ଏଆଇ ଓ ଡିପ୍ଟେକ୍ ଷ୍ଟାର୍ଟଅପ୍ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୋଲ୍ଟେବୁଲ ବୈଠକ
February 20th, 12:27 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସେବା ତୀର୍ଥଠାରେ ଏଆଇ ଏବଂ ଡିପ୍ଟେକ୍ ଷ୍ଟାର୍ଟଅପ୍ସ ସିଇଓମାନଙ୍କ ସହିତ ଏକ ଗୋଲଟେବୁଲ ବୈଠକ କରିଛନ୍ତି। ଗୋଲଟେବୁଲରେ ଅଂଶଗ୍ରହଣ କରିଥିବା ଷ୍ଟାର୍ଟଅପ୍ଗୁଡ଼ିକ ନିର୍ଦ୍ଦିଷ୍ଟ କ୍ଷେତ୍ରଗୁଡ଼ିକରେ ଜନସଂଖ୍ୟାସ୍ତରୀୟ ଆହ୍ବାନଗୁଡ଼ିକର ସମାଧାନ କରୁଛନ୍ତି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ, ସେମାନେ ଉନ୍ନତ ନିଦାନ, ଜିନ୍ ଥେରାପି ଏବଂ ଶେଷ ମାଇଲ ପର୍ଯ୍ୟନ୍ତ ଗୁଣାତ୍ମକ ସେବା ଯୋଗାଇବା ନିମନ୍ତେ ପ୍ରଭାବୀ ରୋଗୀ ରେକର୍ଡ ପରିଚାଳନା ଲାଗି ଏଆଇ ବ୍ୟବହାର କରୁଛନ୍ତି। କୃଷିରେ ସେମାନେ ଉତ୍ପାଦକତା ବୃଦ୍ଧି ଓ ଜଳବାୟୁ ବିପଦର ମୁକାବିଲା ପାଇଁ ଭୂସ୍ଥାନିକ ଏବଂ ଗଭୀରଜଳ ବୁଦ୍ଧିମତା ବ୍ୟବହାର କରୁଛନ୍ତି। ଏହି ଗୋଷ୍ଠୀରେ ସାଇବର ସୁରକ୍ଷା, ନୈତିକ ଏଆଇ, ମହାକାଶ, ଶିକ୍ଷା ଓ ନ୍ୟାୟିକ ସେବାରେ ଆଞ୍ଚଳିକ ଭାଷାର ବ୍ୟବହାର ଦ୍ବାରା ସାମାଜିକ ସଶକ୍ତୀକରଣ ଏବଂ ଶିଳ୍ପ ଉତ୍ପାଦକତାକୁ ସୁଦୃଢ଼ କରିବା ପାଇଁ ପାରମ୍ପରିକ ବ୍ୟବସ୍ଥାର ଆଧୁନିକୀକରଣ ଉପରେ କେନ୍ଦ୍ରିତ ଷ୍ଟାର୍ଟଅପମାନେ ଅନ୍ତର୍ଭୁକ୍ତ ଥିଲେ। ମିଳିତଭାବେ ସେମାନେ ଏକ ଇକୋସିଷ୍ଟମର ପ୍ରତିନିଧିତ୍ବ କରୁଛନ୍ତି ଯାହାକି ସ୍ଥାନୀୟ ଆବଶ୍ୟକତାକୁ ପୂରଣ କରିବା ସହ ଏଆଇ-ଚାଳିତ ନବସୃଜନରେ ବିଶ୍ୱ ନେତୃତ୍ୱ ନିର୍ମାଣ କରୁଛି।ସମ୍ବିଧାନ ଦିବସରେ ପ୍ରସ୍ତାବନା ପାଠରେ ଯୋଗଦେଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଗଣ
November 26th, 09:25 pm
ସମ୍ବିଧାନ ଦିବସ ଉପଲକ୍ଷେ ଆଜି ସକାଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ପାଠ କରାଯାଇଛି।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର୍ ଶ୍ରୀ ଶକ୍ତିକାନ୍ତ ଦାସଙ୍କୁ ‘ଗ୍ଲୋବାଲ୍ ଫାଇନାନ୍ସ ସେଣ୍ଟ୍ରାଲ୍ ବ୍ୟାଙ୍କର୍ ରିପୋର୍ଟ କାର୍ଡ ୨୦୨୪’ରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ‘‘ଏ+’’ ରେଟିଂ ମିଳିବା ପରେ ଜଣାଇଲେ ଅଭିନନ୍ଦନ
August 21st, 09:33 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସଙ୍କୁ ଗ୍ଲୋବାଲ ଫାଇନାନ୍ସ ବ୍ୟାଙ୍କର ରିପୋର୍ଟ କାର୍ଡ ୨୦୨୪ରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ‘ଏ ପ୍ଲସ୍’ ରେଟିଂ ମିଳିବା ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତି।ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡସ୍ ୨୦୨୩ରେ ‘ଏ+’ ମାନ୍ୟତା ପାଇଥିବାରୁ ଶକ୍ତିକାନ୍ତ ଦାସଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
September 01st, 10:53 pm
ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡସ୍ ୨୦୨୩ରେ ଆର୍ବିଆଇ ଗଭର୍ନର ଶ୍ରୀ ଶକ୍ତିକାନ୍ତ ଦାସଙ୍କୁ ‘ଏ+’ ମାନ୍ୟତା ମିଳିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ଦାସ ଏ+ ମାନ୍ୟତା ପାଇଥିବା ୩ଟି ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ନରଙ୍କ ତାଲିକାର ଶୀର୍ଷରେ ରହିଛନ୍ତି ।