ମଣିପୁର ସଂଗାଇ ମହୋତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଭିଡ଼ିଓ ବାର୍ତ୍ତାର ମୂଳପାଠ

November 30th, 05:40 pm

ବହୁତ ଖୁସି । ସଂଗାଇ ମହୋତ୍ସବର ସଫଳ ଆୟୋଜନ ପାଇଁ ମଣିପୁରର ସମସ୍ତ ଲୋକମାନଙ୍କୁ ଅନେକ ଅନେକ ଶୁଭକାମନା । କରୋନା ଯୋଗୁ ଚଳିତ ଥର ଦୁଇବର୍ଷ ପରେ ସଂଗାଇ ମହୋତ୍ସବର ଆୟୋଜନ ହୋଇଛି । ମୋତେ ଖୁସି ଲାଗୁଛି ଯେ, ଏହି ଆୟୋଜନ ପୂର୍ବାପେକ୍ଷା ମଧ୍ୟ ଅଧିକ ସୁନ୍ଦର ଭାବରେ ଦେଖିବାକୁ ମିଳୁଛି । ଏହା ମଣିପୁରର ଲୋକମାନଙ୍କର ଯୋଗ ଏବଂ ପ୍ରଦର୍ଶନକୁ ଦର୍ଶାଉଛି । ବିଶେଷ ଭାବରେ, ମଣିପୁର ସରକାର ଯେଉଁଭଳି ଭାବରେ ଏକ ବ୍ୟାପକ ଦୃଷ୍ଟିକୋଣ ସହିତ ଏହାର ଆୟୋଜନ କରିଛନ୍ତି, ତାହା ପ୍ରକୃତରେ ଗ୍ରହଣୀୟ ଅଟେ । ମୁଁ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ଜୀ ଏବଂ ପୁରା ସରକାରଙ୍କୁ ଏଥିପାଇଁ କୃତଜ୍ଞତା ଜଣାଉଛି ।

ଭିଡିଓ ବାର୍ତ୍ତା ମାଧ୍ୟମରେ ମଣିପୁର ସାଙ୍ଗାଇ ମହୋତ୍ସବକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

November 30th, 05:20 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ମଣିପୁର ସାଙ୍ଗାଇ ମହୋତ୍ସବକୁ ସମ୍ବୋଧିତ କରିଛନ୍ତି । ରାଜ୍ୟର ସର୍ବଶ୍ରେଷ୍ଠ ମହୋତ୍ସବ ଭାବରେ ନାମିତ ମଣିପୁର ସାଙ୍ଗାଇ ମହୋତ୍ସବ ମଣିପୁରକୁ ବିଶ୍ୱ ସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ଭାବରେ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବ । ଏହି ଉତ୍ସବଟି କେବଳ ମଣିପୁରରେ ଦେଖାଯାଉଥିବା ସାଙ୍ଗାଇ ହରିଣର ନାମରେ ନାମିତ ହୋଇଛି ।