ଭଗବାନ ବୁଦ୍ଧଙ୍କ ସହ ଜଡିତ ପବିତ୍ର ପିପ୍ରାହୱା ଅବଶେଷର ମହାନ ଆନ୍ତର୍ଜାତୀୟ ପ୍ରଦର୍ଶନୀର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ପାଠ୍ୟ
January 03rd, 12:00 pm
କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଗଜେନ୍ଦ୍ର ସିଂହ ଶେଖାୱତ ଜୀ, କିରେନ ରିଜିଜୁ ଜୀ, ରାମଦାସ ଅଠାୱଲେ ଜୀ, ରାଓ ଇନ୍ଦ୍ରଜିତ ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ଏକ କାର୍ଯ୍ୟକ୍ରମ ଥିଲା, ତାଙ୍କୁ ଯିବାକୁ ପଡିଲା ଏବଂ ଦିଲ୍ଲୀର ସମସ୍ତ ମନ୍ତ୍ରୀ ସହକର୍ମୀ, ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ସକ୍ସେନା ଜୀ, ମହାମାନ୍ୟଗଣ, କୂଟନୈତିକ ସମ୍ପ୍ରଦାୟର ସମସ୍ତ ମାନ୍ୟବର ସଦସ୍ୟ, ବୌଦ୍ଧ ବିଦ୍ୱାନ, ଧମ୍ମର ଅନୁଗାମୀ, ମହିଳା ଏବଂ ସଜ୍ଜନଗଣ।ନୂଆଦିଲ୍ଲୀରେ ଭଗବାନ ବୁଦ୍ଧଙ୍କ ପିପ୍ରାହାୱା ପବିତ୍ର ଅବଶେଷର ଭବ୍ୟ ଅନ୍ତର୍ଜାତୀୟ ପ୍ରଦର୍ଶନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 03rd, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ରାଇ ପିଥୋରା ସାଂସ୍କୃତିକ କମ୍ପ୍ଲେକ୍ସରେ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷର ଏକ ମହାନ ଅନ୍ତର୍ଜାତୀୟ ପ୍ରଦର୍ଶନୀ, ଦି ଲାଇଟ୍ ଆଣ୍ଡ୍ ଦି ଲୋଟସ: ରିଲିକ୍ସ ଅଫ୍ ଦି ଆଓ୍ବେକେନଡ୍ ୱାନ୍କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏକ ଶହ ପଚିଶ ବର୍ଷର ଅପେକ୍ଷା ପରେ ଭାରତର ଏହି ମହାନ ଐତିହ୍ୟ ଫେରି ଆସିଛି । ଆଜିଠାରୁ ଭାରତର ଲୋକମାନେ ଭଗବାନ ବୁଦ୍ଧଙ୍କ ଏହି ପବିତ୍ର ଅବଶେଷର ଦର୍ଶନ କରିପାରିବେ ଏବଂ ସେମାନଙ୍କର ଆଶୀର୍ବାଦ ପାଇପାରିବେ। ଶ୍ରୀ ମୋଦୀ ଏହି ପବିତ୍ର ଅବଶେଷର ଆଗମନ ଅବସରରେ ଉପସ୍ଥିତ ସମସ୍ତ ଅତିଥିଙ୍କୁ ସ୍ୱାଗତ ଏବଂ ଅଭିବାଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବୌଦ୍ଧ ପରମ୍ପରା ସହିତ ଜଡିତ ଭିକ୍ଷୁ ଏବଂ ଧର୍ମାଚାର୍ଯ୍ୟମାନଙ୍କ ପ୍ରତି ସେ ନିଜର ସମ୍ମାନ ଜଣାଇଥିଲେ ଓ କହିଥିଲେ ଯେ ସେମାନଙ୍କର ଉପସ୍ଥିତି ଏହି କାର୍ଯ୍ୟକ୍ରମରେ ନୂତନ ଶକ୍ତି ପ୍ରଦାନ କରୁଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୨୬ ଆରମ୍ଭରେ ଆୟୋଜିତ ଏହି ପବିତ୍ର ଉତ୍ସବ ଅତ୍ୟନ୍ତ ପ୍ରେରଣାଦାୟକ। ସେ କାମନା କରିଥିଲେ ଯେ ଭଗବାନ ବୁଦ୍ଧଙ୍କ ଆଶୀର୍ବାଦ ସହିତ, ୨୦୨୬ ବିଶ୍ୱ ପାଇଁ ଶାନ୍ତି, ସମୃଦ୍ଧି ଏବଂ ସଦ୍ଭାବର ଏକ ନୂତନ ଯୁଗର ସୂତ୍ରପାତ କରିବ।ନୂଆଦିଲ୍ଲୀରେ ଜ୍ଞାନ ଭାରତମ୍ ଉପରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 12th, 04:54 pm
ଆଜି ବିଜ୍ଞାନ ଭବନ ଭାରତର ସୁବର୍ଣ୍ଣ ଅତୀତର ସାକ୍ଷୀ ଭାବରେ ଦଣ୍ଡାୟମାନ । କିଛି ଦିନ ପୂର୍ବରୁ ମୁଁ ଜ୍ଞାନ ଭାରତମ୍ ମିଶନର ଘୋଷଣା କରିଥିଲି। ଏବଂ ଆଜି ଏତେ କମ୍ ସମୟ ମଧ୍ୟରେ ଆମେ ଜ୍ଞାନ ଭାରତମ୍ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରୁଛୁ। ଏହା ସହିତ ଜଡ଼ିତ ପୋର୍ଟାଲର ମଧ୍ୟ ନିକଟରେ ଶୁଭାରମ୍ଭ କରାଯାଇଛି। ଏହା କୌଣସି ସରକାରୀ କିମ୍ବା ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ନୁହେଁ; ଜ୍ଞାନ ଭାରତମ୍ ମିଶନ ଭାରତର ସଂସ୍କୃତି, ସାହିତ୍ୟ ଏବଂ ଚେତନାର ଏକ ଗୁରୁତ୍ଵ ବହନ କରୁଛି । ହଜାର ହଜାର ପିଢ଼ିର ଚିନ୍ତାଧାରା, ଭାରତର ବିଶିଷ୍ଟ ଋଷି , ବିଦ୍ୱାନମାନଙ୍କ ଜ୍ଞାନ ଏବଂ ଗବେଷଣା, ଆମର ପାରମ୍ପରିକ ଜ୍ଞାନ ପରମ୍ପରା, ଆମର ବୈଜ୍ଞାନିକ ଐତିହ୍ୟ, ଆମେ ଜ୍ଞାନ ଭାରତମ୍ ମିଶନ ମାଧ୍ୟମରେ ସେଗୁଡ଼ିକୁ ଡିଜିଟାଇଜେସନ୍ କରିବାକୁ ଯାଉଛୁ। ଏହି ମିଶନ ପାଇଁ ମୁଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ମୁଁ ଜ୍ଞାନ ଭାରତମ୍ ର ସମଗ୍ର ଦଳକୁ ଏବଂ ସଂସ୍କୃତି ମନ୍ତ୍ରଣାଳୟକୁ ମଧ୍ୟ ଶୁଭେଚ୍ଛା ଜଣାଉଛି।‘ଜ୍ଞାନ ଭାରତମ୍’ ଅନ୍ତର୍ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 12th, 04:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ, ଜ୍ଞାନ ଭାରତମ୍ ଉପରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଜ୍ଞାନ ଭବନ ଆଜି ଭାରତର ସୁବର୍ଣ୍ଣ ଅତୀତର ପୁନରୁତ୍ଥାନର ସାକ୍ଷୀ ହେଉଛି। ସେ ଉଲ୍ଲେଖ କରିଥିଲେ ଯେ ମାତ୍ର କିଛି ଦିନ ପୂର୍ବରୁ ସେ ଜ୍ଞାନ ଭାରତମ୍ ମିଶନ ଘୋଷଣା କରିଥିଲେ ଏବଂ ଏତେ କମ୍ ସମୟ ମଧ୍ୟରେ ଜ୍ଞାନ ଭାରତମ୍ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ, ଏହି ମିଶନ ସହିତ ଜଡ଼ିତ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏହା ଏକ ସରକାରୀ କିମ୍ବା ଏକାଡେମିକ୍ କାର୍ଯ୍ୟକ୍ରମ ନୁହେଁ ଦର୍ଶାଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଜ୍ଞାନ ଭାରତମ୍ ମିଶନ ଭାରତର ସଂସ୍କୃତି, ସାହିତ୍ୟ ଏବଂ ଚେତନାର ଏକ ଘୋଷଣାରେ ପରିଣତ ହେବାକୁ ଯାଉଛି। ସେ ହଜାର ହଜାର ପିଢ଼ିର ଚିନ୍ତନଶୀଳ ପରମ୍ପରା ଉପରେ ଆଲୋକପାତ କରିଥିଲେ। ଭାରତର ଜ୍ଞାନ, ପରମ୍ପରା ଏବଂ ବୈଜ୍ଞାନିକ ଐତିହ୍ୟକୁ ରେଖାଙ୍କିତ କରି ସେ ଭାରତର ମହାନ ଋଷି, ଆଚାର୍ଯ୍ୟ ଏବଂ ବିଦ୍ୱାନମାନଙ୍କ ଜ୍ଞାନ ଏବଂ ଅନୁସନ୍ଧାନକୁ ସ୍ୱୀକାର କରିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ ଜ୍ଞାନ ଭାରତମ୍ ମିଶନ ଜରିଆରେ ଏହି ଐତିହ୍ୟଗୁଡ଼ିକର ଡିଜିଟାଇଜେସନ୍ କରାଯାଉଛି। ଏହି ଅଭିଯାନ ପାଇଁ ସେ ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ସମଗ୍ର ଜ୍ଞାନ ଭାରତମ୍ ଦଳ ତଥା ସଂସ୍କୃତି ମନ୍ତ୍ରଣାଳୟକୁ ଶୁଭେଚ୍ଛା ଜଣାଇଥିଲେ।Uttar Pradesh is no longer just a land of possibilities but of competence and accomplishments: PM Modi in Varanasi
April 11th, 11:00 am
PM Modi laid the foundation stone and inaugurated various development projects worth over Rs 3,880 crore in Varanasi. The PM exclaimed that in the last 10 years, the development of Banaras has gained a new momentum. He emphasized the strengthening of connectivity through infrastructure projects, the campaign to provide tap water to every household, and the expansion of education, health, and sports facilities.PM Modi lays foundation stone, inaugurates development works worth over Rs 3,880 crore in Varanasi,Uttar Pradesh
April 11th, 10:49 am
PM Modi laid the foundation stone and inaugurated various development projects worth over Rs 3,880 crore in Varanasi. The PM exclaimed that in the last 10 years, the development of Banaras has gained a new momentum. He emphasized the strengthening of connectivity through infrastructure projects, the campaign to provide tap water to every household, and the expansion of education, health, and sports facilities.ଏପ୍ରିଲ ୧୧ରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ଗସ୍ତ
April 09th, 09:43 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୧୧ ତାରିଖରେ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ଗସ୍ତ କରିବେ । ସେ ବାରାଣସୀ ଯିବେ ଏବଂ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ୩୮୮୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ସେ ମଧ୍ୟ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ ।ଥାଇଲାଣ୍ଡରେ ସମ୍ୱାଦ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 14th, 08:30 am
ଥାଇଲାଣ୍ଡରେ ସମ୍ୱାଦର ଏହି ସଂସ୍କରଣରେ ଆପଣମାନଙ୍କ ସହିତ ଯୋଗଦେବା ମୋ ପାଇଁ ସମ୍ମାନର ବିଷୟ। ଭାରତ, ଜାପାନ ଏବଂ ଥାଇଲାଣ୍ଡର ଅନେକ ପ୍ରତିଷ୍ଠିତ ଅନୁଷ୍ଠାନ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମକୁ ସମ୍ଭବ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ମୁଁ ସେମାନଙ୍କ ପ୍ରୟାସ ପାଇଁ ସମସ୍ତଙ୍କୁ ପ୍ରଶଂସା କରୁଛି ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କୁ ମୋର ଶୁଭେଚ୍ଛା ଜଣାଉଛି।ଥାଇଲ୍ୟାଣ୍ଡରେ ସମ୍ବାଦ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ
February 14th, 08:10 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇଲ୍ୟାଣ୍ଡରେ ଆୟୋଜିତ ସମ୍ୱାଦ କାର୍ଯ୍ୟକ୍ରମରେ ଭିଡିଓ ବାର୍ତ୍ତା ଜରିଆରେ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି, ଥାଇଲ୍ୟାଣ୍ଡରେ ସମ୍ୱାଦର ସଂସ୍କରଣରେ ଯୋଗଦେବା ତାଙ୍କ ପାଇଁ ସମ୍ମାନର ବିଷୟ। ଏହି କାର୍ଯ୍ୟକ୍ରମକୁ ସମ୍ଭବ କରିଥିବାରୁ ଭାରତ, ଜାପାନ ଏବଂ ଥାଇଲ୍ୟାଣ୍ଡର ବିଶିଷ୍ଟ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କୁ ସେ ପ୍ରଶଂସା କରିଥିଲେ। ସେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।India has not given world 'Yuddha', but Buddha: PM Modi at International Abhidhamma Divas
October 17th, 10:05 am
PM Modi addressed the celebration of International Abhidhamma Divas and the recognition of Pali as a classical language at Vigyan Bhavan, New Delhi. He emphasized the significance of Pali in understanding Buddha's teachings and highlighted the importance of preserving linguistic heritage. The PM spoke about India's commitment to promoting Lord Buddha's teachings globally.ଆନ୍ତର୍ଜାତିକ ଅଭିଧମ୍ମ ଦିବସ ଏବଂ ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଉପଲକ୍ଷେ ଆୟୋଜିତ ଉତ୍ସବରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 17th, 10:00 am
ନୂଆଦିଲ୍ଲୀର ବିଜ୍ଞାନଭବନରେ ଆଜି ଆନ୍ତର୍ଜାତିକ ଅଭିଧମ୍ମ ଦିବସ ଏବଂ ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଉପଲକ୍ଷେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି । ଭଗବାନ ବୁଦ୍ଧଙ୍କ ଦିବ୍ୟକ୍ଷେତ୍ରରୁ ଅଭିଧମ୍ମ ଶିକ୍ଷା ସ୍ମୃତିରେ ଅଭିଧମ୍ମ ଦିବସ ପାଳନ କରାଯାଇଥାଏ । ଭଗବାନ ବୁଦ୍ଧଙ୍କ ଶିକ୍ଷା ଗୁଡ଼ିକ କେବଳ ପାଲି ଭାଷାରେ ଉପଲବ୍ଧ ହୋଇଥାଏ । ନିକଟରେ ପାଲି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଥିବାରୁ ଚଳିତ ବର୍ଷର ଅଭିଧମ୍ମ ଦିବସ ଉତ୍ସବର ଗୁରୁତ୍ୱ ବୃଦ୍ଧି ପାଇଛି ।ଉତ୍ତରପ୍ରଦେଶର ବାରଣାସୀରେ ସ୍ୱରଭେଦ ମନ୍ଦିର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 18th, 12:00 pm
ଉତ୍ତର ପ୍ରଦେଶର ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ମହେନ୍ଦ୍ର ନାଥ ପାଣ୍ଡେଜୀ, ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ଅନୀଲ ଜୀ, ସଦଗୁରୁ ଆଚାର୍ଯ୍ୟ ପୂଜ୍ୟ ଶ୍ରୀ ସ୍ୱାଧୀନ ଦେବ ଜୀ ମହାରାଜ, ପୂଜ୍ୟ ଶ୍ରୀ ବିଜ୍ଞାନ ଦେବ ଜୀ ମହାରାଜ, ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି, ଦେଶବ୍ୟାପୀ ଏକାଠି ହୋଇଥିବା ସମସ୍ତ ଭକ୍ତଗଣ ଏବଂ ମୋ ପରିବାର ସଦସ୍ୟମାନେ!ଉତ୍ତର ପ୍ରଦେଶର ବାରାଣାସୀରେ ସ୍ୱରଭେଦ ମହାମନ୍ଦିର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ
December 18th, 11:30 am
ଉତ୍ତର ପ୍ରଦେଶର ବାରାଣାସୀର ଉମରାହ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୮-୧୨-୨୦୨୩) ସ୍ୱରଭେଦ ମହାମନ୍ଦିରର ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ମହର୍ଷି ସଦାଫଲ ଦେବଜୀ ମହାରାଜଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମନ୍ଦିର ପରିସର ଚତୁଃପାଶ୍ୱର୍ ବୁଲି ଦେଖିଥିଲେ ।G-20 ସଂସ୍କୃତିମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 26th, 10:15 am
ବାରାଣାସୀକୁ ସ୍ୱାଗତ, ଯାହା କାଶୀ ନାମରେ ମଧ୍ୟ ବେଶ କରିଚିତ । ମୁଁ ଆନନ୍ଦିତ ଯେ, ଆପଣମାନେ ବାରାଣାସୀରେ ବୈଠକ କରୁଛନ୍ତି, ଯାହା ହେଉଛି ମୋର ସଂସଦୀୟ ନିର୍ବାଚନ ମଣ୍ଡଳୀ । କାଶୀ କେବଳ ଦୁନିଆର ସର୍ବ ପୁରାତନ ଜୀବନ୍ତ ସହର ନୁହେଁ । ଏଠାରୁ କିଛି ଦୂରରେ ଅଛି ସାରନାଥ, ଯେଉଁଠାରେ ଭଗବାନ ବୁଦ୍ଧ ତାଙ୍କର ପ୍ରଥମ ଉପଦେଶ ଦେଇଥିଲେ।ଜି - ୨୦ ସଂସ୍କୃତି ମନ୍ତ୍ରୀ ମାନଙ୍କ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
August 26th, 09:47 am
କାଶୀ ନାମରେ ପରିଚିତ ବାରାଣସୀ ଠାରେ ପ୍ରଧାନମନ୍ତ୍ରୀ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ଏବଂ ଏହି ସହର ତାଙ୍କ ସଂସଦୀୟ କ୍ଷେତ୍ର ହୋଇ ଥିବାରୁ ଏଠାରେ ଜି- ୨୦ ସଂସ୍କୃତି ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେଉ ଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ । କାଶୀକୁ ଅନ୍ୟତମ ପୁରାତନ ଜୀବନ୍ତ ସହର ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନିକଟସ୍ଥ ସାରନାଥ ସହର ବିଷୟରେ କହିଥିଲେ, ଯେଉଁଠାରେ ଭଗବାନ ବୁଦ୍ଧ ତାଙ୍କର ପ୍ରଥମ ଧର୍ମୋପଦେଶ ଦେଇଥିଲେ । କାଶୀ ଜ୍ଞାନ, କର୍ତ୍ତବ୍ୟ ଏବଂ ସତ୍ୟର ଭଣ୍ଡାର ଭାବରେ ଜଣାଶୁଣା ଏବଂ ଏହା ପ୍ରକୃତରେ ଭାରତର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ରାଜଧାନୀ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଅତିଥି ମାନଙ୍କୁ ଗଙ୍ଗା ଆରତୀ କାର୍ଯ୍ୟକ୍ରମ ଦେଖିବା ନିମନ୍ତେ, ସାରନାଥ ପରିଦର୍ଶନ କରିବା ପାଇଁ ଏବଂ କାଶୀର ବ୍ୟଞ୍ଜନର ସ୍ୱାଦ ଚାଖିବା ପାଇଁ ପରାମର୍ଶ ଦେଇଥିଲେ ।ଦିଲ୍ଲୀରେ ବିଶ୍ୱ ବୁଦ୍ଧ ମହାସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଉଦବୋଧନ
April 20th, 10:45 am
କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ଶ୍ରୀମାନ କିରଣ ରିଜୀଜୁ ମହାଶୟ, ଜି. କିଶନ ରେଡ୍ଡୀ ମହାଶୟ, ଅର୍ଜୁନ ରାମ ମେଘୱାଲ ମହାଶୟ, ମୀନାକ୍ଷୀ ଲେଖି ମହାଶୟା, ଅନ୍ତରାଷ୍ଟ୍ରୀୟ ବୁଦ୍ଧ ମହାସଂଘର ମହାସଚିବ, ଦେଶ- ବିଦେଶରୁ ଏଠାକୁ ଆସିଥିବା ଏବଂ ଆମ ସହିତ ସାମିଲ ହୋଇଥିବା ସମସ୍ତ ପୂଜ୍ୟ ଭିକ୍ଷୁ ଗଣ, ଅନ୍ୟ ମହାନୁଭବ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ!ନୂଆଦିଲ୍ଲୀ ଠାରେ ବିଶ୍ୱ ବୌଦ୍ଧ ଶିଖର ସମ୍ମିଳନୀ ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ “ବୁଦ୍ଧ ଚେତନା ଚିରନ୍ତନ”
April 20th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୦-୦୪-୨୦୨୩) ନୂଆଦିଲ୍ଲୀର ଅଶୋକ ହୋଟେଲ ଠାରେ ଆୟୋଜିତ ବୈଶ୍ୱିକ ବୌଦ୍ଧ ଶିଖର ସମ୍ମିଳନୀର ଉଦଘାଟନୀ ସମାରୋହରେ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ସେଠାରେ ଆୟୋଜିତ ଫଟୋ ପ୍ରଦର୍ଶନୀ ବୁଲି ଦେଖିବା ସହ ବୁଦ୍ଧଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେ ମଧ୍ୟ ୧୯ ଜଣ ପ୍ରସିଦ୍ଧ ସାଧୁଙ୍କୁ ସାଧୁ ପୋଷାକ ପ୍ରଦାନ କରିଥିଲେ ।ନେପାଳରେ ୨୫୬୬ତମ ବୁଦ୍ଧ ଜୟନ୍ତୀ ଏବଂ ଲୁମ୍ବିନୀ ଦିବସ ୨୦୨୨ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଦତ୍ତ ଅଭିଭାଷଣ
May 16th, 09:45 pm
କିଛି ସମୟ ପୂର୍ବରୁ ମାୟାଦେବୀ ମନ୍ଦିରରେ ଦର୍ଶନ କରିବାର ଯେଉଁ ସୁଯୋଗ ମୋତେ ପ୍ରାପ୍ତ ହୋଇଛି, ତାହା ମଧ୍ୟ ମୋ ପାଇଁ ଅବିସ୍ମରଣୀୟ ହୋଇ ରହିବ । ସେହି ସ୍ଥାନ ଯେଉଁଠାରେ ସ୍ୱୟଂ ଭଗବାନ ବୁଦ୍ଧ ଜନ୍ମଗ୍ରହଣ କରିଥିଲେ, ସେଠାକାର ଶକ୍ତି, ସେଠାକାର ଚେତନା, ତାହା ଏକ ସଂପୂର୍ଣ୍ଣ ଭିନ୍ନ ଧରଣର ଅନୁଭବ । ଏକଥା ଦେଖି ମଧ୍ୟ ମୁଁ ଖୁବ୍ ଆନନ୍ଦିତ ଯେ ଏହି ସ୍ଥାନ ନିମନ୍ତେ ୨୦୧୪ ମସିହାରେ ମୁଁ ମହାବୋଧି ବୃକ୍ଷର ଯେଉଁ ଚାରା ପ୍ରଦାନ କରିଥିଲି, ତାହା ଏବେ ବିକଶିତ ହୋଇ ଏକ ବୃକ୍ଷରେ ପରିଣତ ହୋଇଛି ।ନେପାଳର ଲୁମ୍ବିନୀରେ ବୁଦ୍ଧଜୟନ୍ତୀ ସମାରୋହ
May 16th, 03:11 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେପାଳର ଲୁମ୍ବିନୀସ୍ଥିତ ଆନ୍ତର୍ଜାତିକ ଅଧିବେଶନ କେନ୍ଦ୍ର ଓ ଧ୍ୟାନ ଭବନରେ ୨୫୬୬ତମ ବୁଦ୍ଧ ଜୟନ୍ତୀ ସମାରୋହରେ ଯୋଗ ଦେଇଛନ୍ତି । ତାଙ୍କ ସହିତ ନେପାଳ ପ୍ରଧାନମନ୍ତ୍ରୀ ସମ୍ମାନନୀୟ ଶେର ବାହାଦୁର ଦେଉବା ଓ ତାଙ୍କ ପତ୍ନୀ ଡକ୍ଟର ଆରଜୁ ରାନା ଦେଉବା ମଧ୍ୟ ଯୋଗଦେଇଥିଲେ ।କେଦାରନାଥରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
November 05th, 10:20 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେଦାରନାଥ ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଅନେକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ଉଦଘାଟନ କରିବା ସହିତ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ । ଜାରି ରହିଥିବା ଭିତ୍ତିଭୂମି କାର୍ଯ୍ୟଗୁଡ଼ିକର ସମୀକ୍ଷା ଏବଂ ଯାଞ୍ଚ ମଧ୍ୟ ସେ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ କେଦାରନାଥ ମନ୍ଦିରରେ ପ୍ରାର୍ଥନା କରିଥିଲେ । କେଦାରନାଥ ଧାମ ସହିତ ୧୨ ଜ୍ୟୋର୍ତିଲିଙ୍ଗ ଏବଂ ୪ ଧାମ ଓ ସମଗ୍ର ବିଶ୍ୱର ଅନେକ ସ୍ଥାନରେ ଏକକାଳୀନ ପ୍ରାର୍ଥନା କରାଯାଇଥିଲା ଏବଂ ସମସ୍ତ କାର୍ଯ୍ୟକ୍ରମ କେଦାରନାଥ ଧାମର ମୁଖ୍ୟ କାର୍ଯ୍ୟକ୍ରମ ସହିତ ଯୋଡି ହୋଇଥିଲା ।