India-France Year of Innovation is our shared commitment to innovate and lead: PM Modi at the India-France Innovation Forum
February 18th, 12:07 pm
In his address at the India-France Innovation Forum in Mumbai, PM Modi said that he and President Macron have decided to celebrate 2026 as the India-France Year of Innovation. Highlighting the government’s achievements in innovation over the past decade, he urged industry leaders to join the Atal Innovation Mission. He called on everyone to join hands with India to build a future where technology serves humanity and progress is inclusive.'ବିକଶିତ ଭାରତ'ର ସଂକଳ୍ପ ନିଶ୍ଚିତ ଭାବରେ ପୂରଣ ହେବ: ମନ କୀ ବାତରେ ପ୍ରଧାନମନ୍ତ୍ରୀ ମୋଦୀ
December 28th, 11:30 am
ବର୍ଷର ଶେଷ ମନ କୀ ବାତ ଏପିସୋଡରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ 2025ରେ ଭାରତ ଜାତୀୟ ସୁରକ୍ଷା, କ୍ରୀଡା, ବିଜ୍ଞାନ ପ୍ରୟୋଗଶାଳା ଏବଂ ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ନିଜର ଛାପ ସୃଷ୍ଟି କରିଥିଲା। ସେ ଆଶା ପ୍ରକାଶ କରିଥିଲେ ଯେ ଦେଶ 2026 ରେ ନୂତନ ସଂକଳ୍ପ ସହିତ ଆଗକୁ ବଢ଼ିବାକୁ ପ୍ରସ୍ତୁତ। ପ୍ରଧାନମନ୍ତ୍ରୀ ମଧ୍ୟ ଯୁବ-କୈନ୍ଦ୍ରିକ ପଦକ୍ଷେପ ଯେପରିକି ବିକଶିତ ଭାରତ ଯୁବ ନେତା ସଂଳାପ, କୁଇଜ୍ ପ୍ରତିଯୋଗିତା, ସ୍ମାର୍ଟ ଇଣ୍ଡିଆ ହାକାଥନ୍ 2025 ଏବଂ ଫିଟ୍ ଇଣ୍ଡିଆ ଆନ୍ଦୋଳନ ଉପରେ ଆଲୋକପାତ କରିଥିଲେ।ଭାରତ ସିଙ୍ଗାପୁର ମିଳିତ ବିବୃତ୍ତି
September 04th, 08:04 pm
ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଶ୍ରୀ ଲରେନ୍ସ ୱଙ୍ଗଙ୍କ ଭାରତକୁ ସରକାରୀ ଗସ୍ତ ଅବସରରେ, ଭାରତ ଓ ସିଙ୍ଗାପୁର ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗୀତା ପାଇଁ ରୋଡମ୍ୟାପ ଉପରେ ମିଳିତ ବିବୃତ୍ତିସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତିରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 04th, 12:45 pm
ଦାୟିତ୍ୱ ଗ୍ରହଣ କରିବା ପରେ, ପ୍ରଧାନମନ୍ତ୍ରୀ ୱଙ୍ଗଙ୍କ ପ୍ରଥମ ଭାରତ ଗସ୍ତ ପାଇଁ, ମୁଁ ତାଙ୍କୁ ସହୃଦୟ ସ୍ୱାଗତ କରୁଛି। ଏହି ଗସ୍ତ ଆହୁରି ସ୍ୱତନ୍ତ୍ର, କାରଣ ଏହି ବର୍ଷ ଆମେ ଆମର ସମ୍ପର୍କର ୬୦ତମ ବାର୍ଷିକୀ ପାଳନ କରୁଛୁ ।ରିପବ୍ଲିକ ପ୍ଲେନାରୀ ଶିଖର ସମ୍ମିଳନୀ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 06th, 08:05 pm
ଆପଣମାନେ ସବୁ ଥକି ପଡିଥିବେ? ଅର୍ଣ୍ଣବର ଉଚ୍ଚ ଶବ୍ଦ ଯୋଗୁଁ କାନ ନିଶ୍ଚିତ ଭାବେ ଥକି ଯାଇଥିବ। ବସନ୍ତୁ ଅର୍ଣ୍ଣବ, ଏହି ସମୟ ନିର୍ବାଚନର ସମୟ ନୁହେଁ। ସର୍ବ ପ୍ରଥମେ, ମୁଁ ରିପବ୍ଲିକ୍ ଟିଭିକୁ ତା’ର ଅଭିନବ ପ୍ରୟାସ ପାଇଁ ଅନେକ ଧନ୍ୟବାଦ ଦେଉଛି। ଆପଣମାନେ ଯୁବପିଢିକୁ ତ୍ରୂଣମୂଳ ସ୍ତରରେ ସାମିଲ କରି, ଏତେ ବଡ଼ ପ୍ରତିଯୋଗିତା କରାଇ ତାଙ୍କୁ ଏଠାକୁ ନେଇ ଆସିଛନ୍ତି। ଯେତେବେଳେ ଦେଶର ଯୁବବର୍ଗ ଜାତୀୟ ଆଲୋଚନାରେ ସାମିଲ ହୁଅନ୍ତି, ସେତେବେଳେ ବିଚାରରେ ନୂତନତା ଆସେ, ସେ ସମ୍ପୂର୍ଣ୍ଣ ପରିବେଶକୁ ଏକ ନୂତନ ଶକ୍ତିରେ ପରିପୂର୍ଣ୍ଣ କରେ ଏବଂ ଏହି ଶକ୍ତିକୁ ଆମେ ଏବେ ଏଠାରେ ମଧ୍ୟ ଅନୁଭବ କରୁଛୁ। ଏକ ପ୍ରକାରରେ ଆମେ ଯୁବକମାନଙ୍କର ଯୋଗଦାନ ଦ୍ୱାରା ପ୍ରତିବନ୍ଧକ ଗୁଡ଼ିକୁ ପ୍ରତିହତ କରିପାରୁ। ନିର୍ଦ୍ଧାରିତ ସୀମାଠାରୁ ଉପରକୁ ଯାଇପାରୁ, ଏମିତି କୌଣସି ଲକ୍ଷ୍ୟ ନାହିଁ, ଯାହାକୁ ଆମେ ପୂରଣ କରି ନ ପାରୁ। ଏମିତି କୌଣସି ଉଦ୍ଦେଶ୍ୟ ବାକି ରହେ ନାହିଁ ଯାହା ପର୍ଯ୍ୟନ୍ତ ପହଞ୍ଚି ନ ହେବ। ରିପବ୍ଲିକ୍ ଟିଭି ଏହି ସମ୍ମିଳନୀ ପାଇଁ ଏକ ନୂତନ କନ୍ସେପ୍ଟ ଉପରେ କାମ କରିଛି। ମୁଁ ଏହି ସମ୍ମିଳନୀର ସଫଳତା ପାଇଁ ଆପଣମାନଙ୍କୁ ବହୁତ-ବହୁତ ଧନ୍ୟବାଦ ଜଣାଉଛି, ଆପଣଙ୍କୁ ଅଭିନନ୍ଦନ ଜଣାଉଛି। ଏଥିରେ ମୋର ମଧ୍ୟ କିଛି ସ୍ୱାର୍ଥ ନିହିତ ଅଛି, ପ୍ରଥମତଃ ମୁଁ ପୂର୍ବରୁ ଏକ ଲକ୍ଷ ନବଯୁବକଙ୍କୁ ରାଜନୀତିକୁ ଆଣିବା ପାଇଁ ଚେଷ୍ଟା ଜାରି ରଖିଛି, ଏବଂ ସେହି ଏକ ଲକ୍ଷ ଯେଉଁମାନେ ତାଙ୍କର ପରିବାରରେ ପ୍ରଥମ ଥିବେ, ଏଥିପାଇଁ ଏହି ସମାରୋହଟି ମୋର ଉଦ୍ଦେଶ୍ୟ ପୂରଣ ପାଇଁ ଭୂମିକା ପ୍ରସ୍ତୁତ କରିବାରେ ସାହାଯ୍ୟ କରୁଛି। ଦ୍ୱିତୀୟଟି, ମୋର ବ୍ୟକ୍ତିଗତ ଲାଭ ଅଟେ, ବ୍ୟକ୍ତିଗତ ଲାଭଟି ହେଉଛି ଯେ 2029ରେ ଯେଉଁମାନେ ଭୋଟ ଦେବାକୁ ଯିବେ, ସେମାନଙ୍କୁ ଜଣାନାହିଁ ଯେ, 2014 ପୂର୍ବରୁ ସାମ୍ପ୍ରତିକ ସମ୍ବାଦପତ୍ରର ହେଡଲାଇନ କିପରି ଥିଲା, ସେମାନେ ଜାଣନ୍ତି ନାହିଁ, 10-10, 12-12 ଲକ୍ଷ କୋଟିର ଘୋଟାଲା ହେଉ ଥିଲା, ସେମାନେ ଜାଣନ୍ତି ନାହିଁ, ଯେତେବେଳେ ସେମାନେ 2029ରେ ଭୋଟ ଦେବାକୁ ଯିବେ, ସେମାନଙ୍କ ସାମ୍ନାରେ ତୁଳନା ପାଇଁ କିଛି ନଥିବ ଏବଂ ଏଥିପାଇଁ ମତେ ସେହି ମାପଦଣ୍ଡରୁ ପାର ହେବାକୁ ହେବ, ଏବଂ ମୋର ଦୃଢ ବିଶ୍ୱାସ ଅଛି, ଯେ ପ୍ରସ୍ତୁତ କରାଯାଇଥିବା ଏହି ଭୂମିକା ସେତେବେଳେ ଏହି କାମକୁ ଶକ୍ତ କରିଦେବ।ରିପ୍ଲବିକ ପ୍ଲିନାରୀ ସମିଟ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ
March 06th, 08:00 pm
ଗୁରୁବାର ଦିନ ନୂଆଦିଲ୍ଲୀର ଭାରତ ମଣ୍ଡପରେ ଆୟୋଜିତ ରିପ୍ଲବିକ ପ୍ଲିନାରୀ ସମିଟ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ । ସମବେତ ଜନତାକୁ ଉଦବୋଧନ ଦେଇ ତୃଣମୂଳସ୍ତରରେ ଯୁବକମାନଙ୍କୁ ସର୍ଜନାତ୍ମକ କାର୍ଯ୍ୟରେ ବିନିଯୋଗ କରି ହାକାଥନ ପ୍ରତିଯୋଗିତା ଆୟୋଜନ କରିଥିବାରୁ ରିପବ୍ଲିକ ଟିଭିକୁ ସେ ଧନ୍ୟବାଦ ଜଣାଇଥିଲେ । ଯେତେବେଳେ ଦେଶର ଯୁବକମାନେ ଜାତୀୟ ସମ୍ପାନରେ ନିଜକୁ ନିୟୋଜିତ କରିଥାନ୍ତି ସେତେବେଳେ ନୂଆ ଆଇଡିଆ ସୃଷ୍ଟି ହୋଇ ସମଗ୍ର ବାତାବରଣକୁ ସେମାନଙ୍କର ଊର୍ଜାରେ ଭରି ଦେଇଥାନ୍ତି । ଏହି ସମିଟରେ ସେହିପ୍ରକାର ଊର୍ଜା ପରିଲକ୍ଷିତ ହୋଇଥିବା ସେ କହିଥିଲେ । ସବୁ ପ୍ରକାର ବାଧାକୁ ଯୁବକମାନଙ୍କ ସମ୍ପୃକ୍ତି ହିଁ ଦୂର କରିଥାଏ ଓ ପ୍ରତି ଲକ୍ଷ୍ୟ ହାସଲ କରିବାକୁ ପ୍ରେରଣା ଦେଇଥାଏ । ଏହି ସମିଟ ପାଇଁ ଏକ ନୂଆ ଚିନ୍ତାଧାରା ନେଇ ରିପବ୍ଲିକ ଟିଭି କାମ କରୁଥିବାରୁ ସେ ପ୍ରଶଂସା କରିଥିଲେ । କୌଣସି ରାଜନୈତିକ ପୃଷ୍ଠଭୂମି ନଥାଇ ଏକ ଲକ୍ଷ ଯୁବକଙ୍କୁ ରାଜନୀତିକୁ ଆଣିବାକୁ ତାଙ୍କ ଚିନ୍ତାଧାରା ରହିଥିବା ସେ କହିଥିଲେ ।Hackathon solutions are proving to be very useful for the people of the country: PM Modi
December 11th, 05:00 pm
PM Modi interacted with young innovators at the Grand Finale of Smart India Hackathon 2024 today, via video conferencing. He said that many solutions from the last seven hackathons were proving to be very useful for the people of the country.ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୨୪ର ଅଂଶଗ୍ରହଣକାରୀମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 11th, 04:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୨୪ର ଗ୍ରାଣ୍ଡ ଫାଇନାଲରେ ଯୁବ ଉଦ୍ଭାବକମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ତାଙ୍କ ଅଭିଭାଷଣରୁ 'ସବକା ପ୍ରୟାସ'ର ପୁନରାବୃତ୍ତି ବିଷୟରେ ମନେ ପକାଇଥିଲେ। ଆଜିର ଭାରତ 'ସବକା ପ୍ରୟାସ' କିମ୍ବା ସମସ୍ତଙ୍କ ପ୍ରୟାସ ଦ୍ୱାରା ଦ୍ରୁତ ଗତିରେ ଅଗ୍ରଗତି କରିପାରିବ ଏବଂ ଆଜିର ଅବସର ଏକ ଉଦାହରଣ ବୋଲି ସେ କହିଛନ୍ତି। ମୁଁ ସ୍ମାର୍ଟ ଇଣ୍ଡିଆ ହାକାଥନର ଗ୍ରାଣ୍ଡ ଫାଇନାଲକୁ ଉତ୍ସାହର ସହ ଅପେକ୍ଷା କରିଛି, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ସେ ଯୁବ ଉଦ୍ଭାବକମାନଙ୍କ ମଧ୍ୟରେ ଥାଆନ୍ତି ସେତେବେଳେ ତାଙ୍କୁ କିଛି ନୂଆ ଶିଖିବାର ଏବଂ ବୁଝିବାର ସୁଯୋଗ ମିଳିଥାଏ । ଯୁବ ଉଦ୍ଭାବକମାନଙ୍କ ପ୍ରତି ତାଙ୍କର ଉଚ୍ଚ ଆଶା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକବିଂଶ ଶତାବ୍ଦୀର ଭାରତକୁ ଭିନ୍ନ ଦୃଷ୍ଟିରେ ଦେଖିବା ନିମନ୍ତେ ସେମାନଙ୍କର ଦୃଷ୍ଟିକୋଣ ରହିଛି । ତେଣୁ, ଶ୍ରୀ ମୋଦୀ କହିଥିଲେ, ଆପଣଙ୍କର ସମାଧାନ ମଧ୍ୟ ଭିନ୍ନ ଏବଂ ଯେତେବେଳେ ଏକ ନୂତନ ଚ୍ୟାଲେଞ୍ଜ ଆସେ, ଆପଣ ନୂତନ ଏବଂ ଅନନ୍ୟ ସମାଧାନ ବାହାର କରନ୍ତି। ପ୍ରଧାନମନ୍ତ୍ରୀ ଅତୀତରେ ହୋଇଥିବା ହାକାଥନ କଥା ମନେ ପକାଇ କହିଥିଲେ, ସେଥିରେ ପ୍ରଦାନ କରାଯାଇଥିବା ସମାଧାନଗୁଡ଼ିକୁ ବିଭିନ୍ନ ମନ୍ତ୍ରଣାଳୟରେ ବ୍ୟବହାର କରାଯାଉଛି । ଶ୍ରୀ ମୋଦୀ ଅଂଶଗ୍ରହଣକାରୀଙ୍କ ବିଷୟରେ ଅଧିକ ଜାଣିବାପାଇଁ ଆଗ୍ରହ ପ୍ରକାଶ କରିଥିଲେ ଏବଂ ବାର୍ତ୍ତାଳାପ ଆରମ୍ଭ କରିଥିଲେ ।ଡିସେମ୍ବର ୧୧ ରେ ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୪ର ଅଂଶଗ୍ରହଣକାରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
December 09th, 07:38 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧ ଡିସେମ୍ବର ୨୦୨୩ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୨୪ର ଗ୍ରାଣ୍ଡ ଫାଇନାଲରେ ଯୁବ ଉଦ୍ଭାବକମାନଙ୍କ ସହ ଆଲୋଚନା କରିବେ । ଗ୍ରାଣ୍ଡ ଫାଇନାଲରେ ୧୩୦୦ରୁ ଅଧିକ ଛାତ୍ର ଦଳ ଅଂଶଗ୍ରହଣ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବେ।ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକଙ୍କ ୫୯ତମ ସର୍ବଭାରତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ
December 01st, 07:49 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩୦ ନଭେମ୍ବରରୁ ୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ପୁଲିସ ମହାନିର୍ଦ୍ଦେଶକ / ମହାନିରୀକ୍ଷକମାନଙ୍କର ୫୯ତମ ସର୍ବଭାରତୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି ।World is confident that in India it will find low-cost, quality, sustainable, scalable solutions to global challenges: PM
December 19th, 11:32 pm
PM Modi interacted with the participants of the Grand Finale of Smart India Hackathon 2023 and addressed them via video conferencing. Addressing the young innovators and domain experts, PM Modi reiterated the importance of the current time period that will decide the direction of the next one thousand years. The Prime Minister asked them to understand the uniqueness of the current time as many factors have come together, such as India being one of the youngest countries in the world, its talent pool, stable and strong government, booming economy and unprecedented emphasis on science and technology.ସ୍ମାର୍ଟ ଇଣ୍ଡିଆ ହକାଥନ ୨୦୨୩ ସମାରୋହ
December 19th, 09:30 pm
ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ମହୀଶୂରୁସ୍ଥିତ ଜାତୀୟ ଯାନ୍ତ୍ରିକ ପ୍ରତିଷ୍ଠାନର ଶ୍ରୀ ସୈକେତ ଦାସ ଓ ପ୍ରତୀକ ଶାହାଙ୍କ ସହ ବାର୍ତ୍ତାଳାପ କରିଥିଲେ । ସେମାନେ ପରିବହନ ରଣନୀତିକ ବ୍ୟବସ୍ଥା ବିଷୟ ଉପରେ କାର୍ଯ୍ୟ କରୁଛନ୍ତି । ସେମାନେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ରେଳବାଇ ପ୍ରଗତି ଉପରେ ଏକ ଆଇଓଟି ପଦ୍ଧତି ତିଆରି କରୁଛନ୍ତି । ପ୍ରଧାନମନ୍ତ୍ରୀ ସେମାନଙ୍କୁ କହିଥିଲେ ଯେ ହକାଥନ ମଧ୍ୟ ତାଙ୍କ ନିମନ୍ତେ ଶିଖିବାର ସୁଯୋଗ ଓ ସେ ଏହାକୁ ଉତ୍ସୁକତାର ସହ ଅନାଇ ବସିବା ସହ ଏହାର ଅଂଶଗ୍ରହଣକାରୀ ମାନଙ୍କ ସହ କଥାବାର୍ତ୍ତା କରିବା ପାଇଁ ବ୍ୟଗ୍ର । ଅଂଶଗ୍ରହଣକାରୀ ମାନଙ୍କ ମୁହଁର ସକାରାତ୍ମକତା ଓ ଦୁର୍ବଳତା ଦେଖି ପ୍ରଧାନମନ୍ତ୍ରୀ ସେମାନଙ୍କ ଉତ୍ସାହ, ଇଚ୍ଛାଶକ୍ତି ଓ ଦେଶ ଗଠନ ପାଇଁ ଆଶା ଆକାଂକ୍ଷା ଭାରତୀୟ ଯୁବାଶକ୍ତିର ପରିଚୟ ପାଲଟିଛି ବୋଲି କହିଥିଲେ । ଦଳରେ ବଂଲାଦେଶର ଅଂଶଗ୍ରହଣକାରୀ ମଧ୍ୟ ଅଛନ୍ତି । ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଯେ ସେମାନେ ରେଳବାଇ ୱାଗନରେ କୋଇଲାର ସ୍ୱଳ୍ପ ଓ ଅଧିକ ବୋଝେଇ ସମସ୍ୟାର ଅନୁଧ୍ୟାନ କରୁଛନ୍ତି । ଯେଉଁଥିପାଇଁ କ୍ଷତି ସହ ଜରିମାନା ମଧ୍ୟ ପଡୁଛି । ସେମାନେ ସେଥିପାଇଁ ଆଇଓଟି ଓ କୃତ୍ରିମ ମେଧାଯୁକ୍ତ ବୈଷୟିକ ଜ୍ଞାନର ଉପଯୋଗ କରୁଛନ୍ତି । ଏହି ଦଳରେ ବାଂଲାଦେଶ ଓ ଭାରତରୁ ତିନିଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ଅବସ୍ଥାନ୍ତର ପର୍ଯ୍ୟାୟ ଦେଇ ଗତି କରୁଥିବା ଭାରତୀୟ ରେଳବାଇ ସେମାନଙ୍କ ଉଦ୍ୟମ ଯୋଗୁ ଉପକୃତ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ରଣନୀତି ହିଁ ମୁଖ୍ୟ ଓ ଅନେକ ବାଂଲାଦେଶୀ ବିଦ୍ୟାର୍ଥୀ ଭବିଷ୍ୟତରେ ଭାରତ ଆସି ଏହି କାର୍ଯ୍ୟରେ ସାମିଲ ହେଲେ ଏଭଳି ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ଅନେକ ସୁଯୋଗ ଆଣିଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।ଡିସେମ୍ବର୧୯ରେ ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୩ର ଗ୍ରାଣ୍ଡ ଫିନାଲେରେ ଅଂଶଗ୍ରହଣକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
December 18th, 06:52 pm
ପ୍ରଧାନମନ୍ତ୍ରୀଙ୍କ ଯୁବ ନେତୃତ୍ୱାଧୀନ ବିକାଶର ଦୃଷ୍ଟିକୋଣ ଅନୁଯାୟୀ ସ୍ମାର୍ଟ ଇଣ୍ଡିଆ ହାକାଥନ୍ (ଏସ୍ଆଇଏଚ୍) ହେଉଛି ସରକାରଙ୍କ ମନ୍ତ୍ରଣାଳୟ ଏବଂ ବିଭାଗ, ଶିଳ୍ପ ଏବଂ ଅନ୍ୟାନ୍ୟ ସଂଗଠନର ଜଟିଳ ସମସ୍ୟାର ସମାଧାନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଏକ ମଞ୍ଚ ପ୍ରଦାନ କରିବା ପାଇଁ ଏକ ଦେଶବ୍ୟାପୀ ପଦକ୍ଷେପ । ୨୦୧୭ରେ ଶୁଭାରମ୍ଭ ହୋଇଥିବା ସ୍ମାର୍ଟ ଇଣ୍ଡିଆ ହାକାଥନ୍ ଯୁବ ଉଦ୍ଭାବକମାନଙ୍କ ମଧ୍ୟରେ ବ୍ୟାପକ ଲୋକପ୍ରିୟତା ହାସଲ କରିଛି। ଗତ ପାଞ୍ଚଟି ସଂସ୍କରଣରେ, ବିଭିନ୍ନ ଡୋମେନ୍ରେ ଅନେକ ଅଭିନବ ସମାଧାନ ଉଭା ହୋଇଛି ଏବଂ ପ୍ରତିଷ୍ଠିତ ଷ୍ଟାର୍ଟଅପ୍ ଭାବରେ ଉଭା ହୋଇଛି।ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୨ର ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଅଭିଭାଷଣ
August 25th, 08:01 pm
ବାସ୍ତବିକ, ତୁମେମାନେ ସଭିଏଁ ଇନୋଭେଟର୍ସମାନେ ମିଳିତ ଭାବେ, ପରସ୍ପର ମଧ୍ୟରେ ଆଲୋଚନା କରୁଥିବା ଦେଖି ମୋତେ ଖୁବ୍ ଆନନ୍ଦ ଲାଗୁଛି । ଏଭଳି ନୂଆ ନୂଆ ବିଷୟମାନ ତୁମମାନଙ୍କ ମନକୁ ଛୁଇଁଛି, ତୁମମାନଙ୍କ ଭଳି ଯୁବକମାନେ ନିଜ କାର୍ଯ୍ୟରେ ଯେଉଁ ନବୀନତା ଆଣିପାରିଛ, ଯେଉଁ ଆତ୍ମବିଶ୍ୱାସର ସହିତ କାର୍ଯ୍ୟ କରୁଛ, ଏହା ମୋ ଭଳି ଅନେକ ଲୋକଙ୍କ ନିମନ୍ତେ କିଛି ନା କିଛି ନୂଆ କରି ଦେଖାଇବାର ପ୍ରେରଣାରେ ପରିଣତ ହେଉଛି । ଏକ ପ୍ରକାର କହିଲେ ତୁମେମାନେ ପ୍ରେରଣାର ଉତ୍ସ ବନିଯାଇଛ, ତେଣୁ ତୁମମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ବଧେଇ ଜଣାଉଛି ।ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୨୨ ର ଗ୍ରାଣ୍ଡ୍ ଫାଇନାଲ୍ କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
August 25th, 08:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୨୨ ର ଗ୍ରାଣ୍ଡ୍ ଫାଇନାଲକୁ ସମ୍ବୋଧିତ କରିଛନ୍ତି ।ଅଗଷ୍ଟ ୨୫ତାରିଖ ଦିନ ସ୍ମାର୍ଟ ଇଣ୍ଡିଆ ହାକାଥନ
August 23rd, 04:23 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୫ ତାରିଖ ରାତି ଆଠଟା ବେଳେ ସ୍ମାର୍ଟ ଇଣ୍ଡିଆ ହାକାଥନ-୨୦୨୨ର ଭବ୍ୟ ଉଦ୍ଯାପନୀ ସମାରୋହକୁ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ସମ୍ବୋଧନ କରିବେ ।ମଧ୍ୟପ୍ରଦେଶ ଷ୍ଟାର୍ଟ ଅପ ନୀତିର ଶୁଭାରମ୍ଭ ଅବସରରେ ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୂଳ ପାଠ
May 14th, 09:59 am
ଆପଣମାନେ ସମସ୍ତେ ଦେଖିଥିବେ ବୋଧହୁଏ ମୁଁ ମଧ୍ୟପ୍ରଦେଶର ଯୁବ ପ୍ରତିଭାମାନଙ୍କ ସହିତ, ଷ୍ଟାର୍ଟ ଅପଗୁଡିକ ସହ ଯୋଡି ହୋଇଥିବା କେତେକ ଯୁବକମାନଙ୍କ ସହ ଆଲୋଚନା କରୁଥିଲି ଏବଂ ମୁଁ ଅନୁଭବ କରୁଥିଲି, ଆପଣମାନେ ସମସ୍ତେ ମଧ୍ୟ ଅନୁଭବ କରୁଥିବେ ଏବଂ ଆଉ ଗୋଟିଏ କଥା ନିଶ୍ଚିତ ଯେ ଯେତେବେଳେ ହୃଦୟରେ ପ୍ରବଳ ଆଗ୍ରହ ଥିବ, ନୂତନ ଉନ୍ମାଦନା ଥିବ, ନବସୃଜନର ଉତ୍ସାହ ଥିବ ତାହାହେଲେ ତାର ପ୍ରଭାବ ସ୍ପଷ୍ଟ ଦୃଶ୍ୟମାନ ହୋଇଥାଏ ଏବଂ ଉତ୍ସାହ ତ ଆଜି ଏଭଳି ଭାଷଣ ମଧ୍ୟ ଦେଇଦେଲା । ଆପଣ ସମସ୍ତଙ୍କ ସହ ମତେ କଥା ହେବାର ଯେଉଁ ଅବସର ମିଳିଲା ଏବଂ ଯେଉଁମାନେ ଏହି କଥା ଶୁଣିଥିବେ ସେମାନେ ସମ୍ପୁର୍ଣ୍ଣ ବିଶ୍ୱାସର ସହିତ ଏହା କହି ପାରିବେ ଯେ ଆଜି ଦେଶରେ ଯେତିକି ସକ୍ରିୟ ଷ୍ଟାର୍ଟ ଅପ ନୀତି ରହିଛି, ସେତିକି ପରିଶ୍ରମୀ ଷ୍ଟାର୍ଟ ଅପ ନେତୃତ୍ୱ ମଧ୍ୟ ରହିଛି । ଏଥିପାଇଁ ଦେଶ ଏକ ନୂତନ ଯୁବ ଉର୍ଜା ସହ ବିକାଶକୁ ଗତି ପ୍ରଦାନ କରୁଛି । ଆଜି ମଧ୍ୟପ୍ରଦେଶରେ ଷ୍ଟାର୍ଟ ଅପ ପୋର୍ଟାଲ ଏବଂ ଆଇ-ହବ ଇନ୍ଦୋରର ଶୁଭାରମ୍ଭ କରାଯାଇଛି । ମଧ୍ୟପ୍ରଦେଶର ଷ୍ଟାର୍ଟ ଅପ ନୀତି ଅନୁସାରେ ଷ୍ଟାର୍ଟ ଅପ ଏବଂ ଇନକ୍ୟୁବେଟର୍ସ ଗୁଡିକୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି । ମୁଁ ଏହି ପ୍ରୟାସଗୁଡିକ ପାଇଁ, ଏବଂ ଏହି ଆୟୋଜନ ପାଇଁ ମଧ୍ୟପ୍ରଦେଶ ସରକାରଙ୍କୁ, ଦେଶର ଷ୍ଟାର୍ଟ ଅପ ଇକୋସିଷ୍ଟମକୁ ଏବଂ ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।ମଧ୍ୟ ପ୍ରଦେଶ ଷ୍ଟାର୍ଟ ଅପ୍ ସମାବେଶ ଅବସରରେ ମଧ୍ୟ ପ୍ରଦେଶ ଷ୍ଟାର୍ଟ ଅପ୍ ନୀତିର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
May 13th, 06:07 pm
ି । ଏହାର ଗୋଟିଏ ବର୍ଷ ପରେ, ଅଟଳ ନବସୃଜନ ମିଶନ ଆରମ୍ଭ କରାଯାଇଥିଲା ଏବଂ ଦେଶର ସ୍କୁଲମାନଙ୍କରେ ଅଟଳ ଟିଙ୍କରିଂ ଲାବମାନ ସ୍ଥାପନ କରାଯାଇଥିଲା । ସେହିଭଳି ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଇନକୁବେସନ ସେଣ୍ଟରମାନ ସ୍ଥାପିତ ହୋଇଥିଲା । ଏବେ ଦେଶର ୧୦ ହଜାରରୁ ଅଧିକ ବିଦ୍ୟାଳୟରେ ଟିଙ୍କରିଂ ଲାବ୍ ଏବଂ ୭୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ନବସୃଜନ ବାତାବରଣ ସହିତ ସଂଶ୍ଳିଷ୍ଟ ହୋଇପାରିଛନ୍ତି । ସେହିଭଳି ଜାତୀୟ ଶିକ୍ଷା ନୀତି ମଧ୍ୟ ନବସୃଜନକୁ ପ୍ରୋତ୍ସାହନ ଯୋଗାଇ ଆସୁଛି । ନବସୃଜନ କ୍ଷେତ୍ରରେ ଘରୋଇ ପୁଂଜି ନିବେଶର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି ।India has a rich legacy in science, technology and innovation: PM Modi
December 22nd, 04:31 pm
Prime Minister Narendra Modi delivered the inaugural address at India International Science Festival (IISF) 2020. PM Modi said, All our efforts are aimed at making India the most trustworthy centre for scientific learning. At the same time, we want our scientific community to share and grow with the best of global talent.PM delivers inaugural address at IISF 2020
December 22nd, 04:27 pm
Prime Minister Narendra Modi delivered the inaugural address at India International Science Festival (IISF) 2020. PM Modi said, All our efforts are aimed at making India the most trustworthy centre for scientific learning. At the same time, we want our scientific community to share and grow with the best of global talent.