Ganga Expressway to become new lifeline of Uttar Pradesh’s development: PM Modi in Hardoi
April 29th, 11:35 am
PM Modi inaugurated the 594-km access-controlled Ganga Expressway in Hardoi, calling it a new lifeline for Uttar Pradesh’s development that will boost connectivity, support farmers and create industrial opportunities across multiple districts. He said the expressway will also bring the possibilities of the NCR closer and strengthen the state’s role in the journey towards Viksit Bharat.ଉତ୍ତରପ୍ରଦେଶର ହରଦୋଇରେ ୫୯୪ କିଲୋମିଟର ଦୀର୍ଘ ଆକ୍ସେସ୍ କଣ୍ଟ୍ରୋଲଡ୍ ଗ୍ରୀନଫିଲ୍ଡ ଗଙ୍ଗା ଏକ୍ସପ୍ରେସୱେର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
April 29th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ହରଦୋଇରେ ୫୯୪ କିଲୋମିଟର ଲମ୍ବ ଆକ୍ସେସ କଣ୍ଟ୍ରୋଲଡ୍ ଗ୍ରୀନଫିଲ୍ଡ ଗଙ୍ଗା ଏକ୍ସପ୍ରେସୱେକୁ ଉଦଘାଟନ କରିଛନ୍ତି। ଭଗବାନ ନରସିଂହଙ୍କ ପବିତ୍ର ଭୂମି ଏବଂ ମାତ୍ର କିଛି କିଲୋମିଟର ଦୂରରେ ପ୍ରବାହିତ ମା ଗଙ୍ଗାଙ୍କ ଦିବ୍ୟ ଉପସ୍ଥିତିକୁ ପ୍ରଣିପାତ କରି ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ସେ ଦୃଢ଼ ଭାବରେ କହିଥିଲେ ଯେ ଏ ସମଗ୍ର ଅଞ୍ଚଳ ଗଙ୍ଗାନଦୀର ଆଧ୍ୟାତ୍ମିକ ଏବଂ ପୁଷ୍ଟିକର କୃପାପ୍ରାପ୍ତ ଏକ ତୀର୍ଥସ୍ଥଳ। ଏହି ଏକ୍ସପ୍ରେସୱେ କିଛି ଘଣ୍ଟା ମଧ୍ୟରେ ପବିତ୍ର ସ୍ଥାନକୁ ଯାତ୍ରାକୁ ରୂପାନ୍ତରିତ କରିବ ବୋଲି ଉଲ୍ଲେଖ କରି ମୋଦୀ କହିଥିଲେ,ଉତ୍ତର ପ୍ରଦେଶକୁ ଏକ୍ସପ୍ରେସୱେ ମଧ୍ୟ ମା ଗଙ୍ଗାଙ୍କ ଆଶୀର୍ବାଦ।ଏଆଇ ଓ ଡିପ୍ଟେକ୍ ଷ୍ଟାର୍ଟଅପ୍ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୋଲ୍ଟେବୁଲ ବୈଠକ
February 20th, 12:27 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସେବା ତୀର୍ଥଠାରେ ଏଆଇ ଏବଂ ଡିପ୍ଟେକ୍ ଷ୍ଟାର୍ଟଅପ୍ସ ସିଇଓମାନଙ୍କ ସହିତ ଏକ ଗୋଲଟେବୁଲ ବୈଠକ କରିଛନ୍ତି। ଗୋଲଟେବୁଲରେ ଅଂଶଗ୍ରହଣ କରିଥିବା ଷ୍ଟାର୍ଟଅପ୍ଗୁଡ଼ିକ ନିର୍ଦ୍ଦିଷ୍ଟ କ୍ଷେତ୍ରଗୁଡ଼ିକରେ ଜନସଂଖ୍ୟାସ୍ତରୀୟ ଆହ୍ବାନଗୁଡ଼ିକର ସମାଧାନ କରୁଛନ୍ତି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ, ସେମାନେ ଉନ୍ନତ ନିଦାନ, ଜିନ୍ ଥେରାପି ଏବଂ ଶେଷ ମାଇଲ ପର୍ଯ୍ୟନ୍ତ ଗୁଣାତ୍ମକ ସେବା ଯୋଗାଇବା ନିମନ୍ତେ ପ୍ରଭାବୀ ରୋଗୀ ରେକର୍ଡ ପରିଚାଳନା ଲାଗି ଏଆଇ ବ୍ୟବହାର କରୁଛନ୍ତି। କୃଷିରେ ସେମାନେ ଉତ୍ପାଦକତା ବୃଦ୍ଧି ଓ ଜଳବାୟୁ ବିପଦର ମୁକାବିଲା ପାଇଁ ଭୂସ୍ଥାନିକ ଏବଂ ଗଭୀରଜଳ ବୁଦ୍ଧିମତା ବ୍ୟବହାର କରୁଛନ୍ତି। ଏହି ଗୋଷ୍ଠୀରେ ସାଇବର ସୁରକ୍ଷା, ନୈତିକ ଏଆଇ, ମହାକାଶ, ଶିକ୍ଷା ଓ ନ୍ୟାୟିକ ସେବାରେ ଆଞ୍ଚଳିକ ଭାଷାର ବ୍ୟବହାର ଦ୍ବାରା ସାମାଜିକ ସଶକ୍ତୀକରଣ ଏବଂ ଶିଳ୍ପ ଉତ୍ପାଦକତାକୁ ସୁଦୃଢ଼ କରିବା ପାଇଁ ପାରମ୍ପରିକ ବ୍ୟବସ୍ଥାର ଆଧୁନିକୀକରଣ ଉପରେ କେନ୍ଦ୍ରିତ ଷ୍ଟାର୍ଟଅପମାନେ ଅନ୍ତର୍ଭୁକ୍ତ ଥିଲେ। ମିଳିତଭାବେ ସେମାନେ ଏକ ଇକୋସିଷ୍ଟମର ପ୍ରତିନିଧିତ୍ବ କରୁଛନ୍ତି ଯାହାକି ସ୍ଥାନୀୟ ଆବଶ୍ୟକତାକୁ ପୂରଣ କରିବା ସହ ଏଆଇ-ଚାଳିତ ନବସୃଜନରେ ବିଶ୍ୱ ନେତୃତ୍ୱ ନିର୍ମାଣ କରୁଛି।