ଜରୁରୀକାଳୀନ ପରିସ୍ଥିତି ସମୟରେ ଯେଉଁମାନେ ଗଣତନ୍ତ୍ରକୁ ରକ୍ଷା କରିଥିଲେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

June 25th, 10:53 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜରୁରୀକାଳୀନ ପରିସ୍ଥିତି ସମୟରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଦୃଢତାର ସହ ରକ୍ଷା କରିଥିବା ସମସ୍ତଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ଏହାକୁ ଭାରତର ଇତିହାସର ଏକ ଅନ୍ଧକାରମୟ ଅଧ୍ୟାୟ ବୋଲି ବର୍ଣ୍ଣନା କରିଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଏହି ସମୟ ଅସଂଖ୍ୟ ନାଗରିକଙ୍କ ଅସାଧାରଣ ସାହସ ଏବଂ ନମନୀୟତାକୁ ମଧ୍ୟ ପ୍ରଦର୍ଶିତ କରିଥିଲା ଯେଉଁମାନେ ନୀରବ ରହିବାକୁ ମନା କରିଦେଇଥିଲେ ଏବଂ ସମ୍ବିଧାନରେ ପ୍ରତିଷ୍ଠିତ ଆଦର୍ଶକୁ ବଜାୟ ରଖିଥିଲେ।

ସମ୍ବିଧାନ ହତ୍ୟା ଦିବସ ସେହି ଦିନକୁ ମନେ ପକାଇଦେବ ଯେତେବେଳେ ଭାରତର ସମ୍ବିଧାନକୁ ଦମନ କରି ଦିଆଯାଇଥିଲା: ପ୍ରଧାନମନ୍ତ୍ରୀ

July 12th, 05:06 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଲ୍ଲେଖ କରିଛନ୍ତି ଯେ ଜୁନ୍ ୨୫ ତାରିଖକୁ ସମ୍ବିଧାନ ହତ୍ୟା ଦିବସ ଭାବେ ଘୋଷଣା କରିବା ଭାରତୀୟ ସମ୍ବିଧାନକୁ ଦମନ କରାଯାଇଥିବା ସମୟକୁ ସ୍ମରଣ କରାଇବ ।