧୧ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୁରଟରେ ସୌରାଷ୍ଟ୍ର ପଟେଲ ସେବା ସମାଜ ଦ୍ୱାରା ର୍ନିମିତ ହଷ୍ଟେଲ ଫେଜ୍ -୧ (ବାଳକ ହଷ୍ଟେଲ) ର ଭୁମି ପୂଜନ ସମାରୋହରେ ଅଂଶ ଗ୍ରହଣ କରିବେ ।ରପ୍ତାନିକାରୀଙ୍କ ସମେତ ବ୍ୟାଙ୍କମାନଙ୍କୁ ସହାୟତା ଲାଗି ଆସନ୍ତା ୫ ବର୍ଷ ମଧ୍ୟରେ ଇସିଜିସି ଲିମିଟେଡରେ ୪,୪୦୦ କୋଟି ଟଙ୍କା ପୁଞ୍ଜିନିବେଶ ପ୍ରସ୍ତାବକୁ ସରକାରଙ୍କ ଅନୁମୋଦନ
September 29th, 04:18 pm
ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସରକାର ରପ୍ତାନି କ୍ଷେତ୍ରର ବ୍ୟାପକ ପ୍ରୋତ୍ସାହନ ଲାଗି ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ, ସରକାର ଆଜି ଇସିଜିସି ଲିମିଟେଡରେ ୪,୪୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଇସିଜିସି ପୂର୍ବରୁ ଏକ୍ସପୋର୍ଟ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍ ନାମରେ ପରିଚିତ ଥିଲା। ଆସନ୍ତା ପାଞ୍ଚ ବର୍ଷ ଅର୍ଥାତ୍ ୨୦୨୧-୨୨ ଆର୍ଥିକ ବର୍ଷ ଠାରୁ ୨୦୨୫-୨୦୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଇସିଜିସି ଲିମିଟେଡରେ ଏହି ଅର୍ଥ ନିବେଶ କରାଯିବ। ପ୍ରାରମ୍ଭିକ ପବ୍ଲିକ ଅଫରିଂ ମାଧ୍ୟମରେ ଇସିଜିସିର ଲିଷ୍ଟିଂ ପ୍ରକ୍ରିୟା ସହିତ ଉପଯୁକ୍ତ ଭାବେ ତାଳମେଳ ପ୍ରତିଷ୍ଠା କରିବା ଲାଗି କରାଯାଇଥିବା ପ୍ରୟାସ ସହ ଅନୁମୋଦିତ ପୁଞ୍ଜି ବିନିଯୋଗ ଅଧିକ ରପ୍ତାନିକୁ ସମର୍ଥନ କରିବା ଲାଗି ଇସିଜିସିର ଅଣ୍ଡର ରାଇଟିଂ କ୍ଷମତାକୁ ବଢ଼ାଇବ।କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ନିମନ୍ତେ ଏକ ସମନ୍ୱିତ ବହୁମୁଖୀ ଭିତ୍ତିଭୂମି ବିକାଶ ନିଗମ ପ୍ରତିଷ୍ଠା ପାଇଁ ମନ୍ତ୍ରିମଣ୍ଡଳର ଅନୁମୋଦନ
July 22nd, 04:24 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ପାଇଁ ଏକ ସମନ୍ୱିତ ବହୁମୁଖୀ ଭିତ୍ତିଭୂମି ବିକାଶ ନିଗମ ପ୍ରତିଷ୍ଠା ଲାଗି ମଞ୍ଜୁରି ପ୍ରଦାନ କରିଛି ।ସିଏସଆଇଆର ବୈଠକରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ
June 04th, 10:28 am
କୌଣସି ଦେଶର ଶିଳ୍ପ ଯେତିକି ଉନ୍ନତ ଭାବରେ ବଜାର ସହ ଯୋଡି ହୋଇଥାଏ, ସମନ୍ୱୟ ରଖିଥାଏ, ଆନ୍ତଃ ସଂଯୋଗ ବ୍ୟବସ୍ଥା ରଖିଥାଏ, ସେହି ଦେଶରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସେତିକି ଶୀର୍ଷ ସ୍ଥାନରେ ପହଂଚିିଥାଏ । ଆମ ଦେଶରେ ସିଏସଆଇଆର ବିଜ୍ଞାନ, ସମାଜ ଏବଂ ଶିଳ୍ପସଂସ୍ଥା ସହ ଏହି ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ଏକ ଆନୁଷ୍ଠାନିକ ବ୍ୟବସ୍ଥାର କାର୍ଯ୍ୟ କରୁଛି । ଆମର ଏହି ପ୍ରତିଷ୍ଠାନ ଦେଶକୁ କେତେ ପ୍ରଭିଭା ଦେଇଛି, କେତେ ବୈଜ୍ଞାନିକ ଦେଇଛି । ଶାନ୍ତିସ୍ୱରୂପ ଭଟ୍ଟନାଗରଙ୍କ ଭଳି ମହାନ ବୈଜ୍ଞାନିକ ଏହି ପ୍ରତିଷ୍ଠାନକୁ ନେତୃତ୍ୱ ଦେଇଥିଲେ । ମୁଁ ଯେବେ ବି ଆପଣମାନଙ୍କ ଗହଣକୁ ଆସିଛି ଏବଂ ଏଥିପାଇଁ ପ୍ରତ୍ୟେକ ଥର ଏହି ବିଷୟ ଉପରେ ଗୁରୁତ୍ୱ ଦେଇଛି ଯେ, ଯେତେବେଳେ କୌଣସି ଅନୁଷ୍ଠାନର ଏତେ ମହାନ୍ ପରମ୍ପରା ରହିଛି, ତାହାହେଲେ ଭବିଷ୍ୟତ ପାଇଁ ଏହାର ଦାୟିତ୍ୱ ମଧ୍ୟ ସେତିକି ବଢିଯାଉଛି । ଆଜି ମଧ୍ୟ ମୋର ଆଉ ଦେଶର, ଏପରିକି ମାନବ ଜାତିର ଆପଣ ସମସ୍ତଙ୍କଠାରୁ ଅନେକ କିଛି ଆଶା ରହିଛି, ବୈଜ୍ଞାନିକମାନଙ୍କଠାରୁ, ବୈଷୟିକବିତମାନଙ୍କଠାରୁ ଢେର୍ ଆଶା ରହିଛି ।ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସିଏସଆଇଆର ସୋସାଇଟିର ବୈଠକ ଅନୁଷ୍ଠିତ
June 04th, 10:27 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ପରିଷଦ (ସିଏସଆଇଆର) ସୋସାଇଟିର ବୈଠକ ଭିଡ଼ିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି ।ଡ. ହରେକୃଷ୍ଣ ମହତାବଙ୍କ ରଚିତ ଓଡ଼ିଶା ଇତିହାସର ହିନ୍ଦୀ ସଂସ୍କରଣ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
April 09th, 12:18 pm
କାର୍ଯ୍ୟକ୍ରମରେ ମୋ ସହିତ ଉପସ୍ଥିତ ଲୋକସଭା ସାଂସଦ ତଥା ସଂସଦୀୟ ଜୀବନରେ ଜଣେ ଉତ୍ତମ ସାଂସଦ ଭାବେ କାମ କରି ଅନ୍ୟମାନଙ୍କ ପାଇଁ ଜ୍ବଳନ୍ତ ଉଦାହରଣ ସୃଷ୍ଟି କରିଥିବା ଭାଇ ଭର୍ତ୍ତୃହରି ମହତାବ ମହାଶୟ, ଧର୍ମେନ୍ଦ୍ର ପ୍ରଧାନ ମହାଶୟ, ଅନ୍ୟ ବରିଷ୍ଠ ମହାନୁଭବ, ଭାଇ ଓ ଭଉଣୀମାନେ! ମୋ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ ଯେ ମୋତେ ‘ଉତ୍କଳ କେଶରୀ’ ହରେକୃଷ୍ଣ ମହାତାବ ଜୀଙ୍କ ସହ ଜଡ଼ିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ଅବସର ମିଳିଛି। ପାଖାପାଖି ଦେଢ଼ ବର୍ଷ ପୂର୍ବେ ଆମେ ସମସ୍ତେ ‘ଉତ୍କଳ କେଶରୀ’ ହରେକୃଷ୍ଣ ମହତାବ ଜୀଙ୍କ 120ତମ ଜୟନ୍ତୀକୁ ଏକ ବହୁତ ବଡ଼ ପ୍ରେରଣାର ଅବସର ରୂପରେ ପାଳନ କରିଥିଲୁ। ଆଜି ଆମେ ତାଙ୍କ ପ୍ରସିଦ୍ଧ ପୁସ୍ତକ “ଓଡ଼ିଶା ଇତିହାସ”ର ହିନ୍ଦୀ ସଂସ୍କରଣକୁ ଲୋକାର୍ପଣ କରୁଛୁ। ଓଡ଼ିଶାର ବ୍ୟାପକ ଏବଂ ବିବିଧତାପୂର୍ଣ୍ଣ ଇତିହାସ ଦେଶର ଲୋକମାନଙ୍କ ନିକଟରେ ପହଞ୍ଚୁ, ଏହା ଅତ୍ୟନ୍ତ ଆବଶ୍ୟକ। ଓଡ଼ିଆ ଓ ଇଂରାଜୀ ପରେ ହିନ୍ଦୀ ସଂସ୍କରଣ ଜରିଆରେ ଆପଣମାନେ ଏହି ଆବଶ୍ୟକତାକୁ ପୂରଣ କରିଛନ୍ତି। ମୁଁ ଏହି ଅଭିନବ ପ୍ରୟାସ ପାଇଁ ଭାଇ ଭର୍ତ୍ତୃହରି ମହତାବ, ହରେକୃଷ୍ଣ ମହତାବ ଫାଉଣ୍ଡେସନ ଓ ବିଶେଷ କରି ଶଙ୍କରଲାଲ ପୁରୋହିତଙ୍କୁ ଧନ୍ୟବାଦ ଜଣାଉଛି ଏବଂ ହାର୍ଦ୍ଦିକ ଶୁଭକାମନା ମଧ୍ୟ ଜ୍ଞାପନ କରୁଛି।ଡକ୍ଟର ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ ଓଡିଶା ଇତିହାସର ହିନ୍ଦୀ ସଂସ୍କରଣ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚି
April 09th, 12:17 pm
ଉତ୍କଳ କେଶରୀ ଡକ୍ଟର ହରକେୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ ଓଡିଶାର ଇତିହାସର ହିନ୍ଦୀ ଅନୁବାଦ ଓ ସଂସ୍କରଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉନ୍ମୋଚନ କରିଛନ୍ତି । ଓଡିଆ ଏବଂ ଇଂରାଜୀରେ ଉପଲବ୍ଧ ଏହି ପୁସ୍ତକକୁ ଶ୍ରୀ ଶଙ୍କରଲାଲ ପୁରୋହିତ ହିନ୍ଦୀରେ ଅନୁବାଦ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କଟକ ଲୋକସଭା ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ଏହି ଅବସରରେ ଉପସ୍ଥିତ ଥିଲେ ।PM Modi requests spiritual leaders to promote Aatmanirbhar Bharat by going vocal for local
November 16th, 12:46 pm
PM Modi unveiled ‘Statue of Peace’ to mark the 151st birth anniversary celebrations of Jainacharya Shree Vijay Vallabh Surishwer Ji Maharaj. Reiterating his stress on ‘vocal for local’ Shri Modi requested that as happened during the freedom struggle, all the spiritual leaders should amplify the message of Aatmanirbhar Bharat.151ତମ ଜନ୍ମବାର୍ଷିକୀ ସମାରୋହ ଅବସରରେ ଜୈନାଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରୀଶ୍ଵର ଜୀ ମହାରାଜଙ୍କ ‘ଶାନ୍ତିର ପ୍ରତିମୂର୍ତ୍ତି’ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉନ୍ମୋଚିତ
November 16th, 12:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ଜୈନାଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରୀଶ୍ଵର ଜୀ ମହାରାଜଙ୍କ 151ତମ ଜନ୍ମବାର୍ଷିକୀ ଅବସରରେ ତାଙ୍କର ‘ଶାନ୍ତିର ପ୍ରତିମୂର୍ତ୍ତି’କୁ ଉନ୍ମୋଚନ କରିଛନ୍ତି । 151 ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି ପ୍ରତିମୂର୍ତ୍ତି ଅଷ୍ଟଧାତୁରେ ନିର୍ମିତ ହୋଇଛି । ତମ୍ବାରେ ପ୍ରତିମୂର୍ତ୍ତିର ଅଧିକାଂଶ ଅଂଶ ନିର୍ମିତ ହୋଇଥିବା ବେଳେ ଏହା ରାଜସ୍ଥାନର ପାଲି ନିକଟସ୍ଥ ଚେତପୁରାର ବିଜୟବଲ୍ଲଭ ସାଧନା କେନ୍ଦ୍ରଠାରେ ସ୍ଥାପନ କରାଯାଇଛି ।Balasaheb Vikhe Patil Ji's work for the progress of poor, efforts towards education in Maharashtra will inspire generations to come: PM
October 13th, 11:01 am
PM Narendra Modi released the biography of late Dr. Balasaheb Vikhe Patil. Speaking on the occasion, PM Modi said, Balasaheb’s work for the progress of poor, efforts towards education and success of cooperative in Maharashtra will inspire generations to come.