ନୟା ରାୟପୁରରେ ଶାନ୍ତି ଶିଖର - ବ୍ରହ୍ମକୁମାରୀ ଧ୍ୟାନ କେନ୍ଦ୍ରର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭାଷଣର ଅନୁବାଦ

November 01st, 11:15 am

ଓମ୍ ଶାନ୍ତି! ଛତିଶଗଡର ରାଜ୍ୟପାଳ ରମଣ ଡେକା ଜୀ, ରାଜ୍ୟର ଲୋକପ୍ରିୟ ତଥା ସକ୍ରିୟ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ ଜୀ, ରାଜଯୋଗିନୀ ଭଉଣୀ ଜୟନ୍ତୀ ଜୀ, ରାଜଯୋଗୀ ମୃତୁଞ୍ଜୟ ଜୀ, ସମସ୍ତ ବ୍ରହ୍ମକୁମାରୀ ଭଉଣୀ, ଏଠାରେ ଉପସ୍ଥିତ ଥିବା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ରବ୍ୟକ୍ତିଗଣ!

ନୟା ରାୟପୁରରେ ‘ଶାନ୍ତି ଶିଖର’ ଉଦଘାଟନୀ ଉତ୍ସବରେ ବ୍ରହ୍ମକୁମାରୀମାନଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

November 01st, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡ଼ର ନୟା ରାୟପୁରରେ ଆଧ୍ୟାତ୍ମିକ ଶିକ୍ଷା, ଶାନ୍ତି ଏବଂ ଧ୍ୟାନ ପାଇଁ ଏକ ଆଧୁନିକ କେନ୍ଦ୍ର ଶାନ୍ତି ଶିଖରର ଉଦଘାଟନ ଅବସରରେ ବ୍ରହ୍ମାକୁମାରୀମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ କାରଣ ଛତିଶଗଡ଼ ଏହାର ପ୍ରତିଷ୍ଠାର ୨୫ ବର୍ଷ ପୂରଣ କରୁଛି। ସେ ଉଲ୍ଲେଖ କରିଥିଲେ ଯେ, ଛତିଶଗଡ଼ ସହିତ, ଝାଡ଼ଖଣ୍ଡ ଓ ଉତ୍ତରାଖଣ୍ଡ ମଧ୍ୟ ସେମାନଙ୍କର ପ୍ରତିଷ୍ଠାର ୨୫ ବର୍ଷ ପୂରଣ କରିଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ, ଦେଶର ଅନ୍ୟାନ୍ୟ ଅନେକ ରାଜ୍ୟ ଆଜି ସେମାନଙ୍କର ରାଜ୍ୟ ପ୍ରତିଷ୍ଠା ଦିବସ ପାଳନ କରୁଛନ୍ତି। ଶ୍ରୀ ମୋଦୀ ଏହି ସମସ୍ତ ରାଜ୍ୟର ବାସିନ୍ଦାଙ୍କୁ ସେମାନଙ୍କର ରାଜ୍ୟ ପ୍ରତିଷ୍ଠା ଦିବସରେ ଶୁଭକାମନା ଜଣାଇଥିଲେ। ରାଜ୍ୟଗୁଡ଼ିକର ବିକାଶ ଦେଶର ପ୍ରଗତିକୁ ଇନ୍ଧନ ଯୋଗାଇଥାଏ, ଏହି ମାର୍ଗଦର୍ଶକ ନୀତି ଦ୍ୱାରା ପରିଚାଳିତ ହୋଇ, ଆମେ ଏକ ବିକଶିତ ଭାରତ ନିର୍ମାଣ ମିଶନରେ ସକ୍ରିୟ ଭାବରେ ନିୟୋଜିତ ଅଛୁ ବୋଲି ପ୍ରଧାନମନ୍ତ୍ରୀ ଦୃଢତାର ସହିତ କହିଥିଲେ।