ଭାରତ ଓ ଭୁଟାନ ମଧ୍ୟରେ ଥିବା ଅନନ୍ୟ ତଥା ଐତିହାସିକ ଭାଗିଦାରୀକୁ ଆହୁରି ଗଭୀର କରିବାକୁ ଆମେ ପ୍ରତିଶୃତିବଦ୍ଧ : ପ୍ରଧାନମନ୍ତ୍ରୀ
February 21st, 07:16 pm
ଭୁଟାନର ପ୍ରଧାନମନ୍ତ୍ରୀ ଶେରିଙ୍ଗ ଟୋବଗେ ନୂଆଦିଲ୍ଲୀରେ ଅନୁଷ୍ଠିତ ସୋଲ୍ ଲିଡର୍ଶିପ୍ କନ୍କ୍ଲେଭ୍ରେ ଦେଇଥିବା ଅଭିଭାଷଣକୁ ପ୍ରଶଂସା କରି ଶ୍ରୀ ମୋଦୀ କହିଛନ୍ତି, ଭାରତ ଓ ଭୁଟାନ ମଧ୍ୟରେ ଥିବା ଅନନ୍ୟ ତଥା ଐତିହାସିକ ଭାଗିଦାରୀକୁ ଆହୁରି ଗଭୀର କରିବାକୁ ଆମେ ପ୍ରତିଶୃତିବଦ୍ଧ ।ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ଫେବୃଆରୀ ୨୧ରେ ସୋଲ୍ ଲିଡରସିପ୍ କନକ୍ଲେଭର ପ୍ରଥମ ସଂସ୍କରଣକୁ ଉଦଘାଟନ କରିବେ
February 19th, 06:31 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୨୧ ତାରିଖ ସକାଳ ପ୍ରାୟ ୧୧ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ସୋଲ୍ ଲିଡରସିପ୍ ସମ୍ମିଳନୀର ପ୍ରଥମ ସଂସ୍କରଣକୁ ଉଦଘାଟନ କରିବେ । ଏହି ଅବସରରେ ସେ ଉପସ୍ଥିତ ଜନସାଧାରଣଙ୍କୁ ମଧ୍ୟ ସମ୍ବୋଧିତ କରିବେ । ଭୁଟାନର ପ୍ରଧାନମନ୍ତ୍ରୀ ଦାଶୋ ସେରିଙ୍ଗ ତୋବଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେବେ ।