ପ୍ରଧାନମନ୍ତ୍ରୀ ଜୁଲାଇ ୪ରେ ରାଜସ୍ଥାନ ଏବଂ ଗୁଜରାଟ ଗସ୍ତ କରିବେ
July 03rd, 11:25 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୪ ଜୁଲାଇ ୨୦୨୬ରେ ରାଜସ୍ଥାନ ଓ ଗୁଜରାଟ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୦ଟା ୪୫ରେ ପ୍ରଧାନମନ୍ତ୍ରୀ ଯୋଧପୁର ବିମାନବନ୍ଦରର ଟର୍ମିନାଲ ବିଲଡିଂ ଉଦଘାଟନ କରି ଯୋଧପୁରରେ ସଂଶୋଧିତ ଉଡାନ ଯୋଜନାର ଶୁଭାରମ୍ଭ କରିବେ । ଏହାପରେ, ମଧ୍ୟାହ୍ନ ପ୍ରାୟ ୧୨:୧୫ ମିନିଟ୍ରେ ସେ ବାଲୋତ୍ରା ଗସ୍ତ କରି ପ୍ରାୟ ୧.୦୬ ଲକ୍ଷ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ, ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ଏହି ଅବସରରେ ସେ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ।