ନୂଆଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ ଆର୍ଯ୍ୟ ମହାସମ୍ମେଳନ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
October 31st, 07:00 pm
ସର୍ବପ୍ରଥମେ, ମୁଁ ବିଳମ୍ବରେ ପହଞ୍ଚିଥିବା ପାଇଁ କ୍ଷମା ପ୍ରାର୍ଥନା କରୁଛି । ଆଜି ସର୍ଦ୍ଦାର ସାହେବଙ୍କ ଜନ୍ମବାର୍ଷିକୀ ଥିଲା, ତାଙ୍କର ୧୫୦ତମ ଜନ୍ମବାର୍ଷିକୀ। ଏକତା ନଗରର ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ତାଙ୍କର ଏକ କାର୍ଯ୍ୟକ୍ରମ ଥିଲା ଏବଂ ସେଥିପାଇଁ, ମୁଁ ଠିକ୍ ସମୟରେ ପହଞ୍ଚି ପାରିଲି ନାହିଁ। ଏଥିପାଇଁ ମୁଁ ପୁନର୍ବାର କ୍ଷମା ପ୍ରାର୍ଥନା କରୁଛି। ଆରମ୍ଭରେ ଆମେ ସମସ୍ତେ ଯେଉଁ ମନ୍ତ୍ରଗୁଡ଼ିକ ଶୁଣିଥିଲୁ, ସେହି ମନ୍ତ୍ରଗୁଡିକର ଶକ୍ତି ଏବେ ମଧ୍ୟ ଆମେ ଅନୁଭବ କରୁଛେ । ଯେତେବେଳେ ମୋତେ ଆପଣମାନଙ୍କ ପାଖକୁ ଆସିବାର ସୁଯୋଗ ମିଳେ ଏବଂ ଯେବେ ଯେବେ ମୁଁ ଏଠାକୁ ଆସିଛି ଦିବ୍ୟ ଅଭିଜ୍ଞତା ଏବଂ ଆଶ୍ଚର୍ଯ୍ୟଜନକ ଅନୁଭୂତି ପାଇଛି । ସ୍ୱାମୀ ଦୟାନନ୍ଦଙ୍କ ଆଶୀର୍ବାଦ, ତାଙ୍କ ଆଦର୍ଶ ପ୍ରତି ଆମର ଶ୍ରଦ୍ଧା ଏବଂ ଆପଣମାନଙ୍କ ସହିତ ଦଶନ୍ଧି ଧରି ରହିଥିବା ସମ୍ପର୍କ ମୋତେ ବାରମ୍ବାର ଆପଣଙ୍କ ମଧ୍ୟରେ ରହିବାର ସୁଯୋଗ ଦେଉଛି। ଆଉ ଯେତେବେଳେ ମୁଁ ଆପଣମାନଙ୍କୁ ଭେଟିଥାଏ ଏବଂ ଆପଣମାନଙ୍କୁ ସହିତ କଥାବାର୍ତ୍ତା କରେ, ମୁଁ ଏକ ଅନନ୍ୟ ଶକ୍ତି ଏବଂ ପ୍ରେରଣାରେ ପରିପୂର୍ଣ୍ଣ ହୋଇଯାଏ। ମୋତେ ଏହା ମଧ୍ୟ ସୂଚନା ଦିଆଯାଇଛି ଯେ ଏହିପରି ନଅଟି ସଭାଗୃହ ନିର୍ମାଣ କରାଯାଇଛି, ଯେଉଁଠାରେ ଆମର ସମସ୍ତ ଆର୍ଯ୍ୟ ସମାଜର ସଦସ୍ୟ ଭିଡିଓ ଲିଙ୍କ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଦେଖୁଛନ୍ତି। ଯଦିଓ ମୁଁ ସେମାନଙ୍କୁ ଦେଖିପାରୁ ନାହିଁ, ମୁଁ ଏଠାରୁ ମଧ୍ୟ ସେମାନଙ୍କୁ ମୋର ପ୍ରଣାମ ଜଣାଉଛି।କେଭାଡ଼ିଆରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 31st, 09:00 am
ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀର ଐତିହାସିକ ଅବସରରେ, ଏକତାନଗରର ଏହି ଦିବ୍ୟ ପ୍ରଭାତ, ଏହି ମନୋରମ ଦୃଶ୍ୟ, ସର୍ଦ୍ଦାର ସାହେବଙ୍କ ପାଦତଳେ ଆମର ଉପସ୍ଥିତି, ଆଜି ଆମେ ସମସ୍ତେ ଏକ ମହାନ ମୁହୂର୍ତ୍ତର ସାକ୍ଷୀ ହେଉଛୁ। ସମଗ୍ର ଦେଶରେ ଚାଲିଥିବା ଏକତା ଦୌଡ଼, ରନ ଫର ୟୁନିଟି, କୋଟି କୋଟି ଭାରତୀୟଙ୍କ ଉତ୍ସାହ, ଆମେ ଏକ ନୂତନ ଭାରତର ସଂକଳ୍ପ ଶକ୍ତିକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରୁଛୁ। ବର୍ତ୍ତମାନ ଏଠାରେ ଯେଉଁସବୁ କାର୍ଯ୍ୟକ୍ରମ ହୋଇଛି, ଗତକାଲି ସନ୍ଧ୍ୟାରେ ଯେଉଁସବୁ ଚମତ୍କାର ପ୍ରସ୍ତୁତି ହୋଇଛି, ସେଥିରେ ମଧ୍ୟ, ଅତୀତର ପରମ୍ପରା, ବର୍ତ୍ତମାନର ଶ୍ରମ ଓ ବୀରତ୍ଵ ଏବଂ ଭବିଷ୍ୟତର ସଫଳତାର ଝଲକ ମଧ୍ୟ ରହିଛି। ସର୍ଦ୍ଦାର ସାହେବଙ୍କ ଏକ ଶହ ପଚାଶତମ ଜୟନ୍ତୀ ଉପଲକ୍ଷେ ସ୍ମାରକୀ ମୁଦ୍ରା ଏବଂ ସ୍ୱତନ୍ତ୍ର ଡାକ ଟିକଟ ମଧ୍ୟ ଜାରି କରାଯାଇଛି। ସର୍ଦ୍ଦାର ସାହେବଙ୍କ ଜୟନ୍ତୀ, ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ମୁଁ ସମସ୍ତ ୧୪୦ କୋଟି ଦେଶବାସୀଙ୍କୁ ବହୁତ-ବହୁତ ଶୁଭେଚ୍ଛା, ଅନେକ ଅନେକ ଶୁଭକାମନା ଜଣାଉଛି।ରାଷ୍ଟ୍ରୀୟ ଏକତା ଦିବସରେ ଦେଶକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ : ଭାରତର ସୁରକ୍ଷା କିମ୍ବା ଲୌହ ମାନବଙ୍କ ଆତ୍ମସମ୍ମାନ ସହିତ ଦେଶ ସାଲିସ କରିବ ନାହିଁ
October 31st, 08:44 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କେଭାଡିଆ ଠାରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ହେଉଛି ଏକ ଐତିହାସିକ ଅବସର। ଏକତା ନଗରର ସକାଳର ଦିବ୍ୟ ଏବଂ ମନୋରମ ଦୃଶ୍ୟକୁ ଆଶ୍ଚର୍ଯ୍ୟଜନକ ବୋଲି ବର୍ଣ୍ଣନା କରି ଶ୍ରୀ ମୋଦୀ ସର୍ଦ୍ଦାର ପଟେଲଙ୍କ ପାଦତଳେ ସାମୂହିକ ଉପସ୍ଥିତି ସମ୍ପର୍କରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ, ଦେଶ ଏକ ମହାନ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତର ସାକ୍ଷୀ ହେଉଛି। ସେ ଦେଶବ୍ୟାପୀ ଏକତା ଦୌଡ଼ ଏବଂ ଏଥିରେ କୋଟି କୋଟି ଭାରତୀୟଙ୍କ ଉତ୍ସାହୀ ଅଂଶଗ୍ରହଣ ଉପରେ ଆଲୋକପାତ କରିଥିଲେ ଏବଂ ଗୁରୁତ୍ୱାରୋପ କରିଥିଲେ ଯେ ଏକ ନୂତନ ଭାରତ ପାଇଁ ସଂକଳ୍ପ ସ୍ପଷ୍ଟ ଭାବରେ ଅନୁଭୂତ ହେଉଛି। ପୂର୍ବରୁ ଅନୁଷ୍ଠିତ କାର୍ଯ୍ୟକ୍ରମ ଏବଂ ପୂର୍ବ ସନ୍ଧ୍ୟାର ଉଲ୍ଲେଖନୀୟ ଉପସ୍ଥାପନାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏହା ଅତୀତର ପରମ୍ପରା, ବର୍ତ୍ତମାନର ଶ୍ରମ ଓ ପରାକ୍ରମ ଏବଂ ଭବିଷ୍ୟତର ସଫଳତାର ଏକ ଝଲକକୁ ପ୍ରତିଫଳିତ କରେ। ସେ ସୂଚନା ଦେଇଥିଲେ ଯେ , ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଏକ ସ୍ମାରକୀ ମୁଦ୍ରା ଏବଂ ଏକ ସ୍ୱତନ୍ତ୍ର ଡାକ ଟିକେଟ ଜାରି କରାଯାଇଛି।୩୧ ଅକ୍ଟୋବରରେ ‘ରନ୍ ଫର୍ ୟୁନିଟି’ରେ ଯୋଗଦେବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ
October 27th, 09:15 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ଅକ୍ଟୋବର ୩୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା 'ଏକତା ପାଇଁ ଦୌଡ଼'ରେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଜାତୀୟ ଏକତା ଦିବସ ପାଳନ କରିବା ପାଇଁ ଆୟୋଜିତ ହେଉଛି, ଯାହା ଦେଶ ପାଇଁ ସର୍ଦ୍ଦାର ପଟେଲଙ୍କ ଦ୍ୱାରା ପରିକଳ୍ପିତ ଏକତା ଏବଂ ଏକତ୍ର ସ୍ଥାୟୀ ଭାବନାର ପ୍ରତୀକ।'ବନ୍ଦେ ମାତରମ୍'ର ଭାବନା ଭାରତର ଅମର ଚେତନା ସହିତ ଜଡିତ: ମନ କୀ ବାତରେ ପ୍ରଧାନମନ୍ତ୍ରୀ ମୋଦୀ
October 26th, 11:30 am
ଅକ୍ଟୋବର 31 ତାରିଖରେ ସର୍ଦ୍ଦାର ପଟେଲଙ୍କ 150ତମ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଛଠ ପୂଜା ଉତ୍ସବ, ପରିବେଶ ସୁରକ୍ଷା, ଭାରତୀୟ କୁକୁର ପ୍ରଜାତି, ଭାରତୀୟ କଫି, ଆଦିବାସୀ ସମ୍ପ୍ରଦାୟର ନେତା ଏବଂ ସଂସ୍କୃତ ଭାଷାର ଗୁରୁତ୍ୱ ଭଳି ଆକର୍ଷଣୀୟ ବିଷୟ ଉପରେ ମଧ୍ୟ ସେ ମତ ରଖିଛନ୍ତି । ପ୍ରଧାନମନ୍ତ୍ରୀ 'ବନ୍ଦେ ମାତରମ୍' ଗୀତର 150ତମ ବର୍ଷ ବିଷୟରେ ବିଶେଷ ଉଲ୍ଲେଖ କରିଥିଲେ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’
March 30th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜିର ଏହି ପବିତ୍ର ଦିନରେ ମୋତେ ଆପଣମାନଙ୍କ ସହ ମନର କଥା ହେବାକୁ ସୁଯୋଗ ମିଳିଛି । ଆଜି ହେଉଛି ଚୈତ୍ର ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି । ଆଜିଠାରୁ ଚୈତ୍ର ନବରାତ୍ର ଆରମ୍ଭ ହେଉଛି । ଆଜିଠାରୁ ଭାରତୀୟ ନବବର୍ଷ ମଧ୍ୟ ଆରମ୍ଭ ହେଉଛି । ଏଥର ବିକ୍ରମ ସମ୍ବତ୍ସର ୨୦୮୨ ଆରମ୍ଭ ହେଉଛି । ବର୍ତ୍ତମାନ ମୋ ଆଗରେ ଆପଣମାନଙ୍କର ଅନେକ ଚିଠି ରହିଛି । କିଛି ବିହାରରୁ ଆସିଛି, କିଛି ପଶ୍ଚିମବଙ୍ଗରୁ, କିଛି ତାମିଲନାଡ଼ୁରୁ ଆସିଛି ତ ଆଉ କିଛି ଗୁଜରାଟରୁ । ଏସବୁରେ ଖୁବ ଆକର୍ଷକ ଢଙ୍ଗରେ ଲୋକେ ନିଜର ମନର କଥା ଲେଖି ପଠାଇଛନ୍ତି । ଅନେକ ଚିଠିରେ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ମଧ୍ୟ ରହିଛି । କିଛି ବାର୍ତ୍ତା ଆପଣମାନଙ୍କୁ ଶୁଣାଇବାକୁ ମୋର ଇଚ୍ଛା ହେଉଛି ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ "ମନ୍ କି ବାତ୍'ର ଓଡ଼ିଆ ଭାଷାନ୍ତର
October 30th, 11:30 am
ମୋର ପ୍ରିୟ ଦେଶବାସୀଗଣ, ଆମେ ପବିତ୍ର ଛଠ୍ ପର୍ବ ବିଷୟରେ ଆଲୋଚନା କଲୁ । ଭଗବାନ ସୂର୍ଯ୍ୟଙ୍କ ଉପାସନା ବିଷୟରେ ଆଲୋଚନା କଲୁ । ତେବେ ସୂର୍ଯ୍ୟ ଉପାସନା ସହ ଆଜି ତାଙ୍କ ବରଦାନ ସମ୍ପର୍କରେ ମଧ୍ୟ କାହିଁକି ଆଲୋଚନା ନ କରିବା? ସୌରଶକ୍ତି ହେଉଛି ସୂର୍ଯ୍ୟଦେବଙ୍କ ବରଦାନ । ସୌରଶକ୍ତି ଏଭଳି ଗୋଟିଏ ବିଷୟ ଯେଉଁଥିରେ ସମଗ୍ର ବିଶ୍ୱ ଆଜି ନିଜର ଭବିଷ୍ୟତକୁ ଦେଖୁଛି । ଆଉ ଭାରତ ପାଇଁ ତ ସୂର୍ଯ୍ୟଦେବ ଶହ ଶହ ବର୍ଷ ଧରି କେବଳ ଉପାସନା ନୁହେଁ ବରଂ ଜୀବନ ପ୍ରଣାଳୀର କେନ୍ଦ୍ରସ୍ଥଳରେ ରହିଆସିଛନ୍ତି । ଭାରତ ଆଜି ନିଜର ପାରମ୍ପରିକ ଅନୁଭୂତିକୁ ଆଧୁନିକ ବିଜ୍ଞାନ ସହ ଯୋଡ଼ୁଛି । ସେଥିପାଇଁ ଆଜି ଆମେ ସୌରଶକ୍ତିରୁ ବିଜୁଳି ଉତ୍ପାଦନ କରିବାରେ ସବୁଠାରୁ ବଡ଼ ଦେଶମାନଙ୍କ ମଧ୍ୟରେ ସାମିଲ ହୋଇପାରିଛୁ । ସୌରଶକ୍ତିରୁ କିଭଳି ଆମ ଦେଶର ଗରିବ ଓ ମଧ୍ୟବିତ ଶ୍ରେଣୀର ଲୋକଙ୍କ ଜୀବନରେ ପରବର୍ତ୍ତନ ଘଟୁଛି, ତାହା ମଧ୍ୟ ଏକ ଅଧ୍ୟୟନର ବିଷୟ ।କେୱଡ଼ିଆରେ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଲେ ପ୍ରଧାନମନ୍ତ୍ରୀ
October 31st, 03:53 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ କେୱଡ଼ିଆସ୍ଥିତ ଷ୍ଟାଚ୍ୟୁ ଅଫ ୟୁନିଟିଠାରେ ଜନସାଧାରଣଙ୍କୁ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଥିଲେ ।ଷ୍ଟାଚ୍ୟୁ ଅଫ ୟୁନିଟିରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
October 31st, 10:30 am
ଆଜି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଗୁଜରାଟର କେୱଡିଆଠାରେ ଥିବା ପ୍ରସିଦ୍ଧ ଷ୍ଟାଚ୍ୟୁ ଅଫ ୟୁନିଟିଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ଲୌହମାନବ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କୁ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ଅକ୍ଟୋବର 31ରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରଧାନମନ୍ତ୍ରୀ
October 30th, 02:28 pm
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଅକ୍ଟୋବର 31, 2019ରେ ଗୁଜରାଟର କେୱଡିଆଠାରେ ଥିବା ଷ୍ଟାଚ୍ୟୁ ଅଫ ୟୁନିଟିରେ ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।ସମାଜ ସର୍ବଦା ଦେଶର ଏକତାକୁ ମଜବୁତ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଛି : ମନ କି ବାତରେ ପ୍ରଧାନମନ୍ତ୍ରୀ ମୋଦୀ
October 27th, 11:00 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଦୀପାବଳିର ପବିତ୍ର ପର୍ବ । ଆପଣ ସମସ୍ତଙ୍କୁ ଦୀପାବଳିର ଅନେକ ଅନେକ ଶୁଭକାମନା । ଆମର ଶାସ୍ତ୍ରରେ କୁହାଯାଇଛି –ଶୁଭମ୍ କରୋତି କଲ୍ୟାଣମ୍, ଆରୋଗ୍ୟମ୍ ଧନ ସମ୍ପଦାମ୍ । ଶତ୍ରୁବୁଦ୍ଧିବିନାଶାୟ ଦୀପଜ୍ୟୋତିର୍ନମୋସ୍ତୁତେ । କେତେ ଉତ୍ତମ ବାର୍ତ୍ତା । ଏହି ଶ୍ଳୋକରେ କୁହାଯାଇଛି - ଆଲୋକ ଜୀବନରେ ସୁଖ, ସ୍ୱାସ୍ଥ୍ୟ ଓ ସମୃଦ୍ଧି ନେଇ ଆସେ, ଯାହା ବିପରୀତ ବୁଦ୍ଧିର ବିନାଶ କରି ସଦବୁଦ୍ଧିର ମାର୍ଗ ଦର୍ଶାଏ । ଏଭଳି ଦିବ୍ୟଜ୍ୟୋତିକୁ ମୋର ପ୍ରଣାମ । ଏହି ଦୀପାବଳିକୁ ସ୍ମରଣୀୟ କରିବା ପାଇଁ ଏହାଠୁ ବଳି ଭଲ ଚିନ୍ତାଧାରା ଆଉ କ’ଣ ବା ହୋଇପାରେ ଯେ ଆମେ ଆଲୋକକୁ ବିସ୍ତାରିତ କରିବା, ସକାରାତ୍ମକତାର ପ୍ରସାର କରିବା ଏବଂ ଶତ୍ରୁତା ଭାବନାକୁ ହିଁ ନଷ୍ଟ କରିବାର ପ୍ରାର୍ଥନା କରିବା । ଆଜିକାଲି ବିଶ୍ୱର ଅନେକ ଦେଶରେ ଦୀପାବଳି ପାଳନ କରାଯାଉଛି ।ନର୍ମଦା କୂଳରେ ବିଶ୍ୱର ଉଚ୍ଚତମ “ଷ୍ଟେଚ୍ୟୁ ଅଫ ୟୁନିଟି” ରାଷ୍ଟ୍ରକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ
October 31st, 10:50 am
ଗୁଜରାଟର ନର୍ମଦା ଜିଲ୍ଲାର କେବଡିୟାଠାରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଏକ ସୁଉଚ୍ଚ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ଏହି ପ୍ରତିମୂର୍ତ୍ତିର ଉଚ୍ଚତା ହେଉଛି 182 ମିଟର । “ଷ୍ଟେଚ୍ୟୁ ଅଫ ୟୁନିଟି” ଭାବେ ପରିଚିତ ଏହି ପ୍ରତିମା ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି । ଆଜି ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଉଚ୍ଚତମ ପ୍ରତିମୂର୍ତ୍ତିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ପ୍ରଥମେ ଏକ କଳସରେ ନର୍ମଦା ନଦୀର ମାଟି ଓ ଜଳକୁ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଗଣମାନ୍ୟ ଅତିଥିମାନେ ଭର୍ତ୍ତି କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ଏକ ଲିଭର ଉପରେ ଚାପ ପ୍ରୟୋଗ କରି ସର୍ଦ୍ଦାର ପଟେଲଙ୍କ “ଷ୍ଟେଚ୍ୟୁ ଅଫ ୟୁନିଟି”କୁ ଉନ୍ମୋଚନ କରିଥିଲେ ।Sardar Patel wanted India to be strong, secure, sensitive, alert and inclusive: PM Modi
October 31st, 10:31 am
PM Modi dedicated the world’s largest statue, the ‘Statue of Unity’ to the nation. The 182 metres high statue of Sardar Patel, on the banks of River Narmada is a tribute to the great leader. Addressing a gathering at the event, the PM recalled Sardar Patel’s invaluable contribution towards India’s unification and termed the statue to be reflection of New India’s aspirations, which could be fulfilled through the mantra of ‘Ek Bharat, Shreshtha Bharat.’ଆମେ ଏକ ଏପରି ଭାରତର ନିର୍ମାଣ କରିବାକୁ ଚାହୁଁଛୁ ,ଯେଉଁଠି ପ୍ରତ୍ୟେକ ନାଗରିକ ସଶକ୍ତ ରହିବେ :ପ୍ରଧାନମନ୍ତ୍ରୀ ମୋଦୀ
February 25th, 08:05 pm
ପ୍ରଧାନମନ୍ତ୍ରୀ ମୋଦୀ ଆଜି ସୁରତରେ 'ରନ ଫର ନ୍ୟୁ ଇଣ୍ଡିଆ ' ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କଲେ । ଏହି ଅବସରରେ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଜାତିବାଦ ,ସାମ୍ପ୍ରଦାୟିକତା ଏବଂ ଭ୍ରଷ୍ଟାଚାର ମୁକ୍ତ ନ୍ୟୁ ଇଣ୍ଡିଆର ନିର୍ମାଣ କରିବାକୁ ଆହ୍ୱାନ କଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଲେ ,''ଆମେ ଏକ ଏପରି ଭାରତର ନିର୍ମାଣ କରିବାକୁ ଚାହୁଁଛୁ ,ଯେଉଁଠି ପ୍ରତ୍ୟେକ ନାଗରିକ ସଶକ୍ତ ରହିବେ ।''ସୋସିଆଲ ମିଡିଆ କର୍ଣ୍ଣର ଅକ୍ଟୋବର 31, 2017
October 31st, 06:51 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ସର୍ଦ୍ଦାର ପଟେଲଙ୍କ 142ତମ ଜୟନ୍ତୀରେ ଆୟୋଜିତ ଏକତା ଦୌଡ ସମାବେଶରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 31st, 07:30 am
ଆଜି ସମଗ୍ର ଦେଶରେ ସର୍ଦ୍ଦାର ସାହେବଙ୍କ ଜନ୍ମ ଜୟନ୍ତୀ ଅବସରରେ ଆସନ୍ତୁ ସ୍ମରଣ କରିବା ଯେ ଏହି ମହାପୁରୁଷ ଦେଶର ସ୍ୱାଧୀନତା ପାଇଁ କିପରି ଭାବେ ନିଜର ଜୀବନ ହରାଇଥିଲେ । ଏହି ମହାପୁରୁଷ ଜଣକ ସ୍ୱାଧୀନତା ପରର ସଂକଟ ସମୟରେ , ବିଖଣ୍ଡିତ ବାତାବରଣରେ ଆନ୍ତରିକ ସଂଘର୍ଷର ଚରମ ସୀମା ମଧ୍ୟରେ ନିଜର କୌଶଳ ଦ୍ୱାରା, ନିଜର ଦୃଢ଼ ଇଚ୍ଛା ଶକ୍ତି ଦ୍ୱାରା, ନିଜର ସର୍ବୋତମ ଭାରତ ଶକ୍ତି ଦ୍ୱାରା ଦେଶକୁ କେବଳ ସ୍ୱାଧୀନତା ସମୟରେ ସୃଷ୍ଟି ହୋଇଥିବା ସଂକଟରୁ ରକ୍ଷା କରିନଥିଲେ ବରଂ ସେ ଶହେରୁ ଉର୍ଦ୍ଧ୍ଵ ରାଜାରାଜୁଡା ଶାସନ ଅଂଚଳକୁ ଭାରତ ସହିତ ମିଶାଇଥିଲେ ଯେତବେଳେ କି ଇଂରେଜମାନଙ୍କର ଇଚ୍ଛା ଥିଲା ଯେ ସେମାନେ ଯିବା ପରେ ଦେଶ ବିଖଣ୍ଡିତ ହୋଇଯାଉ ।ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ;
October 31st, 07:28 am
ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଶ୍ରୀ ଏମ॰ଭେଙ୍କେୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ନୂଆଦିଲ୍ଲୀର ପଟେଲ ଚୌକଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।ଭଦୋଦରାରେ ଉନ୍ନୟନ କାର୍ଯ୍ୟସମୂହର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
October 22nd, 05:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଭଦୋଦରାଠାରେ ଏକ ସାଧାରଣ ସଭାରେ ଭଦୋଦରା ସିଟି କମାଣ୍ଡ କଣ୍ଟ୍ରୋଲ କେନ୍ଦ୍ର; ୱାଘୋଦିୟା ଆଂଚଳିକ ଜଳଯୋଗାଣ ଯୋଜନା ଏବଂ ବ୍ୟାଙ୍କ ଅଫ୍ ବରୋଦାର ନବନିର୍ମିତ ମୁଖ୍ୟ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଛନ୍ତି । ଏଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଉଭୟ ଗ୍ରାମାଂଚଳ ଏବଂ ସହରାଂଚଳ)ର ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଘର ଚାବି ହସ୍ତାନ୍ତର କରିଥିଲେ ।ରାଜ୍ୟପାଳଙ୍କ ସମ୍ମିଳନୀର ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
October 13th, 03:36 pm
ରାଷ୍ଟ୍ରପତି ଭବନରେ ଆୟୋଜିତ ରାଜ୍ୟପାଳମାନଙ୍କ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍ବୋଧନ ଦେଇଛନ୍ତି ।ବିବିଧତା ମଧ୍ୟରେ ଏକତା ଭାରତର ବିଶେଷତ୍ୱ : 'ମନ କି ବାତ' ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
September 24th, 11:30 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ମନ କି ବାତ' କାର୍ଯ୍ୟକ୍ରମର 36ତମ ଅଧ୍ୟାୟ ମାଧ୍ୟମରେ ଦେଶକୁ ସମ୍ବୋଧିତ କଲେ । ସେ କହିଲେ ' 'ମନ କି ବାତ' ଦେଶବ୍ୟାପୀ ନାଗରିକମାନଙ୍କ ଭାବନାଗୁଡ଼ିକ ସହ ଯୋଡ଼ିବାର ଗୋଟିଏ ସ୍ୱତନ୍ତ୍ର ପ୍ଳାଟଫର୍ମ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଦେଶର ମହାପୁରୁଷମାନଙ୍କ ଉପରେ ଉଲ୍ଲେଖ କରି କହିଥିଲେ ଯେ ,ସେମାନଙ୍କର ଯୋଗଦାନ ଆଜି ମଧ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି । ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା ,ପର୍ଯ୍ୟଟନ ଏବଂ ଉତ୍ସବ ବିଷୟରେ ବିସ୍ତାର ଭାବେ କହିଥିଲେ ।