ଆରବ ବୈଦେଶିକ ମନ୍ତ୍ରୀଙ୍କ ଏକ ପ୍ରତିନିଧି ଦଳକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 31st, 02:39 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଭାରତ-ଆରବ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ପାଇଁ ଭାରତ ଆସିଥିବା ଆରବ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ, ଆରବ ରାଷ୍ଟ୍ରଗୁଡ଼ିକର ମହାସଂଘର ମହାସଚିବ ଏବଂ ଆରବ ପ୍ରତିନିଧିମଣ୍ଡଳର ମୁଖ୍ୟମାନଙ୍କୁ ସ୍ୱାଗତ କରିଥିଲେ।

ମଦିନାରେ ଘଟିଥିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାରତୀୟମାନଙ୍କ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

November 17th, 12:34 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଉଦି ଆରବର ମଦିନାଠାରେ ଭାରତୀୟ ନାଗରିକଙ୍କ ସହ ଘଟିଥିବା ଦୁର୍ଘଟଣା ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରବର୍ଗଙ୍କୁ ସେ ଗଭୀର ସମବେଦନା ଜଣାଇବା ସହ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ସାଉଦି ଆରବର ଗ୍ରାଣ୍ଡ ମୁଫତି ଶେଖ ଅବଦୁଲ ଅଜିଜ ବିନ ଅବଦୁଲ୍ଲା ବିନ ମହମ୍ମଦ ଅଲ ଅଲଶେଖଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ

September 24th, 08:49 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାଉଦି ଆରବର ଗ୍ରାଣ୍ଡ ମୁଫତି ଶେଖ ଅବଦୁଲ ଅଜିଜ ବିନ ଅବଦୁଲ୍ଲା ବିନ ମହମ୍ମଦ ଅଲ ଅଲଶେଖଙ୍କ ଦୁଃଖଦ ନିଧନରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ସାଉଦି ଆରବ ରାଜ୍ୟକୁ ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରୀୟ ଗସ୍ତ ସମାପନ ଅବସରରେ ମିଳିତ ବିବୃତି

April 23rd, 12:44 pm

କ୍ରାଉନ୍ ପ୍ରିନ୍ସ ତଥା ସାଉଦି ଆରବ ରାଜ୍ୟର ପ୍ରଧାନମନ୍ତ୍ରୀ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ୍ ବିନ୍ ଅବଦୁଲଅଜିଜ୍ ଅଲ୍ ସୌଦଙ୍କ ନିମନ୍ତ୍ରଣକ୍ରମେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ଏପ୍ରିଲ ୨୨ ତାରିଖରେ ସାଉଦି ଆରବ ରାଜ୍ୟ ଗସ୍ତରେ ଯାଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ସାଉଦି ଆରବ ଗସ୍ତରୁ ମିଳିଥିବା ସଫଳତାର ତାଲିକା

April 23rd, 02:25 am

୨୨ ଏପ୍ରିଲ ୨୦୨୫ରେ ଜେଦାହରେ ହୋଇଥିବା ଭାରତ-ସାଉଦି ଆରବ ରଣନୀତିକ ସହଭାଗିତା ପରିଷଦ (ଏସ୍‌ପିସି)ର ଦ୍ୱିତୀୟ ବୈଠକରେ ସହ-ଅଧ୍ୟକ୍ଷତା କରିଥିଲେ ସମ୍ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ସାଉଦି ଆରବର ଯୁବରାଜ ତଥା ମହାମହିମ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନ। ଏସ୍‌ପିସି ଅଧୀନରେ ଥିବା ବିଭିନ୍ନ କମିଟି, ସବ୍ କମିଟି ଓ କାର୍ଯ୍ୟକାରୀ ଗୋଷ୍ଠୀର କାମର ସମୀକ୍ଷା କରିଥିଲା ଏହି ପରିଷଦ ଯେଉଁଥିରେ ରହିଛି ରାଜନୀତି, ପ୍ରତିରକ୍ଷା,ସୁରକ୍ଷା, ବାଣିଜ୍ୟ, ପୁଂଜି ନିବେଶ, ଶକ୍ତି, ଟେକ୍ନୋଲଜି, କୃଷି, ସଂସ୍କୃତି ଓ ଦୁଇ ଦେଶର ନାଗରିକଙ୍କ ମଧ୍ୟରେ ଥିବା ସଂପର୍କ। ଏହି ଆଲୋଚନା ପରେ ଦୁଇର ନେତା ବୈଠକର କାର୍ଯ୍ୟ ବିବରଣୀରେ ସ୍ୱାକ୍ଷର କରିଥିଲେ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁସଲିମ ୱାର୍ଲ୍ଡ ଲିଗର ମହାସଚିବ

April 23rd, 02:23 am

ମୁସଲିମ ୱାର୍ଲ୍ଡ ଲିଗର ମହାସଚିବ ଶେଖ ଡକ୍ଟର ମହମ୍ମଦ ବିନ୍ ଅବଦୁଲକରିମ୍ ଅଲ୍‌-ଇସା ଆଜି ଜେଦ୍ଦାହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ସେ ଜମ୍ମୁ-କାଶ୍ମୀରରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର କଡା ନିନ୍ଦା କରିଛନ୍ତି ଏବଂ ଜୀବନ ହରାଇଥିବା ନିର୍ଦ୍ଦୋଷ ଲୋକଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

ଭାରତ-ସାଉଦି ଆରବ ଷ୍ଟ୍ରାଟେଜିକ ପାର୍ଟନରସିପ କାଉନସିଲ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗଦାନ

April 23rd, 02:20 am

ଚଳିତବର୍ଷ ଏପ୍ରିଲ ୨୨ ତାରିଖରେ ସାଉଦି ଆରବ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜେଦାହ ରୟାଲ ପ୍ୟାଲେସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ସାଉଦି କ୍ରାଉନ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ସଲମାନ ।

ସାଉଦି ଆରବର ଜେଦ୍ଦାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

April 22nd, 04:29 pm

ସାଉଦି ଆରବର ଜେଦ୍ଦାରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାଉଦି ଆକାଶ ମାର୍ଗରେ ପ୍ରବେଶ କରିବା ପରେ ସାଉଦି ବାୟୁସେନାର ବିମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନକୁ ସୁରକ୍ଷା ଦେଇ ଜେଦ୍ଦା ଅଭିମୁଖେ ଯାତ୍ରା କରିଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜେଦ୍ଦାରେ ଭବ୍ୟ ସ୍ୱାଗତ କରାଯାଇଥିଲା । ସେ ସାଉଦି ଆରବରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।

ସାଉଦି ଆରବ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

April 22nd, 08:30 am

ମଙ୍ଗଳବାରଠାରୁ ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ସାଉଦି ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ନିଜ ଅଭିଭାଷଣ ରଖିଛନ୍ତି । ସାଉଦି କ୍ରାଉନ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ପ୍ରିନ୍ସ ମହମ୍ମଦ ବିନ ସଲମନଙ୍କ ସ୍ୱତନ୍ତ୍ର ନିମନ୍ତ୍ରଣରେ ମୋଦୀ ସାଉଦି ଗସ୍ତ କରୁଥିବା କହିଛନ୍ତି ।

Strategic Reset: PM Modi’s Saudi Visit to Deepen India’s Role in West Asia

April 21st, 04:51 pm

Prime Minister Narendra Modi’s April 22–23, 2025 visit to Saudi Arabia comes at a critical stage — one shaped by shifting global power dynamics and a fast-transforming West Asia.

Prime Minister Narendra Modi to visit Saudi Arabia

April 19th, 01:55 pm

PM Modi to visit Saudi Arabia at the invitation of His Royal Highness Prince Mohammed bin Salman. India and Saudi Arabia share close and friendly ties. This visit will provide an opportunity to further deepen and strengthen our multi-faceted partnership, as well as to exchange views on various regional and international issues of mutual interest.

ଶ୍ରଦ୍ଧାଳୁ ମାନଙ୍କ ପାଇଁ ଉତ୍ତମ ତୀର୍ଥଯାତ୍ରା ଅନୁଭବ ଆଣିବାକୁ ଆମ ସରକାର ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ

January 13th, 06:17 pm

ସାଉଦିଆରବର ହଜ୍ ଏବଂ ଉମରା ମନ୍ତ୍ରୀ ତୌଫିକ୍ ବିନ୍ ଫୱଜାନ୍ ଅଲ୍ ରବିୟାଙ୍କ ସହ ହୋଇଥିବା ହଜ୍ ଚୁକ୍ତିନାମା-୨୦୨୫କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଏହି ଚୁକ୍ତିନାମା ଭାରତର ହଜ୍ ତୀର୍ଥଯାତ୍ରୀ ମାନଙ୍କ ପାଇଁ ଏକ ଚମତ୍କାର ଖବର । ‘ଆମ ସରକାର ଶ୍ରଦ୍ଧାଳୁଙ୍କ ପାଇଁ ଉତ୍ତମ ତୀର୍ଥଯାତ୍ରା ଅନୁଭବ ସୁନିଶ୍ଚିତ କରିବାକୁ ପ୍ରତିବଦ୍ଧ ।’

India- Saudi Arabia hold first meeting of the High-Level Task Force on Investments

July 28th, 11:37 pm

The first meeting of the India-Saudi Arabia High Level Task Force on Investments, co-chaired by the Principal Secretary to the Prime Minister H.E. Dr. P.K. Mishra and the Saudi Energy Minister His Royal Highness Prince Abdulaziz bin Salman bin Abdulaziz Al Saud was held today, in virtual mode.

ସମ୍ବିଧାନ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଅତୁଟ ଆସ୍ଥା ପ୍ରକଟ କରିଥିବାରୁ ଦେଶବାସୀଙ୍କୁ କୃତଜ୍ଞତା: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

June 30th, 11:00 am

ବନ୍ଧୁଗଣ, ଫେବୃଆରୀ ଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ମାସର ଶେଷ ରବିବାର ଦିନ ମୁଁ ଆପଣଙ୍କ ସହିତ ଭାବବିନିମୟର ଅଭାବକୁ ଅନୁଭବ କରୁଥିଲି । କିନ୍ତୁ ଏହି ସମୟରେ ଆପଣ ମୋତେ ପଠାଇଥିବା ଲକ୍ଷ ଲକ୍ଷ ବାର୍ତ୍ତାଗୁଡ଼ିକୁ ଦେଖି ମୋତେ ଖୁବ ଭଲ ମଧ୍ୟ ଲାଗିଲା । ‘ମନ୍ କି ବାତ୍’ ରେଡିଓ କାର୍ଯ୍ୟକ୍ରମ ପଛେ କିଛି ମାସ ପାଇଁ ବନ୍ଦ ରହିଥିଲା, କିନ୍ତୁ ‘ମନ୍ କି ବାତ୍’ର ଯେଉଁ ଭାବନା ଦେଶରେ, ସମାଜରେ ରହିଛି ତାକୁ ନେଇ ପ୍ରତ୍ୟହ କିଛି ଭଲ କାମ, ନିଃସ୍ୱାର୍ଥ ଭାବରେ କାମ, ସମାଜ ଉପରେ ସକାରାତ୍ମକ ପ୍ରଭାବ ପକାଉଥିବା କାର୍ଯ୍ୟ ନିରନ୍ତର ଭାବେ ଚାଲି ରହୁଥାଉ । ନିର୍ବାଚନ ଖବର ମଧ୍ୟରେ ନିଶ୍ଚିତ ରୂପେ ମନକୁ ଛୁଇଁପାରୁଥିବା ଏଭଳି ଖବରଗୁଡ଼ିକ ଉପରେ ଆପଣମାନଙ୍କ ଦୃଷ୍ଟି ପଡ଼ିଥିବ ।

ଜମ୍ମୁ ଓ କଶ୍ମୀରର ଶ୍ରୀନଗରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

June 21st, 06:31 am

ଅନ୍ତର୍ଜାତୀୟ ଯୋଗ ଦିବସରେ କଶ୍ମୀରର ଯୋଗ ଓ ସାଧନ ଭୂମିରେ ରହିବାର ସୌଭାଗ୍ୟ ମୋତେ ମିଳିଛି। କାଶ୍ମୀର ଏବଂ ଶ୍ରୀନଗରର ପରିବେଶ, ଶକ୍ତି ଏବଂ ଅନୁଭୂତି ଆମକୁ ଯୋଗରୁ ମିଳୁଥିବା ଶକ୍ତିଅନୁ କରୁଛୁ ।| ଯୋଗ ଦିବସରେ ମୁଁ କଶ୍ମୀର ମାଟିରୁ ଦେଶର ସମସ୍ତ ଜନସାଧାରଣ ଏବଂ ବିଶ୍ୱର କୋଣ ଅନୁକୋଣରେ ଯୋଗ ଅଭ୍ୟାସ କରୁଥିବା ଲୋକମାନଙ୍କୁ ଶୁଭେଚ୍ଛା ଜଣାଉଛି ।

ଜମ୍ମୁ ଓ କଶ୍ମୀରର ଶ୍ରୀନଗରରେ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୪ ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

June 21st, 06:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ ଓ କଶ୍ମୀରର ଶ୍ରୀନଗରଠାରେ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇୱାଇଡି) କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନର ନେତୃତ୍ୱ ନେଇଥିଲେ ଏବଂ ଯୋଗ ଶିବିରରେ ଅଂଶଗ୍ରହଣ କରିଥିଲେ ।

ସାଉଦି ଆରବର କ୍ରାଉନ ପ୍ରିନ୍ସ ଓ ପ୍ରଧାନମନ୍ତ୍ରୀଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

December 26th, 08:06 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରାଉନ୍ ପ୍ରିନ୍ସ ତଥା ସାଉଦି ଆରବର ପ୍ରଧାନମନ୍ତ୍ରୀ ଏଚଆରଏଚ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ବିନ୍ ଅବଦୁଲଅଜିଜ୍ ଅଲ୍ ସୌଦଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି।

140 କୋଟି ଲୋକ ଅନେକ ପରିବର୍ତ୍ତନ କରୁଛନ୍ତି : ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

November 26th, 11:30 am

ମୋର ପରିବାରଜନ, ନଭେମ୍ବର ୨୬ ତାରିଖର ଆଜିର ଦିନଟି ଅନ୍ୟ ଏକ କାରଣରୁ ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ । ୧୯୪୯ ମସିହାରେ ଆଜିର ଦିନରେ ହିଁ ସମ୍ବିଧାନ ସଭା ଭାରତର ସମ୍ବିଧାନ ପ୍ରଣୟନ କରିଥିଲେ । ମୋର ମନେଅଛି, ୨୦୧୫ରେ ଯେତେବେଳେ ଆମେ ବାବା ସାହେବ ଆମ୍ବେଦକରଙ୍କ ୧୨୫ତମ ଜୟନ୍ତୀ ପାଳନ କରୁଥିଲୁ, ସେତେବେଳେ ମନକୁ ଗୋଟିଏ କଥା ଆସିଥିଲା ଯେ, ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯିବା ଉଚିତ । ସେହିଦିନ ଠାରୁ ଆଜିର ଦିନଟିକୁ ପ୍ରତିବର୍ଷ ସମ୍ବିଧାନ ଦିବସ ରୂପେ ଆମେ ପାଳନ କରିଆସୁଛୁ । ମୁଁ ସମସ୍ତ ଦେଶବାସୀଙ୍କୁ ସମ୍ବିଧାନ ଦିବସ ଉପଲକ୍ଷେ ଶୁଭକାମନା ଜଣାଉଛି । ଆଉ ଆମେ ସବୁ ମିଶି ନାଗରିକର କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ, ବିକଶିତ ଭାରତର ସଂକଳ୍ପକୁ ନିଶ୍ଚିତ ଭାବେ ପୂରଣ କରିବା ।

ଜି-୨୦ ୟୁନିଭର୍ସିଟି କନେକ୍ଟ ସମାପନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 26th, 04:12 pm

ଆସନ୍ତୁ ଗୋଟିଏ ମୁହୂର୍ତ୍ତ ପାଇଁ ଚିନ୍ତା କରିବା; ଆମେ ସେହି ଲୋକ ଯେଉଁମାନେ ଦେଶ ପାଇଁ ଜୀବନ ବଳିଦାନ ଦେବାର ସୁଯୋଗ ପାଇନାହୁଁ । ଭଗତ ସିଂହ, ସୁଖଦେବ, ଚନ୍ଦ୍ରଶେଖର ଓ ଆଜାଦଙ୍କୁ ଯେଉଁ ଭାଗ୍ୟ ମିଳିଥିଲା, ତାହା ଆମକୁ ମିଳିନଥିଲା। କିନ୍ତୁ ଆମେ ଭରତଙ୍କ ପାଇଁ ବଞ୍ଚିବାର ସୁଯୋଗ ପାଇଛୁ। ୧୦୦ ବର୍ଷ ପୁରୁଣାକୁ ଦେଖନ୍ତୁ ଏବଂ ୧୯୧୯, ୧୯୨୦, ୧୯୨୨, ୧୯୨୩, ୧୯୨୫ ମସିହାକୁ କଳ୍ପନା କରନ୍ତୁ । ସେହି ସମୟରେ ଯୁବକମାନେ ସ୍ଥିର କରିଥିଲେ ଯେ ଦେଶକୁ ମୁକ୍ତ କରିବା ପାଇଁ ଯାହା ବି କରିବାକୁ ପଡ଼ିବ ସେମାନେ କରିବେ। ସେମାନେ ଯାହା ବାଟ ପାଇବେ ତାହାକୁ ବ୍ୟବହାର କରିବେ। ଆଉ ସେହି ସମୟର ଯୁବକମାନେ ସେମାନଙ୍କ ଯାତ୍ରା ଆରମ୍ଭ କରିଥିଲେ । ସେମାନେ ସେମାନଙ୍କ ବହିଗୁଡ଼ିକୁ ଆଲମାରୀରେ ବନ୍ଦ କରି ଦେଉଥିଲେ ଏବଂ ସେମାନେ ଜେଲ୍ ଯିବାକୁ ପସନ୍ଦ କରୁଥିଲେ। ସେମାନେ ଫାଶୀ ଦଣ୍ଡ ଭୋଗିବାକୁ ପସନ୍ଦ କରୁଥିଲେ। ସେମାନେ ନିଜ ପାଇଁ ଯାହା ବି ରାସ୍ତା ପାଊଥିଲେ, ସେହି ରାସ୍ତାରେ ଚାଲୁଥିଲେ। ପ୍ରାୟ ୧୦୦ ବର୍ଷ ପୂର୍ବେ ସାହସିକତା ଚରମ ସୀମାରେ ପହଞ୍ଚିଥିଲା; ବଳିଦାନର ବାତାବରଣ ସୃଷ୍ଟି ହେଲା; ମାତୃଭୂମି ପାଇଁ ମରିବାର ଇଚ୍ଛା ଦୃଢ଼ ହୋଇଗଲା; ଏବଂ ୨୫ ବର୍ଷ ମଧ୍ୟରେ ଦେଶ ସ୍ୱାଧୀନ ହେଲା । ଏହା ଘଟିଲା କି ନାହିଁ ସାଥୀମାନେ, ସେମାନଙ୍କ ପ୍ରୟାସ ଯୋଗୁଁ ଏହା ଘଟିଛି କି ନାହିଁ? ସେହି ୨୫ ବର୍ଷ ମଧ୍ୟରେ ଯେଉଁ ଦେଶବ୍ୟାପୀ ଉତ୍ସାହ ସୃଷ୍ଟି ହୋଇଥିଲା ତାହା ୧୯୪୭ମସିହାରେ ଦେଶକୁ ସ୍ୱାଧୀନତା ଦେଇଥିଲା।

ଜି - ୨୦ ବିଶ୍ୱବିଦ୍ୟାଳୟ କନେକ୍ଟ ଫିନାଲେକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

September 26th, 04:11 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଜି -୨୦ ବିଶ୍ୱବିଦ୍ୟାଳୟ କନେକ୍ଟ ଫିନାଲେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ଭାରତର ଯୁବବର୍ଗଙ୍କ ମଧ୍ୟରେ ଭାରତର ଜି - ୨୦ ଅଧ୍ୟକ୍ଷତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବିଭିନ୍ନ ଜି-୨୦ କାର୍ଯ୍ୟକ୍ରମରେ ସେମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଜି-୨୦ ବିଶ୍ୱବିଦ୍ୟାଳୟ ସଂଯୋଗ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜି-୨୦ ଭାରତ ଅଧ୍ୟକ୍ଷତାର ବୃହତ୍ ସଫଳତା : ଦୂରଦର୍ଶୀ ନେତୃତ୍ୱ, ଅନ୍ତର୍ଭୁକ୍ତି ଆଭିମୁଖ୍ୟ , ଭାରତର ଜି -୨୦ ଅଧ୍ୟକ୍ଷତା: ବସୁଧୈବ କୁଟୁମ୍ବକମ୍‌; ଜି-୨୦ ବିଶ୍ୱବିଦ୍ୟାଳୟ ସଂଯୋଗ କାର୍ଯ୍ୟକ୍ରମର ସଂକଳନ; ଏବଂ ଜି-୨୦ରେ ଭାରତୀୟ ସଂସ୍କୃତି ପ୍ରଦର୍ଶନ ଶୀର୍ଷକ ୪ଟି ପ୍ରକାଶନକୁ ଉନ୍ମୋଚନ କରିଥିଲେ ।