ସାର୍ ସିୱସାଗର୍ ରାମଗୁଲାମ ଏବଂ ସାର୍ ଅନିରୁଦ୍ଧ ଜଗନ୍ନାଥଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

March 11th, 03:04 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପାମ୍ପଲମୋସେସ୍‌ର ସାର୍ ସିୱସାଗର୍ ରାମଗୁଲାମ ବୋଟାନିକ୍ ଗାର୍ଡେନ୍‌ରେ ସାର୍ ସିୱସାଗର୍ ରାମଗୁଲାମ ଏବଂ ସାର୍ ଅନିରୁଦ୍ଧ ଜଗନ୍ନାଥଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ମାଲ୍ୟାର୍ପଣ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମରିସସ୍‌ର ପ୍ରଧାନମନ୍ତ୍ରୀ ଶ୍ରୀ ନବୀନଚନ୍ଦ୍ର ରାମଗୁଲାମ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମରିସସ୍‌ର ପ୍ରଗତି ଏବଂ ଭାରତ-ମରିସସ୍ ସମ୍ପର୍କ ପାଇଁ ଏକ ଦୃଢ଼ ଭିତ୍ତିଭୂମି ନିର୍ମାଣରେ ଦୁଇ ନେତାଙ୍କ ଯୋଗଦାନକୁ ମନେ ପକାଇଥିଲେ ।