Prime Minister condoles the demise of Thiru D. Gnanasundaram Ji

January 26th, 09:48 pm

The Prime Minister, Narendra Modi, has expressed deep grief over the demise of D. Gnanasundaram.

ନୂଆଦିଲ୍ଲୀରେ ଜ୍ଞାନ ଭାରତମ୍ ଉପରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 12th, 04:54 pm

ଆଜି ବିଜ୍ଞାନ ଭବନ ଭାରତର ସୁବର୍ଣ୍ଣ ଅତୀତର ସାକ୍ଷୀ ଭାବରେ ଦଣ୍ଡାୟମାନ । କିଛି ଦିନ ପୂର୍ବରୁ ମୁଁ ଜ୍ଞାନ ଭାରତମ୍ ମିଶନର ଘୋଷଣା କରିଥିଲି। ଏବଂ ଆଜି ଏତେ କମ୍ ସମୟ ମଧ୍ୟରେ ଆମେ ଜ୍ଞାନ ଭାରତମ୍ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରୁଛୁ। ଏହା ସହିତ ଜଡ଼ିତ ପୋର୍ଟାଲର ମଧ୍ୟ ନିକଟରେ ଶୁଭାରମ୍ଭ କରାଯାଇଛି। ଏହା କୌଣସି ସରକାରୀ କିମ୍ବା ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ନୁହେଁ; ଜ୍ଞାନ ଭାରତମ୍ ମିଶନ ଭାରତର ସଂସ୍କୃତି, ସାହିତ୍ୟ ଏବଂ ଚେତନାର ଏକ ଗୁରୁତ୍ଵ ବହନ କରୁଛି । ହଜାର ହଜାର ପିଢ଼ିର ଚିନ୍ତାଧାରା, ଭାରତର ବିଶିଷ୍ଟ ଋଷି , ବିଦ୍ୱାନମାନଙ୍କ ଜ୍ଞାନ ଏବଂ ଗବେଷଣା, ଆମର ପାରମ୍ପରିକ ଜ୍ଞାନ ପରମ୍ପରା, ଆମର ବୈଜ୍ଞାନିକ ଐତିହ୍ୟ, ଆମେ ଜ୍ଞାନ ଭାରତମ୍ ମିଶନ ମାଧ୍ୟମରେ ସେଗୁଡ଼ିକୁ ଡିଜିଟାଇଜେସନ୍ କରିବାକୁ ଯାଉଛୁ। ଏହି ମିଶନ ପାଇଁ ମୁଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ମୁଁ ଜ୍ଞାନ ଭାରତମ୍ ର ସମଗ୍ର ଦଳକୁ ଏବଂ ସଂସ୍କୃତି ମନ୍ତ୍ରଣାଳୟକୁ ମଧ୍ୟ ଶୁଭେଚ୍ଛା ଜଣାଉଛି।

‘ଜ୍ଞାନ ଭାରତମ୍’ ଅନ୍ତର୍ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 12th, 04:45 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ, ଜ୍ଞାନ ଭାରତମ୍ ଉପରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଜ୍ଞାନ ଭବନ ଆଜି ଭାରତର ସୁବର୍ଣ୍ଣ ଅତୀତର ପୁନରୁତ୍ଥାନର ସାକ୍ଷୀ ହେଉଛି। ସେ ଉଲ୍ଲେଖ କରିଥିଲେ ଯେ ମାତ୍ର କିଛି ଦିନ ପୂର୍ବରୁ ସେ ଜ୍ଞାନ ଭାରତମ୍ ମିଶନ ଘୋଷଣା କରିଥିଲେ ଏବଂ ଏତେ କମ୍ ସମୟ ମଧ୍ୟରେ ଜ୍ଞାନ ଭାରତମ୍ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ, ଏହି ମିଶନ ସହିତ ଜଡ଼ିତ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏହା ଏକ ସରକାରୀ କିମ୍ବା ଏକାଡେମିକ୍ କାର୍ଯ୍ୟକ୍ରମ ନୁହେଁ ଦର୍ଶାଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଜ୍ଞାନ ଭାରତମ୍ ମିଶନ ଭାରତର ସଂସ୍କୃତି, ସାହିତ୍ୟ ଏବଂ ଚେତନାର ଏକ ଘୋଷଣାରେ ପରିଣତ ହେବାକୁ ଯାଉଛି। ସେ ହଜାର ହଜାର ପିଢ଼ିର ଚିନ୍ତନଶୀଳ ପରମ୍ପରା ଉପରେ ଆଲୋକପାତ କରିଥିଲେ। ଭାରତର ଜ୍ଞାନ, ପରମ୍ପରା ଏବଂ ବୈଜ୍ଞାନିକ ଐତିହ୍ୟକୁ ରେଖାଙ୍କିତ କରି ସେ ଭାରତର ମହାନ ଋଷି, ଆଚାର୍ଯ୍ୟ ଏବଂ ବିଦ୍ୱାନମାନଙ୍କ ଜ୍ଞାନ ଏବଂ ଅନୁସନ୍ଧାନକୁ ସ୍ୱୀକାର କରିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ ଜ୍ଞାନ ଭାରତମ୍ ମିଶନ ଜରିଆରେ ଏହି ଐତିହ୍ୟଗୁଡ଼ିକର ଡିଜିଟାଇଜେସନ୍ କରାଯାଉଛି। ଏହି ଅଭିଯାନ ପାଇଁ ସେ ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ସମଗ୍ର ଜ୍ଞାନ ଭାରତମ୍ ଦଳ ତଥା ସଂସ୍କୃତି ମନ୍ତ୍ରଣାଳୟକୁ ଶୁଭେଚ୍ଛା ଜଣାଇଥିଲେ।

ରମାକାନ୍ତ ରଥଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

March 16th, 02:53 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଖ୍ୟାତ କବି ଏବଂ ବିଦ୍ୱାନଶ୍ରୀ ରମାକାନ୍ତ ରଥଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।ଶ୍ରୀ ରମାକାନ୍ତ ରଥଙ୍କ କୃତି, ବିଶେଷକରି କବିତା, ସମାଜରସମସ୍ତ ବର୍ଗଙ୍କ ମଧ୍ୟରେ ବ୍ୟାପକ ଭାବରେ ଲୋକପ୍ରିୟ ବୋଲିସେ କହିଛନ୍ତି ।

୨୧ ଫେବୃଆରୀରେ ନୂଆଦିଲ୍ଲୀରେ ୯୮ତମ ଅଖିଳ ଭାରତୀୟ ମରାଠୀ ସାହିତ୍ୟ ସମ୍ମେଳନ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 20th, 07:30 pm

ସରକାର ନିକଟରେ ମରାଠୀକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିଛନ୍ତି । ଏହାକୁ ଅଧିକ ତ୍ୱରାନ୍ୱିତ କରିବା ଏବଂ ଭାରତର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟର ଉତ୍ସବ ପାଳନ କରିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୧ ଫେବୃଆରୀ ପ୍ରାୟ ୪:୩୦ ସମୟରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ୯୮ତମ ଅଖିଳ ଭାରତୀୟ ମରାଠୀ ସାହିତ୍ୟ ସମ୍ମେଳନର ଉଦ୍‌ଘାଟନ କରିବେ । ଏହି ଅବସରରେ ସେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧନ କରିବେ ।

ତାମିଲ କବି ସୁବ୍ରମଣ୍ୟମ ଭାରତୀଙ୍କ ସମ୍ପୂର୍ଣ୍ଣ ରଚନା ଗୁଡିକର ସଂକଳନ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 11th, 02:00 pm

କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଜୀ, ରାଓ ଇନ୍ଦ୍ରଜିତ୍ ସିଂ, ଏଲ୍ ମୁରୁଗାନ୍ ଜୀ ଏବଂ ଏହି କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ସାହିତ୍ୟ ସେଭି, ସିନି ବିଶ୍ୱନାଥନ ଜୀ, ପ୍ରକାଶକ ଭି ଶ୍ରୀନିବାସନ ଜୀ ଏବଂ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଭଦ୍ର..... ମହିଳା ଏବଂ ଭଦ୍ର ମାନେ।

PM Modi releases compendium of complete works of great Tamil poet Subramania Bharati

December 11th, 01:30 pm

PM Modi released the compendium of complete works of great Tamil poet and freedom fighter Subramania Bharati at 7, Lok Kalyan Marg. The Prime Minister lauded the extraordinary, unprecedented and tireless work of six decades for the compilation of 'Kaala Varisaiyil Bharathiyar Padaippugal' in 21 volumes. He added that the hard work of Seeni Vishwanathan ji was such a penance, which will benefit many generations to come.

ଭାରତୀୟ ଅର୍ଥନୀତିଜ୍ଞ ତଥା ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଡ. ବିବେକ ଦେବରାୟଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

November 01st, 11:09 am

ରତୀୟ ଅର୍ଥନୀତିଜ୍ଞ ତଥା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଡ. ବିବେକ ଦେବରାୟଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।

India has not given world 'Yuddha', but Buddha: PM Modi at International Abhidhamma Divas

October 17th, 10:05 am

PM Modi addressed the celebration of International Abhidhamma Divas and the recognition of Pali as a classical language at Vigyan Bhavan, New Delhi. He emphasized the significance of Pali in understanding Buddha's teachings and highlighted the importance of preserving linguistic heritage. The PM spoke about India's commitment to promoting Lord Buddha's teachings globally.

ଆନ୍ତର୍ଜାତିକ ଅଭିଧମ୍ମ ଦିବସ ଏବଂ ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଉପଲକ୍ଷେ ଆୟୋଜିତ ଉତ୍ସବରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 17th, 10:00 am

ନୂଆଦିଲ୍ଲୀର ବିଜ୍ଞାନଭବନରେ ଆଜି ଆନ୍ତର୍ଜାତିକ ଅଭିଧମ୍ମ ଦିବସ ଏବଂ ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଉପଲକ୍ଷେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି । ଭଗବାନ ବୁଦ୍ଧଙ୍କ ଦିବ୍ୟକ୍ଷେତ୍ରରୁ ଅଭିଧମ୍ମ ଶିକ୍ଷା ସ୍ମୃତିରେ ଅଭିଧମ୍ମ ଦିବସ ପାଳନ କରାଯାଇଥାଏ । ଭଗବାନ ବୁଦ୍ଧଙ୍କ ଶିକ୍ଷା ଗୁଡ଼ିକ କେବଳ ପାଲି ଭାଷାରେ ଉପଲବ୍ଧ ହୋଇଥାଏ । ନିକଟରେ ପାଲି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଥିବାରୁ ଚଳିତ ବର୍ଷର ଅଭିଧମ୍ମ ଦିବସ ଉତ୍ସବର ଗୁରୁତ୍ୱ ବୃଦ୍ଧି ପାଇଛି ।

ଅକ୍ଟୋବର ୪ ତାରିଖରେ କୌଟିଲ୍ୟ ଆର୍ଥିକ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

October 03rd, 10:50 am

ନୂଆଦିଲ୍ଲୀର ତାଜ ହୋଟେଲରେ ଅକ୍ଟୋବର ୪ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ୩୦ ମିନିଟରେ ହେବାକୁ ଥିବା କୌଟିଲ୍ୟ ଆର୍ଥିକ ସମାବେଶରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ । ଏହି ଅବସରରେ ସେ ସମାବେଶକୁ ଉଦବୋଧନ ମଧ୍ୟ କରିବେ ।

Our athletes can achieve anything if they are helped with a scientific approach: PM Modi

February 19th, 08:42 pm

The Prime Minister, Shri Narendra Modi, today addressed Khelo India University Games being held across the seven states in the Northeast via a video message. PM Modi noted the mascot of the Khelo India University Games, i.e. Ashtalakshmi in the shape of a butterfly. PM who often calls the Northeast states Ashtalakshi said “making a butterfly the mascot in these games also symbolizes how the aspirations of the North East are getting new wings.”

ଉତ୍ତରପୂର୍ବ ରାଜ୍ୟରେ ଆୟୋଜିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

February 19th, 06:53 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଉତ୍ତର-ପୂର୍ବର ସାତଟି ରାଜ୍ୟରେ ଆୟୋଜିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାକୁ ସମ୍ବୋଧିତ କରିଛନ୍ତି । ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ମାସ୍କଟ ଅର୍ଥାତ୍ ପ୍ରଜାପତି ଆକାରରେ 'ଅଷ୍ଟଲକ୍ଷ୍ମୀ' ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଆଲୋକପାତ କରିଥିଲେ। ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକୁ ପ୍ରାୟତଃ 'ଅଷ୍ଟଲକ୍ଷ୍ମୀ' କହୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଖେଳଗୁଡ଼ିକରେ ମାସ୍କଟ୍ ତିଆରି କରିବା ମଧ୍ୟ ଉତ୍ତର-ପୂର୍ବର ଆକାଂକ୍ଷାକୁ କିପରି ନୂତନ ପ୍ରୋତ୍ସାହନ ମିଳୁଛି ତାହାର ପ୍ରତୀକ।

ଶ୍ରୀଲ ପ୍ରଭୁପାଦଙ୍କ ୧୫୦ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 08th, 01:00 pm

ଏହି ପବିତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ପୂଜା ସନ୍ଥଗଣ, ସାଧୁ, ଆଚାର୍ଯ୍ୟ ଗୌଡିୟ ମିଶନର ଶ୍ରଦ୍ଧେୟ ଭକ୍ତି ସୁନ୍ଦର ସନ୍ୟାସୀ ଜୀ, କ୍ୟାବିନେଟରେ ମୋର ସହଯୋଗୀ ଅର୍ଜୁନ ରାମ ମେଘୱାଲ ଜୀ, ମୀନାକ୍ଷୀ ଲେଖୀ ଜୀ, ଦେଶ ଓ ବିଶ୍ୱ ସହ ଜଡିତ ସମସ୍ତ କୃଷ୍ଣ ଭକ୍ତ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଓ ଭଦ୍ରବ୍ୟକ୍ତି ଗଣ,

ଶ୍ରୀଲ ପ୍ରଭୁପାଦଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

February 08th, 12:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍ ଠାରେ ଶ୍ରୀଲ ପ୍ରଭୁପାଦଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ଆଚାର୍ଯ୍ୟ ଶ୍ରୀଲ ପ୍ରଭୁପାଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସମ୍ମାନରେ ଏକ ସ୍ମାରକୀ ଟିକଟ ଓ ମୁଦ୍ରା ଉନ୍ମୋଚନ କରିଥିଲେ । ଗୌଡୀୟ ମିଶନର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀଲ ପ୍ରଭୁପାଦ ବୈଷ୍ଣବ ଧର୍ମର ମୌଳିକ ସିଦ୍ଧାନ୍ତ ଗୁଡିକୁ ସଂରକ୍ଷିତ କରିବା ଓ ପ୍ରସାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Prime Minister condoles demise of Telugu, Sanskrit scholar, Shri Kandlakunta Alaha Singaracharyulu

August 14th, 09:35 pm

The Prime Minister, Shri Narendra Modi has expressed deep grief over the demise of Telugu, Sanskrit scholar, Shri Kandlakunta Alaha Singaracharyulu.

ଜାତୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

August 07th, 04:16 pm

କିଛି ଦିନ ପୂର୍ବେ ହିଁ ଭାରତ ମଣ୍ଡପମ୍ ର ଭବ୍ୟ ଲୋକାର୍ପଣ କରାଯାଇଛି । ଆପଣମାନଙ୍କ ମଧ୍ୟରୁ ବହୁତ ଲୋକ ଅଛନ୍ତି ଯେଉଁମାନେ ପୂର୍ବରୁ ମଧ୍ୟ ଏଠାକୁ ଆସୁଥିଲେ ଆଉ ତମ୍ବୁ ଟାଣି ନିଜର ଦୁନିଆ ଠିଆ କରୁଥିଲେ । ତେବେ ଆଜି ଆପଣ ପରିବର୍ତିତ ହୋଇଥିବା ଦେଶ ଏହିଠାରେ ଦେଖିଥିବେ । ଆଉ ଆଜି ଆମେ ଏହି ଭାରତ ମଣ୍ଡପମ୍‌ରେ ଜାତୀୟ ହସ୍ତତନ୍ତ ଦିବସ- ରାଷ୍ଟ୍ରୀୟ ହସ୍ତତନ୍ତ ଦିବସ ପାଳନ କରୁଛେ । ଭାରତ ମଣ୍ଡପମ୍ ର ଏହି ଭବ୍ୟତାରେ ମଧ୍ୟ, ଭାରତର ହସ୍ତତନ୍ତ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପୁରାତନର ନୂତନ ସହିତ ଏହି ସଙ୍ଗମ ଆଜିକାର ଭାରତକୁ ପରିଭାଷିତ କରୁଛି । ଆଜିକାର ଭାରତ, ଲୋକାଲ ପ୍ରତି କେବଳ ଭୋକାଲ ହିଁ ନୁହେଁ, ବରଂ ତାହାକୁ ଗ୍ଲୋବାଲ କରିବା ପାଇଁ ବିଶ୍ୱସ୍ତରୀୟ ମଂଚ ମଧ୍ୟ ପ୍ରଦାନ କରୁଛି । କିଛି ସମୟ ପୂର୍ବରୁ ହିଁ ମୋତେ କିଛି ବୁଣାକାର ସାଥୀମାନଙ୍କ ସହିତ କଥା ହେବାର ସୁଯୋଗ ମିଳିଛି । ସାରା ଦେଶରେ ଅନେକଗୁଡ଼ିଏ ହସ୍ତତନ୍ତ କ୍ଲଷ୍ଟରଗୁଡ଼ିକରେ ମଧ୍ୟ ଆମର ବୁଣାକାର ଭାଇ- ଭଉଣୀ ଦୂର- ଦୂରାନ୍ତରରୁ ଆସିଛନ୍ତି ଆମ ସହିତ ଯୋଡ଼ି ହୋଇଛନ୍ତି । ମୁଁ ଆପଣ ସମସ୍ତଙ୍କୁ ଏହି ବିଶାଳ ସମାରୋହକୁ ହୃଦୟର ସହିତ ସ୍ୱାଗତ କରୁଛି, ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି ।

ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ହସ୍ତତନ୍ତ ଦିବସ ଉତ୍ସବକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

August 07th, 12:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଥିବା ଭାରତ ମଣ୍ଡପମ୍ ଠାରେ ଜାତୀୟ ହସ୍ତତନ୍ତ ଦିବସ ପାଳନ ଉତ୍ସବକୁ ସମ୍ବୋଧିତ କରିଛନ୍ତି ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ଦ୍ୱାରା କପଡା ଏବଂ ଶିଳ୍ପ ଭଣ୍ଡାରକୁ ନେଇ ବିକଶିତ ଇ-ପୋର୍ଟାଲ୍ ‘ଭାରତୀୟ ବସ୍ତ୍ର ଏବଂ ଶିଳ୍ପ କୋଷ'ର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରଦର୍ଶନୀ ପରିଦର୍ଶନ କରି ବୁଣାକାରମାନଙ୍କ ସହ ଆଲୋଚନା କରିଥିଲେ ।

ନେହେରୁ ସ୍ମାରକୀ ମ୍ୟୁଜିୟମ ଏବଂ ଲାଇବ୍ରେରୀ ସୋସାଇଟିର ବାର୍ଷିକ ସାଧାରଣ ସଭାରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ

January 02nd, 09:57 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏନଏମଏମଏଲ ସୋସାଇଟିର ବାର୍ଷିକ ସାଧାରଣ ସଭାରେ ଅଧ୍ୟକ୍ଷତା କରିଛନ୍ତି ଯେଉଁଠାରେ ଯୁବକମାନଙ୍କ ମଧ୍ୟରେ ଗବେଷଣା, ଛାତ୍ରବୃତ୍ତି ଏବଂ ଇତିହାସକୁ ଅଧିକ ଆକର୍ଷିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ଯୁବକମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ-ସଂଗ୍ରହାଳୟକୁ ଅଧିକ ଲୋକପ୍ରିୟ କରିବାର ଉପାୟ ଉପରେ ମଧ୍ୟ ଆଲୋଚନା କରିଥିଲେ ।

ବିଶିଷ୍ଟ ସଂସ୍କୃତ ବିଦ୍ଵାନ ପଣ୍ଡିତ ରେୱା ପ୍ରସାଦ ଦ୍ଵିବେଦୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

May 22nd, 04:17 pm

ବିଶିଷ୍ଟ ସଂସ୍କୃତ ବିଦ୍ଵାନ ପଣ୍ଡିତ ରେୱା ପ୍ରସାଦ ଦ୍ଵିବେଦୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।