ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରୀ କୁଏତ ଗସ୍ତର ମିଳିତ ବାର୍ତ୍ତା (ଡିସେମ୍ବର ୨୧-୨୨, ୨୦୨୪)

December 22nd, 07:46 pm

କୁଏତର ଅମୀର ଶେଖ ମେସାଲ ଅଲ-ଅହମଦ ଅଲ-ଜାବେର ଅଲ-ସବାହଙ୍କ ଆମନ୍ତ୍ରଣ କ୍ରମେ ଡିସେମ୍ବର ୨୧ରୁ ୨୨ ତାରିଖ ଯାଏ ଦୁଇ ଦିନିଆ ସରକାରୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥିଲେ । ଏହା ତାଙ୍କର ପ୍ରଥମ କୁଏତ ଗସ୍ତ । ଡିସେମ୍ବର ୨୧ ତାରିଖରେ ଆରମ୍ଭ ହୋଇଥିବା ୨୬ତମ ଆରବିଆନ ଗଲଫ କପ ଉଦଘାଟନୀ ମ୍ୟାଚରେ କୁଏତର ଅମୀରଙ୍କ ସମ୍ମାନିତ ଅତିଥି ଭାବେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଇଥିଲେ ।