ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24th, 03:33 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଆଜି ଗିଫ୍ଟ ସିଟିରୁ ଶାହପୁର ପର୍ଯ୍ୟନ୍ତ ୩.୩୩ କିଲୋମିଟର ଲମ୍ବା ସମ୍ପ୍ରସାରଣକୁ ମଞ୍ଜୁରୀ ଦେଇଛନ୍ତି । ଏଥିରେ ତିନୋଟି ଉଚ୍ଚ ଷ୍ଟେସନ ଅନ୍ତର୍ଭୁକ୍ତ ରହିବ। ଏହି ପ୍ରକଳ୍ପ ପ୍ରାୟ ଚାରି ବର୍ଷ ମଧ୍ୟରେ ସମାପ୍ତ ହେବାର ଯୋଜନା ରହିଛି। ପ୍ରକଳ୍ପର ଆନୁମାନିକ ବ୍ୟୟ ଅଟକଳ ୧,୦୬୭.୩୫ କୋଟି ହେବ। ଏହି ସମ୍ପ୍ରସାରିତ କରିଡର ୨୦୨୯ ମସିହାରେ ପ୍ରାୟ ୨୩,୭୦୨ ଯାତ୍ରୀ ଏବଂ ୨୦୪୧ ମସିହାରେ ପ୍ରାୟ ୫୮,୦୫୯ ଜଣ ଯାତ୍ରୀଙ୍କୁ ଉପକୃତ କରିବ ବୋଲି ଆଶା କରାଯାଉଛି।

ଦେଶବ୍ୟାପୀ ଲୋକେ 'କାରନାମାଗୁଡିକ' ର କାରଣରୁ କଂଗ୍ରେସକୁ ନିଜଠାରୁ ଅଲଗା କରୁଛନ୍ତି :ପ୍ରଧାନମନ୍ତ୍ରୀ

November 04th, 02:02 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର କାଙ୍ଗଡା ଏବଂ ସୁନ୍ଦରନଗରରେ ଦୁଇଟି ସାର୍ବଜନିକ ଜନସଭାକୁ ସମ୍ବୋଧିତ କଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ହିମାଚଳ ପ୍ରଦେଶରେ ବିକାଶ ପାଇଁ ବହୁତ ଅଧିକ ସମ୍ଭାବନା ରହିଛି ଏବଂ ଏଥିପାଇଁ ମୁଁ ଲୋକମାନଙ୍କୁ 9 ନଭେମ୍ବର ରେ ବହୁଳ ମାତ୍ରାରେ ଭୋଟ ଦେବାକୁ ନିବେଦନ କରୁଛି ।