India and Indonesia are connected not only by our history but also by a shared future: PM Modi at community programme in Jakarta

July 07th, 11:47 pm

Addressing the Indian community in Jakarta, PM Modi thanked the diaspora for their warm welcome and praised their contribution to Indonesia's progress and their role as a living bridge between the two nations. He spoke about India's rapid transformation and called upon the community to contribute towards the shared aspirations of Viksit Bharat 2047 and Indonesia Emas 2045.

Prime Minister addresses the Indian diaspora in Jakarta

July 07th, 05:30 pm

Addressing the Indian community in Jakarta, PM Modi thanked the diaspora for their warm welcome and praised their contribution to Indonesia's progress and their role as a living bridge between the two nations. He spoke about India's rapid transformation and called upon the community to contribute towards the shared aspirations of Viksit Bharat 2047 and Indonesia Emas 2045.

India-Indonesia Joint Statement on the State Visit by Prime Minister of India to Indonesia

July 07th, 05:15 pm

At the invitation of Indonesian President Prabowo Subianto, PM Modi is on a State Visit to Indonesia from 6-8 July 2026. PM Modi's visit reflects the shared commitment of the two leaders to achieve a substantial upward trajectory in the India-Indonesia Comprehensive Strategic Partnership. The two leaders held discussions at Istana Merdeka in Jakarta, covering the full spectrum of bilateral relations.

ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି

July 07th, 11:21 am

ଆଜି ସକାଳେ, ମୋତେ ଅତ୍ୟନ୍ତ ଆନ୍ତରିକ ସ୍ନେହ ଓ ସମ୍ମାନର ସହିତ ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ କୋଟି କୋଟି ଭାରତବାସୀଙ୍କର ସମ୍ମାନ। ଏହା ଇଣ୍ଡୋନେସିଆର ଜନସାଧାରଣଙ୍କ ସ୍ନେହ ଓ ଭାବନାର ପ୍ରତୀକ। ଏହି ସମ୍ମାନ ପାଇଁ ମୁଁ, ରାଷ୍ଟ୍ରପତି ପ୍ରବୋଓ, ଇଣ୍ଡୋନେସିଆର ସରକାର ଏବଂ ଏଠାକାର ଜନସାଧାରଣଙ୍କୁ ହୃଦୟର ସହ ଧନ୍ୟବାଦ ଜଣାଉଛି।

ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ତ୍ରିଦେଶୀୟ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ ବିବୃତ୍ତି

July 06th, 09:00 am

ଇଣ୍ଡୋନେସିଆର ରାଷ୍ଟ୍ରପତି ଶ୍ରୀ ପ୍ରବୋବୋ ସୁବିଆନ୍ତୋଙ୍କ ନିମନ୍ତ୍ରଣରେ, ମୁଁ ୬-୮ ଜୁଲାଇ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରିବି । ୨୦୧୮ରେ ମୋର ପ୍ରଥମ ଇଣ୍ଡୋନେସିଆ ଗସ୍ତ ସମୟରେ ଭାରତ ଏବଂ ଇଣ୍ଡୋନେସିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ବ୍ୟାପକ ରଣନୈତିକ ସହଭାଗୀତା ସ୍ତରକୁ ଉନ୍ନୀତ କରିଥିଲେ । ଆମର ସମ୍ପର୍କର ଉନ୍ନତି ପରେ ଏହା ମୋର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ହେବ । ଏହି ଗସ୍ତ ରାଷ୍ଟ୍ରପତି ପ୍ରବୋୱୋଙ୍କ ସରକାରୀ ଗସ୍ତ ପରେ ହେଉଛି, ଯିଏ ୨୬ ଜାନୁଆରୀ ୨୦୨୫ରେ ଆମର ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଥିଲେ । ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଦୃଢ଼ ସଭ୍ୟତାଗତ ଏବଂ ଲୋକସମ୍ପର୍କ ରହିଛି ଏବଂ ମୋର ଗସ୍ତ ଆମର ବହୁମୁଖୀ ସହଭାଗୀତାର ସମସ୍ତ ଦିଗକୁ ଆହୁରି ମଜବୁତ କରିବ । ଏହି ଗସ୍ତ ସମୟରେ, ମୁଁ ଇଣ୍ଡୋନେସିଆରେ ଥିବା ପ୍ରବାସୀ ଭାରତୀୟମାନଙ୍କ ସହିତ ମଧ୍ୟ ଆଲୋଚନା କରିବି ଏବଂ ରାଷ୍ଟ୍ରପତି ପ୍ରବୋବୋଙ୍କ ସହିତ ୟୋଗ୍ୟକର୍ତ୍ତାରେ ପ୍ରମ୍ବାନନ ମନ୍ଦିର ପରିଦର୍ଶନ କରିବି, ଯାହା ଆମର ଘନିଷ୍ଠ ସାଂସ୍କୃତିକ ସମ୍ପର୍କର ଆଉ ଏକ ଉଲ୍ଲେଖନୀୟ ପ୍ରମାଣ ।

2030 ପଥେ : ଏକ ମିଳିତ ଭାରତ-ୟୁରୋପୀୟ ସଂଘ ବିସ୍ତୃତ ରଣନୈତିକ ଏଜେଣ୍ଡା

January 27th, 06:48 pm

27 ଜାନୁୟାରୀ 2026 ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଷୋଡଶ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ ଅନୁମୋଦିତ ମିଳିତ ଭାରତ-ୟୁରୋପୀୟ ସଂଘ ବ୍ୟାପକ ରଣନୀତିକ ଏଜେଣ୍ଡାର ଉଦ୍ଦେଶ୍ୟ ହେଉଛି ଉଭୟ ଅଂଶୀଦାର ଏବଂ ବ୍ୟାପକ ବିଶ୍ୱ ପାଇଁ ପାରସ୍ପରିକ ଲାଭଦାୟକ, ଦୃଢ଼ ଏବଂ ପରିବର୍ତ୍ତନଶୀଳ ଫଳାଫଳ ପ୍ରଦାନ କରିବା ପାଇଁ ୟୁରୋପୀୟ ସଂଘ-ଭାରତ ସହଯୋଗକୁ ବିସ୍ତାର, ଗଭୀର ଏବଂ ଉନ୍ନତ ସମନ୍ୱୟ ମାଧ୍ୟମରେ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ।

ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଏବଂ ୟୁରୋପୀୟ ଆୟୋଗ ଅଧ୍ୟକ୍ଷଙ୍କ ଭାରତ ଗସ୍ତ ଏବଂ 16ତମ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ ଉପରେ ଭାରତ-ୟୁରୋପୀୟ ସଂଘ ମିଳିତ ବିବୃତ୍ତି

January 27th, 06:15 pm

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣ କ୍ରମେ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ ଆୟୋଗର ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର୍ ଲିଏନ୍ ଭାରତର 77ତମ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଭାରତ ଗସ୍ତରେ ଆସିଛନ୍ତି । ଏହି ଗସ୍ତ ସମୟରେ ନେତାମାନେ ଐତିହାସିକ ଭାରତ-ୟୁରୋପୀୟ ସଂଘ ଏଫଟିଏ ଉପରେ ଆଲୋଚନାର ସଫଳ ସମାପ୍ତିକୁ ପ୍ରଶଂସା କରିଥିଲେ ଏବଂ 2030 ପଥେ: ଭାରତ-ୟୁରୋପୀୟ ସଂଘ ମିଳିତ ବିସ୍ତୃତ ରଣନୀତିକ ଏଜେଣ୍ଡା ଗ୍ରହଣ କରିଥିଲେ ।

୨୮ ଜାନୁଆରୀରେ କରିଅପ୍ପା ପରେଡ ଗ୍ରାଉଣ୍ଡରେ ଏନ୍‌ସିସି ପିଏମ୍ ରାଲିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

January 27th, 05:52 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୮ ଜାନୁଆରୀ ୨୦୨୬ ଅପରାହ୍ନ ପ୍ରାୟ ୩:୩୦ ସମୟରେ ଦିଲ୍ଲୀର କରିଅପ୍ପା ପରେଡ ଗ୍ରାଉଣ୍ଡରେ ବାର୍ଷିକ ଏନସିସି ପିଏମ୍ ରାଲିକୁ ସମ୍ବୋଧିତ କରିବେ ।

Prime Minister thanks World Leaders for their greetings on India’s 77th Republic Day

January 26th, 11:12 pm

The Prime Minister, Shri Narendra Modi, today thanked the World Leaders for their greetings and wishes on the 77th Republic Day of India.

ରାଷ୍ଟ୍ରୀୟ ସମର ସ୍ମାରକରେ ବୀର ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

January 26th, 05:25 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ମସିହା ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ସମର ସ୍ମାରକରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ବୀର ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଉତ୍ସାହ ଏବଂ ରାଷ୍ଟ୍ର ଗୌରବରେ ପରିପୂର୍ଣ୍ଣ ସାଧାରଣତନ୍ତ୍ର ଦିବସ ସମାରୋହକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

January 26th, 04:50 pm

ଭାରତ ସାଧାରଣତନ୍ତ୍ର ଦିବସ ସମାରୋହକୁ ଅତ୍ୟନ୍ତ ଉତ୍ସାହ ଏବଂ ଗୌରବର ସହିତ ପାଳନ କରିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

Prime Minister shares Sanskrit Subhashitam highlighting the importance of Republic Day

January 26th, 08:22 am

On the occasion of the 77th Republic Day, PM Modi said that the day stands as a powerful symbol of India’s freedom, Constitution and democratic values. He shared a Sanskrit verse conveying that a nation remaining in dependence or subjugation cannot progress, and that only by embracing freedom and unity as guiding principles can the nation’s progress be ensured.

Prime Minister extends greetings to all citizens on Republic Day

January 26th, 08:19 am

The Prime Minister, Shri Narendra Modi has extended his heartfelt greetings to all citizens on the occasion of Republic Day.

ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ 77ତମ ଗଣତନ୍ତ୍ର ଦିବସ

January 26th, 08:12 am

କର୍ତ୍ତବ୍ୟ ପଥରେ 77ତମ ଗଣତନ୍ତ୍ର ଦିବସ ପାଳନ ଭାରତର ଏକତା, ଶକ୍ତି ଏବଂ ଐତିହ୍ୟକୁ ପ୍ରଦର୍ଶିତ କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ସମର ସ୍ମାରକରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସାହସୀ ସୈନିକମାନଙ୍କୁ ଦେଶ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି ।

ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ପ୍ରେରଣାଦାୟୀ ଅଭିଭାଷଣ ଆମ ସମ୍ବିଧାନର ସ୍ୱତନ୍ତ୍ରତାକୁ ଦର୍ଶାଉଛି ଏବଂ ନାଗରିକମାନଙ୍କୁ ଗଣତନ୍ତ୍ରକୁ ସୁଦୃଢ଼ କରିବା, ସାମ୍ବିଧାନିକ ଆଦର୍ଶକୁ ବଜାୟ ରଖିବା ଏବଂ ଏକ ବିକଶିତ ଭାରତ ଗଠନ ପାଇଁ ପ୍ରେରିତ କରୁଛି: ପ୍ରଧାନମନ୍ତ୍ରୀ

January 25th, 09:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରେରଣାଦାୟୀ ଅଭିଭାଷଣକୁ ପ୍ରଶଂସା କରିଛନ୍ତି।

ପ୍ରଥମ ଭୋଟ୍ ଠାରୁ ଆରମ୍ଭ କରି ଷ୍ଟାର୍ଟଅପ୍ ଇଣ୍ଡିଆ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ମୋଦୀ ମନ୍ କୀ ବାତ୍ ରେ ଭାରତର ଯୁବକମାନଙ୍କୁ ପ୍ରଶଂସା କରିଛନ୍ତି

January 25th, 11:30 am

ଜାତୀୟ ଭୋଟର ଦିବସରେ ଚଳିତ ବର୍ଷର ପ୍ରଥମ ମନ କୀ ବାତରେ ପ୍ରଧାନମନ୍ତ୍ରୀ ମୋଦୀ ମତଦାନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ନିର୍ବାଚନ ପ୍ରକ୍ରିୟାରେ ଜଡିତ ସମସ୍ତଙ୍କୁ ପ୍ରଶଂସା କରିଥିଲେ । ଷ୍ଟାର୍ଟଅପ୍, ଜଳ ସଂରକ୍ଷଣ, ଗୁଣବତ୍ତା, ସଂସ୍କୃତି ଓ ପର୍ବପର୍ବାଣୀ ଏବଂ ସ୍ୱଚ୍ଛତା ଭଳି ପ୍ରମୁଖ ବିଷୟବସ୍ତୁ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ, ଯେଉଁଥିରେ ବିଶ୍ୱର ବିଭିନ୍ନ ସ୍ଥାନରୁ ବିଶେଷଜ୍ଞମାନେ ଅଂଶଗ୍ରହଣ କରିବେ ।

ରୋଜଗାର ମେଳା ଅଧୀନରେ ନିଯୁକ୍ତି ପତ୍ର ବଣ୍ଟନ ବେଳେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର

January 24th, 11:30 am

୨୦୨୬ ବର୍ଷ ଆରମ୍ଭ ଆମ ଜୀବନରେ ନୂଆ ଆନନ୍ଦର ଅୟମାରମ୍ଭ । ଏହାସହ ଗତକାଲି ବସନ୍ତ ପଞ୍ଚମୀ ସରିବା ପରେ ଆପଣମାନଙ୍କ ଜୀବନରେ ଏକ ନୂଆ ବସନ୍ତ ଆସିଛି । ସମ୍ବିଧାନ ପ୍ରତି ଆପଣମାନଙ୍କ କର୍ତ୍ତବ୍ୟବୋଧତା ବି ଏହି ସମୟ ସୂଚିତ କରୁଛି । କାକତାଳୀୟ ନ୍ୟାୟରେ ଏବେ ଦେଶରେ ସାଧାରଣତନ୍ତ୍ର ଦିବସର ମାହୋଲ ରହିଛି । ଗତକାଲି ଜାନୁୟାରୀ ୨୩ ତାରିଖରେ ସୁଭାଷ ବୋଷଙ୍କ ଜୟନ୍ତୀରେ ଆମେ ପରାକ୍ରମ ଦିବସ ପାଳନ କରିଛେ । ଆସନ୍ତାକାଲି ଜାନୁୟାରୀ ୨୫ ତାରିଖରେ ଆମେ ଜାତୀୟ ମତଦାତା ଦିବସ ପାଳନ କରିବାକୁ ଯାଉଛେ । ତାପରେ ଜାନୁୟାରୀ ୨୬ରେ ଆମେ ସାଧାରଣତନ୍ତ୍ର ଦିବସ ପାଳନ କରିବା । ଆଜି ମଧ୍ୟ ଏକ ସ୍ୱତନ୍ତ୍ର ଦିବସ । ଆଜିର ଦିନରେ ଜନ ଗଣ ମନକୁ ଜାତୀୟ ସଙ୍ଗୀତ ଓ ବନ୍ଦେ ମାତରମକୁ ଜାତୀୟ ଗୀତ ଭାବେ ସମ୍ବିଧାନ ଗ୍ରହଣ କରିଥିଲା । ଏହି ମହତ୍ୱପୂର୍ଣ୍ଣ ଦିନରେ ୬୧ ହଜାରରୁ ଊର୍ଦ୍ଧ୍ୱ ଯୁବକ ସେମାନଙ୍କର ନୂଆ ଜୀବନ ଆରମ୍ଭ କରିଛନ୍ତି ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୮ତମ ରୋଜଗାର ମେଳାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 24th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୮ତମ ରୋଜଗାର ମେଳାକୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଲୋକଙ୍କ ଜୀବନରେ ନୂଆ ଆନନ୍ଦ ଆଣି ବର୍ଷ ୨୦୨୬ ଆରମ୍ଭ ହୋଇଛି । ଏହା ସହିତ ନାଗରିକଙ୍କୁ ସେମାନଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ସହ ମଧ୍ୟ ଯୋଡ଼ିଛି। ଏହି ସମୟ ଗଣତନ୍ତ୍ର ଦିବସ ପରି ମହାନ ସମାରୋହ ସହ ମେଳ ଖାଉଛି। ସେ କହିଥିଲେ ଯେ, ୨୩ ଜାନୁଆରୀ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଦେଶ ପରାକ୍ରମ ଦିବସ ପାଳନ କରିଥିଲା, ୨୫ ଜାନୁଆରୀରେ ଦେଶ ଜାତୀୟ ଭୋଟର ଦିବସ ପାଳନ କରିବ ଓ ତା’ ପରଦିନ ଗଣତନ୍ତ୍ର ଦିବସ ପାଳନ କରାଯିବ। ଆଜି ଦିନଟି ମଧ୍ୟ ଗୁରୁତ୍ବପୂର୍ଣ୍ଣ କାରଣ ଆଜି ସମ୍ବିଧାନ ‘ଜନ ଗଣ ମନ’କୁ ଜାତୀୟ ସଂଗୀତ ଓ ‘ବନ୍ଦେ ମାତରମ୍’କୁ ଜାତୀୟ ଗୀତ ମାନ୍ୟତା ପ୍ରଦାନ କରିଥିଲା। ଆଜିର ଦିନରେ ପ୍ରାୟ ୬୧ ହଜାର ଯୁବକଯୁବତୀ ସରକାରୀ ସେବା ପାଇଁ ନିଯୁକ୍ତିପତ୍ର ଗ୍ରହଣ ସହ ନିଜ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରୁଛନ୍ତି। ଶ୍ରୀ ମୋଦୀ ଏସବୁ ନିଯୁକ୍ତି ପତ୍ରକୁ ରାଷ୍ଟ୍ରନିର୍ମାଣ ଲାଗି ଏକ ଆମନ୍ତ୍ରଣ ଓ ବିକଶିତ ଭାରତ ନିର୍ମାଣ ଲାଗି ଏକ ଶପଥପତ୍ର ଭାବେ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ଏମାନଙ୍କ ମଧ୍ୟରୁ କିଛି ଜାତୀୟ ସୁରକ୍ଷାକୁ ସୁଦୃଢ କରିବେ, ଶିକ୍ଷା ଓ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସଶକ୍ତ କରିବେ, ଆର୍ଥିକ ସେବାକୁ ସଦୃଢ କରିବେ ଏବଂ ଶକ୍ତି ନିରାପତ୍ତା ସୁନିଶ୍ଚିତ କରି ରାଷ୍ଟ୍ରାୟତ୍ତ ଉଦ୍ୟୋଗଙ୍କ ଅଭିବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ସମସ୍ତ ଯୁବଜନତାଙ୍କୁ ସେ ନିଜର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ।

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପରାକ୍ରମ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 23rd, 05:15 pm

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଆଡମିରାଲ ଡି.କେ. ଜୋଶୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଇଏନ୍‌ଏ ଟ୍ରଷ୍ଟର ଅଧ୍ୟକ୍ଷ, ବ୍ରିଗେଡିୟର ଆର୍‌.ଏସ୍‌. ଛିକାରା ଜୀ, ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣକାରୀ ଏବଂ ଆଇଏନ୍‌ଏର ଜଣେ ଚିରନ୍ତରନ ବ୍ୟକ୍ତିତ୍ୱ ଲେଫ୍ଟନାଣ୍ଟ ଆର୍‌. ମାଧବନ ଜୀ,

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପରାକ୍ରମ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 23rd, 05:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଆୟୋଜିତ ପରାକ୍ରମ ଦିବସ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି, ଜାନୁଆରୀ 23 ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଗୌରବମୟ ଜୟନ୍ତୀର ତାରିଖ। ନେତାଜୀଙ୍କ ବୀରତ୍ୱ ଓ ସାହସ ଆମକୁ ପ୍ରେରଣା ଦିଏ ଏବଂ ତାଙ୍କ ପ୍ରତି ଆମ ମନରେ ସମ୍ମାନ ଭରିଦେଇଥାଏ। ସେ ଜୋର ଦେଇ କହିଛନ୍ତି, ସାମ୍ପ୍ରତିକ ବର୍ଷଗୁଡ଼ିକରେ ପରାକ୍ରମ ଦିବସ ରାଷ୍ଟ୍ରର ଭାବନାକୁ ପ୍ରତିଫଳିତ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ ପାଲଟିଛି। ଏହା ଏକ ଖୁସିର ଘଟଣା ଯେ ପରାକ୍ରମ ଦିବସ 23 ଜାନୁଆରୀରେ, ଜାତୀୟ ଭୋଟର ଦିବସ 25 ଜାନୁଆରୀରେ, ଗଣତନ୍ତ୍ର ଦିବସ 26 ଜାନୁଆରୀରେ, 29 ଜାନୁଆରୀରେ ବିଟିଂ ରିଟ୍ରିଟ୍ ଏବଂ 30 ଜାନୁଆରୀରେ ପୂଜ୍ୟ ବାପୁଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରିବାର ଏକ ନୂତନ ପରମ୍ପରା ସୃଷ୍ଟି ହୋଇଛି । ସେ ପରାକ୍ରମ ଦିବସରେ ସମସ୍ତ ନାଗରିକଙ୍କୁ ଶୁଭକାମନା ଜଣାଇଥିଲେ।