ନୂଆଦିଲ୍ଲୀର ଭାରତ ମଣ୍ଡପମରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଭାରତ-ରୁଷ ବ୍ୟବସାୟ ଫୋରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 05th, 03:45 pm
ପୀୟୁଷ ଜୀ ଯେପରି ଉଲ୍ଲେଖ କରିଥିବା ବିଭିନ୍ନ ବିଷୟଗୁଡ଼ିକୁ ଏବଂ ରାଷ୍ଟ୍ରପତିଙ୍କ ଦ୍ୱାରା ବର୍ଣ୍ଣିତ ସମ୍ଭାବନାଗୁଡ଼ିକୁ ବିଚାର କରି, ଆମେ ବହୁତ କମ୍ ସମୟ ମଧ୍ୟରେ ବିଶାଳ ଲକ୍ଷ୍ୟ ମଧ୍ୟ ହାସଲ କରିପାରିବା। ବ୍ୟବସାୟ ହେଉ କିମ୍ବା କୂଟନୀତି, ଯେକୌଣସି ସହଭାଗୀର ମୂଳଦୁଆ ହେଉଛି ପାରସ୍ପରିକ ବିଶ୍ୱାସ। ଏହି ବିଶ୍ୱାସ ହେଉଛି ଭାରତ-ରୁଷ ସମ୍ପର୍କର ସବୁଠାରୁ ବଡ଼ ଶକ୍ତି। ଏହା ଆମର ମିଳିତ ପ୍ରୟାସକୁ ଦିଗଦର୍ଶନ ଏବଂ ଗତି ପ୍ରଦାନ କରେ। ଏହା ହେଉଛି ଲଞ୍ଚ ପ୍ୟାଡ୍ ଯାହା ଆମକୁ ନୂତନ ସ୍ୱପ୍ନ ଏବଂ ଆକାଂକ୍ଷାକୁ ଆଗକୁ ବଢାଇବା ପାଇଁ ପ୍ରେରଣା ଦିଏ। ଗତ ବର୍ଷ, ରାଷ୍ଟ୍ରପତି ପୁଟିନ ଏବଂ ମୁଁ ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟରେ ୧୦୦ ବିଲିୟନ ଡଲାର ଅତିକ୍ରମ କରିବାର ଲକ୍ଷ୍ୟ ରଖିଥିଲୁ। କିନ୍ତୁ ଗତକାଲିଠାରୁ ରାଷ୍ଟ୍ରପତି ପୁଟିନଙ୍କ ସହ ମୋର ଆଲୋଚନା ଏବଂ ଆମେ ଦେଖୁଥିବା ସମ୍ଭାବନାକୁ ଆଧାର କରି, ମୁଁ ଭାବୁନାହିଁ ଯେ, ଆମକୁ ଆଉ ୨୦୩୦ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ମୁଁ ତାହା ସ୍ପଷ୍ଟ ଭାବରେ ଦେଖିପାରୁଛି। ଆମେ ନିର୍ଦ୍ଧାରିତ ସମୟ ପୂର୍ବରୁ ସେହି ଲକ୍ଷ୍ୟ ହାସଲ କରିବା ପାଇଁ ଦୃଢ଼ ସଂକଳ୍ପ ସହିତ ଆଗକୁ ବଢ଼ୁଛୁ, ଏବଂ ମୋର ଆତ୍ମବିଶ୍ୱାସ ବୃଦ୍ଧି ପାଉଛି। ଶୁଳ୍କ ଏବଂ ଅଣ-ଶୁଳ୍କ ବାଧା ହ୍ରାସ କରାଯାଉଛି।ଭାରତ - ରୁଷିଆ ବ୍ୟବସାୟିକ ଫୋରମରେ ରୁଷ ରାଷ୍ଟ୍ରପତିଙ୍କ ସହ ମିଳିତ ବିବୃତ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 05th, 03:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ରୁଷ ରାଷ୍ଟ୍ରପତି ମହାମହିମ ଶ୍ରୀ ଭ୍ଲାଦିମିର ପୁଟିନଙ୍କ ସହ ଭାରତ – ରୁଷ ବ୍ୟବସାୟିକ ଫୋରମକୁ ସମ୍ବୋଧିତ କରିଥିଲେ। ତାଙ୍କର ବକ୍ତବ୍ୟ ଉପସ୍ଥାପନ କରି ପ୍ରଧାନମନ୍ତ୍ରୀ ମହାମହିମ ରାଷ୍ଟ୍ରପତି ପୁଟିନ, ଭାରତ ଏବଂ ବିଦେଶରୁ ଆସିଥିବା ନେତୃବୃନ୍ଦ ତଥା ସମସ୍ତ ମାନ୍ୟବର ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ରୁଷ ବ୍ୟବସାୟିକ ଫୋରମ ରାଷ୍ଟ୍ରପତି ପୁଟିନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ପ୍ରତିଫଳିତ କରୁଛି, ଯିଏ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଏକ ବୃହତ୍ ପ୍ରତିନିଧିମଣ୍ଡଳୀକୁ ସାଙ୍ଗରେ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ସମସ୍ତ ଉପସ୍ଥିତ ଲୋକଙ୍କୁ ତାଙ୍କର ହୃଦୟସ୍ପର୍ଶୀ ସ୍ୱାଗତକୁ ଆଲୋକପାତ କରି ପ୍ରକାଶ କରିଥିଲେ ଯେ, ସେମାନଙ୍କ ଗହଣରେ ରହିବା ଏକ ଅତ୍ୟନ୍ତ ଆନନ୍ଦର ମୁହୂର୍ତ୍ତ। ଶ୍ରୀ ମୋଦୀ ଫୋରମରେ ଯୋଗଦାନ କରି ତାଙ୍କର ଅମୂଲ୍ୟ ଚିନ୍ତାଧାରା ବାଣ୍ଟି ଥିବାରୁ ତାଙ୍କ ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କୁ ଗଭୀର କୃତଜ୍ଞତା ଜଣାଇଥିଲେ। ସେ ଜୋର ଦେଇଥିଲେ ଯେ, ବ୍ୟବସାୟ ପାଇଁ ସରଳୀକୃତ ଏବଂ ପୂର୍ବାନୁମାନଯୋଗ୍ୟ ବ୍ୟବସ୍ଥା ସୃଷ୍ଟି କରାଯାଉଛି ଏବଂ ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଭାରତ ଏବଂ ୟୁରେସିଆନ ଅର୍ଥନୈତିକ ସଂଘ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋଚନା ଆରମ୍ଭ ହୋଇଛି।ରୁଷ ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବିବୃତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ
December 05th, 02:00 pm
ଆଜି ଭାରତ - ରୁଷ ୨୩ତମ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ପୁଟିନଙ୍କୁ ସ୍ୱାଗତ କରି ମୁଁ ବହୁତ ଖୁସି ଅନୁଭବ କରୁଛି। ଆମର ଦ୍ୱିପାକ୍ଷିକ ସମ୍ପର୍କ ଅନେକ ଐତିହାସିକ ମାଇଲଖୁଣ୍ଟ ଦେଇ ଗତି କରୁଥିବା ସମୟରେ ସେ ଭାରତ ଗସ୍ତରେ ଆସିଛନ୍ତି। ଠିକ୍ ୨୫ ବର୍ଷ ପୂର୍ବେ, ରାଷ୍ଟ୍ରପତି ପୁଟିନ ଆମର ରଣନୈତିକ ସହଭାଗୀତାର ମୂଳଦୁଆ ସ୍ଥାପନ କରିଥିଲେ। ୧୫ ବର୍ଷ ପୂର୍ବେ, ୨୦୧୦ ମସିହାରେ, ଆମର ସହଭାଗୀତାକୁ ସ୍ୱତନ୍ତ୍ର ଏବଂ ବିଶେଷାଧିକାର ପ୍ରାପ୍ତ ରଣନୀତିକ ଭାଗିଦାରୀର ମାନ୍ୟତା ମିଳିଥିଲା।PM Modi’s remarks during the joint press meet with Russian President Vladimir Putin
December 05th, 01:50 pm
PM Modi addressed the joint press meet with President Putin, highlighting the strong and time-tested India-Russia partnership. He said the relationship has remained steady like the Pole Star through global challenges. PM Modi announced new steps to boost economic cooperation, connectivity, energy security, cultural ties and people-to-people linkages. He reaffirmed India’s commitment to peace in Ukraine and emphasised the need for global unity in the fight against terrorism.ସିଙ୍ଗାପୁରର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
January 16th, 11:21 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିଙ୍ଗାପୁରର ରାଷ୍ଟ୍ରପତି ଶ୍ରୀ ଥର୍ମନ୍ ଶନ୍ମୁଗରତ୍ନମ୍ଙ୍କୁ ଭେଟିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଆମେ ଭାରତ-ସିଙ୍ଗାପୁର ବ୍ୟାପକ ରଣନୀତିକ ଭାଗିଦାରୀର ସମ୍ପୂର୍ଣ୍ଣ ପରିସର ବିଷୟରେ ଆଲୋଚନା କରିଛୁ।” ଏହାଛଡା ଭବିଷ୍ୟତର ବିଭିନ୍ନ ବିଷୟ ଯଥା ସେମିକଣ୍ଡକ୍ଟର୍, ଡିଜିଟାଲାଇଜେସନ୍, ସ୍କିଲିଂ, କନେକ୍ଟିଭିଟି ଏବଂ ଅନ୍ୟାନ୍ୟ ସେକ୍ଟର୍ ଉପରେ ମଧ୍ୟ ଆମେ ଆଲୋଚନା କରିଛୁ ବୋଲି ଶ୍ରୀ ମୋଦୀ କହିଛନ୍ତି ।ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
January 09th, 10:15 am
ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ ଜୀ, ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଏସ୍ ଜୟଶଙ୍କର ଜୀ, ଜୁଏଲ ଓରାମ ଜୀ, ଧର୍ମେନ୍ଦ୍ର ପ୍ରଧାନ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ, ଶୋଭା କରନ୍ଦଲାଜେ ଜୀ, କୀର୍ତ୍ତି ବର୍ଦ୍ଧନ ସିଂହ ଜୀ, ପବିତ୍ରା ମାର୍ଗେରିଟା ଜୀ, ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜୀ, ପ୍ରଭାତୀ ପରିଡ଼ା ଜୀ, ଅନ୍ୟ ମନ୍ତ୍ରୀଗଣ, ସାଂସଦ ଓ ବିଧାୟକଗଣ, ବିଶ୍ୱର କୋଣ ଅନୁକୋଣରୁ ଏଠାକୁ ଆସିଥିବା ଭାରତ ମାତାଙ୍କ ସମସ୍ତ ପୁଅ ଝିଅ…ଓଡ଼ିଶାରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 09th, 10:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ସମସ୍ତ ପ୍ରତିନିଧି ଏବଂ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, ଆଜି ଏଠାରେ ପରିବେଷିତ ଉଦଘାଟନୀ ସଂଗୀତ ଭବିଷ୍ୟତରେ ସାରା ବିଶ୍ୱରେ ଆୟୋଜିତ ହେବାକୁ ଥିବା ବିଭିନ୍ନ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ପରିବେଷଣ କରାଯିବ। ସେ ଗ୍ରାମୀ ପୁରସ୍କାର ବିଜେତା କଳାକାର ରିକି କେଜ ଏବଂ ତାଙ୍କ ଦଳକୁ ଏଭଳି ଚମତ୍କାର ଉପସ୍ଥାପନା ପାଇଁ ପ୍ରଶଂସା କରିଛନ୍ତି। ଏହି ଗୀତରେ ପ୍ରବାସୀ ଭାରତୀୟଙ୍କ ଭାବନା ଏବଂ ଅନୁଭୂତି ରହିଥିବା ସେ କହିଛନ୍ତି।ଜି-୨ଠ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀମାନଙ୍କ ବୈଠକ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
July 21st, 09:06 am
ଆପଣଙ୍କ ସମ୍ମୁଖରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଆର୍ଥିକ ଏବଂ ସାମାଜିକ କାରଣଗୁଡ଼ିକ ମଧ୍ୟରୁ ଗୋଟିଏ ରୋଜଗାର ଉପରେ ଆଲୋଚନା କରୁଛି । ଆମେ ରୋଜଗାର କ୍ଷେତ୍ରରେ କିଛି ସବୁଠାରୁ ବଡ଼ ପରିବର୍ତ୍ତନର ସୀମାରେଖା ଉପରେ ଅଛୁ ଏବଂ ଆମକୁ ଏହି ନୂତନ ପରବର୍ତ୍ତନ ସହିତ ପହଞ୍ଚାଇବା ପାଇଁ ଉତ୍ତରଦାୟୀ ଏବଂ ପ୍ରଭାବୀ ରଣନୀତିଗୁଡ଼ିକ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ଚତୁର୍ଥ ଔଦ୍ୟୋଗିକ କ୍ରାନ୍ତିର ଏହି ଯୁଗରେ ମୁଁ ପ୍ରଦୌଗିକ ରୋଜଗାରର ମୁଖ୍ୟ ସୂତ୍ରଧର ହୋଇଯାଇଛି ଏବଂ ଆଗକୁ ମଧ୍ୟ ରହିବି । ଏହା ସୌଭାଗ୍ୟର କଥା ଯେ ଏହି ବୈଠକ ଭାରତ ଭଳି ଦେଶରେ ଅନୁଷ୍ଠିତ ହେଉଛି, ଯାହା ନିକଟରେ ପୂର୍ବରୁ ହୋଇଥିବା ଏମିତି ପ୍ରଦୌଗିକ-ଆଧାରିତ ପରିବର୍ତ୍ତନ ହେଉଥିବା ସମୟରେ ବହୁ ସଂଖ୍ୟାରେ ପ୍ରଦୌଗିକ ସହିତ ଜଡ଼ିତ ରୋଜଗାର ସୃଜନର ଅନୁଭବ ରହିଛି ଏବଂ ଆପଣଙ୍କର ଆତିଥ୍ୟର ସହର ଇନ୍ଦୋର ଏମିତି ପରିବର୍ତ୍ତନର ନୂତନ ଲହରର ନେତୃତ୍ୱ ନେଇଥିବା ଅନେକ ଷ୍ଟାର୍ଟଅପର କେନ୍ଦ୍ର ଅଛି।ପ୍ରଧାନମନ୍ତ୍ରୀଙ୍କ ଜି-୨୦ ଶ୍ରମ ନିଯୁକ୍ତି ମନ୍ତ୍ରୀ ବୈଠକରେ ଉଦ୍ବୋଧନ
July 21st, 09:05 am
ନିଯୁକ୍ତିକୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଓ ସାମାଜିକ ବିଷୟ ଭାବେ ବିବେଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ବର୍ତ୍ତମାନ ନିଯୁକ୍ତି କ୍ଷେତ୍ରରେ ସବୁଠାରୁ ବଡ ଆହ୍ୱାନର ସାମ୍ନା କରୁଛି । ଏ ପ୍ରକାର ଦ୍ରୁତ ଅବସ୍ଥାନ୍ତରର ମୁକାବିଲା କରିବା ନିମନ୍ତେ ଦକ୍ଷତାପୂର୍ଣ୍ଣ ରଣନୀତି ପ୍ରସ୍ତୁତ କରିବାକୁ ପଡିବ । ଚତୁର୍ଥ ଶିଳ୍ପ ବିପ୍ଳବ ଯୁଗରେ ନିଯୁକ୍ତି ପାଇଁ ପ୍ରଯୁକ୍ତିର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହି ଆସିଛି ଓ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।ୱାସିଂଟନ୍ ଡିସିରେ ‘ଇଣ୍ଡିଆ-ୟୁଏସଏ : ସ୍କିଲିଂ ଫର ଫ୍ୟୁଚର’ ବିଷୟ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟର ଓଡ଼ିଆ ଅନୁବାଦ
June 22nd, 11:15 am
ମୁଁ ଖୁସି ଯେ ଆଜି ୱାଶିଂଟନ୍ ଆସିବା ପରେ ମୁଁ ଅନେକ ଯୁବକ ଏବଂ ସୃଜନଶୀଳ ମନ ସହିତ ଯୋଡି ହେବାର ସୁଯୋଗ ପାଇଛି। ଭାରତ ବିଭିନ୍ନ ପ୍ରକଳ୍ପରେ ଜାତୀୟ ବିଜ୍ଞାନ ଫାଉଣ୍ଡେସନ୍ ସହିତ ସହଯୋଗ କରୁଛି, ଯାହା ଏହି ସ୍ଥାନକୁ ଅଧିକ ସ୍ୱତନ୍ତ୍ର କରିଥାଏ।ଆମେରିକାର ପ୍ରଥମ ମହିଳାଙ୍କ ସହିତ ‘‘ଭାରତ ଓ ଆମେରିକା : ଭବିଷ୍ୟତ ପାଇଁ ଦକ୍ଷତା ବିକାଶ’’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ
June 22nd, 10:57 am
ସମାଜର ବିଭିନ୍ନ ବର୍ଗରେ ଉନ୍ନତ ମାନର ଶିକ୍ଷାକୁ ସମ୍ପ୍ରସାରିତ ଓ ପରିବର୍ଦ୍ଧିତ କରିବା ଲାଗି ଉଚ୍ଚ ଶିକ୍ଷାନୁଷ୍ଠାନରେ କର୍ମଶକ୍ତି ପୁନଃବିକାଶ ଉପରେ କାର୍ଯ୍ୟକ୍ରମରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା।