ସହକାରୀ ସଚିବ ଭାବରେ ନିଯୁକ୍ତ ୨୦୨୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
June 23rd, 02:13 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀ ଠାରେ ସେବା ତୀର୍ଥରେ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ସହକାରୀ ସଚିବ ଭାବରେ ନିଯୁକ୍ତ ହୋଇଥିବା ୨୦୨୪ ବ୍ୟାଚ୍ ର ୧୮୩ ଆଇଏଏସ୍ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା କରିଛନ୍ତି।ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସେବା ତୀର୍ଥରେ ଯୋଗ ଅଧିବେଶନ ଆୟୋଜିତ
June 21st, 03:51 pm
ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ନୂଆଦିଲ୍ଲୀରେ ସେବା ତୀର୍ଥରେ ଏକ ଯୋଗ ଅଧିବେଶନ ଅନୁଷ୍ଠିତ ହୋଇଥିଲା।ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୫୧ତମ ପ୍ରଗତି ବୈଠକ
May 27th, 10:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସେବାତୀର୍ଥରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପ୍ରୟାସକୁ ସୁଗମ ଭାବରେ ସମନ୍ୱିତ କରି ସକ୍ରିୟ ପ୍ରଶାସନ ଏବଂ ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନକୁ ପ୍ରୋତ୍ସାହିତ କରିବା ପାଇଁ ଆଇସିଟି-ସକ୍ଷମ, ବହୁମୁଖୀ-ମୋଡାଲ ପ୍ଲାଟଫର୍ମ ପ୍ରଗତିର ୫୧ତମ ବୈଠକର ଅଧ୍ୟକ୍ଷତା କରିଥିଲେ ।Governance is now being given a new identity by making it truly citizen-centric: PM Modi
April 02nd, 10:40 am
On the occasion of the foundation day of the Capacity Building Commission (CBC), PM Modi addressed the Karmayogi Sadhana Saptah and said the event is an important step to ensure public service remains relevant and responsive. Reaffirming that the core mantra driving the administration is “Nagrik Devo Bhava,” he expressed confidence that the initiative will become a significant chapter in India’s journey towards becoming a Viksit Bharat.‘କର୍ମଯୋଗୀ ସାଧନା ସପ୍ତାହ’ କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
April 02nd, 10:31 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ‘କର୍ମଯୋଗୀ ସାଧନା ସପ୍ତାହ’କୁ ସମ୍ବୋଧନ କରି ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶୁଭକାମନା ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମ ଦକ୍ଷତା ବିକାଶ ଆୟୋଗ (ସିବିସି)ର ପ୍ରତିଷ୍ଠା ଦିବସ ସହିତ ସମନ୍ୱିତ।ଦିଲ୍ଲୀରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 08th, 03:54 pm
ଆଜି, ଆମେ ସମସ୍ତେ ଦିଲ୍ଲୀରେ ବିକାଶକୁ ଏକ ନୂତନ ଗତି ଦେବା ପାଇଁ ଏଠାରେ ଏକତ୍ର ହୋଇଛୁ। କିଛି ସମୟ ପୂର୍ବରୁ ଏଠାଂରେ ୩୩,୫୦୦ କୋଟି ଟଙ୍କର ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ ହୋଇଛି । ମେଟ୍ରୋର ସମ୍ପ୍ରସାରଣରୁ ଆରମ୍ଭ କରି ହଜାର ହଜାର ସରକାରୀ କର୍ମଚାରୀଙ୍କ ବାସଗୃହ ପର୍ଯ୍ୟନ୍ତ, ଦେଶର ରାଜଧାନୀରେ ସୁବିଧାଗୁଡିକର ନିରନ୍ତର ବିସ୍ତାର ହେଉଛି, ଏକ ନୂଆ ଶକ୍ତି ପ୍ରଦାନ କରାଯାଉଛି । ଆପଣମାନେ ଦିଲ୍ଲୀବାସୀ ଗୋଟିଏ ବର୍ଷ ପୂର୍ବରୁ ଯେଉଁ ନୂତନ ଆଶା ଏବଂ ସଂକଳ୍ପ ସହତ ଏଠାରେ ବିଜେପିର ଡବଲ ଇଞ୍ଜିନ ସରକାର ଗଠନ କରିଥିଲେ, ତାହାର ପରିଣାମ ଆଜି ଏଠାରେ ହୋଇଥିବା ବିକାଶମୂଳକ କାର୍ଯ୍ୟରେ ଦୃଶ୍ୟମାନ ହେଉଛି । ମୁଁ ଦିଲ୍ଲୀର ସମସ୍ତ ନାଗରିକମାନଙ୍କୁ ଏହି ବିକାଶର ଏହି ନିରନ୍ତର ଧାରା ପାଇଁ ଅଭିନନ୍ଦନ ଜଣାଉଛି ।ଦିଲ୍ଲୀରେ ପ୍ରାୟ ₹୩୩,୫୦୦ କୋଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 08th, 10:26 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀଠାରେ ପ୍ରାୟ ୩୩,୫୦୦ କୋଟି ଟଙ୍କା ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ, ଆଜି, ଆମେ ସମସ୍ତେ ଦିଲ୍ଲୀର ବିକାଶକୁ ଏକ ନୂତନ ଗତି ଦେବା ପାଇଁ ଏଠାରେ ଏକତ୍ରିତ ହୋଇଛୁ।ସେବା ସଂକଳ୍ପ ପ୍ରସ୍ତାବ
February 24th, 04:53 pm
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ, କେନ୍ଦ୍ର କ୍ୟାବିନେଟର ଐତିହାସିକ ପ୍ରଥମ ବୈଠକ ପ୍ରଧାନମନ୍ତ୍ରୀଙ୍କ ନୂତନ କାର୍ଯ୍ୟାଳୟ 'ସେବା ତୀର୍ଥ'ରେ ଆୟୋଜନ କରାଯାଉଛି।ଏଆଇ ଓ ଡିପ୍ଟେକ୍ ଷ୍ଟାର୍ଟଅପ୍ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୋଲ୍ଟେବୁଲ ବୈଠକ
February 20th, 12:27 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସେବା ତୀର୍ଥଠାରେ ଏଆଇ ଏବଂ ଡିପ୍ଟେକ୍ ଷ୍ଟାର୍ଟଅପ୍ସ ସିଇଓମାନଙ୍କ ସହିତ ଏକ ଗୋଲଟେବୁଲ ବୈଠକ କରିଛନ୍ତି। ଗୋଲଟେବୁଲରେ ଅଂଶଗ୍ରହଣ କରିଥିବା ଷ୍ଟାର୍ଟଅପ୍ଗୁଡ଼ିକ ନିର୍ଦ୍ଦିଷ୍ଟ କ୍ଷେତ୍ରଗୁଡ଼ିକରେ ଜନସଂଖ୍ୟାସ୍ତରୀୟ ଆହ୍ବାନଗୁଡ଼ିକର ସମାଧାନ କରୁଛନ୍ତି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ, ସେମାନେ ଉନ୍ନତ ନିଦାନ, ଜିନ୍ ଥେରାପି ଏବଂ ଶେଷ ମାଇଲ ପର୍ଯ୍ୟନ୍ତ ଗୁଣାତ୍ମକ ସେବା ଯୋଗାଇବା ନିମନ୍ତେ ପ୍ରଭାବୀ ରୋଗୀ ରେକର୍ଡ ପରିଚାଳନା ଲାଗି ଏଆଇ ବ୍ୟବହାର କରୁଛନ୍ତି। କୃଷିରେ ସେମାନେ ଉତ୍ପାଦକତା ବୃଦ୍ଧି ଓ ଜଳବାୟୁ ବିପଦର ମୁକାବିଲା ପାଇଁ ଭୂସ୍ଥାନିକ ଏବଂ ଗଭୀରଜଳ ବୁଦ୍ଧିମତା ବ୍ୟବହାର କରୁଛନ୍ତି। ଏହି ଗୋଷ୍ଠୀରେ ସାଇବର ସୁରକ୍ଷା, ନୈତିକ ଏଆଇ, ମହାକାଶ, ଶିକ୍ଷା ଓ ନ୍ୟାୟିକ ସେବାରେ ଆଞ୍ଚଳିକ ଭାଷାର ବ୍ୟବହାର ଦ୍ବାରା ସାମାଜିକ ସଶକ୍ତୀକରଣ ଏବଂ ଶିଳ୍ପ ଉତ୍ପାଦକତାକୁ ସୁଦୃଢ଼ କରିବା ପାଇଁ ପାରମ୍ପରିକ ବ୍ୟବସ୍ଥାର ଆଧୁନିକୀକରଣ ଉପରେ କେନ୍ଦ୍ରିତ ଷ୍ଟାର୍ଟଅପମାନେ ଅନ୍ତର୍ଭୁକ୍ତ ଥିଲେ। ମିଳିତଭାବେ ସେମାନେ ଏକ ଇକୋସିଷ୍ଟମର ପ୍ରତିନିଧିତ୍ବ କରୁଛନ୍ତି ଯାହାକି ସ୍ଥାନୀୟ ଆବଶ୍ୟକତାକୁ ପୂରଣ କରିବା ସହ ଏଆଇ-ଚାଳିତ ନବସୃଜନରେ ବିଶ୍ୱ ନେତୃତ୍ୱ ନିର୍ମାଣ କରୁଛି।ସେବା ତୀର୍ଥ ଏବଂ କାର୍ତ୍ତବ୍ୟ ଭବନ-୧ ଏବଂ ୨ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 13th, 06:55 pm
ଆଜି, ଆମେ ସମସ୍ତେ ଏକ ନୂତନ ଇତିହାସ ସୃଷ୍ଟି ହେବାର ଦେଖୁଛୁ । ଆଜି ବିକ୍ରମ ସଂବତ୍ ଦୁଇ ହଜାର ବୟାଅଶୀ, ଫାଲଗୁନ କୃଷ୍ଣ ପକ୍ଷ ,ବିଜୟା ଏକାଦଶୀ ,ଏହି ପବିତ୍ର ଦିନରେ, ଯାହା ମାଘ ଚବିଶ, ଶାକ ସଂବତ୍ ଉଣେଇଶ ଶହ ସତଚାଳିଶର ପୂଣ୍ୟ ଅବସର, ଏବଂ ଆଜିର ପ୍ରଚଳିତ ଭାଷାରେ ମୁଁ ଯଦି କହିବି ତେବେ, ସାଧାରଣ କ୍ୟାଲେଣ୍ଡରରେ ଫେବୃଆରୀ ୧୩ର ଏହି ଦିନ, ଭାରତର ବିକାଶ ଯାତ୍ରାରେ ଏକ ନୂତନ ଆରମ୍ଭରେ ସାକ୍ଷି ହୋଇ ରହୁଛି । ଆମର ଏଠାରେ ଶାସ୍ତ୍ରରେ ବିଜୟା ଏକାଦଶୀର ବହୁତ ମହତ୍ତ୍ୱ ରହିଛି, ଏହି ଦିନରେ ଯେଉଁ ସଂକଳ୍ପ ନେଇ ଆଗକୁ ବଢିଥାଉ, ସେଥିରେ ବିଜୟ ଅବଶ୍ୟ ହୋଇଥାଏ । ଆଜି, ଆମେ ମଧ୍ୟ ଏକ ବିକଶିତ ଭାରତର ସଂକଳ୍ପ ସହିତ ସେବା ତୀର୍ଥ ଏବଂ କାର୍ତ୍ତବ୍ୟ ଭବନରେ ପ୍ରବେଶ କରୁଛୁ। ଆମ ମିଶନରେ ବିଜୟର ଦିବ୍ୟ ଆଶୀର୍ବାଦ ଆମ ସହିତ ଅଛି। ସେବା ତୀର୍ଥ ଏବଂ ନୂତନ କୋଠାର ଉଦଘାଟନ ପାଇଁ ମୁଁ ଆପଣସମସ୍ତଙ୍କୁ, ପିଏମଓଙ୍କର ସମସ୍ତ ଦଳକୁ, କ୍ୟାବିନେଟ ସଚିବାଳୟ ଏବଂ ବିଭିନ୍ନ ବିଭାଗର ସମସ୍ତ କର୍ମଚାରୀମାନଙ୍କୁ ମୋର ଅଭିନନ୍ଦନ ଜଣାଉଛି। ଏହାର ନିର୍ମାଣରେ ଯୋଗଦାନ ଦେଇଥିବା ଇଞ୍ଜିନିୟର ଏବଂ ଶ୍ରମିକମାନଙ୍କୁ ମଧ୍ୟ ମୁଁ ମୋର କୃତଜ୍ଞତା ଜଣାଉଛି।ନୂଆଦିଲ୍ଲୀରେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନ - ୧ ଏବଂ ୨ ର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
February 13th, 06:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନ - ୧ ଏବଂ ୨ର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଆଜି ସମସ୍ତେ ଏକ ନୂତନ ଇତିହାସ ସୃଷ୍ଟିର ସାକ୍ଷୀ ହେଉଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ୨୦୮୨ ବିକ୍ରମ ସମ୍ବତ୍, ଫାଲଗୁନ କୃଷ୍ଣ ପକ୍ଷ ସମୟରେ, ବିଜୟା ଏକାଦଶୀର ପବିତ୍ର ଅବସରରେ, ମାଘ ୨୪ ଏବଂ ୧୯୪୭ ଶାକ ସମ୍ୱତ, ଯାହା ବର୍ତ୍ତମାନର କ୍ୟାଲେଣ୍ଡରରେ ୨୦୨୬ ଫେବୃଆରୀ ୧୩, ଦିନଟି ଭାରତର ବିକାଶ ଯାତ୍ରାରେ ଏକ ନୂତନ ଆରମ୍ଭର ସାକ୍ଷୀ ହୋଇଛି। ଶାସ୍ତ୍ରରେ ବିଜୟା ଏକାଦଶୀର ବହୁତ ମହତ୍ତ୍ୱ ରହିଛି, କାରଣ ଏହି ଦିନରେ ନିଆଯାଇଥିବା ସଂକଳ୍ପ ସର୍ବଦା ବିଜୟ ଆଡ଼କୁ ନେଇଥାଏ। ଆଜି, ଏକ ବିକଶିତ ଭାରତର ସଂକଳ୍ପ ସହିତ, ସମସ୍ତେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନରେ ପ୍ରବେଶ କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ଏହି ଲକ୍ଷ୍ୟରେ ବିଜୟ ପାଇଁ ଦିବ୍ୟ ଆଶୀର୍ବାଦ ସେମାନଙ୍କ ସହିତ ଅଛି। ସେ ସେବା ତୀର୍ଥ ଏବଂ ନୂତନ କୋଠା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କ୍ୟାବିନେଟ ସଚିବାଳୟ ଏବଂ ବିଭିନ୍ନ ବିଭାଗର କର୍ମଚାରୀଙ୍କ ସମେତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ନିର୍ମାଣ ସହିତ ଜଡିତ ସମସ୍ତ ଇଞ୍ଜିନିୟର ଏବଂ ଶ୍ରମିକ ସହକର୍ମୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।‘ନାଗରିକ ଦେବୋ ଭବ’ ଭାବନାରେ ଅନୁପ୍ରାଣିତ ‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ
February 13th, 05:12 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସେବା ତୀର୍ଥକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଏଥିସହିତ ଦେଶବାସୀଙ୍କ ସେବା କରିବା ପାଇଁ ନିଜର ଅତୁଟ ସଂକଳ୍ପକୁ ଦୋହରାଇଛନ୍ତି। ଏହି ଅବସରରେ ସେ 'ନାଗରିକ ଦେବୋ ଭବ'ର ପବିତ୍ର ଭାବନାକୁ ଏହାର ମାର୍ଗଦର୍ଶକ ଶକ୍ତି ଭାବରେ ଆଲୋକପାତ କରିଛନ୍ତି ।ସେବା ତୀର୍ଥରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ନିଷ୍ପତ୍ତିରେ ପ୍ରତିଫଳିତ ହେଲା ସେବା ଓ ସମାଜ କଲ୍ୟାଣର ଭାବନା
February 13th, 04:16 pm
ସେବା ତୀର୍ଥରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସେ ଅତି ଜରୁରୀ ଫାଇଲରେ ସ୍ୱାକ୍ଷର କରିଛନ୍ତି ଯାହା ତାଙ୍କର ସେବା ଭାବନାକୁ ପ୍ରତିଫଳିତ କରୁଛି। ସେ ଆଜି ନେଇଥିବା ନିଷ୍ପତ୍ତି ଦେଶର ଚାଷୀ, ମହିଳା, ଯୁବବର୍ଗ ଏବଂ ବଞ୍ଚିତ ନାଗରିକଙ୍କ ସମେତ ସମାଜର ପ୍ରତ୍ୟେକ ବର୍ଗକୁ ଲାଭାନ୍ୱିତ କରିବ।