ପ୍ରୟାଗରାଜରେ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 13th, 02:10 pm

ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଜୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଜୀ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଜୀ, ବ୍ରଜେଶ ପାଠକ ଜୀ, ଉତ୍ତରପ୍ରଦେଶର ମନ୍ତ୍ରୀ, ସାଂସଦ ଏବଂ ବିଧାୟକ ସାଥିମାନେ, ପ୍ରୟାଗରାଜର ମେୟର ଏବଂ ଜିଲ୍ଲା ପଞ୍ଚାୟତ ସଭାପତି, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ମୋର ପ୍ରିୟ ଭାଇ ଭଉଣୀମାନେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପ୍ରୟାଗରାଜରେ ପ୍ରାୟ ୫୫୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ

December 13th, 02:00 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ପ୍ରାୟ ୫୫୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସଙ୍ଗମର ପବିତ୍ର ଭୂମିକୁ ପ୍ରଣାମ କରିଥିଲେ ଓ ମହାକୁମ୍ଭକୁ ଆସୁଥିବା ସାଧୁସନ୍ୟାସୀଙ୍କ ପ୍ରତି ନିଜର ସମ୍ମାନ ପ୍ରକଟ କରିଥିଲେ । ନିଜର କଠିନ ପରିଶ୍ରମ ଓ ନିଷ୍ଠା ବଳରେ ମହାକୁମ୍ଭକୁ ସଫଳ କରିଥିବା ଶ୍ରମିକ, ସଫାଇ କର୍ମଚାରୀମାନଙ୍କୁ ମଧ୍ୟ ଶ୍ରୀ ମୋଦୀ ନିଜର କୃତଜ୍ଞତା ଜଣାଇଥିଲେ । ମହାକୁମ୍ଭର ବୃହତ୍ ଆୟୋଜନ ଓ ବିଶାଳ ଆକାର କଥା ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ବିଶ୍ବର ଅନ୍ୟତମ ବୃହତ୍ ଜନସମାଗମ । ୪୫ ଦିନ ପାଇଁ ଆୟୋଜନ ହେଉଥିବା ଏହି ମହାଯଜ୍ଞକୁ ପ୍ରତିଦନ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ବାଗତ କରାଯାଇଥାଏ ଓ ଏଥିପାଇଁ ଏକ ସମ୍ପୂର୍ଣ୍ଣ ନୂଆ ସହର ଛିଡ଼ା କରିଦିଆଯାଏ । “ପ୍ରୟାଗରାଜର ଭୂମିରେ ଏକ ନୂଆ ଇତିହାସ ଲେଖାଯାଉଛି” ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସନ୍ତା ବର୍ଷ ଆୟୋଜନ ହେଉଥିବା ମହାକୁମ୍ଭ ଦେଶର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିଚୟକୁ ଏକ ନୂଆ ଉଚ୍ଚତାକୁ ନେଇଯିବ ଓ ଏକତାର ଏପରି ଏକ ମହାଯଜ୍ଞ ସଂପର୍କରେ ସମଗ୍ର ବିଶ୍ବରେ ଚର୍ଚ୍ଚା ହେବ । ମହାକୁମ୍ଭର ସଫଳ ଆୟୋଜନ ନିମସ୍ତେ ସେ ଲୋକମାନଙ୍କୁ ନିଜର ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଡିସେମ୍ବର ୧୩ରେ ଉତ୍ତରପ୍ରଦେଶ ଗସ୍ତରେ ଯିବେ

December 12th, 02:10 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୩ରେ ଉତ୍ତର ପ୍ରଦେଶ ଗସ୍ତରେ ଯିବେ। ସେ ଅପରାହ୍ନ ପ୍ରାୟ ୧୨ଟା ୧୫ରେ ପ୍ରୟାଗରାଜ ଯାଇ ସଙ୍ଗମ ସ୍ଥଳରେ ପୂଜାର୍ଚ୍ଚନା ଓ ଦର୍ଶନ କରିବେ। ଏହାପରେ ମଧ୍ୟାହ୍ନ ପ୍ରାୟ ୧୨ଟା ୪୦ରେ ପ୍ରଧାନମନ୍ତ୍ରୀ ଅକ୍ଷୟ ବଟବୃକ୍ଷ ସ୍ଥଳରେ ପୂଜାର୍ଚ୍ଚନା କରିବେ ଓ ତା’ ପରେ ହନୁମାନ ମନ୍ଦିର ଓ ସରସ୍ୱତୀ କୂପ ଯାଇ ପୂଜାର୍ଚ୍ଚନା କରିବେ। ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ସେ ମହାକୁମ୍ଭ ପ୍ରଦର୍ଶନୀ ସ୍ଥଳ ପରିଦର୍ଶନ କରିବେ। ଏହାପରେ ଅପରାହ୍ନ ପ୍ରାୟ ୨ଟାରେ ସେ ପ୍ରୟାଗରାଜରେ ୫୫୦୦ କୋଟି ରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶୁଭାରମ୍ଭ କରିବେ ।