ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରୀ କୁଏତ ଗସ୍ତର ମିଳିତ ବାର୍ତ୍ତା (ଡିସେମ୍ବର ୨୧-୨୨, ୨୦୨୪)

December 22nd, 07:46 pm

କୁଏତର ଅମୀର ଶେଖ ମେସାଲ ଅଲ-ଅହମଦ ଅଲ-ଜାବେର ଅଲ-ସବାହଙ୍କ ଆମନ୍ତ୍ରଣ କ୍ରମେ ଡିସେମ୍ବର ୨୧ରୁ ୨୨ ତାରିଖ ଯାଏ ଦୁଇ ଦିନିଆ ସରକାରୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥିଲେ । ଏହା ତାଙ୍କର ପ୍ରଥମ କୁଏତ ଗସ୍ତ । ଡିସେମ୍ବର ୨୧ ତାରିଖରେ ଆରମ୍ଭ ହୋଇଥିବା ୨୬ତମ ଆରବିଆନ ଗଲଫ କପ ଉଦଘାଟନୀ ମ୍ୟାଚରେ କୁଏତର ଅମୀରଙ୍କ ସମ୍ମାନିତ ଅତିଥି ଭାବେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଇଥିଲେ ।

କୁଏତର କ୍ରାଉନ୍ ପ୍ରିନ୍ସଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

December 22nd, 05:32 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୁଏତର କ୍ରାଉନ୍ ପ୍ରିନ୍ସ ଶେଖ୍ ସବା ଲ୍‌-ଖାଲିଦ୍ ଅଲ୍‌-ହମଦ୍ ଅଲ୍‌-ମୁବାରକ ଅଲ୍‌-ସବାଙ୍କ ସହ ସାକ୍ଷାତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୨୦୨୪ ରେ ୟୁଏନ୍‌ଜିଏ ଅଧିବେଶନ ଅବସରରେ କ୍ରାଉନ୍ ପ୍ରିନ୍ସଙ୍କ ସହ ହୋଇଥିବା ତାଙ୍କର ସାକ୍ଷାତକୁ ମନେ ପକାଇଥିଲେ ।

କୁଏତର ପ୍ରଧାନମନ୍ତ୍ରୀ ଭାବରେ ପୁନଃନିଯୁକ୍ତ ହୋଇଥିବାରୁ ଶେଖ ସବାହ ଅଲ-ଖାଲିଦ ଅଲ-ହମାଦ ଅଲ-ସବାହଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନନ୍ଦନ

December 08th, 10:48 am

କୁଏତର ପ୍ରଧାନମନ୍ତ୍ରୀ ଭାବରେ ପୁନଃନିଯୁକ୍ତି ପାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାମହିମ ଶେଖ ସବାହ ଅଲ–ଖାଲିଦ ଅଲ–ହମାଦ ଅଲ–ସବାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି।