Yuva Shakti is driving developed India while strengthening cultural roots: PM at release of 500th Book of Shrimad Vijayaratna Sunder Surishwarji Maharaj
January 11th, 01:00 pm
Delivering his remarks during the release of Shrimad Vijayaratna Sunder Surishwarji Maharaj’s 500th book, PM Modi expressed confidence that this creation would benefit society, youth and humanity at large. He remarked that Maharaj’s 500 works are like a vast ocean containing countless gems of thought, offering simple and spiritual solutions to humanity’s problems. The PM also recalled the nine appeals and nine resolutions he had made for the welfare of the society.ଶ୍ରୀମଦ୍ ବିଜୟରତ୍ନ ସୁନ୍ଦର ସୁରିଶ୍ୱରଜୀ ମହାରାଜଙ୍କ ୫୦୦ତମ ପୁସ୍ତକ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ବୋଧନ
January 11th, 12:44 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଶ୍ରୀମଦ୍ ବିଜୟରତ୍ନ ସୁନ୍ଦର ସୁରିଶ୍ୱରଜୀ ମହାରାଜଙ୍କ ୫୦୦ତମ ପୁସ୍ତକ ଉନ୍ମୋଚନ ଅବସରରେ ଏହି ମନ୍ତବ୍ୟ ରଖିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ପବିତ୍ର ଅବସରରେ ସେ ପ୍ରଥମେ ଭୁବନଭାନୁ ସୁରିଶ୍ୱରଜୀ ମହାରାଜଙ୍କ ପାଦତଳେ ପ୍ରଣାମ ଜଣାଇଥିଲେ। ଏହାସହିତ ପ୍ରଶାନ୍ତମୂର୍ତ୍ତି ସୁବିଶାଳ ଗଚ୍ଛାଧିପତି ପୂଜ୍ୟ ଶ୍ରୀମଦ୍ ବିଜୟ ରାଜେନ୍ଦ୍ର ସୁରିଶ୍ୱରଜୀ ମହାରାଜ, ପୂଜ୍ୟ ଗଚ୍ଛାଧିପତି ଶ୍ରୀ କଳ୍ପତରୁ ସୁରିଶ୍ୱରଜୀ ମହାରାଜ, ସରସ୍ୱତୀ କୃପାପାତ୍ର ପରମପୂଜ୍ୟ ଆଚାର୍ଯ୍ୟ ଭଗବନ୍ତ ଶ୍ରୀମଦ୍ ବିଜୟରତ୍ନ ସୁନ୍ଦର ସୁରିଶ୍ୱରଜୀ ମହାରାଜ ଏବଂ ସମାରୋହରେ ଉପସ୍ଥିତ ସମସ୍ତ ସନ୍ଥ ଓ ସାଧ୍ୱୀମାନଙ୍କୁ ଶ୍ରଦ୍ଧାଞ୍ଜଳି ସହ ପ୍ରଣାମ ଓ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ସେ ଉର୍ଜା ମହୋତ୍ସବ ସମିତିର ସମସ୍ତ ସଦସ୍ୟଙ୍କୁ ମଧ୍ୟ ଅଭିନନ୍ଦନ ସହ ହୃଦୟପୂର୍ବକ ଶୁଭକାମନା ଜଣାଇଥିଲେ।