ସମ୍ବିଧାନ ହେଉଛି ଆମର ମାର୍ଗଦର୍ଶକ :ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
December 29th, 11:30 am
ମନ୍ କୀ ବାତ୍ ର ଏହି ଏପିସୋଡ୍ ରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବିଧାନର 75ତମ ବାର୍ଷିକୀ ଏବଂ ପ୍ରୟାଗରାଜରେ ମହାକୁମ୍ଭ ପାଇଁ ପ୍ରସ୍ତୁତି ସମେତ ଭାରତର ସଫଳତା ବିଷୟରେ ପ୍ରତିଫଳନ କରିଥିଲେ। ବସ୍ତର ଅଲିମ୍ପିକ୍ସର ସଫଳତାକୁ ସେ ପ୍ରଶଂସା କରିବା ସହ ମ୍ୟାଲେରିଆ ନିରାକରଣ ଏବଂ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ କର୍କଟ ଚିକିତ୍ସା କ୍ଷେତ୍ରରେ ଅଗ୍ରଗତି ଭଳି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସଫଳତା ଉପରେ ଆଲୋକପାତ କରିଥିଲେ । ଏହାବ୍ୟତୀତ ଓଡ଼ିଶାର କଳାହାଣ୍ଡିରେ ହୋଇଥିବା କୃଷି ପରିବର୍ତ୍ତନକୁ ସେ ପ୍ରଶଂସା କରିଥିଲେ।ଜାତୀୟ ଯୁବ ଦିବସ ଅବସରରେ ଦୁଇଟି ସମାବେଶକୁ ଭିଡିଓ କନଫେରେନସିଙ୍ଗ ଯୋଗେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
January 12th, 06:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ଯୁବ ଦିବସ ଅବସରରେ ଭିଡିଓ କନଫେରେନସିଙ୍ଗ ଯୋଗେ ଦୁଇଟି ଗୁରୁତ୍ଵପୂର୍ଣ୍ଣ ସମାବେଶକୁ ସମ୍ବୋଧିତ କରିଛନ୍ତି ।22ତମ ଜାତୀୟ ଯୁବ ମହୋତ୍ସବ-2018ର ଉଦ୍ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (ଭିଡିଓ କନଫରେନ୍ସ ଜରିଆରେ)
January 12th, 12:45 pm
ସର୍ବପ୍ରଥମେ ମୁଁ ସମସ୍ତ ଦେଶବାସୀଙ୍କୁ ଆମର ବୈଜ୍ଞାନିକମାନଙ୍କର ଆଉ ଏକ ବଡ ଉପଲବ୍ଧିକୁ ପାଇଁ ଶୁଭେଚ୍ଛା ଜଣାଇବାକୁ ଚାହୁଁଛି । ବର୍ତ୍ତମାନଠାରୁ କିଛି ସମୟ ପୂର୍ବରୁ ଇସ୍ରୋ ପିଏସଏଲଭି-ସି 40ର ସଫଳ ପ୍ରକ୍ଷେପଣ କରିଛି । ପିଏସଏଲଭି ଦ୍ୱାରା କାର୍ଟୋସାଟ୍-2 ସିରିଜର ଉପଗ୍ରହ ସମେତ ମୋଟ 31ଟି ଉପଗ୍ରହକୁ ଅନ୍ତରୀକ୍ଷରେ ସ୍ଥାପିତ କରାଯାଇଛି । ଏଥିରୁ 28ଟି ଉପଗ୍ରହ ହେଉଛି ଅନ୍ୟ ଦେଶର । ଆଜି ଇସ୍ରୋ ଆଉ ଏକ ରେକର୍ଡ କରିଛି । ଆଜି ଇସ୍ରୋ ଉପଗ୍ରହ ପ୍ରେରଣ କ୍ଷେତ୍ରରେ ଶତକ ଅର୍ଜନ କରିଛି ।ଏଫଆଇଏସ ଆନ୍ତର୍ଜାତିକ ସ୍କିଇଂ ପ୍ରତିଯୋଗୀତାରେ ଭାରତର ପ୍ରଥମ ପଦକ ବିଜେତା ଆଞ୍ଚଲ ଠାକୁରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
January 10th, 10:51 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ତୁର୍କୀରେ ଅନୁଷ୍ଠିତ ଏଫଆଇଏସ ଆନ୍ତର୍ଜାତିକ ସ୍କିଇଂ ପ୍ରତିଯୋଗୀତାରେ ଭାରତର ପ୍ରଥମ ପଦକ ବିଜେତା ଆଞ୍ଚଲ ଠାକୁରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । “ଆଞ୍ଚଲ ଠାକୁର ତୁମେ ଆନ୍ତର୍ଜାତିକ ସ୍କିଇଂରେ ପଦକ ଜିଣିବା ବହୁତ ଖୁସିର କଥା । ତୁର୍କୀରେ ଅନୁଷ୍ଠିତ ଏଫଆଇଏସ ଆନ୍ତର୍ଜାତିକ ସ୍କିଇଂ ପ୍ରତିଯୋଗୀତାରେ ଆପଣଙ୍କର ଐତିହାସିକ ସଫଳତା ଦେଶ ପାଇଁ ଆନନ୍ଦ ଓ ଉଲ୍ଲାସ ଆଣି ଦେଇଛି । ଆପଣଙ୍କ ଭବିଷ୍ୟତ ପ୍ରୟାସ ଆହୁରି ଉତ୍ତମ ହେଉ ବୋଲି ବହୁତ ବହୁତ ଶୁଭକାମନା’’, ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ।