ହାଇଦ୍ରାବାଦରେ ସଫ୍ରାନ ଏୟାରକ୍ରାଫ୍ଟ ଇଞ୍ଜିନ ସର୍ଭିସେସ୍ ଇଣ୍ଡିଆ ସୁବିଧାର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 26th, 10:10 am
ମୋ ପାଖରେ ସମୟ କମ ରହିଛି କାରଣ ମୋତେ ସଂସଦରେ ପହଞ୍ଚିବାକୁ ପଡିବ । ସେଠାରେ ରାଷ୍ଟ୍ରପତିଙ୍କ ସହ ଏକ ବୈଠକ ରହିଛି । ସେଥିପାଇଁ ଭାଷଣକୁ ଲମ୍ବା ନକରି କେବଳ କିଛି ବିନ୍ଦୁ ଉପରେ ମୁଁ ମୋ କଥାକୁ ସମାପନ କରିବି । ଆଜିଠାରୁ ଭାରତର ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ଉନ୍ନତି ହେବ । ସଫ୍ରାନର ଏହି ନୂଆ ଉଦ୍ୟମ ଭାରତକୁ ଏକ ବୈଶ୍ୱିକ ଏମଆରଓ ହବରେ ପରିଣତ କରିପାରିଛି । ବିଶ୍ୱର ଏରୋସ୍ପେଶ ସେକ୍ଟରରେ ଏହି ଏମଆରଓ ସୁବିଧା ଯୁବକମାନଙ୍କ ଲାଗି ନୂଆ ସୁଯୋଗ ସୃଷ୍ଟି କରିବ । ୨୪ ନଭେମ୍ବର ୨୦୨୫ରେ ମୁଁ ସଫ୍ରାନ ବୋର୍ଡ ଓ ପରିଚାଳନା କମିଟିକୁ ସାକ୍ଷାତ କରିଥିଲି । ପୂର୍ବରୁ ବି ସାକ୍ଷାତ କରିଥିଲି । ପ୍ରତି ସାକ୍ଷାତରେ ଭାରତକୁ ନେଇ ସେମାନଙ୍କର ଆଶା ଓ ବିଶ୍ୱାସ ରହିଛି ବୋଲି ମୁଁ ଅନୁଭବ କଲି । ମୋର ବିଶ୍ୱାସ ରହିଛି ଯେ ଭାରତବର୍ଷରେ ସାଫ୍ରନର ପୁଞ୍ଜି ନିବେଶ ଆଗକୁ ବି ଜାରି ରହିବ । ଏହି ସୁବିଧା ପାଇଁ ଟିମ ସଫ୍ରାନକୁ ମୁଁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଇଦ୍ରାବାଦରେ ସଫରାନ ଏୟାରକ୍ରାଫ୍ଟ ଇଞ୍ଜିନ ସର୍ଭିସେସ୍ ଇଣ୍ଡିଆ (ଏସ୍ଏଇଏସ୍ଆଇ) ସୁବିଧାର ଉଦଘାଟନ କରିଛନ୍ତି
November 26th, 10:00 am
୨୬.୧୧.୨୦୨୫ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଜିଏମଆର ଏରୋସ୍ପେସ୍ ଏବଂ ଇଣ୍ଡଷ୍ଟ୍ରିଆଲ୍ ପାର୍କ – ଏସଇଜେଡରେ ଅବସ୍ଥିତ ସଫରାନ୍ ଏୟାରକ୍ରାଫ୍ଟ ଇଞ୍ଜିନ୍ ସର୍ଭିସେସ୍ ଇଣ୍ଡିଆ (ଏସଏଇଏସଆଇ) ସୁବିଧାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ, ଆଜିଠାରୁ ଭାରତର ବିମାନ ଚଳାଚଳ କ୍ଷେତ୍ର ଏକ ନୂତନ ଉଡ଼ାଣ ନେଉଛି। ସଫରାନର ନୂତନ ସୁବିଧା ଭାରତକୁ ଏକ ବିଶ୍ୱସ୍ତରୀୟ ମେଣ୍ଟେନାନ୍ସ, ରିପେୟାର ଏବଂ ଓଭରହଲ୍ (ଏମଆରଓ) ହବ୍ ଭାବରେ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିବ। ପ୍ରଧାନମନ୍ତ୍ରୀ ରେଖାଙ୍କିତ କରିଥିଲେ ଯେ ଏହି ଏମଆରଓ ସୁବିଧା ଉଚ୍ଚ-ପ୍ରଯୁକ୍ତିବିଦ୍ୟା ମହାକାଶ କ୍ଷେତ୍ରରେ ଯୁବପିଢ଼ି ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। ସେ ମନେ ପକାଇଥିଲେ ଯେ, ସେ ୨୪ ନଭେମ୍ବରରେ ସଫରାନ ବୋର୍ଡ ଏବଂ ପରିଚାଳନାକୁ ଭେଟିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ପୂର୍ବରୁ ମଧ୍ୟ ସେମାନଙ୍କ ସହିତ ପ୍ରତ୍ୟେକ ଆଲୋଚନାରେ ସେ ଭାରତ ସମ୍ପର୍କରେ ସେମାନଙ୍କର ଆତ୍ମବିଶ୍ୱାସ ଏବଂ ଆଶା ଦେଖିଥିଲେ। ସେ ଆଶା ପ୍ରକାଶ କରିଥିଲେ ଯେ ଭାରତରେ ସଫରାନ ର ନିବେଶ ସମାନ ଗତିରେ ଜାରି ରହିବ। ତାଙ୍କର ଶୁଭକାମନା ଜଣାଇ ପ୍ରଧାନମନ୍ତ୍ରୀ ଏହି ନୂତନ ସୁବିଧା ପାଇଁ ଟିମ୍ ସଫରାନକୁ ଅଭିନନ୍ଦନ ଜଣାଇଥିଲେ।୨୬ ନଭେମ୍ବରରେ ସଫ୍ରାନ ଏୟାରକ୍ରାଫ୍ଟ ଇଞ୍ଜିନ ସର୍ଭିସେସ୍ ଇଣ୍ଡିଆ ସୁବିଧାର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
November 25th, 04:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୬ ନଭେମ୍ବର ସକାଳ ୧୦ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ଜିଏମଆର୍ ଏରୋସ୍ପେସ ଏବଂ ଶିଳ୍ପ ପାର୍କ – ଏସ୍ଇଜେଡରେ ଅବସ୍ଥିତ ସଫ୍ରାନ ଏୟାରକ୍ରାଫ୍ଟ ଇଞ୍ଜିନ ସର୍ଭିସେସ୍ ଇଣ୍ଡିଆ (ଏସ୍ଏଇଏସ୍ଆଇ) ସୁବିଧାର ଉଦ୍ଘାଟନ କରିବେ ।