‘୨୦୨୬-୨୭ରୁ ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ‘କ୍ଷୁଦ୍ର ଜଳ ବିଦ୍ୟୁତ୍ ବିକାଶ ଯୋଜନା’କୁ କ୍ୟାବିନେଟ ମଞ୍ଜୁରି

March 18th, 04:12 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ‘‘୨୦୨୬-୨୭ ଆର୍ଥିକ ବର୍ଷରୁ ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କ୍ଷୁଦ୍ର ଜଳ ବିଦ୍ୟୁତ୍ (ଏସଏଚପି) ବିକାଶ ଯୋଜନା’’କୁ ଅନୁମୋଦନ କରିଛି। ଏହି ଯୋଜନା ଅଧୀନରେ, ପ୍ରାୟ ୧୫୦୦ ମେଗାୱାଟ କ୍ଷମତା ବିଶିଷ୍ଟ କ୍ଷୁଦ୍ର ଜଳ ବିଦ୍ୟୁତ୍ (ଏସଏଚପି) ପ୍ରକଳ୍ପ ସ୍ଥାପନ ପାଇଁ ୨୫୮୪.୬୦ କୋଟି ଟଙ୍କା ବ୍ୟୟ କରାଯିବ।