ନୌବାଣିଜ୍ୟ ନେତାଙ୍କ ମୁମ୍ବାଇ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 29th, 04:09 pm

ମହାରାଷ୍ଟ୍ର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଜୀ, କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଜୀ, ଶାନ୍ତନୁ ଠାକୁରଜୀ, କୀର୍ତିବର୍ଦ୍ଧନ ସିଂହ ଜୀ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୀ, ଅଜିତ ପାୱାର ଜୀ, ସିପିଂ ଓ ଅନ୍ୟାନ୍ୟ ବିଭାଗ ସହ ଜଡିତ ନେତା, ଭଦ୍ରମଣ୍ଡଳୀ ।

ମୁମ୍ବାଇଠାରେ ଇଣ୍ଡିଆ ମେରିଟାଇମ୍ ୱିକ୍‌ 2025ରେ ମେରିଟାଇମ୍ ଲିଡର୍ସ କନକ୍ଲେଭକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

October 29th, 04:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ମୁମ୍ବାଇଠାରେ ଇଣ୍ଡିଆ ମେରିଟାଇମ୍ ୱିକ୍‌ ବା ଭାରତ ସାମୁଦ୍ରିକ ସପ୍ତାହ 2025 କାର୍ଯ୍ୟକ୍ରମ ଅନ୍ତର୍ଗତ ମେରିଟାଇମ୍ ଲିଡର୍ସ କନକ୍ଲେଭ (ସାମୁଦ୍ରିକ ନେତୃବର୍ଗଙ୍କ ସମ୍ମିଳନୀ)କୁ ସମ୍ବୋଧିତ କରିଛନ୍ତି । ସେ ମଧ୍ୟ ବିଶ୍ୱ ସାମୁଦ୍ରିକ କ୍ଷେତ୍ରର ବରିଷ୍ଠ ପଦାଧିକାରୀଙ୍କୁ ନେଇ ଆୟୋଜିତ ମଞ୍ଚ ଗ୍ଲୋବାଲ୍ ମେରିଟାଇମ୍ ସିଇଓ ଫୋରମର ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଗ୍ଲୋବାଲ୍ ମେରିଟାଇମ୍ ଲିଡର୍ସ କନକ୍ଲେଭରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ। ସେ କହିଥିଲେ, ଏହି କାର୍ଯ୍ୟକ୍ରମ 2016ରେ ମୁମ୍ବାଇରେ ଆରମ୍ଭ ହୋଇଥିଲା। ଏହା ବର୍ତ୍ତମାନ ଏକ ବିଶ୍ୱସ୍ତରୀୟ ଶିଖର ସମ୍ମିଳନୀରେ ପରିଣତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ। 85ରୁ ଅଧିକ ଦେଶର ଅଂଶଗ୍ରହଣ ଏକ ଦୃଢ଼ ବାର୍ତ୍ତା ଦେଉଛି ବୋଲି ଶ୍ରୀ ମୋଦୀ ଆଲୋକପାତ କରି କହିଥିଲେ। ସେ କାର୍ଯ୍ୟକ୍ରମରେ ଏକତ୍ରିତ ହୋଇଥିବା ପ୍ରମୁଖ ଜାହାଜ କମ୍ପାନୀ, ଷ୍ଟାର୍ଟଅପ୍, ନୀତି ନିର୍ଦ୍ଧାରକ ଏବଂ ନବସୃଜନକାରୀଙ୍କ ସିଇଓଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ। ସେ କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ରର ପ୍ରତିନିଧିମାନଙ୍କ ଉପସ୍ଥିତିକୁ ପ୍ରଶଂସା କରି କହିଥିଲେ, ସେମାନଙ୍କର ସାମୂହିକ ଦୃଷ୍ଟିକୋଣ ଶିଖର ସମ୍ମିଳନୀର ସମନ୍ୱୟ ଏବଂ ଶକ୍ତିକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛି।

ଭାରତ ସିଙ୍ଗାପୁର ମିଳିତ ବିବୃତ୍ତି

September 04th, 08:04 pm

ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଶ୍ରୀ ଲରେନ୍ସ ୱଙ୍ଗଙ୍କ ଭାରତକୁ ସରକାରୀ ଗସ୍ତ ଅବସରରେ, ଭାରତ ଓ ସିଙ୍ଗାପୁର ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗୀତା ପାଇଁ ରୋଡମ୍ୟାପ ଉପରେ ମିଳିତ ବିବୃତ୍ତି

ଭାରତ ପ୍ରତି ଆସ୍ଥା ପ୍ରକାଶ କରିଥିବାରୁ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କୁ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ

September 04th, 01:04 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଶ୍ରୀ ଲରେନ୍ସ ୱଙ୍ଗଙ୍କୁ ଭାରତ ପ୍ରତି ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଏକ ବିକଶିତ ଭାରତ ନିର୍ମାଣ ଦିଗରେ ଆମର ଯାତ୍ରାରେ ସିଙ୍ଗାପୁର ଏକ ମୂଲ୍ୟବାନ ସହଯୋଗୀ ।

ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତିରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

September 04th, 12:45 pm

ଦାୟିତ୍ୱ ଗ୍ରହଣ କରିବା ପରେ, ପ୍ରଧାନମନ୍ତ୍ରୀ ୱଙ୍ଗଙ୍କ ପ୍ରଥମ ଭାରତ ଗସ୍ତ ପାଇଁ, ମୁଁ ତାଙ୍କୁ ସହୃଦୟ ସ୍ୱାଗତ କରୁଛି। ଏହି ଗସ୍ତ ଆହୁରି ସ୍ୱତନ୍ତ୍ର, କାରଣ ଏହି ବର୍ଷ ଆମେ ଆମର ସମ୍ପର୍କର ୬୦ତମ ବାର୍ଷିକୀ ପାଳନ କରୁଛୁ ।

Prime Minister congratulates Mr. Lawrence Wong on Election Victory

May 04th, 09:51 am

Prime Minister Shri Narendra Modi extended his congratulations to Mr. Lawrence Wong on his victory in the elections. He emphasized the strong and multifaceted partnership, underpinned by close people-to-people ties between India and Singapore.

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

March 30th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜିର ଏହି ପବିତ୍ର ଦିନରେ ମୋତେ ଆପଣମାନଙ୍କ ସହ ମନର କଥା ହେବାକୁ ସୁଯୋଗ ମିଳିଛି । ଆଜି ହେଉଛି ଚୈତ୍ର ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି । ଆଜିଠାରୁ ଚୈତ୍ର ନବରାତ୍ର ଆରମ୍ଭ ହେଉଛି । ଆଜିଠାରୁ ଭାରତୀୟ ନବବର୍ଷ ମଧ୍ୟ ଆରମ୍ଭ ହେଉଛି । ଏଥର ବିକ୍ରମ ସମ୍ବତ୍ସର ୨୦୮୨ ଆରମ୍ଭ ହେଉଛି । ବର୍ତ୍ତମାନ ମୋ ଆଗରେ ଆପଣମାନଙ୍କର ଅନେକ ଚିଠି ରହିଛି । କିଛି ବିହାରରୁ ଆସିଛି, କିଛି ପଶ୍ଚିମବଙ୍ଗରୁ, କିଛି ତାମିଲନାଡ଼ୁରୁ ଆସିଛି ତ ଆଉ କିଛି ଗୁଜରାଟରୁ । ଏସବୁରେ ଖୁବ ଆକର୍ଷକ ଢଙ୍ଗରେ ଲୋକେ ନିଜର ମନର କଥା ଲେଖି ପଠାଇଛନ୍ତି । ଅନେକ ଚିଠିରେ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ମଧ୍ୟ ରହିଛି । କିଛି ବାର୍ତ୍ତା ଆପଣମାନଙ୍କୁ ଶୁଣାଇବାକୁ ମୋର ଇଚ୍ଛା ହେଉଛି ।

'ଉତ୍କର୍ଷ ଓଡ଼ିଶା'ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ - ଭୁବନେଶ୍ୱରରେ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ

January 28th, 11:30 am

ରାଜ୍ୟପାଳ ଶ୍ରୀ ହରି ବାବୁ, ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ମନ୍ତ୍ରୀଗଣ, ଓଡ଼ିଶା ସରକାରଙ୍କ ମନ୍ତ୍ରୀ, ସାଂସଦ, ବିଧାୟକ, ଶିଳ୍ପ ଓ ବ୍ୟବସାୟ ଜଗତର ପ୍ରମୁଖ ଉଦ୍ୟୋଗୀ, ଦେଶ ଓ ବିଶ୍ୱର ନିବେଶକ ଏବଂ ଓଡ଼ିଶାର ମୋର ପ୍ରିୟ ଭାଇ ଭଉଣୀମାନେ !

ଭୁବନେଶ୍ୱରରେ 'ଉତ୍କର୍ଷ ଓଡ଼ିଶା' - ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 28th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ୨୦୨୫ ଏବଂ ମେକ୍ ଇନ୍ ଓଡ଼ିଶା ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି । ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାନୁଆରୀ ୨୦୨୫ରେ ଏହା ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ । ପ୍ରବାସୀ ଭାରତୀୟ ଦିବସ ୨୦୨୫ର ଉଦଘାଟନ ପାଇଁ ତାଙ୍କର ଗସ୍ତକୁ ମନେପକାଇ ସେ ଏପରି କହିଥିଲେ । ଏହା ଓଡ଼ିଶାରେ ଏପର୍ଯ୍ୟନ୍ତ ଅନୁଷ୍ଠିତ ସର୍ବବୃହତ୍ ବ୍ୟବସାୟ ସମ୍ମିଳନୀ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ମେକ୍ ଇନ୍ ଓଡ଼ିଶା ୨୦୨୫ରେ ୫ରୁ ୬ ଗୁଣ ଅଧିକ ନିବେଶକ ଅଂଶଗ୍ରହଣ କରିଛନ୍ତି। ଏହି ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ଓଡ଼ିଶାବାସୀ ଓ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ।

ସିଙ୍ଗାପୁରର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

January 16th, 11:21 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିଙ୍ଗାପୁରର ରାଷ୍ଟ୍ରପତି ଶ୍ରୀ ଥର୍ମନ୍ ଶନ୍ମୁଗରତ୍ନମ୍‌ଙ୍କୁ ଭେଟିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଆମେ ଭାରତ-ସିଙ୍ଗାପୁର ବ୍ୟାପକ ରଣନୀତିକ ଭାଗିଦାରୀର ସମ୍ପୂର୍ଣ୍ଣ ପରିସର ବିଷୟରେ ଆଲୋଚନା କରିଛୁ।” ଏହାଛଡା ଭବିଷ୍ୟତର ବିଭିନ୍ନ ବିଷୟ ଯଥା ସେମିକଣ୍ଡକ୍ଟର୍‌, ଡିଜିଟାଲାଇଜେସନ୍‌, ସ୍କିଲିଂ, କନେକ୍ଟିଭିଟି ଏବଂ ଅନ୍ୟାନ୍ୟ ସେକ୍ଟର୍ ଉପରେ ମଧ୍ୟ ଆମେ ଆଲୋଚନା କରିଛୁ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ବିକଶିତ ଭାରତ ଯୁବ ନେତା ସଂଳାପ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 12th, 02:15 pm

ଭାରତର ଯୁବ ଶକ୍ତିର ଶକ୍ତି ଯୋଗୁଁ ଆଜି ଏହି ଭାରତ ମଣ୍ଡପମ୍ ମଧ୍ୟ ଶକ୍ତିରେ ପରିପୂର୍ଣ୍ଣ ହୋଇଛି ଏବଂ ଶକ୍ତିଶାଳୀ ହୋଇଛି । ଆଜି ସମଗ୍ର ଦେଶ ସ୍ୱାମୀ ବିବେକାନନ୍ଦଜୀଙ୍କୁ ସ୍ମରଣ କରୁଛି ଏବଂ ସ୍ୱାମୀଜୀଙ୍କୁ ପ୍ରଣାମ କରୁଛି । ସ୍ୱାମୀ ବିବେକାନନ୍ଦ ଜୀଙ୍କର ଦେଶର ଯୁବବର୍ଗଙ୍କ ଉପରେ ବହୁତ ବିଶ୍ୱାସ ଥିଲା । ସ୍ୱାମୀଜୀ କହୁଥିଲେ- ମୋର ବିଶ୍ୱାସ ଯୁବପିଢ଼ିଙ୍କୁ ଉପରେ ରହିଛି, ନୂଆ ପିଢ଼ି ଉପରେ ରହିଛି । ସ୍ୱାମୀଜୀ କହୁଥିଲେ ଯେ ମୋ ର କର୍ମକର୍ତ୍ତାମାନେ ଯୁବପିଢ଼ିଙ୍କଠାରୁ ଆସିବେ, ସିଂହଙ୍କ ଭଳି ସେମାନେ ସବୁ ସମସ୍ୟାର ସମାଧାନ କରିବେ। ବିବେକାନନ୍ଦଜୀଙ୍କର ଯେମିତି ଆପଣମାନଙ୍କ ଉପରେ ଥିଲା, ମୋର ବିବେକାନନ୍ଦଜୀଙ୍କ ଉପରେ ଭରସା ଅଛି, ତାଙ୍କର ସବୁ କଥା ଉପରେ ମୋର ଭରସା ରହିଛି । ଭାରତର ଯୁବପିଢ଼ିଙ୍କ ପାଇଁ ଯାହା ଭାବିଛନ୍ତି ଓ କହିଛନ୍ତି ତାହା ଉପରେ ମୁଁ ଅନ୍ଧ ଭାବରେ ବିଶ୍ବାସ ରହିଛି । ପ୍ରକୃତରେ ସ୍ୱାମୀ ବିବେକାନନ୍ଦ ଜୀ ସଶରୀରେ ଯଦି ଆମ ମଧ୍ୟରେ ଥାଆନ୍ତେ, ତେବେ ଏକବିଂଶ ଶତାବ୍ଦୀର ଯୁବକମାନଙ୍କର ଜାଗ୍ରତ ଶକ୍ତି ଦେଖି ଭାରତରେ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଥାନ୍ତେ, ନୂତନ ଶକ୍ତିରେ ଭରି ଦେଇଥାନ୍ତେ ଏବଂ ନୂତନ ସ୍ୱପ୍ନର ମଞ୍ଜି ବୁଣି ଦେଇଥାନ୍ତେ ।

ବିକଶିତ ଭାରତ ଯୁବ ନେତାଙ୍କ ସହ ଆଲୋଚନା ୨୦୨୫ରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

January 12th, 02:00 pm

ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ପାଳନ ହେଉଥିବା ଜାତୀୟ ଯୁବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ “ବିକଶିତ ଭାରତ ଯୁବ ନେତାଙ୍କ ସହ ଆଲୋଚନା ୨୦୨୫” ରେ ଅଂଶଗ୍ରହଣ କରିଥିଲେ । ସେ ସମଗ୍ର ଭାରତର ୩୦୦୦ ସଫଳ ଯୁବ ନେତାଙ୍କ ସହ ମତ ବିନିମୟ କରିଥିଲେ । ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ ଭାରତ ମଣ୍ଡପମରେ ଜୀବନ ଓ ଶକ୍ତି ନିୟୋଜିତ କରିଥିବା ଭାରତର ଯୁବବର୍ଗଙ୍କ ଜାଗ୍ରତ ଶକ୍ତି ଉପରେ ଆଲୋକପାତ କରିଥିଲେ। ଦେଶର ଯୁବବର୍ଗଙ୍କ ଉପରେ ଅସୀମ ବିଶ୍ୱାସ ରଖିଥିବା ସ୍ୱାମୀ ବିବେକାନନ୍ଦଙ୍କୁ ସମଗ୍ର ଦେଶ ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ସ୍ୱାମୀ ବିବେକାନନ୍ଦ ବିଶ୍ୱାସ କରୁଥିଲେ ଯେ ତାଙ୍କର ଯୁବ ଶିଷ୍ୟମାନେ ସିଂହ ପରି ପ୍ରତ୍ୟେକ ସମସ୍ୟାର ସମାଧାନ କରିବେ । ସେ ଆହୁରି ମଧ୍ୟ କହିଥିଲେ ଯେ ସ୍ୱାମୀଜୀ ଯେପରି ଯୁବକମାନଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ ଠିକ୍ ସେହିଭଳି ତାଙ୍କର ସ୍ୱାମୀଜୀ ଏବଂ ତାଙ୍କ ଆସ୍ଥା ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି । ସେ ଆହୁରି ମଧ୍ୟ କହିଥିଲେ ଯେ ଯୁବପିଢ଼ିଙ୍କ ଉପରେ ସ୍ବାମୀଜୀଙ୍କର ଥିବା ଦୂରଦୃଷ୍ଟି ଉପରେ ତାଙ୍କର ପୂର୍ଣ୍ଣ ବିଶ୍ୱାସ ରହିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାମୀ ବିବେକାନନ୍ଦ ଯଦି ଆଜି ଆମ ମଧ୍ୟରେ ଥାନ୍ତେ, ତେବେ ସେ ଏକବିଂଶ ଶତାବ୍ଦୀର ଯୁବକମାନଙ୍କର ଜାଗ୍ରତ ଶକ୍ତି ଏବଂ ସକ୍ରିୟ ପ୍ରୟାସକୁ ଦେଖି ନୂତନ ଆତ୍ମବିଶ୍ୱାସରେ ଭରପୂର ହୋଇଥାନ୍ତେ ।

ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

January 09th, 10:15 am

ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ ଜୀ, ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଏସ୍ ଜୟଶଙ୍କର ଜୀ, ଜୁଏଲ ଓରାମ ଜୀ, ଧର୍ମେନ୍ଦ୍ର ପ୍ରଧାନ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ, ଶୋଭା କରନ୍ଦଲାଜେ ଜୀ, କୀର୍ତ୍ତି ବର୍ଦ୍ଧନ ସିଂହ ଜୀ, ପବିତ୍ରା ମାର୍ଗେରିଟା ଜୀ, ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜୀ, ପ୍ରଭାତୀ ପରିଡ଼ା ଜୀ, ଅନ୍ୟ ମନ୍ତ୍ରୀଗଣ, ସାଂସଦ ଓ ବିଧାୟକଗଣ, ବିଶ୍ୱର କୋଣ ଅନୁକୋଣରୁ ଏଠାକୁ ଆସିଥିବା ଭାରତ ମାତାଙ୍କ ସମସ୍ତ ପୁଅ ଝିଅ…

ଓଡ଼ିଶାରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 09th, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ସମସ୍ତ ପ୍ରତିନିଧି ଏବଂ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, ଆଜି ଏଠାରେ ପରିବେଷିତ ଉଦଘାଟନୀ ସଂଗୀତ ଭବିଷ୍ୟତରେ ସାରା ବିଶ୍ୱରେ ଆୟୋଜିତ ହେବାକୁ ଥିବା ବିଭିନ୍ନ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ପରିବେଷଣ କରାଯିବ। ସେ ଗ୍ରାମୀ ପୁରସ୍କାର ବିଜେତା କଳାକାର ରିକି କେଜ ଏବଂ ତାଙ୍କ ଦଳକୁ ଏଭଳି ଚମତ୍କାର ଉପସ୍ଥାପନା ପାଇଁ ପ୍ରଶଂସା କରିଛନ୍ତି। ଏହି ଗୀତରେ ପ୍ରବାସୀ ଭାରତୀୟଙ୍କ ଭାବନା ଏବଂ ଅନୁଭୂତି ରହିଥିବା ସେ କହିଛନ୍ତି।

ସିଙ୍ଗାପୁରର ବ୍ୟବସାୟୀ ମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

September 05th, 04:57 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଞ୍ଜି ନିବେଶ, ଭିତ୍ତିଭୂମି, ଉତ୍ପାଦନ, ଶକ୍ତି, ସ୍ଥାୟୀତା ଏବଂ ଲଜିଷ୍ଟିକ୍ସ ସମେତ ସିଙ୍ଗାପୁରର ବିଭିନ୍ନ କ୍ଷେତ୍ରର ଅଗ୍ରଣୀ ସିଇଓମାନଙ୍କର ଏକ ଦଳ ସହିତ ଆଲୋଚନା କରିଛନ୍ତି । ଉପପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଗାନ୍ କିମ୍ ୟୋଙ୍ଗ ଏବଂ ସିଙ୍ଗାପୁରର ଗୃହ ଓ ଆଇନ ମନ୍ତ୍ରୀ ମହାମହିମ ଶ୍ରୀ କେ ଶାନମୁଗମ୍ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ` ।

ସିଙ୍ଗାପୁରର ବରିଷ୍ଠ ମନ୍ତ୍ରୀ ଗୋହ ଚୁକ୍ ତୁଙ୍ଗଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭେଟ

September 05th, 03:10 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିଙ୍ଗାପୁରର ବରିଷ୍ଠ ମନ୍ତ୍ରୀ ଗୋହ ଚୁକ୍ ତୁଙ୍ଗଙ୍କୁ ଭେଟିଛନ୍ତି ।

ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

September 05th, 03:00 pm

ଭାରତ-ସିଙ୍ଗାପୁର ସହଭାଗୀତା ପ୍ରତି ରାଷ୍ଟ୍ରପତି ଥାର୍ମନଙ୍କ ଉତ୍ସାହପୂର୍ଣ୍ଣ ସହଯୋଗକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ଦ୍ୱିପାକ୍ଷିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଦୁଇ ଦେଶ ମଧ୍ୟରେ ଦୀର୍ଘଦିନର ବନ୍ଧୁତା ଏବଂ ସହଯୋଗ, ଯାହା ବିଶ୍ୱାସ, ପାରସ୍ପରିକ ସମ୍ମାନ ଉପରେ ଆଧାରିତ ବୋଲି ସେମାନେ ଉଲ୍ଲେଖ କରିଥିଲେ । ଏହି ପରିପ୍ରେକ୍ଷୀରେ, ସେମାନେ ଉଲ୍ଲେଖ କରିଥିଲେ ଯେ ବ୍ୟାପକ ରଣନୈତିକ ଭାଗିଦାରୀ ଦ୍ବାରା ସମ୍ପର୍କ ଉନ୍ନତ ହେବା ସହିତ ମିଳିତ ସହଯୋଗ ପାଇଁ ଏକ ଦୃଢ଼ ମାର୍ଗ ପ୍ରସ୍ତୁତ କରିବ । ଉନ୍ନତ ଉତ୍ପାଦନ ଏବଂ ଉଦୀୟମାନ ପ୍ରଯୁକ୍ତି ବିଦ୍ୟା ଭଳି ନୂତନ କ୍ଷେତ୍ରରେ ଭାରତ ଏବଂ ସିଙ୍ଗାପୁର କିପରି ସେମାନଙ୍କର ସହଯୋଗକୁ ସୁଦୃଢ଼ କରିପାରିବେ ସେ ବିଷୟରେ ସେମାନେ ଚିନ୍ତା ବ୍ୟକ୍ତ କରିଥିଲେ । ଆସନ୍ତା ବର୍ଷ ରାଷ୍ଟ୍ରପତି ଥାର୍ମନଙ୍କୁ ଭାରତରେ ସ୍ୱାଗତ କରିବା ପାଇଁ ସେ ଆଗ୍ରହୀ ବୋଲି ପ୍ରଧାନମନ୍ତ୍ରୀ ଜଣାଇଥିଲେ ।

ସିଙ୍ଗାପୁରର ବରିଷ୍ଠ ମନ୍ତ୍ରୀ ଲି ସିଏନ୍ ଲୁଙ୍ଗଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

September 05th, 02:18 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିଙ୍ଗାପୁରର ବରିଷ୍ଠ ମନ୍ତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଲି ସିଏନ ଲୁଙ୍ଗଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ବରିଷ୍ଠ ମନ୍ତ୍ରୀ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ।

ସିଙ୍ଗାପୁର ଏଇଏମ୍ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

September 05th, 12:31 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଲରେନ୍ସ ଓଙ୍ଗଙ୍କ ସହ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ସିଙ୍ଗାପୁରର ଅଗ୍ରଣୀ କମ୍ପାନୀ ଏଇଏମ ପରିଦର୍ଶନ କରିଥିଲେ । ଗ୍ଲୋବାଲ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାରେ ଏଇଏମର ଭୂମିକା, ଏହାର ପରିଚାଳନା ଏବଂ ଭାରତ ପାଇଁ ଯୋଜନା ବିଷୟରେ ସେମାନଙ୍କୁ ଅବଗତ କରାଯାଇଥିଲା। ସିଙ୍ଗାପୁର ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରି ଆସୋସିଏସନ ସିଙ୍ଗାପୁରରେ ସେମିକଣ୍ଡକ୍ଟର ଇକୋସିଷ୍ଟମର ବିକାଶ ଏବଂ ଭାରତ ସହ ସହଯୋଗର ସୁଯୋଗ ବିଷୟରେ ସୂଚନା ଦେଇଛି । ଏହି କ୍ଷେତ୍ରର ଅନ୍ୟ କେତେକ ସିଙ୍ଗାପୁର କମ୍ପାନୀର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ। ସେପ୍ଟେମ୍ବର ୧୧-୧୩, ୨୦୨୪ରେ ଗ୍ରେଟର ନୋଏଡାରେ ଆୟୋଜିତ ହେବାକୁ ଥିବା ସେମିକନ୍ ଇଣ୍ଡିଆ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ସିଙ୍ଗାପୁରର ସେମିକଣ୍ଡକ୍ଟର କମ୍ପାନୀଗୁଡିକୁ ଆମନ୍ତ୍ରଣ କରିଥିଲେ ।

ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଙ୍କ ବୈଠକ

September 05th, 10:22 am

ଏହି ଆଲୋଚନାରେ ଉଭୟ ନେତା ଭାରତ-ସିଙ୍ଗାପୁର ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ବିଷୟରେ ସମୀକ୍ଷା କରିଥିଲେ । ଦ୍ୱିପାକ୍ଷିକ ସମ୍ପର୍କର ବ୍ୟାପକତା ଏବଂ ଗଭୀରତା ଏବଂ ପ୍ରଚୁର ସମ୍ଭାବନାକୁ ଦୃଷ୍ଟିରେ ରଖି ସେମାନେ ଏହି ସମ୍ପର୍କକୁ ଏକ ବ୍ୟାପକ ରଣନୈତିକ ଭାଗିଦାରୀରେ ପରିଣତ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ଭାରତର ଆକ୍ଟ ଇଷ୍ଟ ନୀତିକୁ ମଧ୍ୟ ଏକ ବଡ଼ ପ୍ରୋତ୍ସାହନ ଦେବ । ଅର୍ଥନୈତିକ ସମ୍ପର୍କରେ ସୁଦୃଢ଼ ଅଗ୍ରଗତିର ସମୀକ୍ଷା କରି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ ପ୍ରବାହକୁ ଆହୁରି ବିସ୍ତାର କରିବାକୁ ନେତାମାନେ ଆହ୍ୱାନ ଦେଇଛନ୍ତି। ଭାରତୀୟ ଅର୍ଥନୀତିରେ ପାଖାପାଖି ୧୬୦ ବିଲିୟନ ଡଲାର ନିବେଶ ସହ ସିଙ୍ଗାପୁର ଭାରତର ଏକ ଅଗ୍ରଣୀ ଅର୍ଥନୈତିକ ସହଯୋଗୀ ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଭାରତରେ ଦ୍ରୁତ ଏବଂ ନିରନ୍ତର ଅଭିବୃଦ୍ଧି ସିଙ୍ଗାପୁରର ସଂସ୍ଥାଗୁଡିକ ପାଇଁ ବିପୁଳ ପୁଞ୍ଜିନିବେଶ ସୁଯୋଗ ଖୋଲିଛି । ପ୍ରତିରକ୍ଷା ଓ ନିରାପତ୍ତା, ସାମୁଦ୍ରିକ କ୍ଷେତ୍ର ସଚେତନତା, ଶିକ୍ଷା, ଏଆଇ, ଫିନଟେକ୍, ନୂତନ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ଜ୍ଞାନ ଭାଗିଦାରୀ କ୍ଷେତ୍ରରେ ରହିଥିବା ସହଯୋଗର ସମୀକ୍ଷା କରିଥିଲେ । ଅର୍ଥନୈତିକ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇଁ ଦୁଇ ଦେଶ ମଧ୍ୟରେ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ଦୁଇ ନେତା ଆହ୍ୱାନ ଦେଇଥିଲେ । ଗ୍ରୀନ୍ କରିଡର ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ସେମାନେ ଆହ୍ୱାନ ଦେଇଥିଲେ।