୧୭ଶ ବ୍ରିକ୍ସ ସମ୍ମିଳନୀର ପରିବେଶ ଅଧିବେଶନ, ସିଓପି-୩୦ ଓ ବିଶ୍ୱ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ
July 07th, 11:38 pm
ପରିବେଶ, ସିଓପି-୩୦ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂପର୍କିତ ଏକ ଅଧିବେଶନକୁ ଆଜି ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଛନ୍ତି। ଏହି ଅଧିବେଶନରେ ଯୋଗ ଦେଇଥିଲେ ବିକ୍ସ ସଦସ୍ୟ, ସହଯୋଗୀ ରାଷ୍ଟ୍ର ଓ ନିମନ୍ତ୍ରିତ ଦେଶ। ବିଶ୍ୱର ଭବିଷ୍ୟତ ପାଇଁ ଏତେ ବଡ଼ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ ଅଧିବେଶନ ଆୟୋଜନ କରିଥିବାରୁ ବ୍ରାଜିଲକୁ ସେ ଧନ୍ୟବାଦ ଜ୍ଞାପନ କରିଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଭାରତ ପାଇଁ ଜଳବାୟୁ ପରିବର୍ତ୍ତନ କେବଳ ଏକ ଶକ୍ତି ସମସ୍ୟାର ମୁକାବିଲା ନୁହେଁ, ବରଂ ଏହା ହେଉଛି ଜୀବସତ୍ତା ଓ ପରିବେଶ ମଧ୍ୟରେ ସନ୍ତୁଳନକୁ ପ୍ରଭାବିତ କରୁଥିବା ପ୍ରସଙ୍ଗ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଭାରତ ପାଇଁ ପରିବେଶ ନ୍ୟାୟ ହେଉଛି ଏକ ନୈତିକ ଦାୟିତ୍ୱ, ଯାହାକୁ ସେ ନିଶ୍ଚିତ ଭାବେ ସଂପାଦନ କରିବ। ପରିବେଶର ସୁରକ୍ଷା ପାଇଁ ଭାରତର ଗଭୀର ପ୍ରତିବଦ୍ଧତା ଦୋହରାଇ ଅନ୍ତର୍ଜାତୀୟ ସୌର ସହଯୋଗ, ବିପର୍ଯ୍ୟୟରହିତ ଭିତ୍ତିଭୂମି ସହଯୋଗ, ବିଶ୍ୱ ଜୈବଇନ୍ଧନ ସହଯୋଗ, ଅନ୍ତର୍ଜାତୀୟ ବିଗ୍ କ୍ୟାଟ ସହଯୋଗ, ମିଶନ ଲାଇଫ୍, ମାଆ ନାଁରେ ଗଛଟିଏ ପରି ଭାରତର ଜନହିତ, ଗ୍ରହହିତ ଅଭିବୃଦ୍ଧି ଓ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସେ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେପରିବେଶ, COP-30 ଏବଂ ବିଶ୍ୱ ସ୍ୱାସ୍ଥ୍ୟ ଉପରେ ବ୍ରିକ୍ସ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
July 07th, 11:13 pm
ମୁଁ ଖୁସି ଯେ ବ୍ରାଜିଲର ଅଧ୍ୟକ୍ଷତାରେ ବ୍ରିକ୍ସ ପରିବେଶ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ଉଚ୍ଚ ପ୍ରାଥମିକତା ଦେଇଛି। ଏହି ବିଷୟଗୁଡ଼ିକ କେବଳ ପରସ୍ପର ସହିତ ଜଡିତ ନୁହେଁ ବରଂ ମାନବତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ବ୍ରାଜିଲର ରିଓ ଡି ଜେନେରୋରେ ୧୭ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ଉରୁଗୁଏର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନନ୍ତ୍ରୀ
July 07th, 09:20 pm
ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗ ଉପରେ ଆଲୋଚନା କରିଛନ୍ତି । ସେମାନେ ଡିଜିଟାଲ ସହଯୋଗ, ଆଇସିଟି, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ ୟୁପିଆଇ, ପ୍ରତିରକ୍ଷା, ରେଳବାଇ, ସ୍ୱାସ୍ଥ୍ୟ ଏବଂ ଔଷଧ, କୃଷି, ଶକ୍ତି, ସଂସ୍କୃତି ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ କ୍ଷେତ୍ରରେ ସହଯୋଗର ସମୀକ୍ଷା କରିଛନ୍ତି । ତେବେ ଏହି ଆଲୋଚନାର ଏକ ପ୍ରମୁଖ ବିଷୟ ଥିଲା ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶକୁ ସୁଦୃଢ଼ କରିବା । ଉଭୟ ପକ୍ଷ ଭାରତ-ମରକୋରସୁର ବାଣିଜ୍ୟ ଚୁକ୍ତିନାମାର ସମ୍ପ୍ରସାରଣରେ ଆଗ୍ରହ ପ୍ରକାଶ କରିଛନ୍ତି । ଏହାର ଲକ୍ଷ୍ୟ ଅଧିକ ଆର୍ଥିକ ସମ୍ଭାବନା ଏବଂ ବାଣିଜ୍ୟ ପରିପୂରକତାକୁ ଉନ୍ମୋଚନ କରିବା ।ରିଓ ଡି ଜେନେରୋରେ ବ୍ରିକ୍ସ ସମ୍ମିଳନୀ ଅବସରରେ ବୋଲିଭିଆର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
July 07th, 09:19 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରାଜିଲର ରିଓ ଡି ଜେନେରୋରେ ବ୍ରିକ୍ସ ସମ୍ମିଳନୀ ଅବସରରେ ବହୁଜାତୀୟ ରାଷ୍ଟ୍ର ବୋଲିଭିଆର ରାଷ୍ଟ୍ରପତି ଲୁଇସ ଆର୍ସେ କାଟାକୋରାଙ୍କୁ ଭେଟିଛନ୍ତି ।Rio de Janeiro Declaration- Strengthening Global South Cooperation for a More Inclusive and Sustainable Governance
July 07th, 06:00 am
The leaders of BRICS countries, met in Rio de Janeiro, Brazil for the 17th BRICS Summit. The leaders reaffirmed their commitment to the BRICS spirit of mutual respect and understanding, sovereign equality, solidarity, democracy, openness, inclusiveness, collaboration and consensus. They strongly condemned terrorism and welcomed the inclusion of new countries as BRICS partner countries.ଶାନ୍ତି ଏବଂ ସୁରକ୍ଷା ଉପରେ ବ୍ରିକ୍ସ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 06th, 11:07 pm
ବିଶ୍ୱ ଶାନ୍ତି ଏବଂ ସୁରକ୍ଷା କେବଳ ଏକ ଆଦର୍ଶ ନୁହେଁ, ବରଂ ଏହା ଆମର ସାଧାରଣ ସ୍ୱାର୍ଥ ଏବଂ ଭବିଷ୍ୟତର ମୂଳଦୁଆ ଅଟେ । ମାନବତାର ବିକାଶ କେବଳ ଏକ ଶାନ୍ତିପୂର୍ଣ୍ଣ ଏବଂ ସୁରକ୍ଷିତ ପରିବେଶରେ ହିଁ ସମ୍ଭବ ହୋଇପାରିବ । ଏହି ଉଦ୍ଦେଶ୍ୟ ପୂରଣ କରିବାରେ ବ୍ରିକ୍ସର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆମକୁ ଏକତ୍ରିତ ହେବାକୁ ପଡିବ ଏବଂ ଆମର ସାଧାରଣ ସମସ୍ୟାର ସମ୍ମୁଖୀନ ହେବା ପାଇଁ ଆମକୁ ସାମୂହିକ ପ୍ରୟାସ କରିବାକୁ ପଡିବ। ଆମକୁ ଆଗକୁ ଏକାଠି ହୋଇ ବଢ଼ିବାକୁ ପଡିବ।ବିଶ୍ୱ ପ୍ରଶାସନ ଉପରେ ବ୍ରିକ୍ସ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
July 06th, 09:41 pm
ସପ୍ତଦଶ ବ୍ରିକ୍ସ ଶିଖର ସମ୍ମିଳନୀକୁ ଏକ ଭବ୍ୟ ଢଙ୍ଗରେ ଆୟୋଜନ କରିଥିବାରୁ ମୁଁ ରାଷ୍ଟ୍ରପତି ଲୁଲାଙ୍କ ପ୍ରତି ହାର୍ଦ୍ଦିକ କୃତଜ୍ଞତା ପ୍ରକାଶ କରୁଛି। ବ୍ରାଜିଲ ଅଧ୍ୟକ୍ଷତାରେ, ବ୍ରିକ୍ସ ଅଧୀନରେ ଆମର ସହଯୋଗ ନୂତନ ଗତି ଏବଂ ଶକ୍ତି ହାସଲ କରିଛି। ଯେଉଁ ନୂତନ ଶକ୍ତି ମିଳିଛି ତାହା ଏକ ଏସପ୍ରେସୋ ନୁହେଁ, ବରଂ ଏକ ଡବଲ୍ ଏସପ୍ରେସୋ ସଟ୍! ଏଥିପାଇଁ, ମୁଁ ରାଷ୍ଟ୍ରପତି ଲୁଲାଙ୍କ ଦୂରଦୃଷ୍ଟି ଏବଂ ତାଙ୍କର ଅଟଳ ପ୍ରତିବଦ୍ଧତାକୁ ପ୍ରଶଂସା କରୁଛି। ଭାରତ ପକ୍ଷରୁ, ବ୍ରିକ୍ସ ପରିବାରରେ ଇଣ୍ଡୋନେସିଆର ଯୋଗଦାନ ପାଇଁ ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ପ୍ରବୋବୋଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି।ବହୁପକ୍ଷୀୟତା, ଅର୍ଥନୈତିକ-ଆର୍ଥିକ ପ୍ରସଙ୍ଗ ଏବଂ କୃତ୍ରିମ ବୁଦ୍ଧିମତ୍ତାକୁ ସୁଦୃଢ଼ କରିବା ଉପରେ ବ୍ରିକ୍ସ୍ ଅଧିବେଶନରେ ପ୍ରଧାନମନ୍ତ୍ରୀ ଅଭିଭାଷଣ
July 06th, 09:40 pm
ବର୍ଦ୍ଧିତ ବ୍ରିକ୍ସ୍ ପରିବାରର ଏହି ବୈଠକରେ ଆପଣ ସମସ୍ତ ବନ୍ଧୁମାନଙ୍କ ସହିତ ଅଂଶଗ୍ରହଣ କରି ମୁଁ ଅତ୍ୟନ୍ତ ଆନନ୍ଦିତ। ବ୍ରିକ୍ସ୍ ଆଉଟ୍ରିଚ୍ ଶିଖର ସମ୍ମିଳନୀରେ ଲାଟିନ୍ ଆମେରିକା, ଆଫ୍ରିକା ଏବଂ ଏସିଆର ବନ୍ଧୁତ୍ୱପୂର୍ଣ୍ଣ ଦେଶମାନଙ୍କ ସହ ମୋର ମତ ବିନିମୟ କରିବାର ସୁଯୋଗ ଦେଇଥିବାରୁ ମୁଁ ରାଷ୍ଟ୍ରପତି ଲୁଲାଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଉଛି।ବ୍ରାଜିଲର ରିଓ ଡି ଜେନେରିଓରେ 17ତମ ବ୍ରିକ୍ସ ସମ୍ମିଳନୀରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ
July 06th, 09:39 pm
ପ୍ରଧାନମନ୍ତ୍ରୀ ବୈଶ୍ୱିକ ଶାସନ ସଂସ୍କାର ଏବଂ ଶାନ୍ତି ଓ ସୁରକ୍ଷା ଶୀର୍ଷକ ଉଦଘାଟନୀ ଅଧିବେଶନରେ ସମ୍ବୋଧିତ କରିଥିଲେ । ପରେ, ପ୍ରଧାନମନ୍ତ୍ରୀ ବହୁମୁଖୀ, ଅର୍ଥନୈତିକ ବ୍ୟାପାର ଏବଂ କୃତ୍ରିମ ବୁଦ୍ଧିମତ୍ତାକୁ ସୁଦୃଢ଼ କରିବା ଶୀର୍ଷକ ଏକ ଅଧିବେଶନରେ ମଧ୍ୟ ସମ୍ବୋଧିତ କରିଥିଲେ । ଏହି ଅଧିବେଶନରେ ବ୍ରିକ୍ସ ଅଂଶୀଦାର ଏବଂ ନିମନ୍ତ୍ରିତ ଦେଶମାନେ ଅଂଶଗ୍ରହଣ କରିଥିଲେ ।ପ୍ରଧାନମନ୍ତ୍ରୀ ବ୍ରାଜିଲରେ ଭାରତୀୟ ସମୁଦାୟ ଦ୍ୱାରା ଅଭୂତପୂର୍ବ ସମ୍ବର୍ଦ୍ଧନାକୁ ପ୍ରଶଂସା କଲେ
July 06th, 08:28 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଦ୍ୱାରା ରିଓ ଡି ଜେନେରିଓରେ ଦିଆଯାଇଥିବା ଅଭୂତପୂର୍ବ ସମ୍ବର୍ଦ୍ଧନାକୁ ପ୍ରଶଂସା କରିଛନ୍ତି । ସେମାନେ କିପରି ଭାବେ ଭାରତୀୟ ସଂସ୍କୃତି ସହ ଯୋଡ଼ି ହୋଇ ରହିଛନ୍ତି ଏବଂ ଭାରତର ବିକାଶ ପ୍ରତି କେତେ ଭାବୁକ ତାହା ଦେଖି ଶ୍ରୀ ମୋଦୀ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଶ୍ରୀ ମୋଦୀ ସ୍ୱାଗତ କାର୍ଯ୍ୟକ୍ରମର କିଛି ଝଲକ ସେୟାର କରିଛନ୍ତି ।ବ୍ରାଜିଲର ରିଓ ଡି ଜେନେରିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
July 06th, 04:47 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ସମୟ ପୂର୍ବରୁ ବ୍ରାଜିଲ ରେ ପହଞ୍ଚିଥିଲେ । ସେ ରିଓ ଡି ଜେନେରିଓରେ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ସହ ବିଶ୍ୱର ଅନେକ ନେତାଙ୍କୁ ଭେଟିବେ ।ଦ୍ୱିତୀୟ ଭାରତ-ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀ
November 20th, 08:38 pm
ରିଓ ଡି ଜେନେରୋରେ ନଭେମ୍ବର ୧୯ ତାରିଖରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍ ଦ୍ୱିତୀୟ ଭାରତ-ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀ କରିଛନ୍ତି । ୨୦୨୩ ମାର୍ଚ୍ଚ ୧୦ରେ ପ୍ରଧାନମନ୍ତ୍ରୀ ଆଲବାନିଜଙ୍କ ଭାରତ ଗସ୍ତ ଅବସରରେ ନୂଆଦିଲ୍ଲୀ ଠାରେ ପ୍ରଥମ ବାର୍ଷିକ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।ଚିଲୀ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
November 20th, 08:36 pm
ବ୍ରାଜିଲର ରିଓ ଡି ଜେନେରୋରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ନଭେମ୍ବର ୧୯ ତାରିଖରେ ଚିଲୀର ରାଷ୍ଟ୍ରପତି ମହାମହିମ ଶ୍ରୀ ଗାବ୍ରିଏଲ ବୋରିକ ଫଣ୍ଟଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ।ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
November 20th, 08:09 pm
ବ୍ରାଜିଲର ରିଓ ଡି ଜେନେରୋରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯ ତାରିଖରେ ଆର୍ଜେଣ୍ଟିନାର ରାଷ୍ଟ୍ରପତି ଜାଭିଏର ମିଲେଇଙ୍କୁ ଭେଟିଛନ୍ତି ।ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
November 20th, 08:05 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯ରେ ରିଓ ଡି ଜେନେରୋରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ବ୍ରାଜିଲ ରାଷ୍ଟ୍ରପତି ଶ୍ରୀ ଲୁଇଜ ଇନାସିଓ ଲୁଲା ଦା ସିଲଭାଙ୍କୁ ଭେଟିଛନ୍ତି । ବ୍ରାଜିଲର ଜି-୨୦ ଏବଂ ଆଇବିଏସଏ ଅଧ୍ୟକ୍ଷତାର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ରାଷ୍ଟ୍ରପତି ଲୁଲାଙ୍କୁ ତାଙ୍କ ଆତିଥେୟତା ପାଇଁ ଧନ୍ୟବାଦ ଜଣାଇଥିଲେ । ଦାରିଦ୍ୟ ଓ ବୁଭୁକ୍ଷୁତା ବିରୋଧରେ ବୈଶ୍ୱିକ ମେଣ୍ଟ ପ୍ରତିଷ୍ଠା ଦିଗରେ ବ୍ରାଜିଲର ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ଭାରତର ଦୃଢ଼ ସମର୍ଥନ ଜଣାଇଥିଲେ । ଜି-୨୦ ଟ୍ରୋଇକା ସଦସ୍ୟ ଭାବେ ପ୍ରଧାନମନ୍ତ୍ରୀ ଜି-୨୦ରେ ବ୍ରାଜିଲ ଦ୍ୱାରା ଆଗତ କାର୍ଯ୍ୟସୂଚୀକୁ ସମର୍ଥନ ଜଣାଇଥିଲେ । ଏହା ଶତତ ବିକାଶ ଏବଂ ବୈଶ୍ୱିକ ପ୍ରଶାସନିକ ସଂସ୍କାର, ଯାହାକି ଗ୍ଲୋବାଲ ସାଉଥର ଉଦବେଗକୁ ଗୁରୁତ୍ୱ ଦେଇଛି ସ୍ଥାନ ପାଇଛି । ଆସନ୍ତା ବର୍ଷ ବ୍ରିକ୍ସ ଏବଂ ସିଓପି ୩୦ରେ ବ୍ରାଜିଲର ନେତୃତ୍ୱ ପାଇଁ ସେ ଶୁଭେଚ୍ଛା ଜଣାଇବା ସହ ଭାରତର ସମ୍ପର୍ଣ୍ଣ ସହାୟତା ସକାଶେ ପ୍ରତିଶ୍ରୁତି ଦେଇଥିଲେ ।ପ୍ରଯୁକ୍ତିବିଦ୍ୟାକୁ ଏକୀକୃତ କରିବା ପାଇଁ ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରରେ ସକ୍ରିୟ ଭାବେ କାର୍ଯ୍ୟ କରୁଛି : ପ୍ରଧାନମନ୍ତ୍ରୀ
November 20th, 05:02 am
ଏକ ସୁସ୍ଥ ପୃଥିବୀ ହିଁ ଏକ ଉତ୍ତମ ପୃଥିବୀ ବୋଲି ଆଲୋକପାତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ପ୍ରଯୁକ୍ତିବିଦ୍ୟାକୁ ଏକୀକୃତ କରିବା ପାଇଁ ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରରେ ସକ୍ରିୟ ଭାବେ କାର୍ଯ୍ୟ କରୁଛି । ଏହି ପରିପ୍ରେକ୍ଷୀରେ ଭାରତ ବିଶ୍ୱସ୍ତରୀୟ ଉଦ୍ୟମକୁ ଆହୁରି ମଜବୁତ କରିବ ବୋଲି ସେ ଗୁରୁତ୍ୱ ଦେଇ କହିଛନ୍ତି ।ଦୀର୍ଘସ୍ଥାୟୀ ବିକାଶ ଏବଂ ଶକ୍ତି ସଂକ୍ରମଣ ଉପରେ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
November 20th, 01:40 am
ଆଜି ଅଧିବେଶନର ପ୍ରସଙ୍ଗ ବହୁତ ପ୍ରାସଙ୍ଗିକ, ଆମର ଭାବୀ ପିଢ଼ିର ଭବିଷ୍ୟତ ସହ ଯୋଡ଼ି ହୋଇ ରହିଛି । ନୂଆଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀରେ ଏସଡିଜିକୁ ଗତି ଦେବା ପାଇଁ ଆମେ ବାରାଣସୀ କାର୍ଯ୍ୟକାରିତା ଯୋଜନାକୁ ଆଦରିଥିଲୁ ।ଦୀର୍ଘସ୍ଥାୟୀ ବିକାଶ ଓ ଇନ୍ଧନ ପରିବର୍ତ୍ତନ ଉପରେ ଜି-୨୦ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
November 20th, 01:34 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଶିଖର ସମ୍ମିଳନୀରେ ‘ଦୀର୍ଘସ୍ଥାୟୀ ବିକାଶ ଓ ଇନ୍ଧନ ପରିବର୍ତ୍ତନ’ ପ୍ରସଙ୍ଗରେ ଉଦବୋଧନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, ନୂଆଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀରେ ୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତି କ୍ଷମତାକୁ ତିନି ଗୁଣ ଏବଂ ଶକ୍ତି ଦକ୍ଷତା ହାରକୁ ଦୁଇ ଗୁଣ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହି ଦୀର୍ଘସ୍ଥାୟୀ ବିକାଶକୁ ଅଗ୍ରାଧିକାର ଦେବାକୁ ବ୍ରାଜିଲର ନିଷ୍ପତ୍ତିକୁ ସେ ସ୍ୱାଗତ କରିଥିଲେ ।ଇଟାଲୀ-ଭାରତ ମିଳିତ ରଣନୀତିକ କାର୍ଯ୍ୟ ଯୋଜନା ୨୦୨୫-୨୦୨୯
November 19th, 09:25 am
ଭାରତ ଏବଂ ଇଟାଲୀ ମଧ୍ୟରେ ରଣନୈତିକ ଭାଗିଦାରୀର ଅନନ୍ୟ ସମ୍ଭାବନାକୁ ଅନୁଭବ କରି ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଟାଲୀର ପ୍ରଧାନମନ୍ତ୍ରୀ ସୁଶ୍ରୀ ଜର୍ଜିଆ ମେଲୋନି ୧୮ ନଭେମ୍ବର ୨୦୨୪ରେ ବ୍ରାଜିଲର ରିଓ ଡି ଜେନେରିକଠାରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ସେମାନଙ୍କର ବୈଠକରେ ନିମ୍ନଲିଖିତ କେନ୍ଦ୍ରୀଭୂତ, ସମୟବଦ୍ଧ ପଦକ୍ଷେପ ଏବଂ ରଣନୈତିକ କାର୍ଯ୍ୟର ମିଳିତ ଯୋଜନା ମାଧ୍ୟମରେ ଏହାକୁ ଅଧିକ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଉଦ୍ଦେଶ୍ୟରେ ଇଟାଲୀ ଏବଂ ଭାରତ ନିମ୍ନଲିଖିତ ବିଷୟରେ ସହମତ ହୋଇଛନ୍ତି:ଇଟାଲୀ ମନ୍ତ୍ରୀ ପରିଷଦ ଅଧ୍ୟକ୍ଷଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
November 19th, 08:34 am
ରିଓ ଡି ଜେନେରୋରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଇଟାଲୀ ମନ୍ତ୍ରୀ ପରିଷଦ ଅଧ୍ୟକ୍ଷ ମହାମହି ଜିଓର୍ଜିଆ ମେଲୋନିଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭେଟିଛନ୍ତି । ବିଗତ ଦୁଇ ବର୍ଷ ମଧ୍ୟରେ ଏହା ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପଞ୍ଚମ ଭେଟ । ୨୦୨୪ ଜୁନ୍ରେ ଇଟାଲୀର ପୁଗଲିଆ ଠାରେ ପ୍ରଧାନମପନ୍ତ୍ରୀ ମେଲୋନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଜି-୭ ଶିଖର ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଶେଷ ଥର ଭେଟ ହୋଇଥିଲା । ଏକ ଆହ୍ୱାନପୂର୍ଣ୍ଣ ସମୟରେ ଜି-୭ର ନେତୃତ୍ୱ ନେଇଥିବାରୁ ପ୍ରଧାନମନ୍ତ୍ରୀ ମେଲୋନିଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ ।