ଅର୍ଥନୈତିକ ରୋଡମ୍ୟାପ୍ ବ୍ୟବସାୟିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 09th, 06:15 am
ଆଜି ଏହି ସଭାଗୃହରେ ଭାରତ ଓ ଅଷ୍ଟ୍ରେଲିଆର ବ୍ୟବସାୟିକ ଶକ୍ତି ଏବଂ ବ୍ୟବସାୟିକ ମହତ୍ତ୍ୱାକାଂକ୍ଷାର ଏକ ଉତ୍କୃଷ୍ଟ ସମନ୍ୱୟ ଦେଖିବାକୁ ମିଳୁଛି। ଏଠାରେ ଆପଣମାନଙ୍କର ଉପସ୍ଥିତି ଆମର ସାମୂହିକ ବିଶ୍ୱାସ ଓ ସାମୂହିକ ଆଶା-ଆକାଂକ୍ଷାର ପ୍ରତୀକ।Prime Minister addresses Australia-India CEOs Forum and Economic Roadmap Business event
July 09th, 06:00 am
PM Modi participated in the Australia-India CEOs Forum and the Economic Roadmap Business event in Melbourne. Addressing the CEOs Forum, he highlighted India's strong economic growth, policy reforms, digital transformation and expanding innovation ecosystem. Addressing the Economic Roadmap Business event, he expressed satisfaction at the growth of trade and investment ties based on ECTA and called for early conclusion of the proposed CECA.ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଆଲୋଚନା
June 14th, 08:37 pm
ଦୁଇ ନେତା ଦ୍ୱିପାକ୍ଷିତ ସମ୍ପର୍କର ବିଭିନ୍ନ ଦିଗକୁ ନେଇ ବ୍ୟାପକ ଆଲୋଚନା କରିଥିଲେ । ସେମାନେ ସମସ୍ତ କ୍ଷେତ୍ରରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗର ଉକ୍ରୃଷ୍ଟ ଅଭିବୃଦ୍ଧି ଏବଂ ଗଭୀରତାରେ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ପ୍ରତିରକ୍ଷା ପ୍ଲାଟଫର୍ମ ଏବଂ ଉନ୍ନତ ପ୍ରଯୁକ୍ତିର ସହ-ଡିଜାଇନ, ସହ-ବିକାଶ ଏବଂ ସହ-ଉତ୍ପାଦନ ଉପରେ ଧ୍ୟାନ ଦେଇ ଏହାକୁ ଆହୁରି ତୀବ୍ର କରିବାକୁ ସହମତ ହୋଇଥିଲେ । ଉଭୟ ନେତା ମହାକାଶ କ୍ଷେତ୍ରରେ ସହଯୋଗର ସମୃଦ୍ଧ ଐତିହ୍ୟକୁ ଉଲ୍ଲେଖ କରିଥିଲେ ଏବଂ ମାନବ ମହାକାଶ ଉଡ଼ାଣ ଏବଂ ମହାକାଶ ପରିସ୍ଥିତିଗତ ସଚେତନତାରେ ସହଯୋଗକୁ ଆହୁରି ଆଗକୁ ବଢ଼ାଇବା ଉପରେ ଆଲୋଚନା କରିଥିଲେ । ସେମାନେ ମହାକାଶରେ ଘରୋଇ କ୍ଷେତ୍ର ସହଯୋଗକୁ ବିସ୍ତାର କରିବାର ଉପାୟ ଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରିଥିଲେ । ବେସାମରିକ ପରମାଣୁ ଶକ୍ତିରେ, ସେମାନେ ଉଲ୍ଲେଖ କରିଥିଲେ ଯେ ଭାରତର ଶାନ୍ତି ଆଇନ କ୍ଷୁଦ୍ର ଉନ୍ନତ ମଡୁ୍ୟଲାର ରିଆକ୍ଟର ସମେତ ସହଯୋଗ ପାଇଁ ନୂତନ ସୁଯୋଗ ସୃଷ୍ଟି କରେ ।ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ ୨୦୨୬ର ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 12th, 06:45 pm
୨୦୪୭ ମସିହାରେ,ଯେତେବେଳେ ଆମ ସ୍ୱାଧୀନତାର ଶହେ ବର୍ଷ ପୂରଣ ହେବ, ସେ ପର୍ଯ୍ୟନ୍ତ ଯାତ୍ରା ଭାରତ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, ଏବଂ ଏହା ସେହି ସମୟ ଯାହାକି ଆପଣମାନଙ୍କ ଜୀବନରେ ବି ସବୁଠାରୁ ମହତ୍ୱପୂର୍ଣ୍ଣ, ଅଥାତ ଆପଣମାନଙ୍କ ପାଇଁ ସବୁଠାରୁ ବଡ଼ ସୁବର୍ଣ୍ଣ ସୁଯୋଗ । ଅର୍ଥାତ, ଆପଣମାନଙ୍କ ସାମର୍ଥ୍ୟ ଭାରତର ସାମର୍ଥ୍ୟ ବନିବ, ଆପଣମାନଙ୍କ ସଫଳତା ଭାରତର ସଫଳତାକୁ ନୂତନ ଶୀର୍ଷତାରେ ପହଞ୍ଚାଇବ । ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗରେ ସହଭାଗିତା ପାଇଁ ମୁଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ମୁଁ ଆଗକୁ ଏ ବିଷୟରେ ବିସ୍ତୃତ ଭାବେ ଆଲୋଚନା ନିଶ୍ଚତ କରିବି, କିନ୍ତୁ ପ୍ରଥମେ ଆଜି ବିଶେଷ ଦିବସର ଆଲୋଚନା କରିବା ।ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 12th, 06:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ 'ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬'ର ସମାପନୀ ଅଧିବେଶନରେ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ, ଯେତେବେଳେ ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ, ଆଜିର ଯୁବ ନାଗରିକଙ୍କ ମଧ୍ୟରୁ ଅନେକ ଜନ୍ମ ହୋଇନଥିଲେ ଏବଂ ଯେତେବେଳେ ସେ ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଥିଲେ। ସମୟ ବିତିବା ସତ୍ତ୍ୱେ, ଯୁବ ପିଢ଼ି ପ୍ରତି ତାଙ୍କର ବିଶ୍ୱାସ ସ୍ଥିର ଏବଂ ଅଟଳ ରହିଛି ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ, ମୁଁ ସର୍ବଦା ତୁମର ସାମର୍ଥ୍ୟ, ତୁମର ପ୍ରତିଭା, ତୁମର ଉର୍ଜ୍ଜାରୁ ଶକ୍ତି ଆହରଣ କରିଛି ଏବଂ ଆଜି ଦେଖନ୍ତୁ, ଆପଣମାନେ ସମସ୍ତେ ଏକ ବିକଶିତ ଭାରତ ପରିକଳ୍ପନାର ନିୟନ୍ତ୍ରଣ ନେଉଛନ୍ତି।କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 11th, 02:45 pm
ଗୁଜରାଟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ଉପମୁଖ୍ୟମନ୍ତ୍ରୀ ହର୍ଷ ସଂଘଭି, ଗୁଜରାଟ ସରକାରଙ୍କ ଅନ୍ୟାନ୍ୟ ମନ୍ତ୍ରୀଗଣ , ସଂସଦ ଏବଂ ବିଧାନସଭାର ସଦସ୍ୟ, ମହାମହିମ , ଶିଳ୍ପ ଜଗତର ପ୍ରତିନିଧି, ଅନ୍ୟ ସମ୍ମାନିତ ଅତିଥିଗଣ , ମହିଳା ଏବଂ ଭଦ୍ର ଲୋକମାନୋରାଜକୋଟଠାରେ କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
January 11th, 02:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ରାଜକୋଟଠାରେ କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ, 2026 ବର୍ଷ ଆରମ୍ଭ ପରେ ଏହା ତାଙ୍କର ପ୍ରଥମ ଗୁଜରାଟ ଗସ୍ତ। ସେ ଏହା ଉପରେ ଆଲୋକପାତ କରି କହିଥିଲେ, ସକାଳେ ସେ ଭଗବାନ ସୋମନାଥଙ୍କ ଦିବ୍ୟ ଦର୍ଶନ କରିଥିଲେ ଏବଂ ବର୍ତ୍ତମାନ ରାଜକୋଟରେ ଏକ ମହାନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ‘ବିକାଶ ଭି, ବୀରାସତ ଭି’ (ଐତିହ୍ୟକୁ ନେଇ ବିକାଶ) ମନ୍ତ୍ର ସବୁଠି ଗୁଞ୍ଜରିତ ହେଉଛି। ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀରେ ଯୋଗଦେବା ପାଇଁ ଦେଶ ଏବଂ ବିଶ୍ୱରୁ ଆସିଥିବା ସମସ୍ତ ସହକର୍ମୀଙ୍କୁ ସେ ସ୍ୱାଗତ କରିଥିଲେ ଏବଂ ଶୁଭେଚ୍ଛା ଜଣାଇଥିଲେ।Prime Minister welcomes passage of SHANTI Bill by Parliament
December 18th, 09:47 pm
The Prime Minister, Shri Narendra Modi has welcomed the passage of the SHANTI Bill by both Houses of Parliament, describing it as a transformational moment for India’s technology landscape.