"କୃଷି ଏବଂ ଗ୍ରାମୀଣ ପରିବର୍ତ୍ତନ" ଶୀର୍ଷକ ଉପରେ ଆୟୋଜିତ ବଜେଟ୍ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 06th, 01:14 pm

ବଜେଟ୍ ୱେବିନାର୍ ସିରିଜ୍ର ତୃତୀୟ ୱେବିନାର୍ କୁ, ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ଏହା ପୂର୍ବରୁ, ପ୍ରଯୁକ୍ତିବିଦ୍ୟା, ସଂସ୍କାର ଏବଂ ଆର୍ଥିକ ଅଭିବୃଦ୍ଧି ଭଳି ପ୍ରମୁଖ ବିଷୟ ଉପରେ ଦୁଇଟି ୱେବିନାର୍ ଅନୁଷ୍ଠିତ ହୋଇଯାଇଛି । ଆଜି, ଆମେ ଗ୍ରାମୀଣ ଅର୍ଥନୀତି ଏବଂ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ଉପରେ ଆଲୋଚନା ହେଉଛି । ଆପଣମାନେ ସମସ୍ତେ ଆପଣଙ୍କର ମୂଲ୍ୟବାନ ପରାମର୍ଶ ସହିତ ବଜେଟ୍ ଗଠନରେ ଅନେକ ଅବଦାନ ଦେଇଛନ୍ତି, ଏବଂ ଆପଣ ଆପଣଙ୍କର ପରାମର୍ଶଗୁଡ଼ିକୁ ବଜେଟ୍ ରେ ପ୍ରତିଫଳିତ ହୋଇଥିବା ଦେଖିପାରୁଥିବେ, ଯାହା ବହୁତ ସହାୟକ ପ୍ରମାଣିତ ହୋଇଛି। କିନ୍ତୁ ଏବେ ବଜେଟ୍ ଆସିଯାଇଛି, ବର୍ତ୍ତମାନ ବଜେଟ୍ ପରେ ତାହାର ସଂପୂର୍ଣ୍ଣ ସମ୍ଭାବନାର ଲାଭ ଦେଶକୁ ମିଳୁ, ଏହି ଦିଗରେ ମଧ୍ୟ ଏହାକୁ ସାକାର କରିବା ପାଇଁ ଆପଣଙ୍କର ଅଭିଜ୍ଞତା, ପରାମର୍ଶ ଏବଂ ଏକ ସରଳ ପଦ୍ଧତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ କିପରି ନିଶ୍ଚିତ କରିବା ଯେ ବଜେଟର ପ୍ରତ୍ୟେକ ଟଙ୍କା ଏହାର ଉଦ୍ଦେଶ୍ୟକୁ ହାସଲ କରୁଛି ? କିପରି ଆମେ ଏହାକୁ ଶୀଘ୍ର ସମ୍ଭବ କରି ପାରିବା ? ଏହି ୱେବିନାର୍ ପାଇଁ ଆପଣଙ୍କ ପରାମର୍ଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି ।

କୃଷି ଓ ଗ୍ରାମୀଣ ରୂପାନ୍ତରଣ ଉପରେ ଆୟୋଜିତ ବଜେଟ୍‌ ପରବର୍ତ୍ତୀ ଓ୍ବେବିନାର୍‌ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ

March 06th, 01:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୃଷି ଏବଂ ଗ୍ରାମୀଣ ରୂପାନ୍ତରଣ ବିଷୟ ଉପରେ ପର୍ଯ୍ୟବେଶିତ ତୃତୀୟ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଥିଲେ। ପ୍ରଯୁକ୍ତିବିଦ୍ୟା ଏବଂ ଅର୍ଥନୈତିକ ବିକାଶ ଉପରେ ପର୍ଯ୍ୟବେଶିତ ପୂର୍ବ ଅଧିବେଶନଗୁଡ଼ିକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବଜେଟ୍ ଗଠନ ସମୟରେ ଅଂଶୀଦାରମାନେ ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ। ଏବେ, ବଜେଟ୍ ପରେ, ଦେଶ ଏହାର ପୂର୍ଣ୍ଣ ସମ୍ଭାବନାକୁ ବ୍ୟବହାର କରିବା ବି ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ, ଏବଂ ସେଥିପାଇଁ ଆପଣମାନଙ୍କ ପରାମର୍ଶ ବେଶ ଗୁରୁତ୍ବପୂର୍ଣ୍ଣ ଏବଂ ସେହି କାରଣରୁ ଏହି ୱେବିନାରଟି ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୧୭ରେ ମଧ୍ୟପ୍ରଦେଶ ଗସ୍ତରେ ଯିବେ

September 16th, 02:49 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୭ ତାରିଖରେ ମଧ୍ୟପ୍ରଦେଶ ଗସ୍ତରେ ଯିବେ । ମଧ୍ୟାହ୍ନ ୧୨ଟା ସମୟରେ ଧାରରେ ସେ ‘ସ୍ୱସ୍ଥ ନାରୀ ସଶକ୍ତ ପରିବାର’ ଏବଂ ‘ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାହ’ ଅଭିଯାନର ଶୁଭାରମ୍ଭ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କରିବା ସହିତ, ଉପସ୍ଥିତ ବିଶାଳ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।

ମିଜୋରାମର ବିଭିନ୍ନ ଉନ୍ନତିମୂଳକ କାମର ଶିଳାନ୍ୟାସ ଓ ଉଦଘାଟନ ବେଳେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 13th, 10:30 am

ମିଜୋରାମ ରାଜ୍ୟପାଳ ଭି.କେ.ସିଂହ, ମୁଖ୍ୟମନ୍ତ୍ରୀ ଲାଲଡୁହୋମା, କେନ୍ଦ୍ର କ୍ୟାବିନେଟର ସହଯୋଗୀ ଅଶ୍ୱିନୀ ବୈଷ୍ଣବ, ମିଜୋରାମ ସରକାରଙ୍କ ମନ୍ତ୍ରୀବର୍ଗ, ସାଂସଦ, ଅନ୍ୟ ନିର୍ବାଚିତ ପ୍ରତିନିଧି ସମୂହ ଓ ମିଜୋରାମ ଜନତା ।

ମିଜୋରାମର ଆଇଜଲରେ ୯,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 13th, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିଜୋରାମର ଆଇଜଲରେ ୯୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ରେଳ, ରାସ୍ତା, ବିଦ୍ୟୁତ୍, କ୍ରୀଡା ସମେତ ଅନେକ କ୍ଷେତ୍ରକୁ ଲାଭ ପହଞ୍ଚାଇବ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନୀଳ ପର୍ବତମାଳାର ଏହି ସୁନ୍ଦର ଭୂମିରେ ରାଜତ୍ୱ କରିଥିବା ପରମେଶ୍ୱର ପାଠିଆନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସେ ମିଜୋରାମର ଲାଙ୍ଗପୁଇ ବିମାନବନ୍ଦରରେ ଉପସ୍ଥିତ ଥିବାରୁ ଏବଂ ଖରାପ ପାଗ ଯୋଗୁଁ ଆଇଜଲରେ ଲୋକଙ୍କୁ ଭେଟିପାରି ନଥିବାରୁ ଦୁଃଖ ପ୍ରକାଶ କରିଥିଲେ। ଏହି ପରିସ୍ଥିତି ସତ୍ତ୍ୱେ, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଏହି ମାଧ୍ୟମରେ ମଧ୍ୟ ଲୋକଙ୍କ ପ୍ରେମ ଏବଂ ସ୍ନେହ ଅନୁଭବ କରିପାରିବେ।

ଜିଏସଟି ସଂସ୍କାର ଦୁଗ୍ଧ ଚାଷୀମାନଙ୍କୁ ସଶକ୍ତ କରିବା ସହ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ: ପ୍ରଧାନମନ୍ତ୍ରୀ

September 04th, 08:43 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ଦୁଗ୍ଧ ଚାଷୀ ଏବଂ ଗ୍ରାମୀଣ ଅର୍ଥବ୍ୟବସ୍ଥା ପ୍ରତି ସରକାରଙ୍କ ଅଟଳ ପ୍ରତିବଦ୍ଧତାକୁ ପୁନରୁଚ୍ଚାରଣ କରି, ପୁଷ୍ଟି ସୁରକ୍ଷା ସୁନିଶ୍ଚିତ କରିବା ଓ ସମାବେଶୀ ବିକାଶକୁ ଅଗ୍ରସର କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରିଛନ୍ତି।

ଅଗଷ୍ଟ ୨ ତାରିଖରେ ବାରାଣସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

July 31st, 06:59 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଉତ୍ତର ପ୍ରଦେଶର ବାରାଣସୀରେ ପ୍ରାୟ ୨୨୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ କରିବେ। ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

ପିଏମଏୱାଇ ଅଧୀନରେ ୩ କୋଟି ଅତିରିକ୍ତ ଗ୍ରାମୀଣ ଏବଂ ସହରାଞ୍ଚଳ ଗୃହ କୋଟି କୋଟି ଭାରତୀୟଙ୍କ 'ସହଜ ଜୀବନଧାରଣ' ଏବଂ ସମ୍ମାନକୁ ପ୍ରୋତ୍ସାହିତ କରିବ: ପ୍ରଧାନମନ୍ତ୍ରୀ

June 10th, 09:54 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୩ କୋଟି ଅତିରିକ୍ତ ଗ୍ରାମୀଣ ଏବଂ ସହରାଞ୍ଚଳ ଗୃହକୁ ନେଇ ନିଷ୍ପତ୍ତି ଆମ ଦେଶର ଗୃହ ଆବଶ୍ୟକତାକୁ ପୂରଣ କରିବା କ୍ଷେତ୍ରରେ ଏବଂ ପ୍ରତ୍ୟେକ ନାଗରିକ ଯେପରି ଉନ୍ନତ ମାନର ଜୀବନ ଯାପନ କରନ୍ତି ତାହା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଏ ।

ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

February 21st, 03:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସମସ୍ତଙ୍କୁ ବିଶେଷ କରି ଯୁବପୀଢିଙ୍କୁ ଆହ୍ୱାନ ଜଣାଇଛନ୍ତି । ପର୍ଯ୍ୟଟନ ମନ୍ତ୍ରଣାଳୟ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ପ୍ରତିଯୋଗିତା ଆରମ୍ଭ କରୁଛନ୍ତି ।

2022-23 ବିପଣନ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ

September 08th, 02:49 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ 2022-23 ରବି ବିପଣନ ଋତୁ (ଆରଏମଏସ) ପାଇଁ ସମସ୍ତ ସୂଚୀଭୁକ୍ତ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।

ବୟନ ଶିଳ୍ପ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ମଞ୍ଜୁର କଲେ ସରକାର

September 08th, 02:49 pm

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ‘ଆତ୍ମନିର୍ଭର ଭାରତ’ ସଂକଳ୍ପକୁ ସାକାର କରିବା ଦିଗରେ ଆଉ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ମୋଟ ୧୦,୬୮୩ କୋଟି ଟଙ୍କାର ବଜେଟ ବ୍ୟୟବରାଦ ସହିତ ଏମଏମଏଫ ପୋଷାକ, ଏମଏମଏଫ କପଡ଼ା ଏବଂ ବୈଷୟିକ ବସ୍ତ୍ରର ୧୦ଟି ଖଣ୍ଡ/ଉତ୍ପାଦ ନିମନ୍ତେ ବୟନ ଶିଳ୍ପ କ୍ଷେତ୍ର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ସରକାର ମଞ୍ଜୁର କରିଛନ୍ତି। ବୟନ ଶିଳ୍ପ କ୍ଷେତ୍ର ପାଇଁ ସରକାର ପିଏଲଆଇ ଯୋଜନା ସହିତ ଆରଓଏସସିଟିଏଲ, ଆରଓଡିଟିଇପି ଏବଂ ଅନ୍ୟାନ୍ୟ ପ୍ରୋତ୍ସାହନ ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରତିଦ୍ବନ୍ଦ୍ବିତା ମୂଳକ ମୂଲ୍ୟରେ କଞ୍ଚାମାଲ ଉପଲବ୍ଧ କରାଇବା, କୌଶଳ ବିକାଶ, ଆଦି ଦ୍ୱାରା ବୟନ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ମଧ୍ୟ ହେବ।

ହିମାଚଳ ପ୍ରଦେଶରେ ସ୍ୱାସ୍ଥ୍ୟକର୍ମୀ ଏବଂ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କଥାବାର୍ତାର ମୁଖ୍ୟାଂଶ

September 06th, 11:01 am

ହିମାଚଳ ପ୍ରଦେଶ ଆଜି ମତେ କେବଳ ପ୍ରଧାନ ସେବକ ଭାବରେ ନହେଁ, ବରଂ ଜଣେ ପରିବାର ସଦସ୍ୟ ଭାବରେ ମଧ୍ୟ ଗର୍ବିତ ହେବାର ସୁଯୋଗ ଦେଇଛି । ମୁଁ ଛୋଟ ଛୋଟ ସୁବିଧା ପାଇଁ ସଂଘର୍ଷରତ ହିମାଚଳକୁ ବି ଦେଖିଛି ଏବଂ ଆଜି ବିକାଶର ଗାଥା ଲେଖୁଥିବା ହିମାଚଳକୁ ମଧ୍ୟ ଦେଖୁଛି । ଏସବୁ ଦେବୀ ଦେବତାଙ୍କ ଆଶୀର୍ବାଦରୁ, ହିମାଚଳ ସରକାରଙ୍କ କର୍ମକୁଶଳତାରୁ ଏବଂ ହିମାଚଳର ପ୍ରତ୍ୟେକ ବ୍ୟକ୍ତିଙ୍କର ସଚେତନତା ଯୋଗୁଁ ସମ୍ଭବ ହୋଇ ପାରିଛି । ଯେଉଁମାନଙ୍କ ସହ ମତେ କଥାବାର୍ତା କରିବାର ସୁଯୋଗ ମିଳିଲା ଏବଂ ଯେଉଁଭଳି ଭାବରେ ସେମାନେ ସମସ୍ତେ ନିଜ ନିଜ କଥାସବୁ ବଖାଣିଲେ ସେଥିପାଇଁ ମୁଁ ପୁଣି ଥରେ ସେମାନଙ୍କୁ କୃତଜ୍ଞତା ଜଣାଉଛି । ମୁଁ ସମଗ୍ର ଟିମକୁ ଧନ୍ୟବାଦ ଦେଉଛି । ହିମାଚଳ ଏକ ଟିମ ଭାବରେ କାମ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛି । ମୋ ତରଫରୁ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା!!

ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶର ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସହ ବାର୍ତ୍ତାଳାପ କଲେ

September 06th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଙ୍ଗ ଜରିଆରେ ହିମାଚଳ ପ୍ରଦେଶର ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଶ୍ରୀ ଜେ.ପି. ନଡ୍ଡା, କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର, ସାଂସଦ, ବିଧାୟକ, ପଞ୍ଚାୟତ ନେତାଙ୍କ ସମେତ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

କୋଭିଡ-୧୯ ସ୍ଥିତି ସମ୍ପର୍କରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ବିଷୟବସ୍ତୁ

July 16th, 12:07 pm

କରୋନା ବିରୋଧରେ ଦେଶର ଲଢେଇରେ ଅନେକ ମହତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆପଣମାନେ ସମସ୍ତେ ନିଜ ନିଜର ମତ ରଖିଛନ୍ତି । ଏବେ ଦୁଇ ଦିନ ପୂର୍ବରୁ ମୁଁ ଉତର ପୂର୍ବର ସମସ୍ତ ସମ୍ମାନିତ ମୁଖ୍ୟମନ୍ତ୍ରୀମାନଙ୍କ ସହ ଏହି ବିଷୟରେ ଆଲୋଚନା କରିବାର ସୁଯୋଗ ପାଇଥିଲି । କାରଣ ଯେଉଁଠି ଯେଉଁଠି ଚିନ୍ତାଜନକ ସ୍ଥିତି ରହିଛି ସେହି ସବୁ ରାଜ୍ୟ ସହିତ ମୁଁ ବିଶେଷ ଭାବରେ କଥାବାର୍ତା କରୁଛି ।

କୋଭିଡ୍ ପରିସ୍ଥିତିକୁ ନେଇ ଓଡ଼ିଶା ସମେତ 6 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

July 16th, 12:06 pm

କୋଭିଡ୍‌ ଜନିତ ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ । କୋଭିଡ ମୁକାବିଲା ନିମନ୍ତେ ଯଥାସମ୍ଭବ ସହାୟତା ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସେମାନେ ଟିକାକରଣର ଅଗ୍ରଗତି ଏବଂ ସେମାନଙ୍କ ରାଜ୍ୟରେ ଭୂତାଣୁ ସଂକ୍ରମଣ ହ୍ରାସ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ଟିକାକରଣ ରଣନୀତି ସମ୍ପର୍କରେ ମଧ୍ୟ ସେମାନେ ନିଜ ନିଜ ମତାମତ ଦେଇଥିଲେ ।

ରାଜ୍ୟ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ

May 20th, 11:40 am

Prime Minister Shri Narendra Modi interacted with the state and district officials on the COVID-19 situation through video conference.

ରାଜ୍ୟ ଓ ଜିଲ୍ଲା ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କୋଭିଡ-୧୯ ସ୍ଥିତି ସମୀକ୍ଷା

May 20th, 11:39 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ରାଜ୍ୟ ଓ ଜିଲ୍ଲା ଅଧିକାରୀମାନଙ୍କ ସହିତ ଆଲୋଚନା କରି କୋଭିଡ-୧୯ ସ୍ଥିତି ସମୀକ୍ଷା କରିଛନ୍ତି ।

କୋଭିଡ଼-୧୯ ପରିଚାଳନା ସମ୍ପର୍କରେ ରାଜ୍ୟ ଏବଂ ଜିଲ୍ଲାସ୍ତରର ଅଧିକାରୀମାନଙ୍କ ସହିତ ଭାବ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

May 18th, 11:40 am

Prime Minister Modi through video conference interacted with field officials from States and Districts regarding their experience in handling the Covid-19 pandemic. During the interaction, the officials thanked the Prime Minister for leading the fight against the second wave of Covid from the front.

କୋଭିଡ ପରିସ୍ଥିତି ସମ୍ପର୍କରେ ସାରା ଦେଶର ଡାକ୍ତରମାନଙ୍କ ଦଳ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ର

May 18th, 11:39 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଭିଡ ସଂକ୍ରାନ୍ତ ପରିସ୍ଥିତି ସମ୍ପର୍କରେ ଆଜି ଦେଶର ବିଭିନ୍ନ ସ୍ଥାନରୁ ଡାକ୍ତରମାନଙ୍କ ଦଳ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୋଭିଡ ଓ ଟିକାକରଣ ସଂକ୍ରାନ୍ତ ସ୍ଥିତି ଉପରେ ଉଚ୍ଚସ୍ତରୀୟ ବୈଠକ

May 15th, 02:42 pm

ଅକ୍ସିଜେନ କନସେଣ୍ଟ୍ରେଟର ବ୍ୟବସ୍ଥା ସମେତ, ଗ୍ରାମାଞ୍ଚଳରେ ଅକ୍ସିଜେନ ଯୋଗାଣ ସୁନିଶ୍ଚିତ କରିବା ଲାଗି ଏକ ବିତରଣ ଯୋଜନା ପ୍ରସ୍ତୁତ କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ ଏପରି ଉପକରଣ ପରିଚାଳନା ପାଇଁ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବା ଆବଶ୍ୟକ ଏବଂ ମେଡ଼ିକାଲ ଉପକରଣର ସୁଗମ ପରିଚାଳନା ନିମନ୍ତେ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରାଯିବା ଉଚିତ୍।