ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପାର୍ତ୍ତଗଳି ଜୀବୋତ୍ତମ ମଠର ୫୫୦ତମ ବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 28th, 03:35 pm
ଆଜିର ଏହି ପବିତ୍ର ଅବସର ମୋ ମନକୁ ଅତି ଆନନ୍ଦିତ କରିଛି। ସନ୍ଥ ଏବଂ ମୁନିମାନଙ୍କ ଗହଣରେ ବସିବା ନିଜର ଏକ ଆଧ୍ୟାତ୍ମିକ ଅନୁଭୂତି। ଏଠାରେ ଉପସ୍ଥିତ ବହୁ ସଂଖ୍ୟକ ଭକ୍ତ ଏହି ମଠର ଶତାବ୍ଦୀ ପୁରୁଣା ସ୍ପନ୍ଦନଶୀଳ ଶକ୍ତିକୁ ଆହୁରି ମଜବୁତ କରେ। ଏହି ସମାରୋହରେ ଆପଣମାନଙ୍କ ମଧ୍ୟରେ ଉପସ୍ଥିତ ରହିବା ପାଇଁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ଏଠାକୁ ଆସିବା ପୂର୍ବରୁ, ମୁଁ ରାମ ମନ୍ଦିର ଏବଂ ବୀର ବିଟ୍ଠଲ ମନ୍ଦିରରେ ପ୍ରାର୍ଥନା କରିବାର ସୌଭାଗ୍ୟ ପାଇଥିଲି। ସେଠାକାର ଶାନ୍ତ ଏବଂ ଭକ୍ତିପୂର୍ଣ୍ଣ ପରିବେଶ ଏହି ସମାରୋହର ଆଧ୍ୟାତ୍ମିକ ସାରକୁ ଆହୁରି ଗଭୀର କରିଥିଲା ।ଗୋଆରେ ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପର୍ତଗଲି ଜୀବୋତ୍ତମ ମଠର ୫୫୦ତମ ବାର୍ଷିକୀ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
November 28th, 03:30 pm
28.11.2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୋଆରେ ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପର୍ତଗଲି ଜୀବୋତ୍ତମ ମଠର ୫୫୦ତମ ବାର୍ଷିକୀ ସମାରୋହରେ ଉଦବୋଧନ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପବିତ୍ର ଅବସରରେ ତାଙ୍କର ମନ ଗଭୀର ଶାନ୍ତିରେ ପରିପୂର୍ଣ୍ଣ। ସେ ଆଲୋକପାତ କରିଥିଲେ ଯେ ସନ୍ଥମାନଙ୍କ ଉପସ୍ଥିତିରେ ବସିବା ବାସ୍ତବରେ ଏକ ଆଧ୍ୟାତ୍ମିକ ଅନୁଭୂତି। ଏଠାରେ ଉପସ୍ଥିତ ବହୁ ସଂଖ୍ୟକ ଭକ୍ତ ଏହି ମଠର ଶତାବ୍ଦୀ ପୁରୁଣା ଜୀବନ୍ତ ଶକ୍ତିକୁ ଆହୁରି ବୃଦ୍ଧି କରୁଛନ୍ତି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଆଜି ଏହି ସମାରୋହରେ ଲୋକଙ୍କ ମଧ୍ୟରେ ଉପସ୍ଥିତ ରହିବା ପାଇଁ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଏଠାକୁ ଆସିବା ପୂର୍ବରୁ ତାଙ୍କୁ ରାମ ମନ୍ଦିର ଏବଂ ବୀର ବିଠଲ ମନ୍ଦିର ପରିଦର୍ଶନ କରିବାର ସୌଭାଗ୍ୟ ମିଳିଥିଲା। ସେ କହିଥିଲେ ଯେ ସେଠାକାର ଶାନ୍ତି ଏବଂ ପରିବେଶ ଏହି ସମାରୋହର ଆଧ୍ୟାତ୍ମିକତାକୁ ଆହୁରି ଗଭୀର କରିଛି।ନଭେମ୍ବର ୨୮ରେ ପ୍ରଧାନମନ୍ତ୍ରୀଙ୍କ କର୍ଣ୍ଣାଟକ ଓ ଗୋଆ ଗସ୍ତ
November 27th, 12:04 pm
ପ୍ରଧାନମନ୍ତ୍ରୀ ନଭେମ୍ବର ୨୮ରେ କର୍ଣ୍ଣାଟକ ଓ ଗୋଆ ଗସ୍ତରେ ଯିବେ । ପୂର୍ବାହ୍ନ ପ୍ରାୟ ୧୧ଟା ୩୦ରେ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ଉଡୁପି ସ୍ଥିତ ଶ୍ରୀ କୃଷ୍ଣ ମଠକୁ ଗସ୍ତ କରିବେ । ପରେ ସେ ଗୋଆ ଯିବେ, ଯେଉଁଠାରେ ଅପରାହ୍ନ ୩ଟା ୧୫ରେ ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପାର୍ତ୍ତଗଳି ଜୀବୋତ୍ତମ ମଠର ୫୫୦ ବର୍ଷପୂର୍ତ୍ତି ଅବସରରେ ଅନୁଷ୍ଠିତ ‘ଶ୍ରାଦ୍ଧ ପଞ୍ଚଶତମନୋତ୍ସବ’ ପରିଦର୍ଶନ କରିବେ