ମଧ୍ୟପ୍ରଦେଶର ଧାରଠାରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 17th, 11:20 am

ମଧ୍ୟ ପ୍ରଦେଶର ରାଜ୍ୟପାଳ ମଙ୍ଗୁଭାଇ ପଟେଲ, ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ ଯାଦବ ଜୀ, କେନ୍ଦ୍ରରେ ମୋର ସହଯୋଗୀ ଭଉଣୀ ସାବିତ୍ରୀ ଠାକୁର ଜୀ, ଦେଶର କୋଣ ଅନୁକୋଣରୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସିଥିବା ସମସ୍ତ କେନ୍ଦ୍ର ମନ୍ତ୍ରୀଗଣ, ରାଜ୍ୟମାନଙ୍କର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଗଣ, ମଞ୍ଚ ଉପରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ ଏବଂ ଦେଶର ମୋର ପ୍ରିୟ ଭାଇ ଓ ଭଉଣୀମାନେ!

ମଧ୍ୟପ୍ରଦେଶର ଧାରରେ ବିକାଶମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 17th, 11:19 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଧାରରେ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦଘାଟନ କରିଛନ୍ତି। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଜ୍ଞାନର ଦେବୀ - ଧାର ଭୋଜଶାଳାର ପୂଜ୍ୟ ମାତା - ବାଗ୍ଦେବୀଙ୍କ ପାଦ ତଳେ ପ୍ରଣାମ କରିଥିଲେ। ଆଜି ଦିବ୍ୟ ସ୍ଥପତି , କୌଶଳ ଏବଂ ସୃଷ୍ଟିର ଦେବତା ଭଗବାନ ବିଶ୍ୱକର୍ମାଙ୍କ ଜନ୍ମବାର୍ଷିକୀ। ଏହା ସହିତ ପ୍ରଧାନମନ୍ତ୍ରୀ ଭଗବାନ ବିଶ୍ୱକର୍ମାଙ୍କ ପ୍ରତି ପ୍ରଣାମ ଜଣାଇ, କୋଟି କୋଟି ଭାଇଭଉଣୀଙ୍କୁ ମଧ୍ୟ ସମ୍ମାନ ଜଣାଇଥିଲେ । ଯେଉଁମାନେ ନିଜର କାରିଗରୀ ଏବଂ ସମର୍ପଣ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ନିୟୋଜିତ ଅଛନ୍ତି।

'ଭୋକାଲ୍ ଫର୍ ଲୋକାଲ୍' – ମନ୍ କି ବାତ୍ ରେ ସ୍ୱଦେଶୀ ଗର୍ବର ସହ ପର୍ବପର୍ବାଣୀ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁରୋଧ

August 31st, 11:30 am

ଚଳିତ ମାସର ମନ୍ କି ବାତ୍ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ବନ୍ୟା ଏବଂ ଭୂସ୍ଖଳନ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିଥିବା ସୁରକ୍ଷା ବାହିନୀ ଏବଂ ନାଗରିକମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି। ଜମ୍ମୁ-କଶ୍ମୀରରେ କ୍ରୀଡ଼ା ପ୍ରତିଯୋଗିତା, ସୌରଶକ୍ତି, 'ଅପରେସନ୍ ପୋଲୋ' ଏବଂ ଭାରତୀୟ ସଂସ୍କୃତିର ବିଶ୍ବବ୍ୟାପୀ ପ୍ରସାର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସେ ଆଲୋକପାତ କରିଥିଲେ। ପାର୍ବଣ ଋତୁରେ ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦ କିଣିବା ଏବଂ ସ୍ୱଚ୍ଛତା ବଜାୟ ରଖିବାର ଗୁରୁତ୍ୱ ବିଷୟରେ ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ସ୍ମରଣ କରାଇଥିଲେ ।