"ପ୍ରସିଦ୍ଧ ଗୁଜରାଟୀ ଲେଖକ ଏବଂ ପତ୍ରକାର ଶ୍ରୀ ଭାଗବତୀକୁମାର ଶର୍ମାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ "
September 05th, 11:33 am
ପ୍ରଧାନମନ୍ତ୍ରୀ ମୋଦୀ ପ୍ରସିଦ୍ଧ ଗୁଜରାଟୀ ଲେଖକ ଏବଂ ପତ୍ରକାର ଶ୍ରୀ ଭାଗବତୀକୁମାର ଶର୍ମାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ,'' ପ୍ରସିଦ୍ଧ ଗୁଜରାଟୀ ଲେଖକ ଏବଂ ପତ୍ରକାର ଶ୍ରୀ ଭାଗବତୀକୁମାର ଶର୍ମାଜୀଙ୍କ ବିୟୋଗ ଖବର ଶୁଣି ମୁଁ ଭାରି ଦୁଃଖୀ । ସାହିତ୍ୟ ଏବଂ ଶିକ୍ଷା ପ୍ରତି ତାଙ୍କର ସମର୍ପଣ ଅଧିକ ଉଲ୍ଲେଖନୀୟ ଥିଲା । ଆଗାମୀ ସମୟରେ ମଧ୍ୟ ତାଙ୍କର ଲେଖନୀକୁ ଅଧିକ ପଢ଼ାଯିବ । ଦୁଃଖର ଏହି ମୁହୂର୍ତ୍ତରେ ତାଙ୍କ ପରିବାର ଏବଂ ପ୍ରିୟଭାଜନମାନଙ୍କ ପ୍ରତି ମୋର ଗଭୀର ସମବେଦନା ।''