ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ୭୫ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ
December 15th, 08:44 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ତାଙ୍କ ୭୫ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଥିଲେ ଯେ ସର୍ଦ୍ଦାର ପଟେଲ ତାଙ୍କ ସମଗ୍ର ଜୀବନ ଦେଶକୁ ଏକଜୁଟ କରିବା ଏବଂ ଭାରତକୁ ଏକତାର ଗୋଟିଏ ସୂତ୍ରରେ ବାନ୍ଧି ରଖବାପାଇଁ ପାଇଁ ଉତ୍ସର୍ଗ କରିଥିଲେ।ଏକତା ଦିବସରେ ଏକତା ଶପଥ କରାଇଲେ କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ
October 31st, 02:06 pm
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଏକତାର ଶପଥ ନେଇ, ରାଷ୍ଟ୍ରର ଏକତା ତଥା ଅଖଣ୍ଡତା ପ୍ରତି ନିଜର ପ୍ରତିବଦ୍ଧତା ଦୋହରାଇଥିଲେ ।ଅକ୍ଟୋବର ୩୦ - ୩୧ରେ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ
October 29th, 10:58 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୩୦-୩୧ ତାରିଖରେ ଗୁଜରାଟ ଗସ୍ତ କରିବେ। ଅକ୍ଟୋବର ୩୦ ତାରିଖରେ ପ୍ରଧାନମନ୍ତ୍ରୀ କେଭାଡିଆର ଏକତା ନଗର ଗସ୍ତ କରିବେ ଏବଂ ସନ୍ଧ୍ୟା ପ୍ରାୟ ୫ଟା ୧୫ ସମୟରେ ଇ-ବସର ଲୋକାର୍ପଣ କରିବେ। ସନ୍ଧ୍ୟା ପ୍ରାୟ ୬ଟା ୩୦ ମିନିଟରେ ସେ ଏକତା ନଗରରେ ୧,୧୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ଏବଂ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।'ବନ୍ଦେ ମାତରମ୍'ର ଭାବନା ଭାରତର ଅମର ଚେତନା ସହିତ ଜଡିତ: ମନ କୀ ବାତରେ ପ୍ରଧାନମନ୍ତ୍ରୀ ମୋଦୀ
October 26th, 11:30 am
ଅକ୍ଟୋବର 31 ତାରିଖରେ ସର୍ଦ୍ଦାର ପଟେଲଙ୍କ 150ତମ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଛଠ ପୂଜା ଉତ୍ସବ, ପରିବେଶ ସୁରକ୍ଷା, ଭାରତୀୟ କୁକୁର ପ୍ରଜାତି, ଭାରତୀୟ କଫି, ଆଦିବାସୀ ସମ୍ପ୍ରଦାୟର ନେତା ଏବଂ ସଂସ୍କୃତ ଭାଷାର ଗୁରୁତ୍ୱ ଭଳି ଆକର୍ଷଣୀୟ ବିଷୟ ଉପରେ ମଧ୍ୟ ସେ ମତ ରଖିଛନ୍ତି । ପ୍ରଧାନମନ୍ତ୍ରୀ 'ବନ୍ଦେ ମାତରମ୍' ଗୀତର 150ତମ ବର୍ଷ ବିଷୟରେ ବିଶେଷ ଉଲ୍ଲେଖ କରିଥିଲେ।'ଭୋକାଲ୍ ଫର୍ ଲୋକାଲ୍' – ମନ୍ କି ବାତ୍ ରେ ସ୍ୱଦେଶୀ ଗର୍ବର ସହ ପର୍ବପର୍ବାଣୀ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁରୋଧ
August 31st, 11:30 am
ଚଳିତ ମାସର ମନ୍ କି ବାତ୍ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ବନ୍ୟା ଏବଂ ଭୂସ୍ଖଳନ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିଥିବା ସୁରକ୍ଷା ବାହିନୀ ଏବଂ ନାଗରିକମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି। ଜମ୍ମୁ-କଶ୍ମୀରରେ କ୍ରୀଡ଼ା ପ୍ରତିଯୋଗିତା, ସୌରଶକ୍ତି, 'ଅପରେସନ୍ ପୋଲୋ' ଏବଂ ଭାରତୀୟ ସଂସ୍କୃତିର ବିଶ୍ବବ୍ୟାପୀ ପ୍ରସାର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସେ ଆଲୋକପାତ କରିଥିଲେ। ପାର୍ବଣ ଋତୁରେ ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦ କିଣିବା ଏବଂ ସ୍ୱଚ୍ଛତା ବଜାୟ ରଖିବାର ଗୁରୁତ୍ୱ ବିଷୟରେ ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ସ୍ମରଣ କରାଇଥିଲେ ।ଗାନ୍ଧୀନଗରରେ ଗୁଜରାଟର ସହରାଞ୍ଚଳ ବିକାଶର ୨୦ ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 27th, 11:30 am
ମଞ୍ଚ ଉପରେ ଉପସ୍ଥିତ ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଜୀ, ସ୍ଥାନୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଜୀ, କେନ୍ଦ୍ରରେ ମନ୍ତ୍ରୀମଣ୍ଡଳ ସହଯୋଗୀ ମନୋହର ଲାଲ ଜୀ, ସି. ଆର. ପାଟିଲ ଜୀ, ଗୁଜରାଟ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ ଏବଂ ଗୁଜରାଟର କୋଣ-ଅନୁକୋଣରୁ ଏଠାକୁ ଆସି ଉପସ୍ଥିତ ଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ।ଗୁଜରାଟ ସହରାଞ୍ଚଳ ବିକାଶ କାହାଣୀର 20 ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ
May 27th, 11:09 am
୧୯୪୭ ମସିହାରେ ଭାରତକୁ ତିନୋଟି ଭାଗରେ ବିଭାଜିତ କରାଯିବା ପରେ ଭାରତ ଉପରେ ହୋଇଥିବା ପ୍ରଥମ ଆତଙ୍କବାଦୀ ଆକ୍ରମଣକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ, ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଇ ଗୋଟିଏ ଅଂଶ ହଡ଼ପ କରିଥିଲା। ସେ ସର୍ଦ୍ଦାର ପଟେଲଙ୍କ ଦୃଷ୍ଟିକୋଣକୁ ମନେ ପକାଇଥିଲେ ଏବଂ କହିଥିଲେ ଯେ ପାକିସ୍ତାନ ଅଧିକୃତ କାଶ୍ମୀର ( ପିଓକେ ) ପୁନରୁଦ୍ଧାର ନହେବା ପର୍ଯ୍ୟନ୍ତ ଭାରତୀୟ ସେନା ଅଟକିବା ଉଚିତ୍ ନୁହେଁ। ତଥାପି, ପଟେଲଙ୍କ ପରାମର୍ଶ ପାଳନ କରାଯାଇ ନଥିଲା ବୋଲି ସେ କହିଥିଲେ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ, ଆତଙ୍କବାଦର ଏହି ଐତିହ୍ୟ ଗତ 75 ବର୍ଷ ଧରି ଜାରି ରହିଛି ଏବଂ ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏହାର ଆଉ ଏକ ଭୟଙ୍କର ରୂପ ଥିଲା। ସେ ଦୃଢ଼ତାର ସହିତ କହିଥିଲେ ଯେ କୂଟନୈତିକ ଖେଳ ଖେଳିବା ସତ୍ତ୍ୱେ, ପାକିସ୍ତାନ ବାରମ୍ବାର ଯୁଦ୍ଧରେ ଭାରତର ସାମରିକ ଶକ୍ତିର ସମ୍ମୁଖୀନ ହୋଇଛି। ସେ ଉଲ୍ଲେଖ କରିଥିଲେ ଯେ , ତିନି ଥର ଭାରତର ସଶସ୍ତ୍ର ବାହିନୀ ପାକିସ୍ତାନକୁ ନିର୍ଣ୍ଣାୟକ ଭାବରେ ପରାସ୍ତ କରିଥିଲା, ଯାହା ସ୍ପଷ୍ଟ କରେ ଯେ, ପାକିସ୍ତାନ ସିଧାସଳଖ ସାମରିକ ସଂଘର୍ଷରେ ବିଜୟୀ ହୋଇପାରିବ ନାହିଁ। ପାକିସ୍ତାନ ତାର ସୀମା ସମ୍ପର୍କରେ ଜାଣିଛି ବୋଲି ସ୍ୱୀକାର କରି ଶ୍ରୀ ମୋଦୀ କହିଥିଲେ ଯେ , ପଡ଼ୋଶୀ ଦେଶ ଛାୟା ଯୁଦ୍ଧ ଆରମ୍ଭ କରିଛି। ସେ ବ୍ୟାଖ୍ୟା କରିଥିଲେ ଯେ, ପ୍ରଶିକ୍ଷିତ ଆତଙ୍କବାଦୀମାନଙ୍କୁ ରୀତିମତ ସାମରିକ ତାଲିମ ମାଧ୍ୟମରେ ଭାରତରେ ଅନୁପ୍ରବେଶ କରାଯାଉଥିଲା , ଯାହାର ଲକ୍ଷ୍ୟ ଥିଲା ଶାନ୍ତିପୂର୍ଣ୍ଣ ତୀର୍ଥଯାତ୍ରା କରୁଥିବା ଲୋକଙ୍କ ସମେତ ନିରୀହ ଏବଂ ନିରସ୍ତ୍ର ସାଧାରଣ ଲୋକଙ୍କୁ ଟାର୍ଗେଟ କରିବା।ଏପ୍ରିଲ ୧୧ରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ଗସ୍ତ
April 09th, 09:43 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୧୧ ତାରିଖରେ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ଗସ୍ତ କରିବେ । ସେ ବାରାଣସୀ ଯିବେ ଏବଂ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ୩୮୮୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ସେ ମଧ୍ୟ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ ।ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ସଚିବଙ୍କ ଚତୁର୍ଥ ଜାତୀୟ ସମ୍ମିଳନୀ ଅନୁଷ୍ଠିତ
December 15th, 10:15 pm
ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ସଚିବଙ୍କ ଚତୁର୍ଥ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ଏହି ତିନି ଦିନିଆ ସମ୍ମିଳନୀ ୨୦୨୪ ଡିସେମ୍ବର ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।ସର୍ଦ୍ଦାର ପଟେଲଙ୍କୁ ତାଙ୍କ ଜୟନ୍ତୀରେ ସ୍ମରଣ କଲେ ପ୍ରଧାନମନ୍ତ୍ରୀ
October 31st, 08:07 am
ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ତାଙ୍କର ଅଦମ୍ୟ ଉତ୍ସାହ, ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ଅତୁଳନୀୟ ନିଷ୍ଠା ଆମ ଦେଶର ଭବିଷ୍ୟତକୁ ଆକାର ଦେଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ଅକ୍ଟୋବର ୩୦-୩୧ରେ ଗୁଜରାଟ ଗସ୍ତ
October 29th, 02:20 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୩୦-୩୧ରେ ଗୁଜରାଟ ଗସ୍ତ କରିବେ । ୩୦ ତାରିଖ ପୂର୍ବାହ୍ନ ପ୍ରାୟ ସାଢ଼େ ଦଶଟା ବେଳେ ସେ ଅମ୍ବାଜୀ ମନ୍ଦିରରେ ଦର୍ଶନ ସହ ପୂଜାର୍ଚ୍ଚନା କରିବେ । ପରେ ପରେ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ସେ ମେହେଶାନାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ୩୧ ତାରିଖ ସକାଳ ଆଠଟାରେ ଶ୍ରୀ ମୋଦୀ କେଭାଡିଆ ଯାଇ ଏକତା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସେଠାରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଯୋଗଦେବେ । ସେ ମଧ୍ୟ ସେଠାରେ କେତେକ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଉଦଘାଟନ ମଧ୍ୟ କରିବେ । ପରେ ପରେ ସେ ୯୮ତମ ଅଧିକାରୀମାନଙ୍କ ୯୮ତମ ସାଧାରଣ ମୂଳଦୁଆ ପାଠ୍ୟକ୍ରମ ଆରମ୍ଭ ୫.୦ରେ ଉଦବୋଧନ ଦେବେ ।