୧ ଅକ୍ଟୋବରରେ ଆରଏସଏସର ଶତବାର୍ଷିକୀ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ
September 30th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧ ଅକ୍ଟୋବର ୨୦୨୫ରେ ନୂଆଦିଲ୍ଲୀର ଡକ୍ଟର ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ରରେ ସକାଳ ୧୦:୩୦ ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ର ପ୍ରତି ଆରଏସଏସର ଅବଦାନକୁ ଦର୍ଶାଇ ଏକ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥିବା ସ୍ମାରକୀ ଡାକଟିକଟ ଏବଂ ମୁଦ୍ରା ଉନ୍ମୋଚନ କରିବେ ଏବଂ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।