ଗୁଜରାଟର ଡେଡିଆପଡ଼ାରେ 'ଜନଜାତି ଗୌରବ ଦିବସ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 15th, 03:15 pm
ମା’ ନର୍ମଦାର ଏହି ପବିତ୍ର ଭୂମି ଆଜି ପୁଣି ଥରେ ଏକ ଐତିହାସିକ ଘଟଣାର ସାକ୍ଷୀ ହେଉଛି। ଠିକ୍ ଅକ୍ଟୋବର ୩୧ ତାରିଖରେ ଆମେ ଏଠାରେ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ କରିଥିଲୁ। ଆମର ଏକତା ଏବଂ ବିବିଧତାକୁ ପାଳନ ପାଇଁ ଭାରତ ପର୍ବ ଆରମ୍ଭ ହୋଇଛି ଏବଂ ଆଜି, ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳନ କରୁଥିବା ଏହି ଭବ୍ୟ ସମାରୋହ ସହିତ, ଆମେ ଭାରତ ପର୍ବର ପୂର୍ଣ୍ଣତାର ସାକ୍ଷୀ ହୋଇ ରହିଛି । ଏହି ପବିତ୍ର ଅବସରରେ ମୁଁ ଭଗବାନ ବିର୍ସା ମୁଣ୍ଡାଙ୍କୁ ପ୍ରଣାମ କରୁଛି। ସ୍ୱାଧୀନତା ଆନ୍ଦୋଳନ ସମୟରେ ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ସମଗ୍ର ଜନ ଜାତୀୟ କ୍ଷେତ୍ରରେ, ସ୍ୱାଧୀନତାର ଅଗ୍ନି ପ୍ରଜ୍ଵଳିତ କରିଥିବା ଗୋବିନ୍ଦ ଗୁରୁଙ୍କ ଆର୍ଶୀବାଦ ମଧ୍ୟ ଆମ ସମସ୍ତଙ୍କ ସହ ଯୋଡି ହୋଇଛି। ମୁଁ ଏହି ମଞ୍ଚରୁ ଗୋବିନ୍ଦ ଗୁରୁଙ୍କୁ ମଧ୍ୟ ପ୍ରଣାମ କରୁଛି। କିଛି ସମୟ ପୂର୍ବରୁ ମୋତେ ମଧ୍ୟ ଦେବମୋଗରା ମାତାଙ୍କ ଦର୍ଶନ କରିବାର ସୌଭାଗ୍ୟ ମିଳିଥିଲା। ମୁଁ ମା’ଙ୍କ ଚରଣରେ ମଧ୍ୟ ପ୍ରଣାମ କରୁଛି। ଖୁବ ଲୋକ ଜାଣିଥିବେ, କାଶୀ ବିଶ୍ୱନାଥ କରିଡର, ଉଜ୍ଜୈନ ମହାକାଳ କରିଡର, ଅଯୋଧ୍ୟା ରାମ ମନ୍ଦିର, କେଦାରନାଥ ଧାମ ବିଷୟରେ ଆଲୋଚନା ହୋଇଥାଏ । ଗତ ଦଶନ୍ଧି ମଧ୍ୟରେ ଏଭଳି ଅନେକ ଧାର୍ମିକ ଏବଂ ଐତିହାସିକ ସ୍ଥାନ ବିକଶିତ ହୋଇଛି। କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ୨୦୦୩ ମସିହାରେ ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଭାବରେ ଝିଅମାନଙ୍କ ଶିକ୍ଷା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରେଲିଆ ପାଟନଙ୍କୁ ଆସିଥିଲି, ସେତେବେଳେ ମୁଁ ମା 'ଙ୍କୁ ପ୍ରଣାମ କରିବାକୁ ଆସିଥିଲି ଏବଂ ସେହି ସମୟରେ ଏମିତି ଅବସ୍ଥା ଥିଲା ଯେ ମୁଁ ଦେଖିଥିଲି, କେବଳ ଏକ ଛୋଟ ଝୁମ୍ପୁଡ଼ି ଭଳି ସ୍ଥାନ ଥିଲା। ମୁଁ ଗର୍ବର ସହ କହିପାରିବି ଯେ ମୁଁ ମୋ ଜୀବନରେ କରିଥିବା ସମସ୍ତ ପ୍ରମୁଖ ବିକାଶ କାର୍ଯ୍ୟ ମଧ୍ୟରେ ଦେବମୋଗରା ମାତାଙ୍କ ସ୍ଥାନରୁ ବିକାଶ କାର୍ଯ୍ୟ ସହିତ ଆରମ୍ଭ ହୋଇଥିଲା। ଏବଂ ଆଜି ଯେତେବେଳେ ମୁଁ ଏହି ସ୍ଥାନ ପରିଦର୍ଶନ କଲି, ସେତେବେଳେ ମୋତେ ଏହା ଦେଖି ବହୁତ ଖୁସି ଲାଗିଲା ଯେ ଲକ୍ଷ ଲକ୍ଷ ଲୋକ, ବିଶେଷ କରି ଆମର ଆଦିବାସୀ ଭାଇ ଓ ଭଉଣୀମାନେ, ଏବେ ମା 'ଙ୍କ ପ୍ରତି ଅପାର ଭକ୍ତି ସହିତ ସେଠାକୁ ଆସୁଛନ୍ତି।ଗୁଜୁରାଟ ଡେଡିଆପଡାରେ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 15th, 03:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଡେଡିଆପଡ଼ାରେ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି। ଏହି ଅବସରରେ, ସେ ୯,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ଏବଂ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ମା’ ନର୍ମଦାର ପବିତ୍ର ଭୂମି ଆଜି ଆଉ ଏକ ଐତିହାସିକ ଘଟଣାର ସାକ୍ଷୀ ହେଉଛି ବୋଲି କହି ଶ୍ରୀ ମୋଦୀ ସ୍ମରଣ କରିଛନ୍ତି ଯେ, ୩୧ ଅକ୍ଟୋବରରେ, ଭାରତର ଏକତା ଏବଂ ବିବିଧତାକୁ ପାଳନ କରିବା ପାଇଁ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ସେହି ସ୍ଥାନରେ ପାଳନ କରାଯାଇଥିଲା, ଭାରତ ପର୍ବ ଆରମ୍ଭ ହୋଇଥିଲା। ଆଜି ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀର ମହାନ ଉତ୍ସବ ସହିତ, ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ, ଆମେ ଭାରତ ପର୍ବର ପରିଣାମ ଦେଖୁଛୁ। ଏହି ପବିତ୍ର ଅବସରରେ ସେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି ଯେ, ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ସମଗ୍ର ଆଦିବାସୀ ଅଞ୍ଚଳରେ ସ୍ୱାଧୀନତାର ଭାବନା ଜାଗ୍ରତ କରିଥିବା ଗୋବିନ୍ଦ ଗୁରୁଙ୍କ ଆଶୀର୍ବାଦ ମଧ୍ୟ ଏହି କାର୍ଯ୍ୟକ୍ରମ ସହିତ ଜଡିତ। ମଞ୍ଚ ଉପରୁ ସେ ଗୋବିନ୍ଦ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କୁ କିଛି ସମୟ ପୂର୍ବରୁ ଦେବମୋଗ୍ରା ମାତାଙ୍କ ମନ୍ଦିରକୁ ଯିବାର ସୌଭାଗ୍ୟ ମିଳିଥିଲା ଏବଂ ପୁଣି ଥରେ ତାଙ୍କ ପାଦ ତଳେ ପ୍ରଣାମ କରିଥିଲେ।The opposition is not a ‘gathbandhan’ but a ‘gharbandhan’: PM Modi during the interaction with Mahila Karyakartas of Bihar
November 04th, 10:30 pm
PM Modi interacted with spirited women karyakartas of the Bharatiya Janata Party from Bihar as part of the “Mera Booth, Sabse Mazboot” outreach initiative. The interaction was marked by warmth, humour, and conviction as PM Modi hailed the vital role of women in strengthening democracy and steering India towards a Viksit Bharat.PM Modi interacts with Mahila Karyakartas of Bihar under “Mera Booth, Sabse Mazboot” initiative
November 04th, 03:30 pm
PM Modi interacted with spirited women karyakartas of the Bharatiya Janata Party from Bihar as part of the “Mera Booth, Sabse Mazboot” outreach initiative. The interaction was marked by warmth, humour, and conviction as PM Modi hailed the vital role of women in strengthening democracy and steering India towards a Viksit Bharat.When the youth lead, the nation moves forward: PM Modi during Mera Booth Sabse Mazboot - Yuva Samvaad
October 23rd, 06:06 pm
Prime Minister Narendra Modi interacted with spirited Yuva Karyakartas from Bihar under the “Mera Booth, Sabse Mazboot – Yuva Samvaad” initiative, blending inspiration with realism as he urged the youth to be the torchbearers of a Viksit Bharat.PM Modi addresses the Yuva Karyakartas of Bihar during “Mera Booth, Sabse Mazboot – Yuva Samvaad” programme
October 23rd, 06:00 pm
Prime Minister Narendra Modi interacted with spirited Yuva Karyakartas from Bihar under the “Mera Booth, Sabse Mazboot – Yuva Samvaad” initiative, blending inspiration with realism as he urged the youth to be the torchbearers of a Viksit Bharat.The spirit of Seva, Sangathan, and Samarpan defines Bihar’s BJP cadre: PM Modi during “Mera Booth Sabse Mazboot”
October 15th, 06:30 pm
PM Modi interacted with dedicated BJP karyakartas from Bihar as part of the “Mera Booth Sabse Mazboot” initiative, reaffirming that the booth remains the foundation of the party’s success and the strength of democracy itself.PM Modi interacts with BJP Karyakartas from Bihar under “Mera Booth Sabse Mazboot” campaign
October 15th, 06:00 pm
PM Modi interacted with dedicated BJP karyakartas from Bihar as part of the “Mera Booth Sabse Mazboot” initiative, reaffirming that the booth remains the foundation of the party’s success and the strength of democracy itself.ବିହାରର ସିୱାନଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 20th, 01:00 pm
ରଉଆର ସମସ୍ତ ଲୋକଙ୍କୁ ମୁଁ ପ୍ରଣାମ କରୁଛି। ବାବା ମହେନ୍ଦ୍ର ନାଥ, ବାବା ହଂସନାଥ, ସୋହାଗରା ଧାମ, ମା ଥାୱେ ଭବାନୀ, ମା ଅମ୍ବିକା ଭବାନୀ, ପ୍ରଥମ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପବିତ୍ର ଭୂମିରେ ରଉଆ ର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛି ।ବିହାରର ସିୱାନରେ ୫୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
June 20th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ସିୱାନରେ ୫୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସଭାରେ ଉପସ୍ଥିତ ସମସ୍ତଙ୍କୁ ଅଭିବାଦନ ଜଣାଇ ପ୍ରଧାନମନ୍ତ୍ରୀ ବାବା ମହେନ୍ଦ୍ର ନାଥ ଏବଂ ବାବା ହଂସନାଥଙ୍କୁ ଭକ୍ତିପୂତ ପ୍ରଣାମ କରିଥିଲେ ଏବଂ ପବିତ୍ର ସୋହଗରା ଧାମକୁ ସମ୍ମାନ ଜଣାଇଥିଲେ । ସେ ମା’ ଥାଓ୍ବେ ଭବାନୀ ଏବଂ ମା’ ଅମ୍ବିକା ଭବାନୀଙ୍କୁ ମଧ୍ୟ ଭକ୍ତିପୂତ ପ୍ରଣାମ କରିଥିଲେ। ପ୍ରଧାନମନ୍ତ୍ରୀ ଦେଶର ପ୍ରଥମ ରାଷ୍ଟ୍ରପତି ଦେଶରତ୍ନ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଓ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଦାଉଦି ବୋହରା କମ୍ୟୁନିଟି ପ୍ରତିନିଧିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
April 17th, 08:05 pm
ଗୁରୁବାର ନୂଆଦିଲ୍ଲୀର ଲୋକ କଲ୍ୟାଣ ମାର୍ଗରେ ଅବସ୍ଥିତ ବାସଭବନରେ ଦାଉଦି ବୋହରା କମ୍ୟୁନିଟି ପ୍ରତିନିଧିଙ୍କ ସହ କଥା ହେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଟିମରେ ବୋହରା କମ୍ୟୁନିଟିର କିଛି ପ୍ରତିଷ୍ଠିତ ବ୍ୟବସାୟୀ, ଚାକିରିଆ, ଡାକ୍ତର, ଶିକ୍ଷାବିତ ରହିଥିଲେ । ସେମାନଙ୍କର ଜମିକୁ ଭୁଲବଶତଃ ୱକଫ ପକ୍ଷରୁ ଦାବି କରାଯାଇ ଆସୁଥିବା କୁହାଯାଇଥିଲା । ତେବେ ୱକଫ ଆଇନରେ ସଂଶୋଧନ ଆଣିଥିବାରୁ ଏହି କମ୍ୟୁନିଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।Government, society and saints are all united in the fight against cancer: PM Modi in Madhya Pradesh
February 23rd, 06:11 pm
PM Modi laid the foundation stone of Bageshwar Dham Medical and Science Research Institute in Chhatarpur, Madhya Pradesh. He remarked that when the country entrusted him with the opportunity to serve, he made the mantra ‘Sabka Saath, Sabka Vikas’ as the Government's resolution. He highlighted that a major foundation of ‘Sabka Saath, Sabka Vikas’ was ‘Sabka Ilaaj, Sabko Aarogya’ meaning Healthcare for all and underscored the focus on disease prevention at various levels.ବାଗେଶ୍ୱର ଧାମ ଚିକିତ୍ସା ଓ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
February 23rd, 04:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ଗଡ଼ା ଗ୍ରାମରେ ବାଗେଶ୍ୱର ଧାମ ଚିକିତ୍ସା ଓ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନର ଶିଳାନ୍ୟାସ କରିଛନ୍ତି । ଅଳ୍ପ ସମୟ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବୁନ୍ଦେଲଖଣ୍ଡକୁ ଫେରିବା ତାଙ୍କ ସୌଭାଗ୍ୟ ବୋଲି ମନ୍ତବ୍ୟ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ଆଧ୍ୟାତ୍ମିକ କେନ୍ଦ୍ର ଥିବା ବାଗେଶ୍ୱର ଧାମ ଖୁବଶୀଘ୍ର ଏକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପରିଣତ ହେବ । ବାଗେଶ୍ୱର ଧାମ ମେଡିକାଲ ଆଣ୍ଡ ସାଇନ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ୧୦ ଏକର ଜମିରେ ନିର୍ମାଣ କରାଯିବ ଏବଂ ପ୍ରଥମ ପର୍ଯ୍ୟାୟରେ ୧୦୦ ଶଯ୍ୟା ବିଶିଷ୍ଟ ସୁବିଧା ପ୍ରସ୍ତୁତ କରାଯିବ । ସେ ଶ୍ରୀ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଏହି ମହାନ କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣାଇବା ସହ ବୁନ୍ଦେଲଖଣ୍ଡବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଜମ୍ମୁ-କଶ୍ମୀରରେ ସୋନମାର୍ଗ ଟନେଲ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 13th, 12:30 pm
ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା ଜୀ, ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଶ୍ରୀ ଓମାର ଅବଦୁଲ୍ଲା ଜୀ, ମୋ କ୍ୟାବିନେଟ୍ର ସହଯୋଗୀ ଶ୍ରୀ ନୀତିନ ଗଡକରୀ ଜୀ, ଶ୍ରୀ ଜିତେନ୍ଦ୍ର ସିଂ ଜୀ, ଅଜୟ ଟମ୍ଟା ଜୀ, ଡେପୁଟି ସିଏମ ସୁରେନ୍ଦ୍ର କୁମାର ଚୌଧୁରୀ ଜୀ, ବିରୋଧୀ ଦଳ ନେତା ସୁନୀଲ ଶର୍ମା ଜୀ, ସମସ୍ତ ସାଂସଦ, ବିଧାୟକ ଏବଂ ଜମ୍ମୁ ଓ କଶ୍ମୀରର ମୋର ପ୍ରିୟ ଭାଇ ଭଉଣୀ ।ଜମ୍ମୁ ଓ କଶ୍ମୀରରେ ସୋନମାର୍ଗ ଟନେଲର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 13th, 12:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ ଓ କଶ୍ମୀରରେ ସୋନମାର୍ଗ ଟନେଲକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ ଶ୍ରମିକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ, ଯେଉଁମାନେ ଜମ୍ମୁ-କଶ୍ମୀର ଓ ଭାରତର ବିକାଶ ପାଇଁ କଠିନ ପରିଶ୍ରମ କରିଛନ୍ତି ଏବଂ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ଶ୍ରୀ ମୋଦୀ କହିଥିଲେ, ଆହ୍ୱାନ ସତ୍ତ୍ୱେ ଆମର ସଂକଳ୍ପ ଥମିବାର ନାଁ ଧରୁନାହିଁ। ଶ୍ରମିକମାନଙ୍କ ଦୃଢ଼ ସଂକଳ୍ପ ଓ ପ୍ରତିବଦ୍ଧତା ଏବଂ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି କାର୍ଯ୍ୟ ସମ୍ପନ୍ନ କରିଥିବାରୁ ସେ ତାଙ୍କୁ ପ୍ରଶଂସା କରିଥିଲେ। ୭ ଜଣ ଶ୍ରମିକଙ୍କ ମୃତ୍ୟୁରେ ସେ ଶୋକ ପ୍ରକାଶ କରିଥିଲେ।Delhi's voters have resolved to free the city from 'AAP-da': PM Modi
January 03rd, 01:03 pm
PM Modi inaugurated key development projects in Delhi, including housing for poor families. He emphasized India’s vision for 2025 as a year of growth, entrepreneurship, and women-led development, reaffirming the goal of a pucca house for every citizen.ଦିଲ୍ଲୀରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 03rd, 12:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ୨୦୨୫ ଭାରତର ବିକାଶ ପାଇଁ ଏକ ବିପୁଳ ସୁଯୋଗର ବର୍ଷ ହେବ, ଯାହା ଦେଶକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟ ଆଡକୁ ଆଗେଇ ନେବ । ଆଜି ଭାରତ ରାଜନୈତିକ ଓ ଅର୍ଥନୈତିକ ସ୍ଥିରତାର ଏକ ବିଶ୍ୱ ପ୍ରତୀକ ଭାବେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଗାମୀ ବର୍ଷରେ ଦେଶର ଭାବମୂର୍ତ୍ତି ଆହୁରି ସୁଦୃଢ଼ ହେବ ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ ୨୦୨୫ ପାଇଁ ଭିଜନ୍ ବିଷୟରେ ଆଲୋକପାତ କରିଥିଲେ, ଏହାକୁ ବିଶ୍ୱର ସର୍ବବୃହତ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା, ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗପାଇଁ ଯୁବକମାନଙ୍କୁ ସଶକ୍ତ କରିବା, ନୂତନ କୃଷି ରେକର୍ଡ ସ୍ଥାପନ କରିବା, ମହିଳାଙ୍କ ନେତୃତ୍ୱାଧୀନ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ସହଜ ଜୀବନଧାରଣ ଉପରେ ଧ୍ୟାନ ଦେଇ ପ୍ରତ୍ୟେକ ନାଗରିକଙ୍କ ଜୀବନର ଗୁଣବତ୍ତା ରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ ।"ତିନୋଟି ନୂତନ ଅପରାଧିକ ଆଇନ"ର ସଫଳ ରୂପାୟନକୁ ଦେଶକୁ ସମର୍ପଣ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 03rd, 12:15 pm
ଚଣ୍ଡିଗଡ଼ ଆସିବା ପରେ ମୋତେ ଲାଗୁଛି ମୁଁ ମୋ ପ୍ରିୟଜନଙ୍କ ମଧ୍ୟକୁ ଆସିଯାଇଛି । ଚଣ୍ଡିଗଡ଼ର ପରିଚୟ ଶକ୍ତି-ସ୍ୱରୂପା ମାଚଣ୍ଡିକାଙ୍କ ନାମ ସହିତ ଯୋଡି ହୋଇଛି । ମା’ଚଣ୍ଡି, ଅର୍ଥାତ୍ ଶକ୍ତିର ସେହି ସ୍ୱରୂପ ଯାହା ଦ୍ୱାରା ସତ୍ୟ ଓ ନ୍ୟାୟ ପ୍ରତିଷ୍ଠିତ ହୋଇଥାଏ । ଏହା ଭାବନା ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତାର ସମ୍ପୂର୍ଣ୍ଣ ପ୍ରାରୁପର ଆଧାର ମଧ୍ୟ ଅଟେ । ବିକଶିତ ଭାରତର ସଂକଳ୍ପ ନେଇ ଏମିତି ସମୟରେ ଦେଶ ଆଗକୁ ବଢ଼ୁଛି, ଯେତେବେଳେ ବେଳେ ସମ୍ବିଧାନର ୭୫ ବର୍ଷ ବିତିଗଲାଣି... ତା'ପରେ ସମ୍ବିଧାନର ଭାବନାରେ ଅନୁପ୍ରାଣିତ ହୋଇ ଭାରତୀୟ ନ୍ୟାୟ ସଂହିତା ପ୍ରଭାବ ଆରମ୍ଭ ହେବା, ତାହାର ପ୍ରଭାବରେ ଆସିବା ଏହା ଏକ ବହୁତ ବଡ ପ୍ରାରମ୍ଭ । ଦେଶର ନାଗରିକଙ୍କ ପାଇଁ ଆମ ସମ୍ବିଧାନ ରେ ପରିକଳ୍ପନା କରାଯାଇଥିବା ଆଦର୍ଶକୁ ପୂରଣ କରିବା ପାଇଁ ଏହା ଏକ ସମନ୍ୱିତ ପ୍ରୟାସ । ଏହି ଆଇନଗୁଡ଼ିକ କିପରି କାର୍ଯ୍ୟକାରୀ ହେବ ତାହାର ଲାଇଭ୍ ଡେମୋ ଦେଖୁଥିଲି। ଏବଂ ମୁଁ ଏଠାରେ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ସେମାନେ ସମୟ ବାହାର କରନ୍ତୁ ଏବଂ ଏହି ଲାଇଭ୍ ଡେମୋକୁ ନିଶ୍ଚିତ ଦେଖନ୍ତୁ । ଆଇନର ଛାତ୍ରଛାତ୍ରୀମାନେ, ବାରର ସାଥିମାନେ ଦେଖନ୍ତୁ, ନ୍ୟାୟପାଳିକାର ସାଥିମାନଙ୍କୁ ଯଦି ସୁବିଧା ହେବ, ସେମାନେ ମଧ୍ୟ ଦେଖନ୍ତୁ, ଏହି ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଭାରତୀୟ ନ୍ୟାୟ ସଂହିତା, ନାଗରିକ ସଂହିତାର ଲାଗୁ ହେବା ପାଇଁ ଶୁଭେଚ୍ଛା ଜଣାଉଛି। ଏବଂ ମୁଁ ଚଣ୍ଡିଗଡ଼ ପ୍ରଶାସନ ସହ ଜଡିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।ତିନୋଟି ନୂତନ ଅପରାଧିକ ଆଇନର ସଫଳ ରୂପାୟନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 03rd, 11:47 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଚଣ୍ଡିଗଡ଼ଠାରେ ତିନୋଟି ରୂପାନ୍ତରିତ ନୂତନ ଅପରାଧିକ ଆଇନ- ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମର ସଫଳ ରୂପାୟନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସମବେତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ ଚଣ୍ଡିଗଡ଼ର ପରିଚୟ ଦେବୀ ମା' ଚଣ୍ଡୀଙ୍କ ସହ ଜଡ଼ିତ, ଯିଏ ସତ୍ୟ ଓ ନ୍ୟାୟ ପ୍ରତିଷ୍ଠା କରୁଥିବା ଶକ୍ତିର ଏକ ରୂପ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସମାନ ଦର୍ଶନ ଭାରତୀୟ ନ୍ୟାୟ ସଂହିତା ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ସମଗ୍ର ଫର୍ମାଟର ଆଧାର ଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ସମ୍ବିଧାନର ଭାବନାରେ ଅନୁପ୍ରାଣିତ ହୋଇ ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ଏକ ଚମତ୍କାର ମୁହୂର୍ତ୍ତ, କାରଣ ଦେଶ ବିକଶିତ ଭାରତର ସଂକଳ୍ପ ସହିତ ଭାରତୀୟ ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଗକୁ ବଢ଼ିବାର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ରହିଛି । ଦେଶର ନାଗରିକଙ୍କ ପାଇଁ ଆମ ସମ୍ବିଧାନ ଯେଉଁ ଆଦର୍ଶର ପରିକଳ୍ପନା କରିଛି ତାହାକୁ ପୂରଣ କରିବା ଦିଗରେ ଏହା ଏକ ଠୋସ୍ ପ୍ରୟାସ ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ଏହାର ସିଧା ପ୍ରଦର୍ଶନ ଦ୍ୱାରା କିପରି ଆଇନ କାର୍ଯ୍ୟକାରୀ ହେବ ତାହାର ଝଲକ ସେ ନିକଟରେ ପାଇଛନ୍ତି। ଏହି ଆଇନର ସିଧା ପ୍ରଦର୍ଶନ ପରିଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ତିନୋଟି ନୂତନ ଅପରାଧିକ ଆଇନର ସଫଳ ରୂପାୟନ ଅବସରରେ ସେ ସମସ୍ତ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଚଣ୍ଡିଗଡ଼ ପ୍ରଶାସନର ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ବିଶ୍ୱ ସମବାୟ ସମ୍ମିଳନୀ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 25th, 03:30 pm
ଭୁଟାନର ପ୍ରଧାନମନ୍ତ୍ରୀ, ମୋର ସାନ ଭାଇ, ଫିଜିର ଉପପ୍ରଧାନମନ୍ତ୍ରୀ, ଭାରତର ସମବାୟ ମନ୍ତ୍ରୀ ଅମିତ ଶାହା, ଅନ୍ତର୍ଜାତୀୟ ସମବାୟ ମେଣ୍ଟର ସଭାପତି, ଜାତିସଂଘର ସମସ୍ତ ପ୍ରତିନିଧିଗଣ, ବିଶ୍ଵରୁ ଏଠାକୁ ଆସିଥିବା ସମବାୟ ବିଶ୍ୱ ସହ ଜଡିତ ସମସ୍ତ ସହଯୋଗୀ, ସମଗ୍ର ବିଶ୍ୱର ମହିଳା ଏବଂ ଭଦ୍ରବ୍ୟକ୍ତିମାନେ।