ସ୍କାଇରୁଟର ଇନଫିନିଟି କ୍ୟାମ୍ପସର ଉଦଘାଟନ ଅବସରରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 27th, 11:01 am

କ୍ୟାବିନେଟରେ ମୋର ସହଯୋଗୀ ଶ୍ରୀ ଜି. କିଶନ ରେଡ୍ଡୀ ଜୀ, ଆନ୍ଧ୍ର ପ୍ରଦେଶର ଶିଳ୍ପ ମନ୍ତ୍ରୀ ଶ୍ରୀ ଟି. ଜି. ଭରତ ଜୀ, ଇନ୍-ସ୍ପେସ୍ ର ଅଧ୍ୟକ୍ଷ ଶ୍ରୀ ପବନ ଗୋଏଙ୍କା ଜୀ, ସ୍କାଇରୁଟର ଟିମ୍, ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଓ ସଜ୍ଜନଗଣ!

ହାଇଦ୍ରାବାଦରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

November 27th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ତେଲଙ୍ଗାନାର ହାଇଦ୍ରାବାଦରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଦେଶର ମହାକାଶ କ୍ଷେତ୍ରରେ ଅଭୂତପୂର୍ବ ସୁଯୋଗ ସୃଷ୍ଟି ହୋଇଛି । ଭାରତର ମହାକାଶ ଇକୋସିଷ୍ଟମ ଘରୋଇ କ୍ଷେତ୍ରର ସମ୍ପୃକ୍ତି ସହ ଉଲ୍ଲେଖନୀୟ ପ୍ରଗତି ହାସଲ କରୁଛି। ସ୍କାଏରୁଟର ଇନଫିନିଟି କ୍ୟାମ୍ପସ ଭାରତର ନୂତନ ଚିନ୍ତାଧାରା, ନବସୃଜନ ଓ ଯୁବଶକ୍ତିକୁ ପ୍ରତିଫଳିତ କରେ ଏବଂ ଦେଶର ଯୁବପିଢ଼ିଙ୍କ ନବସୃଜନ, ବିପଦ ଗ୍ରହଣ କ୍ଷମତା ଓ ଉଦ୍ୟମିତା ନୂତନ ଉଚ୍ଚତାରେ ପହଞ୍ଚିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ଆଜିର କାର୍ଯ୍ୟକ୍ରମ ଆଗାମୀ ସମୟରେ ବିଶ୍ୱ ଉପଗ୍ରହ ପ୍ରକ୍ଷେପଣ ଇକୋସିଷ୍ଟମରେ ଭାରତ କିପରି ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ଉଭା ହେବାକୁ ଯାଉଛି ତାହାର ପ୍ରତିଫଳନ। ପ୍ରଧାନମନ୍ତ୍ରୀ ଶ୍ରୀ ପବନ କୁମାର ଚନ୍ଦନା ଏବଂ ଶ୍ରୀ ନାଗା ଭରତ ଡାକାଙ୍କୁ ଶୁଭକାମନା ଜଣାଇଥିଲେ। ସେ କହିଥିଲେ ଯେ ଏହି ଦୁଇ ଯୁବ ଉଦ୍ୟୋଗୀ ଦେଶର ଅଗଣିତ ଯୁବ ମହାକାଶ ଉଦ୍ୟୋଗୀଙ୍କ ପାଇଁ ପ୍ରେରଣା। ଉଭୟ ନିଜ ଉପରେ ବିଶ୍ୱାସ କରିଥିଲେ, ସାହସିକ ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେଇ ନଥିଲେ, ଏବଂ ଫଳସ୍ୱରୂପ ସମଗ୍ର ଦେଶ ଆଜି ସେମାନଙ୍କର ସଫଳତା ଦେଖୁଛି, ଦେଶ ସେମାନଙ୍କୁ ନେଇ ଗର୍ବିତ ଅନୁଭବ କରୁଛି ବୋଲି ସେ କହିଥିଲେ।

2277.397 କୋଟି ଟଙ୍କା ବ୍ୟୟବରାଦ ସହିତ ଡିଏସଆଇଆର ଯୋଜନା ‘‘କ୍ଷମତା ନିର୍ମାଣ ଏବଂ

September 24th, 05:38 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ପଞ୍ଚଦଶ ଅର୍ଥ ଆୟୋଗ 2021-22 ରୁ 2025-26 ଅବଧି ପାଇଁ 2,277,397 କୋଟି ଟଙ୍କାର ମୋଟ ବ୍ୟୟବରାଦ ସହିତ ‘‘କ୍ଷମତା ନିର୍ମାଣ ଏବଂ ମାନବ ସମ୍ବଳ ବିକାଶ’’ ଉପରେ ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ବିଭାଗ/ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ (ଡିଏସଆଇଆର/ସିଏସଆଇଆର) ଯୋଜନାକୁ ଅନୁମୋଦନ କରିଛି।

ଭାରତ ସିଙ୍ଗାପୁର ମିଳିତ ବିବୃତ୍ତି

September 04th, 08:04 pm

ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଶ୍ରୀ ଲରେନ୍ସ ୱଙ୍ଗଙ୍କ ଭାରତକୁ ସରକାରୀ ଗସ୍ତ ଅବସରରେ, ଭାରତ ଓ ସିଙ୍ଗାପୁର ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗୀତା ପାଇଁ ରୋଡମ୍ୟାପ ଉପରେ ମିଳିତ ବିବୃତ୍ତି

ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତିରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

September 04th, 12:45 pm

ଦାୟିତ୍ୱ ଗ୍ରହଣ କରିବା ପରେ, ପ୍ରଧାନମନ୍ତ୍ରୀ ୱଙ୍ଗଙ୍କ ପ୍ରଥମ ଭାରତ ଗସ୍ତ ପାଇଁ, ମୁଁ ତାଙ୍କୁ ସହୃଦୟ ସ୍ୱାଗତ କରୁଛି। ଏହି ଗସ୍ତ ଆହୁରି ସ୍ୱତନ୍ତ୍ର, କାରଣ ଏହି ବର୍ଷ ଆମେ ଆମର ସମ୍ପର୍କର ୬୦ତମ ବାର୍ଷିକୀ ପାଳନ କରୁଛୁ ।

ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

August 23rd, 10:10 pm

ମୁଁ ୱାର୍ଲ୍ଡ ଲିଡର୍ସ ଫୋରମକୁ ଆସିଥିବା ସମସ୍ତ ଅତିଥିଙ୍କୁ ଅଭିନନ୍ଦନ କରୁଛି । ଏହା ଫୋରମର ଉଚିତ ସମୟ, ତେଣୁ ଆପଣମାନଙ୍କୁ ପ୍ରଶଂସା କରୁଛି । ଏହି ଗତ ସପ୍ତାହରେ ମୁଁ ଲାଲକିଲ୍ଲାରୁ ପରବର୍ତ୍ତୀ ପିଢ଼ି ସଂସ୍କାର ବିଷୟ କହିଥିଲି, ଏବେ ଏହି ଫୋରମ ସେହି ଉଚ୍ଛ୍ୱାସକୁ ବହୁମୁଖୀ ଭୂମିକାରେ କାର୍ଯ୍ୟକାରୀ କରୁଛି ।

ନୂଆଦିଲ୍ଲୀରେ ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 23rd, 05:43 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଇକୋନୋମିକ ଟାଇମ୍ସ ଓ୍ବାର୍ଲ୍ଡ ଲିଡର୍ସ ଫୋରମରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଓ୍ବାର୍ଲ୍ଡ ଲିଡର୍ସ ଫୋରମରେ ଯୋଗ ଦେଇଥିବା ସମ୍ମାନିତ ଅତିଥିମାନଙ୍କୁ ସ୍ବାଗତ କରିଥିଲେ । ଏକ ପ୍ରକୃଷ୍ଟ ସମୟରେ ଏହି ଫୋରମର ଆୟୋଜନ ହୋଇଥିବା ପ୍ରକାଶ କରି ଶ୍ରୀ ମୋଦୀ ଏହାର ଆୟୋଜକମାନଙ୍କୁ ପ୍ରସଂଶା କରିଥିଲେ । ସେ କହିଥିଲେ ଯେ ଗତ ସପ୍ତାହରେ ସେ ଲାଲକିଲ୍ଲାରୁ ପରବର୍ତ୍ତି ପିଢିର ସଂସ୍କାର କଥା କହିଥିଲେ ଓ ଏହି ଫୋରମ ଉକ୍ତ ଚିନ୍ତାଧାରାର ଶକ୍ତିକୁ ବହୁଗୁଣିତ କରିବା ଲାଗି କାମ କରୁଛି ।

ନୂଆଦିଲ୍ଲୀର ଭାରତମଣ୍ଡପଏମରେ ୱାଇ. ୟୁ. ଜି. ଏମ୍ କନକ୍ଲେଭ୍ ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

April 29th, 11:01 am

କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀ, ଡକ୍ଟର ଜିତେନ୍ଦ୍ର ସିଂହ ଜୀ, ଶ୍ରୀ ଜୟନ୍ତ ଚୌଧୁରୀ ଜୀ, ଡକ୍ଟର ସୁକାନ୍ତା ମଜୂମଦାର ଜୀ, ଟେକ୍ନୋଲୋଜି ମାଧ୍ୟମରେ ଯୋଡ଼ି ହୋଇଥିବା ମୋର ବନ୍ଧୁ ଶ୍ରୀ ରୋମେଶ ୱାଧୱାନୀ ଜୀ ଏବଂ ଡକ୍ଟର ଅଜୟ କେଲା ଜୀ, ବିଜ୍ଞାନ ଏବଂ ଟେକ୍ନୋଲୋଜି ଏବଂ ଶିକ୍ଷା ଜଗତର ଯୋଡି ହୋଇଥିବା ଆପଣ ସମସ୍ତ ସାଥିମାନେ, ଅନ୍ୟ ବିଶିଷ୍ଟ ଅତିଥିଗଣ, ମହିଳା ଏବଂ ଭଦ୍ରବ୍ୟକ୍ତିଗଣ!

ଯୁଗ୍ମ ଇନୋଭେସନ କନକ୍ଲେଭକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

April 29th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଯୁଗ୍ମ ଇନୋଭେସନ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ, ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ ସରକାରୀ ଅଧିକାରୀ, ଶିକ୍ଷାବିତ୍ ଏବଂ ବିଜ୍ଞାନ ଏବଂ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ସମେତ ବିକଶିତ ଭାରତର ସମସ୍ତ ଅଂଶୀଦାରଙ୍କ ଏକ ମିଳନସ୍ଥଳୀ - ଏହା ବିକଶିତ ଭାରତ ପାଇଁ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାକୁ ଆଗକୁ ବଢ଼ାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା ସହଯୋଗର ଏକ ପ୍ରକାର। ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକାଶ କରିଥିଲେ ଯେ ଏହି କାର୍ଯ୍ୟକ୍ରମ ଭାରତର ନବସୃଜନ କ୍ଷମତା ଏବଂ ଡିପ୍-ଟେକ୍ କ୍ଷେତ୍ରରେ ଏହାର ଭୂମିକାକୁ ବୃଦ୍ଧି କରିବା ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରିବ। ସେ ଆଇଆଇଟି କାନପୁର ଏବଂ ଆଇଆଇଟି ବମ୍ବେରେ ଏଆଇ, ଇଣ୍ଟେଲିଜେଣ୍ଟ ସିଷ୍ଟମ ଏବଂ ଜୈବ ବିଜ୍ଞାନ, ବାୟୋଟେକ୍ନୋଲୋଜି, ସ୍ୱାସ୍ଥ୍ୟ ଏବଂ ଔଷଧ ଉପରେ କେନ୍ଦ୍ରିତ ସୁପର ହବ୍ସର ଉଦଘାଟନ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ୱାଧୱାନୀ ଇନୋଭେସନ୍ ନେଟୱାର୍କର ଶୁଭାରମ୍ଭ ବିଷୟରେ ମଧ୍ୟ କହିଥିଲେ, ଯାହା ଜାତୀୟ ଗବେଷଣା ଫାଉଣ୍ଡେସନ ସହିତ ସହଯୋଗରେ ଗବେଷଣାକୁ ଆଗକୁ ବଢ଼ାଇବାର ପ୍ରତିବଦ୍ଧତାକୁ ଦର୍ଶାଏ । ପ୍ରଧାନମନ୍ତ୍ରୀ ୱାଧୱାନୀ ଫାଉଣ୍ଡେସନ, ଆଇଆଇଟି ଏବଂ ଏହି ପଦକ୍ଷେପଗୁଡ଼ିକରେ ସାମିଲ ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ବିଶେଷ କରି ଘରୋଇ ଏବଂ ସରକାରୀ କ୍ଷେତ୍ର ମଧ୍ୟରେ ସହଯୋଗ ମାଧ୍ୟମରେ ଦେଶର ଶିକ୍ଷା ବ୍ୟବସ୍ଥାରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ଶ୍ରୀଯୁକ୍ତ ରୋମେଶ ୱାଧୱାନୀଙ୍କ ଉତ୍ସର୍ଗୀକୃତତା ଏବଂ ସକ୍ରିୟ ଭୂମିକା ପାଇଁ ପ୍ରଶଂସା କରିଥିଲେ।

'ଉତ୍କର୍ଷ ଓଡ଼ିଶା'ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ - ଭୁବନେଶ୍ୱରରେ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ

January 28th, 11:30 am

ରାଜ୍ୟପାଳ ଶ୍ରୀ ହରି ବାବୁ, ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ମନ୍ତ୍ରୀଗଣ, ଓଡ଼ିଶା ସରକାରଙ୍କ ମନ୍ତ୍ରୀ, ସାଂସଦ, ବିଧାୟକ, ଶିଳ୍ପ ଓ ବ୍ୟବସାୟ ଜଗତର ପ୍ରମୁଖ ଉଦ୍ୟୋଗୀ, ଦେଶ ଓ ବିଶ୍ୱର ନିବେଶକ ଏବଂ ଓଡ଼ିଶାର ମୋର ପ୍ରିୟ ଭାଇ ଭଉଣୀମାନେ !

ଭୁବନେଶ୍ୱରରେ 'ଉତ୍କର୍ଷ ଓଡ଼ିଶା' - ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 28th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ୨୦୨୫ ଏବଂ ମେକ୍ ଇନ୍ ଓଡ଼ିଶା ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି । ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାନୁଆରୀ ୨୦୨୫ରେ ଏହା ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ । ପ୍ରବାସୀ ଭାରତୀୟ ଦିବସ ୨୦୨୫ର ଉଦଘାଟନ ପାଇଁ ତାଙ୍କର ଗସ୍ତକୁ ମନେପକାଇ ସେ ଏପରି କହିଥିଲେ । ଏହା ଓଡ଼ିଶାରେ ଏପର୍ଯ୍ୟନ୍ତ ଅନୁଷ୍ଠିତ ସର୍ବବୃହତ୍ ବ୍ୟବସାୟ ସମ୍ମିଳନୀ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ମେକ୍ ଇନ୍ ଓଡ଼ିଶା ୨୦୨୫ରେ ୫ରୁ ୬ ଗୁଣ ଅଧିକ ନିବେଶକ ଅଂଶଗ୍ରହଣ କରିଛନ୍ତି। ଏହି ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ଓଡ଼ିଶାବାସୀ ଓ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ।

Cabinet approves continuation of the Atal Innovation Mission

November 25th, 08:45 pm

The Union Cabinet chaired by PM Modi approved the continuation of its flagship initiative, the Atal Innovation Mission (AIM), under the aegis of NITI Aayog, with an enhanced scope of work and an allocated budget of Rs.2,750 crore for the period till March 31, 2028. AIM 2.0 is a step towards Viksit Bharat that aims to expand, strengthen and deepen India’s already vibrant innovation and entrepreneurship ecosystem.

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

November 19th, 05:41 am

ବ୍ରାଜିଲର ରିଓ ଡି ଜେନେରିଓରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ସାର୍ କିର୍ ଷ୍ଟାର୍ମର୍‌ଙ୍କ ସହ ମତ ବିନିମୟ କରିଛନ୍ତି । ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଷ୍ଟାର୍ମରଙ୍କୁ ନୂଆ ପଦଭାର ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଷ୍ଟାର୍ମର ମଧ୍ୟ ତାଙ୍କର ଐତିହାସିକ ତୃତୀୟ କାର୍ଯ୍ୟକାଳ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ ।

ଫଳାଫଳ ତାଲିକା: ସପ୍ତମ ଆନ୍ତଃସରକାରୀ ପରାମର୍ଶ ପାଇଁ ଜର୍ମାନୀର ଚାନ୍ସେଲରଙ୍କ ଭାରତ ଗସ୍ତ

October 25th, 04:50 pm

ଅପରାଧିକ ମାମଲାରେ ପାରସ୍ପରିକ ଆଇନଗତ ସହାୟତା ଚୁକ୍ତି (ଏମଏଲଏଟି)

Today India is working in every sector, in every area with unprecedented speed: PM at NDTV World Summit

October 21st, 10:25 am

Prime Minister Narendra Modi addressed the NDTV World Summit 2024. “Today, India is working in every sector and area with unprecedented speed”, the Prime Minister said. Noting the completion of 125 days of the third term of the government, PM Modi threw light on the work done in the country.

ନୂଆଦିଲ୍ଲୀରେ ଏନଡିଟିଭି ବିଶ୍ୱ ଶିଖର ସମ୍ମିଳନୀ ୨୦୨୪କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 21st, 10:16 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଏନଡିଟିଭି ବିଶ୍ୱ ସମ୍ମିଳନୀ ୨୦୨୪ କୁ ସମ୍ବୋଧିତ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରିବା ସହ ଏହି ସମ୍ମିଳନୀରେ ବହୁ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି କହିଥିଲେ। ବିଭିନ୍ନ କ୍ଷେତ୍ରରୁ ବିଶ୍ୱସ୍ତରୀୟ ନେତାଙ୍କ ଉପସ୍ଥିତିକୁ ମଧ୍ୟ ସେ ସ୍ୱୀକାର କରିଥିଲେ, ଯେଉଁମାନେ ସେମାନଙ୍କର ମତ ରଖିବେ।

ମିଳିତ ତଥ୍ୟ ପତ୍ର: ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ବ୍ୟାପକ ଏବଂ ବୈଶ୍ୱିକ ରଣନୈତିକ ଭାଗିଦାରୀକୁ ବିସ୍ତାର ଉପକ୍ରମ ଜାରି ରଖିବ ଆମେରିକା

September 22nd, 12:00 pm

ଆଜି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଯୋଶେଫ୍ ଆର ବାଇଡେନ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ୋକ୍ତି ବ୍ୟକ୍ତ କରି କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ନିର୍ଣ୍ଣାୟକ ଭାଗିଦାରୀ, ଆମେରିକା ଏବଂ ଭାରତ ମଧ୍ୟରେ ବ୍ୟାପକ ବୈଶ୍ୱିକ ଏବଂ ରଣନୈତିକ ଭାଗିଦାରୀ ନିର୍ଣ୍ଣାୟକ ଭାବରେ ବିଶ୍ୱ ସ୍ୱାର୍ଥରକ୍ଷା ନିମନ୍ତେ ଥିବା ଏକ ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟସୂଚୀକୁ ପୂରଣ କରୁଛି । ଉଭୟ ନେତା ସେହି ଐତିହାସିକ କାଳଖଣ୍ଡ ସମ୍ପର୍କରେ ପ୍ରତିଫଳିତ କରିଥିଲେ ଯେତେବେଳେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ବିଶ୍ୱାସ ଏବଂ ସହଯୋଗର ଏକ ଅଭୂତପୂର୍ବ ପର୍ଯ୍ୟାୟରେ ରହିଥିଲା । ଗଣତନ୍ତ୍ର, ସ୍ୱାଧୀନତା, ଆଇନର ଶାସନ, ମାନବିକ ଅଧିକାର, ବିବିଧତା ଏବଂ ସମସ୍ତଙ୍କ ପାଇଁ ସମାନ ସୁଯୋଗ ବଜାୟ ରଖିବା ଦିଗରେ ଆମେରିକା ଏବଂ ଭାରତ ଭାଗିଦାରୀ ପ୍ରୟାସକୁ ଗୁରୁତ୍ୱ ଦେବା ଉଚିତ ବୋଲି ଉଭୟ ନେତା ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ଉଭୟ ନେତା ଆମେରିକା-ଭାରତ ପ୍ରମୁଖ ପ୍ରତିରକ୍ଷା ସହଭାଗୀତାକୁ ବିଶ୍ୱ ନିରାପତ୍ତା ଏବଂ ଶାନ୍ତିର ସ୍ତମ୍ଭରେ ପରିଣତ କରିଥିବା ଅଗ୍ରଗତିକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ପ୍ରତିରକ୍ଷା ଶିଳ୍ପରେ ପରିଚାଳନା ସମନ୍ୱୟ, ସୂଚନା ଆଦାନ ପ୍ରଦାନ ଏବଂ ନବସୃଜନ ବୃଦ୍ଧିର ଲାଭ ଉପରେ ଆଲୋକପାତ କରିଥିଲେ । ରାଷ୍ଟ୍ରପତି ଯୋଶେଫ ଆର ବାଇଡେନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶା ଓ ଦୃଢ଼ ବିଶ୍ୱାସ ବ୍ୟକ୍ତ କରି କହିଛନ୍ତି ଯେ ଆମର ଜନସାଧାରଣ, ଆମର ବେସାମରିକ ଏବଂ ବେସରକାରୀ କ୍ଷେତ୍ର ଏବଂ ଆମ ସରକାରଙ୍କ ନିବିଡ଼ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଅକ୍ଳାନ୍ତ ପ୍ରୟାସ ଆଗାମୀ ଦଶନ୍ଧିରେ ଆମେରିକା-ଭାରତ ଭାଗିଦାରୀକୁ ଆହୁରି ଅଧିକ ଉଚ୍ଚତାକୁ ନେଇଯିବ ।

ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାଠାରେ ସେମିକନ୍ ଇଣ୍ଡିଆ ୨୦୨୪ରେ ଶୀର୍ଷ ସେମିକଣ୍ଡକ୍ଟର ସିଇଓମାନେ ଭାରତ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି

September 11th, 04:28 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ଇଣ୍ଡିଆ ଏକ୍ସପୋ ମାର୍ଟରେ ସେମିକନ୍ ଇଣ୍ଡିଆ ୨୦୨୪କୁ ଉଦଘାଟନ କରିଛନ୍ତି । ସେମିକନ୍ ଇଣ୍ଡିଆ ୨୦୨୪ ସେପ୍ଟେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ 'ସେପିଂ ଦ ସେମିକଣ୍ଡକ୍ଟର ଫ୍ୟୁଚର' ଶୀର୍ଷକରେ ଆୟୋଜନ କରାଯାଉଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଭାରତର ସେମିକଣ୍ଡକ୍ଟର କୌଶଳ ଏବଂ ନୀତିକୁ ପ୍ରଦର୍ଶିତ କରାଯାଇଛି ଯାହା ଭାରତକୁ ସେମିକଣ୍ଡକ୍ଟର ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି। ଗ୍ଲୋବାଲ ସେମିକଣ୍ଡକ୍ଟର ଜାଏଣ୍ଟର ଶୀର୍ଷ ନେତୃତ୍ୱମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି ଯାହା ବିଶ୍ୱସ୍ତରୀୟ ନେତା, କମ୍ପାନୀ ଏବଂ ସେମିକଣ୍ଡକ୍ଟର ଶିଳ୍ପର ବିଶେଷଜ୍ଞମାନଙ୍କୁ ଏକାଠି କରିବ । ଏହି ସମ୍ମିଳନୀରେ ୨୫୦ ରୁ ଅଧିକ ପ୍ରଦର୍ଶକ ଓ ୧୫୦ ବକ୍ତା ଅଂଶଗ୍ରହଣ କରୁଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନ ଗଭର୍ଣ୍ଣିଂ ବଡିର ପ୍ରଥମ ବୈଠକ ଅନୁଷ୍ଠିତ

September 10th, 04:43 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଅଧ୍ୟକ୍ଷତାରେ ଆଜି ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନର ଗଭର୍ଣ୍ଣିଂ ବୋର୍ଡର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଭାରତର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର ଏବଂ ଗବେଷଣା ଓ ବିକାଶ କାର୍ଯ୍ୟକ୍ରମର ପୁନର୍ବିନ୍ୟାସ ଉପରେ ଆଲୋଚନା କରାଯାଇଥିଲା।

ଆନ୍ତର୍ଜାତିକ କୃଷି ଅର୍ଥନୀତିଜ୍ଞ ସମ୍ମିଳନୀ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 03rd, 09:35 am

କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ, ଅନ୍ତର୍ଜାତୀୟ କୃଷି ଅର୍ଥନୀତି ସମ୍ମିଳନୀର ସଭାପତି ଡ. ମତିନ କାଇମ୍‌,ନୀତି ଆୟୋଗର ସଦସ୍ୟ ଶ୍ରୀ ରମେଶ ଜୀ,ଭାରତ ଏବଂ ଅନ୍ୟ ଦେଶର କୃଷି ବୈଜ୍ଞାନିକଗଣ, ଗବେଷଣା ସହ ଜଡ଼ିତ ବିଭିନ୍ନ ବିଶ୍ୱବିଦ୍ୟାଳୟର ଆମର ସହକର୍ମୀ,କୃଷି କ୍ଷେତ୍ର ସହ ଜଡ଼ିତ ବିଶେଷଜ୍ଞ ଏବଂ ଅଂଶୀଦାର, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ,