ସେବା ତୀର୍ଥ ଏବଂ କାର୍ତ୍ତବ୍ୟ ଭବନ-୧ ଏବଂ ୨ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 13th, 06:55 pm
ଆଜି, ଆମେ ସମସ୍ତେ ଏକ ନୂତନ ଇତିହାସ ସୃଷ୍ଟି ହେବାର ଦେଖୁଛୁ । ଆଜି ବିକ୍ରମ ସଂବତ୍ ଦୁଇ ହଜାର ବୟାଅଶୀ, ଫାଲଗୁନ କୃଷ୍ଣ ପକ୍ଷ ,ବିଜୟା ଏକାଦଶୀ ,ଏହି ପବିତ୍ର ଦିନରେ, ଯାହା ମାଘ ଚବିଶ, ଶାକ ସଂବତ୍ ଉଣେଇଶ ଶହ ସତଚାଳିଶର ପୂଣ୍ୟ ଅବସର, ଏବଂ ଆଜିର ପ୍ରଚଳିତ ଭାଷାରେ ମୁଁ ଯଦି କହିବି ତେବେ, ସାଧାରଣ କ୍ୟାଲେଣ୍ଡରରେ ଫେବୃଆରୀ ୧୩ର ଏହି ଦିନ, ଭାରତର ବିକାଶ ଯାତ୍ରାରେ ଏକ ନୂତନ ଆରମ୍ଭରେ ସାକ୍ଷି ହୋଇ ରହୁଛି । ଆମର ଏଠାରେ ଶାସ୍ତ୍ରରେ ବିଜୟା ଏକାଦଶୀର ବହୁତ ମହତ୍ତ୍ୱ ରହିଛି, ଏହି ଦିନରେ ଯେଉଁ ସଂକଳ୍ପ ନେଇ ଆଗକୁ ବଢିଥାଉ, ସେଥିରେ ବିଜୟ ଅବଶ୍ୟ ହୋଇଥାଏ । ଆଜି, ଆମେ ମଧ୍ୟ ଏକ ବିକଶିତ ଭାରତର ସଂକଳ୍ପ ସହିତ ସେବା ତୀର୍ଥ ଏବଂ କାର୍ତ୍ତବ୍ୟ ଭବନରେ ପ୍ରବେଶ କରୁଛୁ। ଆମ ମିଶନରେ ବିଜୟର ଦିବ୍ୟ ଆଶୀର୍ବାଦ ଆମ ସହିତ ଅଛି। ସେବା ତୀର୍ଥ ଏବଂ ନୂତନ କୋଠାର ଉଦଘାଟନ ପାଇଁ ମୁଁ ଆପଣସମସ୍ତଙ୍କୁ, ପିଏମଓଙ୍କର ସମସ୍ତ ଦଳକୁ, କ୍ୟାବିନେଟ ସଚିବାଳୟ ଏବଂ ବିଭିନ୍ନ ବିଭାଗର ସମସ୍ତ କର୍ମଚାରୀମାନଙ୍କୁ ମୋର ଅଭିନନ୍ଦନ ଜଣାଉଛି। ଏହାର ନିର୍ମାଣରେ ଯୋଗଦାନ ଦେଇଥିବା ଇଞ୍ଜିନିୟର ଏବଂ ଶ୍ରମିକମାନଙ୍କୁ ମଧ୍ୟ ମୁଁ ମୋର କୃତଜ୍ଞତା ଜଣାଉଛି।ନୂଆଦିଲ୍ଲୀରେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନ - ୧ ଏବଂ ୨ ର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
February 13th, 06:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନ - ୧ ଏବଂ ୨ର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଆଜି ସମସ୍ତେ ଏକ ନୂତନ ଇତିହାସ ସୃଷ୍ଟିର ସାକ୍ଷୀ ହେଉଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ୨୦୮୨ ବିକ୍ରମ ସମ୍ବତ୍, ଫାଲଗୁନ କୃଷ୍ଣ ପକ୍ଷ ସମୟରେ, ବିଜୟା ଏକାଦଶୀର ପବିତ୍ର ଅବସରରେ, ମାଘ ୨୪ ଏବଂ ୧୯୪୭ ଶାକ ସମ୍ୱତ, ଯାହା ବର୍ତ୍ତମାନର କ୍ୟାଲେଣ୍ଡରରେ ୨୦୨୬ ଫେବୃଆରୀ ୧୩, ଦିନଟି ଭାରତର ବିକାଶ ଯାତ୍ରାରେ ଏକ ନୂତନ ଆରମ୍ଭର ସାକ୍ଷୀ ହୋଇଛି। ଶାସ୍ତ୍ରରେ ବିଜୟା ଏକାଦଶୀର ବହୁତ ମହତ୍ତ୍ୱ ରହିଛି, କାରଣ ଏହି ଦିନରେ ନିଆଯାଇଥିବା ସଂକଳ୍ପ ସର୍ବଦା ବିଜୟ ଆଡ଼କୁ ନେଇଥାଏ। ଆଜି, ଏକ ବିକଶିତ ଭାରତର ସଂକଳ୍ପ ସହିତ, ସମସ୍ତେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନରେ ପ୍ରବେଶ କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ଏହି ଲକ୍ଷ୍ୟରେ ବିଜୟ ପାଇଁ ଦିବ୍ୟ ଆଶୀର୍ବାଦ ସେମାନଙ୍କ ସହିତ ଅଛି। ସେ ସେବା ତୀର୍ଥ ଏବଂ ନୂତନ କୋଠା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କ୍ୟାବିନେଟ ସଚିବାଳୟ ଏବଂ ବିଭିନ୍ନ ବିଭାଗର କର୍ମଚାରୀଙ୍କ ସମେତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ନିର୍ମାଣ ସହିତ ଜଡିତ ସମସ୍ତ ଇଞ୍ଜିନିୟର ଏବଂ ଶ୍ରମିକ ସହକର୍ମୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।ଜାନୁଆରୀ ୧୫ରେ ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଓ ପୀଠସୀନ ଅଧିକାରୀଙ୍କ ୨୮ତମ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
January 14th, 11:19 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୫ ଜାନୁଆରୀ ୨୦୨୬ ପୂର୍ବାହ୍ଣ ୧୦.୩୦ଟାରେ ନୂଆଦିଲ୍ଲୀସ୍ଥିତ ସଂସଦ ଭବନ ପରିସରରେ ଥିବା ସମ୍ବିଧାନ ସଦନର କେନ୍ଦ୍ରୀୟ ହଲରେ ଆୟୋଜିତ ‘ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଓ ପୀଠସୀନ ଅଧିକାରୀଙ୍କ ୨୮ତମ ସମ୍ମିଳନୀ (ସିଏସପିଓସି)’କୁ ଉଦଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମ୍ମିଳନୀକୁ ସମ୍ବୋଧନ କରିବେ।ସମ୍ବିଧାନ ସଦନର କେନ୍ଦ୍ରୀୟ କକ୍ଷରେ ସମ୍ବିଧାନ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ
November 26th, 09:28 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ସମ୍ବିଧାନ ସଦନର ଐତିହାସିକ କେନ୍ଦ୍ରୀୟ କକ୍ଷରେ ଆୟୋଜିତ ସମ୍ବିଧାନ ଦିବସ ସମାରୋହରେ ଯୋଗ ଦେଇଛନ୍ତି।26 ନଭେମ୍ବରରେ ସମ୍ବିଧାନ ସଦନର କେନ୍ଦ୍ରୀୟ କକ୍ଷରେ ସମ୍ବିଧାନ ଦିବସ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ
November 25th, 04:19 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 26 ନଭେମ୍ବର ପୂର୍ବାହ୍ନ ପ୍ରାୟ 11ଟାରେ ସମ୍ବିଧାନ ସଦନର କେନ୍ଦ୍ରୀୟ କକ୍ଷରେ ସମ୍ବିଧାନ ଦିବସ ସମାରୋହରେ ଯୋଗଦେବେ। ଚଳିତ ବର୍ଷ ସମ୍ବିଧାନ ଗୃହୀତ ହେବାର 76ତମ ବର୍ଷପୂର୍ତ୍ତି ପାଳନ କରାଯାଉଛି।ସମ୍ବିଧାନ ସଦନରେ ସମ୍ବିଧାନ ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ
November 26th, 02:46 pm
ସମ୍ବିଧାନ ସଦନରେ ସମ୍ବିଧାନ ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଂଶ ଗ୍ରହଣ କରିଛନ୍ତି । ଶ୍ରୀ ମୋଦୀ ମଧ୍ୟ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ଜ୍ଞାନବର୍ଦ୍ଧକ ଦର୍ଶାଇ ପ୍ରଶଂସା କରିଛନ୍ତି ।