ନୂଆଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ ଆର୍ଯ୍ୟ ମହାସମ୍ମେଳନ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
October 31st, 07:00 pm
ସର୍ବପ୍ରଥମେ, ମୁଁ ବିଳମ୍ବରେ ପହଞ୍ଚିଥିବା ପାଇଁ କ୍ଷମା ପ୍ରାର୍ଥନା କରୁଛି । ଆଜି ସର୍ଦ୍ଦାର ସାହେବଙ୍କ ଜନ୍ମବାର୍ଷିକୀ ଥିଲା, ତାଙ୍କର ୧୫୦ତମ ଜନ୍ମବାର୍ଷିକୀ। ଏକତା ନଗରର ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ତାଙ୍କର ଏକ କାର୍ଯ୍ୟକ୍ରମ ଥିଲା ଏବଂ ସେଥିପାଇଁ, ମୁଁ ଠିକ୍ ସମୟରେ ପହଞ୍ଚି ପାରିଲି ନାହିଁ। ଏଥିପାଇଁ ମୁଁ ପୁନର୍ବାର କ୍ଷମା ପ୍ରାର୍ଥନା କରୁଛି। ଆରମ୍ଭରେ ଆମେ ସମସ୍ତେ ଯେଉଁ ମନ୍ତ୍ରଗୁଡ଼ିକ ଶୁଣିଥିଲୁ, ସେହି ମନ୍ତ୍ରଗୁଡିକର ଶକ୍ତି ଏବେ ମଧ୍ୟ ଆମେ ଅନୁଭବ କରୁଛେ । ଯେତେବେଳେ ମୋତେ ଆପଣମାନଙ୍କ ପାଖକୁ ଆସିବାର ସୁଯୋଗ ମିଳେ ଏବଂ ଯେବେ ଯେବେ ମୁଁ ଏଠାକୁ ଆସିଛି ଦିବ୍ୟ ଅଭିଜ୍ଞତା ଏବଂ ଆଶ୍ଚର୍ଯ୍ୟଜନକ ଅନୁଭୂତି ପାଇଛି । ସ୍ୱାମୀ ଦୟାନନ୍ଦଙ୍କ ଆଶୀର୍ବାଦ, ତାଙ୍କ ଆଦର୍ଶ ପ୍ରତି ଆମର ଶ୍ରଦ୍ଧା ଏବଂ ଆପଣମାନଙ୍କ ସହିତ ଦଶନ୍ଧି ଧରି ରହିଥିବା ସମ୍ପର୍କ ମୋତେ ବାରମ୍ବାର ଆପଣଙ୍କ ମଧ୍ୟରେ ରହିବାର ସୁଯୋଗ ଦେଉଛି। ଆଉ ଯେତେବେଳେ ମୁଁ ଆପଣମାନଙ୍କୁ ଭେଟିଥାଏ ଏବଂ ଆପଣମାନଙ୍କୁ ସହିତ କଥାବାର୍ତ୍ତା କରେ, ମୁଁ ଏକ ଅନନ୍ୟ ଶକ୍ତି ଏବଂ ପ୍ରେରଣାରେ ପରିପୂର୍ଣ୍ଣ ହୋଇଯାଏ। ମୋତେ ଏହା ମଧ୍ୟ ସୂଚନା ଦିଆଯାଇଛି ଯେ ଏହିପରି ନଅଟି ସଭାଗୃହ ନିର୍ମାଣ କରାଯାଇଛି, ଯେଉଁଠାରେ ଆମର ସମସ୍ତ ଆର୍ଯ୍ୟ ସମାଜର ସଦସ୍ୟ ଭିଡିଓ ଲିଙ୍କ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଦେଖୁଛନ୍ତି। ଯଦିଓ ମୁଁ ସେମାନଙ୍କୁ ଦେଖିପାରୁ ନାହିଁ, ମୁଁ ଏଠାରୁ ମଧ୍ୟ ସେମାନଙ୍କୁ ମୋର ପ୍ରଣାମ ଜଣାଉଛି।କେଭାଡ଼ିଆରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 31st, 09:00 am
ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀର ଐତିହାସିକ ଅବସରରେ, ଏକତାନଗରର ଏହି ଦିବ୍ୟ ପ୍ରଭାତ, ଏହି ମନୋରମ ଦୃଶ୍ୟ, ସର୍ଦ୍ଦାର ସାହେବଙ୍କ ପାଦତଳେ ଆମର ଉପସ୍ଥିତି, ଆଜି ଆମେ ସମସ୍ତେ ଏକ ମହାନ ମୁହୂର୍ତ୍ତର ସାକ୍ଷୀ ହେଉଛୁ। ସମଗ୍ର ଦେଶରେ ଚାଲିଥିବା ଏକତା ଦୌଡ଼, ରନ ଫର ୟୁନିଟି, କୋଟି କୋଟି ଭାରତୀୟଙ୍କ ଉତ୍ସାହ, ଆମେ ଏକ ନୂତନ ଭାରତର ସଂକଳ୍ପ ଶକ୍ତିକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରୁଛୁ। ବର୍ତ୍ତମାନ ଏଠାରେ ଯେଉଁସବୁ କାର୍ଯ୍ୟକ୍ରମ ହୋଇଛି, ଗତକାଲି ସନ୍ଧ୍ୟାରେ ଯେଉଁସବୁ ଚମତ୍କାର ପ୍ରସ୍ତୁତି ହୋଇଛି, ସେଥିରେ ମଧ୍ୟ, ଅତୀତର ପରମ୍ପରା, ବର୍ତ୍ତମାନର ଶ୍ରମ ଓ ବୀରତ୍ଵ ଏବଂ ଭବିଷ୍ୟତର ସଫଳତାର ଝଲକ ମଧ୍ୟ ରହିଛି। ସର୍ଦ୍ଦାର ସାହେବଙ୍କ ଏକ ଶହ ପଚାଶତମ ଜୟନ୍ତୀ ଉପଲକ୍ଷେ ସ୍ମାରକୀ ମୁଦ୍ରା ଏବଂ ସ୍ୱତନ୍ତ୍ର ଡାକ ଟିକଟ ମଧ୍ୟ ଜାରି କରାଯାଇଛି। ସର୍ଦ୍ଦାର ସାହେବଙ୍କ ଜୟନ୍ତୀ, ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ମୁଁ ସମସ୍ତ ୧୪୦ କୋଟି ଦେଶବାସୀଙ୍କୁ ବହୁତ-ବହୁତ ଶୁଭେଚ୍ଛା, ଅନେକ ଅନେକ ଶୁଭକାମନା ଜଣାଉଛି।ରାଷ୍ଟ୍ରୀୟ ଏକତା ଦିବସରେ ଦେଶକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ : ଭାରତର ସୁରକ୍ଷା କିମ୍ବା ଲୌହ ମାନବଙ୍କ ଆତ୍ମସମ୍ମାନ ସହିତ ଦେଶ ସାଲିସ କରିବ ନାହିଁ
October 31st, 08:44 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କେଭାଡିଆ ଠାରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ହେଉଛି ଏକ ଐତିହାସିକ ଅବସର। ଏକତା ନଗରର ସକାଳର ଦିବ୍ୟ ଏବଂ ମନୋରମ ଦୃଶ୍ୟକୁ ଆଶ୍ଚର୍ଯ୍ୟଜନକ ବୋଲି ବର୍ଣ୍ଣନା କରି ଶ୍ରୀ ମୋଦୀ ସର୍ଦ୍ଦାର ପଟେଲଙ୍କ ପାଦତଳେ ସାମୂହିକ ଉପସ୍ଥିତି ସମ୍ପର୍କରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ, ଦେଶ ଏକ ମହାନ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତର ସାକ୍ଷୀ ହେଉଛି। ସେ ଦେଶବ୍ୟାପୀ ଏକତା ଦୌଡ଼ ଏବଂ ଏଥିରେ କୋଟି କୋଟି ଭାରତୀୟଙ୍କ ଉତ୍ସାହୀ ଅଂଶଗ୍ରହଣ ଉପରେ ଆଲୋକପାତ କରିଥିଲେ ଏବଂ ଗୁରୁତ୍ୱାରୋପ କରିଥିଲେ ଯେ ଏକ ନୂତନ ଭାରତ ପାଇଁ ସଂକଳ୍ପ ସ୍ପଷ୍ଟ ଭାବରେ ଅନୁଭୂତ ହେଉଛି। ପୂର୍ବରୁ ଅନୁଷ୍ଠିତ କାର୍ଯ୍ୟକ୍ରମ ଏବଂ ପୂର୍ବ ସନ୍ଧ୍ୟାର ଉଲ୍ଲେଖନୀୟ ଉପସ୍ଥାପନାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏହା ଅତୀତର ପରମ୍ପରା, ବର୍ତ୍ତମାନର ଶ୍ରମ ଓ ପରାକ୍ରମ ଏବଂ ଭବିଷ୍ୟତର ସଫଳତାର ଏକ ଝଲକକୁ ପ୍ରତିଫଳିତ କରେ। ସେ ସୂଚନା ଦେଇଥିଲେ ଯେ , ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଏକ ସ୍ମାରକୀ ମୁଦ୍ରା ଏବଂ ଏକ ସ୍ୱତନ୍ତ୍ର ଡାକ ଟିକେଟ ଜାରି କରାଯାଇଛି।The history and legacy of the Chola Empire reflect the strength and true potential of our great nation: PM Modi
July 27th, 12:30 pm
In his address during the Aadi Thiruvathirai Festival at the Gangaikonda Cholapuram temple in Tamil Nadu, PM Modi said that the legacy of Rajaraja Chola and Rajendra Chola is synonymous with India's identity and pride. He remarked that the economic and strategic advancements achieved during the Chola era continue to inspire modern India. The PM affirmed his resolve to further strengthen the spirit of pride in India’s rich heritage.ତାମିଲନାଡୁର ଗଙ୍ଗଇକୋଣ୍ଡା ଚୋଳପୁରମରେ ଆଦି ତିରୁବଥିରାଇ ମହୋତ୍ସବକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
July 27th, 12:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ଗଙ୍ଗଇକୋଣ୍ଡା ଚୋଳପୁରମ ମନ୍ଦିରରେ ଆଦି ତିରୁବଥିରାଇ ମହୋତ୍ସବକୁ ସମ୍ବୋଧିତ କରିଥିଲେ । ସର୍ବଶକ୍ତିମାନ ଭଗବାନ ଶିବଙ୍କୁ ପ୍ରଣାମ କରି, ରାଜରାଜା ଚୋଳଙ୍କ ପବିତ୍ର ଭୂମିରେ ଦିବ୍ୟ ଶିବ ଦର୍ଶନ ମାଧ୍ୟମରେ ଅନୁଭୂତ ଗଭୀର ଆଧ୍ୟାତ୍ମିକ ଶକ୍ତିକୁ ପ୍ରତିଫଳିତ କରି, ଶ୍ରୀ ଇଲୈୟାରାଜଙ୍କ ସଙ୍ଗୀତ ଏବଂ ଓଧୂବରମାନଙ୍କ ପବିତ୍ର ମନ୍ତ୍ର ସହିତ, ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ, ଏହି ଆଧ୍ୟାତ୍ମିକ ପରିବେଶ ଆତ୍ମାକୁ ଗଭୀର ଭାବରେ ଆକର୍ଷିତ କରିଛି ।ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
January 09th, 10:15 am
ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ ଜୀ, ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଏସ୍ ଜୟଶଙ୍କର ଜୀ, ଜୁଏଲ ଓରାମ ଜୀ, ଧର୍ମେନ୍ଦ୍ର ପ୍ରଧାନ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ, ଶୋଭା କରନ୍ଦଲାଜେ ଜୀ, କୀର୍ତ୍ତି ବର୍ଦ୍ଧନ ସିଂହ ଜୀ, ପବିତ୍ରା ମାର୍ଗେରିଟା ଜୀ, ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜୀ, ପ୍ରଭାତୀ ପରିଡ଼ା ଜୀ, ଅନ୍ୟ ମନ୍ତ୍ରୀଗଣ, ସାଂସଦ ଓ ବିଧାୟକଗଣ, ବିଶ୍ୱର କୋଣ ଅନୁକୋଣରୁ ଏଠାକୁ ଆସିଥିବା ଭାରତ ମାତାଙ୍କ ସମସ୍ତ ପୁଅ ଝିଅ…ଓଡ଼ିଶାରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 09th, 10:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ସମସ୍ତ ପ୍ରତିନିଧି ଏବଂ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, ଆଜି ଏଠାରେ ପରିବେଷିତ ଉଦଘାଟନୀ ସଂଗୀତ ଭବିଷ୍ୟତରେ ସାରା ବିଶ୍ୱରେ ଆୟୋଜିତ ହେବାକୁ ଥିବା ବିଭିନ୍ନ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ପରିବେଷଣ କରାଯିବ। ସେ ଗ୍ରାମୀ ପୁରସ୍କାର ବିଜେତା କଳାକାର ରିକି କେଜ ଏବଂ ତାଙ୍କ ଦଳକୁ ଏଭଳି ଚମତ୍କାର ଉପସ୍ଥାପନା ପାଇଁ ପ୍ରଶଂସା କରିଛନ୍ତି। ଏହି ଗୀତରେ ପ୍ରବାସୀ ଭାରତୀୟଙ୍କ ଭାବନା ଏବଂ ଅନୁଭୂତି ରହିଥିବା ସେ କହିଛନ୍ତି।ତାମିଲ କବି ସୁବ୍ରମଣ୍ୟମ ଭାରତୀଙ୍କ ସମ୍ପୂର୍ଣ୍ଣ ରଚନା ଗୁଡିକର ସଂକଳନ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 11th, 02:00 pm
କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଜୀ, ରାଓ ଇନ୍ଦ୍ରଜିତ୍ ସିଂ, ଏଲ୍ ମୁରୁଗାନ୍ ଜୀ ଏବଂ ଏହି କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ସାହିତ୍ୟ ସେଭି, ସିନି ବିଶ୍ୱନାଥନ ଜୀ, ପ୍ରକାଶକ ଭି ଶ୍ରୀନିବାସନ ଜୀ ଏବଂ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଭଦ୍ର..... ମହିଳା ଏବଂ ଭଦ୍ର ମାନେ।PM Modi releases compendium of complete works of great Tamil poet Subramania Bharati
December 11th, 01:30 pm
PM Modi released the compendium of complete works of great Tamil poet and freedom fighter Subramania Bharati at 7, Lok Kalyan Marg. The Prime Minister lauded the extraordinary, unprecedented and tireless work of six decades for the compilation of 'Kaala Varisaiyil Bharathiyar Padaippugal' in 21 volumes. He added that the hard work of Seeni Vishwanathan ji was such a penance, which will benefit many generations to come.DMK founded on 'Divide, Divide and Divide' and seeks to destroy 'Sanatan': PM Modi in Vellore
April 10th, 02:50 pm
Ahead of the Lok Sabha elections, Prime Minister Narendra Modi was accorded a warm welcome by the vibrant people of Vellore as he addressed a public meeting in Tamil Nadu. He said, I bow down to the history, mythology, and bravery of Vellore. He added, Vellore created a pivotal revolution against the British, and presently, its robust support for the N.D.A. showcases the spirit of 'Fir ek Baar Modi Sarkar'.Massive crowd support in Vellore & Mettupalayam as PM Modi addresses two public meetings in Tamil Nadu
April 10th, 10:30 am
Ahead of the Lok Sabha elections, Prime Minister Narendra Modi was accorded a warm welcome by the massive crowd support in Vellore and Mettupalayam as he addressed two public meetings in Tamil Nadu. He said, I bow down to the history, mythology, and bravery of Vellore. He added, Vellore created a pivotal revolution against the British, and presently, its robust support for the N.D.A. showcases the spirit of 'Fir ek Baar Modi Sarkar'.ନୂଆଦିଲ୍ଲୀରେ ପୋଙ୍ଗଲ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 14th, 12:00 pm
ପୋଙ୍ଗଲର ପବିତ୍ର ଦିନରେ ତାମିଲନାଡୁର ପ୍ରତ୍ୟେକ ଘରୁ ପୋଙ୍ଗଲ ଧାରା ପ୍ରବାହିତ ହୋଇଥାଏ । ମୁଁ କାମନା କରୁଛି ଯେ ସେହିଭଳି ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ସନ୍ତୋଷର ଧାରା ନିରନ୍ତର ପ୍ରବାହିତ ହେଉ । ଗତକାଲି ଦେଶରେ ଲୋହରୀ ପର୍ବ ଧୁମଧାମରେ ପାଳିତ ହୋଇଥିଲା । ଆଜି କିଛି ଲୋକ ମକର ସଂକ୍ରାନ୍ତି-ଉତ୍ତରାୟଣ ପାଳନ କରୁଛନ୍ତି, କିଛି ଲୋକ ଆସନ୍ତାକାଲି ପାଳନ କରିବେ। ମାଘ ବିହୁ ପାଖେଇ ଆସୁଛି । ଏହି ପର୍ବ ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଶୁଭେଚ୍ଛା ଜଣାଉଛି ।ନୂଆଦିଲ୍ଲୀରେ ପୋଙ୍ଗଲ ଉତ୍ସବରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ
January 14th, 11:30 am
ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ପୋଙ୍ଗଲ ଅବସରରେ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ତାମିଲନାଡୁର ପ୍ରତ୍ୟେକ ଘରୁ ଉତ୍ସବର ଉତ୍ସାହ ଦେଖିବାକୁ ମିଳୁଛି। ସମସ୍ତ ନାଗରିକଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ସନ୍ତୋଷର ଧାରାର ନିରନ୍ତର ପ୍ରବାହ ପାଇଁ ଶ୍ରୀ ମୋଦୀ କାମନା କରିଛନ୍ତି। ସେହିପରି ଗତକାଲି ହେଉଥିବା ଲୋହରୀ ଉତ୍ସବ, ଆଜି ମକର ଉତ୍ତରାୟଣର ପର୍ବ, ଆସନ୍ତାକାଲି ମକର ସଂକ୍ରାନ୍ତି ଏବଂ ଖୁବ୍ ଶୀଘ୍ର ମାଘ ବିହୁ ର ଶୁଭାରମ୍ଭ ହେବ ବୋଲି ସେ ଉଲ୍ଲେଖ କରିଥିଲେ। ଦେଶରେ ଚାଲିଥିବା ପର୍ବପର୍ବାଣୀ ପାଇଁ ଶ୍ରୀ ମୋଦୀ ସମସ୍ତ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।'ମନ୍ କୀ ବାତ୍' ପାଇଁ ଲୋକମାନେ ଯେଉଁ ସ୍ନେହ ଦେଖାଇଛନ୍ତି ତାହା ଅଭୂତପୂର୍ବ: ପ୍ରଧାନମନ୍ତ୍ରୀ ମୋଦୀ
May 28th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ । ଏଥର ‘ମନ୍ କି ବାତ୍’ର ଏହି ଅଧ୍ୟାୟ, ଦ୍ୱିତୀୟ ଶତକର ଶୁଭାରମ୍ଭ । ଗତ ମାସରେ ଆମେ ସମସ୍ତେ ଏହାର ସ୍ୱତନ୍ତ୍ର ଶତକକୁ ଆନନ୍ଦରେ ପାଳନ କଲୁ । ଆପଣମାନଙ୍କ ଅଂଶଗ୍ରହଣ ହିଁ ଏହି କାର୍ଯ୍ୟକ୍ରମର ସବୁଠାରୁ ବଡ଼ ଶକ୍ତି । ୧୦୦ତମ ଅଧ୍ୟାୟର ପ୍ରସାରଣ ସମୟରେ ସାରା ଦେଶ ଏକ ପ୍ରକାର ଗୋଟିଏ ସୂତ୍ରରେ ବାନ୍ଧି ହୋଇଯାଇଥିଲା । ସଫେଇ କାର୍ଯ୍ୟରେ ଲିପ୍ତ ଆମ ଭାଇଭଉଣୀ ହୁଅନ୍ତୁ କିମ୍ବା ଭିନ୍ନ ଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ମହାରଥିମାନେ, ‘ମନ୍ କି ବାତ୍’ ସମସ୍ତଙ୍କୁ ଏକାଠି କରିପାରିଛି । ଆପଣମାନେ ସମସ୍ତେ ‘ମନ୍ କି ବାତ୍’ ପ୍ରତି ଯେଉଁ ଆତ୍ମୀୟତା ଏବଂ ସ୍ନେହଭାବ ପ୍ରଦର୍ଶିତ କରିଛନ୍ତି, ତାହା ଅଭୁତପୂର୍ବ ଏବଂ ଭାବବିହ୍ୱଳକାରୀ । ଯେତେବେଳେ ‘ମନ୍ କି ବାତ୍’ର ପ୍ରସାରଣ ହେଲା, ସେତେବେଳେ ବିଶ୍ୱର ଭିନ୍ନ ଭିନ୍ନ ଦେଶରେ ଅଲଗା ଅଲଗା ଟାଇମ୍ ଜୋନ୍ ଥିଲା, କେଉଁଠି ସଞ୍ଜ ନଇଁ ଆସୁଥିଲା, ତ କେଉଁଠି ଥିଲା ରାତ୍ରିର ବିଳମ୍ବିତ ପ୍ରହର । ଏହାସତ୍ୱେ ଲୋକେ ୧୦୦ତମ ଅଧ୍ୟାୟଟି ଶୁଣିବାକୁ ସମୟ ବାହାର କଲେ । ମୁଁ ହଜାର ହଜାର ମାଇଲ ଦୂରରେ ଥିବା ନ୍ୟୁଜିଲାଣ୍ଡର ସେହି ଭିଡିଓଟି ଦେଖିଲି, ଯେଉଁଥିରେ ଜଣେ ଶତାୟୂ ମାତା ତାଙ୍କ ଆଶୀର୍ବାଦ ପ୍ରଦାନ କରୁଥାନ୍ତି । ‘ମନ୍ କି ବାତ୍’କୁ ନେଇ ଦେଶବିଦେଶର ଲୋକେ ସେମାନଙ୍କ ମତ ଉପସ୍ଥାପିତ କରିଛନ୍ତି । ଅନେକ ଲୋକେ ଏହାର ଗଠନମୂଳକ ବିଶ୍ଲେଷଣ ମଧ୍ୟ କରିଛନ୍ତି । ‘ମନ୍ କି ବାତ୍’ରେ ଦେଶ ଏବଂ ଦେଶବାସୀଙ୍କ ଉପଲବ୍ଧି ବିଷୟରେ ହେଉଥିବା ଆଲୋଚନାକୁ ଲୋକେ ପସନ୍ଦ କରିଛନ୍ତି । ଆପଣମାନଙ୍କର ଏହି ଆଶୀର୍ବାଦ ପାଇଁ ମୁଁ ପୁଣିଥରେ ଆପଣମାନଙ୍କୁ ସାଦର ଧନ୍ୟବାଦ ଅର୍ପଣ କରୁଛି ।କାଶୀରେ କାଶୀ-ତେଲୁଗୁ ସଙ୍ଗମମ୍ ରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
April 29th, 07:46 pm
ନମସ୍କାର! ଆପଣ ସମସ୍ତଙ୍କୁ ଗଙ୍ଗା- ପୁଷ୍କରାଲୁ ଉତ୍ସବର ହାର୍ଦ୍ଦିକ ଶୁଭକାମନା । ଆପଣମାନେ ସମସ୍ତେ କାଶୀକୁ ଆସିଛନ୍ତ, ଏଥିପାଇଁ ଏହି ଯାତ୍ରାରେ ଆପଣମାନେ ବ୍ୟକ୍ତିଗତ ଭାବରେ ମଧ୍ୟ ହେଉଛନ୍ତି ମୋର ଅତିଥି, ଆଉ ଆମର ଏଠାରେ ଯେପରି କୁହାଯାଏ ଯେ ଅତିଥିମାନେ ହେଉଛନ୍ତି ଦେବତାଙ୍କ ଭଳି । ଅନେକ ଗୁଡିଏ ଦାୟିତ୍ୱ କାରଣରୁ ଯଦିଓ ମୁଁ ଆପଣମାନଙ୍କର ସ୍ୱାଗତ ପାଇଁ ସେଠାରେ ଉପସ୍ଥିତ ହୋଇ ପାରିଲି ନାହିଁ, କିନ୍ତୁ ମୋ ମନକୁ ଆପଣମାନଙ୍କ ଗହଣରେ ରହିବା ଭଳି ଅନୁଭବ ହେଉଛି । ମୁଁ ଏହି ଆୟୋଜନ ପାଇଁ କାଶୀ-ତେଲୁଗୁ ସମିତି ଏବଂ ସଂସଦରେ ମୋର ସାଥୀ ଜିବିଏଲ ନରସିହ୍ମା ରାଓ ମହାଶୟଙ୍କୁ ଶୁଭେଚ୍ଛା ଜଣାଉଛି । କାଶୀ ଘାଟରେ ଏହି ଗଙ୍ଗା- ପୁଷ୍କରାଲୁ ଉତ୍ସବ ହେଉଛି, ଗଙ୍ଗା ଏବଂ ଗୋଦାବରୀର ସଙ୍ଗମ ଭଳି । ଏହା ହେଉଛି ଭାରତର ପ୍ରାଚୀନ ସଭ୍ୟତା, ସଂସ୍କୃତି ଏବଂ ପରମ୍ପରାଗୁଡିକର ସଙ୍ଗମର ଉତ୍ସବ । ଆପଣମାନଙ୍କର ସ୍ମରଣ ଥିବ, କିଛି ମାସ ପୂର୍ବେ ଏହି କାଶୀର ମାଟିରେ କାଶୀ- ତାମିଲ ସଙ୍ଗମମର ମଧ୍ୟ ଆୟେଜନ ହୋଇଥିଲା । ଏବେ କିଛି ଦିନ ପୂର୍ବେ ହିଁ ମୋତେ ସୌରାଷ୍ଟ୍ର- ତାମିଲ ସଙ୍ଗମମରେ ସାମିଲ ହେବାର ସୌଭାଗ୍ୟ ମିଳିଛି । ସେତେବେଳେ ମୁଁ କହିଥିଲି, ସ୍ୱାଧୀନତାର ଏହି ଅମୃତକାଳରେ ଦେଶର ବିବିଧତା ଗୁଡିକୁ, ବିବିଧଧାରା ଗୁଡିକର ଏହା ହେଉଛି ସଙ୍ଗମକାଳ । ବିବିଧତା ଗୁଡିକର ଏହି ସଙ୍ଗମ ଦ୍ୱାରା ରାଷ୍ଟ୍ରୀୟତାର ଅମୃତ ବାହାରୁଛି, ଯାହା ଭାରତକୁ ଅନନ୍ତ ଭବିଷ୍ୟତ ପର୍ଯ୍ୟନ୍ତ ଉର୍ଜ୍ଜାବାନ କରି ରଖିବ ।ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର କାଶୀରେ କାଶୀ ତେଲୁଗୁ ସଙ୍ଗମମ୍ଙ୍କୁ ସମ୍ବୋଧିତ କରିଛନ୍ତି
April 29th, 07:45 pm
ଗଙ୍ଗା ପୁଷ୍କରଲୁ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କର ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ କହିଥିଲେ ଯେ ଏଠାରେ ଉପସ୍ଥିତ ଥିବା ସମସ୍ତେ ତାଙ୍କର ବ୍ୟକ୍ତିଗତ ଅତିଥି, ଏବଂ ଅତିଥିମାନେ ଭାରତୀୟ ସଂସ୍କୃତିରେ ଭଗବାନଙ୍କ ସହ ସମାନ ଅଟନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, “ଯଦିଓ ମୁଁ ଆପଣଙ୍କୁ ସ୍ୱାଗତ କରିବାକୁ ସେଠାରେ ଉପସ୍ଥିତ ହୋଇପାରିଲି ନାହିଁ, ମୋର ମନ ଆପଣଙ୍କ ସମସ୍ତଙ୍କ ସହିତ ଅଛି।’’ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ କାଶୀ-ତେଲୁଗୁ କମିଟି ତଥା ସାଂସଦ ଶ୍ରୀ ଜିଭିଏଲ୍ ନରସିଂହ ରାଓଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କାଶୀ ଘାଟରେ ଥିବା ଗଙ୍ଗା - ପୁଷ୍କରଲୁ ଉତ୍ସବ ଗଙ୍ଗା ଏବଂ ଗୋଦାବରୀର ମିଳନ ପରି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଭାରତର ପ୍ରାଚୀନ ସଭ୍ୟତା, ସଂସ୍କୃତି ଏବଂ ପରମ୍ପରାର ମିଳନ ଉତ୍ସବ। ସେ କିଛି ମାସ ପୂର୍ବେ ଏଠାରେ ହୋଇଥିବା କାଶୀ - ତାମିଲ ସଙ୍ଗମମକୁ ମନେ ପକାଇଥିଲେ ଏବଂ କିଛି ଦିନ ପୂର୍ବରୁ ସୌରାଷ୍ଟ୍ର - ତାମିଲ ସଙ୍ଗମମରେ ଅଂଶଗ୍ରହଣ କରିବା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯେଉଁଠାରେ ସେ ଆଜାଦି ର ଅମୃତ କାଳରେ ଭାରତର ବିବିଧତା ଏବଂ ସଂସ୍କୃତିର ମିଳନ ଭାବରେ ପାଳନ କରାଯାଇଥିଲା। ବିବିଧତାର ଏହି ମିଳନ ଜାତୀୟତାବାଦର ଅମୃତ ସୃଷ୍ଟି କରୁଛି ଯାହା ଭବିଷ୍ୟତରେ ଭାରତ ପାଇଁ ସମ୍ପୂର୍ଣ୍ଣ ଶକ୍ତି ନିଶ୍ଚିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ସୌରାଷ୍ଟ୍ର - ତମିଲ ସଙ୍ଗମମ୍ ରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
April 26th, 02:30 pm
ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଭୂପେନ୍ଦ୍ର ଭାଇ ପଟେଲ, ନାଗାଲ୍ୟାଣ୍ଡର ରାଜ୍ୟପାଳ ଶ୍ରୀ ଏଲ. ଗଣେଶନ ମହୋଦୟ, ଝାଡଖଣ୍ଡର ରାଜ୍ୟପାଳ ସି.ପି ରାଧାକୃଷ୍ଣନ ମହୋଦୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଭାଇ ପୁରୁଷୋତମ ରୂପାଲା ମହାଶୟ, ଏଲ. ମୁରୁଗନ ମହାଶୟ, ମିନାକ୍ଷୀ ଲେଖି ମହାଶୟା, ଏହି କାର୍ଯ୍ୟକ୍ରମ ସହିତ ଜଡିତ ଅନ୍ୟ ମହାନୁଭବ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ, ସୌରାଷ୍ଟ୍ର ତମିଲ୍ ସଙ୍ଗମମ୍, ନିଗଲ୍- ଚିୟିଲ୍, ପଙ୍ଗେର- କବନ୍ଦିରୁକ୍କୁମ, ତମିଲଗ ସୌନ୍ଦନଗଲ ଉନୌବରୌୟୁମ୍, ବରୁଗ ବରୁଗ ଏନ ପରୱେରକିରେନ୍ । ଉନଗଲ ଅନୌବରୌୟୁମ୍, ଗୁଜରାଟ ମଣିଣଲ, ଇଣ୍ଡ୍ରୁ ସନ୍ଦିତଦିଲ ପେରୁ ମଗିଲଚି ।ସୌରାଷ୍ଟ୍ର ତାମିଲ ସଙ୍ଗମମର ଉଦ୍ଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
April 26th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୌରାଷ୍ଟ୍ର ତାମିଲ ସଙ୍ଗମମର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି ।26 ଏପ୍ରିଲରେ ସୌରାଷ୍ଟ୍ର ତାମିଲ ସାଙ୍ଗମମ୍ ର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
April 25th, 08:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 26 ଏପ୍ରିଲ ଦିନ ସକାଳ 10:30 ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୌରାଷ୍ଟ୍ର ତାମିଲ ସଙ୍ଗମମର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିବେ।ସୌରାଷ୍ଟ୍ର ତାମିଲ ସଂଗମମର ଭିଡିଓ ଶେୟାର କଲେ ପ୍ରଧାନମନ୍ତ୍ରୀ
April 18th, 10:35 am
ସୌରାଷ୍ଟ୍ର ତାମିଲ ସଂଗମମର ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;