ନୂଆଦିଲ୍ଲୀରେ ରିପବ୍ଲିକ ସମିଟ୍ ୨୦୨୬ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 22nd, 10:24 pm
ରିପବ୍ଲିକ ଟିଭି ନେଟୱର୍କର ସମସ୍ତ ଦର୍ଶକଙ୍କୁ ମୋର ଅଭିନନ୍ଦନ, ଯାହା ଏବେ ଅନେକ ଭାଷାରେ ପ୍ରସାରିତ ହେଉଛି। ମୁଁ ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଆସିଥିବା ସମସ୍ତ ସାଥୀଙ୍କୁ ମଧ୍ୟ ସ୍ୱାଗତ ଜଣାଉଛି। ୨୪ ଘଣ୍ଟିଆ ସମ୍ବାଦ ଚ୍ୟାନେଲରେ ‘ବ୍ରେକିଂ ନ୍ୟୁଜ୍’ର ବିଶେଷ ଗୁରୁତ୍ୱ ଥାଏ। ଆଜି ଯଦି ସମଗ୍ର ବିଶ୍ୱକୁ ଦେଖାଯାଏ, ତେବେ ଲାଗେ ସାରା ଦୁନିଆ ଯେପରି ‘ବ୍ରେକିଂ ନ୍ୟୁଜ୍’ର ଅବସ୍ଥାରେ ଅଛି। ଏତେ ହଇଚଇ ମଧ୍ୟରେ, ତୁମେ ଏହି ଶିଖର ସମ୍ମିଳନୀର ଆୟୋଜନ ଏବଂ ଅଂଶଗ୍ରହଣ କରୁଛ, ତେଣୁ ତୁମେ ବିଶେଷ ଅଭିନନ୍ଦନ ପାଇବାକୁ ଯୋଗ୍ୟ। ଏଥର ଆପଣଙ୍କ ଆଲୋଚନାର ବିଷୟ ମଧ୍ୟ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ—“ମହାଶକ୍ତି ଭାରତ: ରାଷ୍ଟ୍ର ସର୍ବପ୍ରଥମ”।‘ରିପବ୍ଲିକ୍ ସମିଟ୍ ୨୦୨୬’କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
June 22nd, 08:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ରିପବ୍ଲିକ୍ ସମିଟ୍ ୨୦୨୬’ ସମ୍ବୋଧନ କରିଛନ୍ତି। ସମଗ୍ର ବିଶ୍ବ ଦ୍ରୁତ ଓ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଦେଖୁଥିବାବେଳେ ‘ମହାନ ଶକ୍ତି ଭାରତ: ରାଷ୍ଟ୍ର ପ୍ରଥମ’ ଶୀର୍ଷକରେ ଏହି ସମ୍ମିଳନୀ ଆୟୋଜନ କରିଥିବାରୁ ଆୟୋଜକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।ହାଇଦ୍ରାବାଦରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 10th, 03:45 pm
ସାଇବେରାବାଦର ଶକ୍ତି ଜାତୀୟ ଏବଂ ବିଶ୍ୱସ୍ତରୀୟ। ଏହା ତେଲେଙ୍ଗାନା ଏବଂ ଦେଶର ଦ୍ରୁତ ବିକାଶର ଏକ ପ୍ରମୁଖ କେନ୍ଦ୍ର। ତେଣୁ, ଆଜି ସାଇବେରାବାଦରୁ, ତେଲେଙ୍ଗାନାକୁ ଦେଶର ଏକ ବଡ଼ ଉତ୍ପାଦନ ଶକ୍ତି କେନ୍ଦ୍ର କରିବା ପାଇଁ ଅନେକ ପ୍ରମୁଖ ପ୍ରକଳ୍ପ ଆରମ୍ଭ କରାଯାଉଛି। ଆଜି ଯେଉଁ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଏବଂ ଉଦଘାଟନ ହୋଇଛି, ସେଗୁଡ଼ିକ ଏଠାରେ ହଜାର ହଜାର ନୂତନ ନିଯୁକ୍ତି ସୃଷ୍ଟି କରିବ ଏବଂ ତେଲେଙ୍ଗାନାର ସଂଯୋଗୀକରଣ ମଧ୍ୟ ସୁଦୃଢ଼ ହେବ। ଏହି ପ୍ରକଳ୍ପଗୁଡ଼ିକ ପାଇଁ ମୁଁ ତେଲେଙ୍ଗାନାର ଲୋକମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି।ତେଲେଙ୍ଗାନାର ହାଇଦ୍ରାବାଦରେ ପ୍ରାୟ ₹୯,୪୦୦ କୋଟି ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 10th, 03:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନାର ହାଇଦ୍ରାବାଦରେ ପ୍ରାୟ ₹୯,୪୦୦ କୋଟି ମୂଲ୍ୟର ବହୁବିଧ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଜାତୀୟ ଏବଂ ବିଶ୍ୱସ୍ତରୀୟ ଗୁରୁତ୍ୱର କେନ୍ଦ୍ର ଭାବରେ ହାଇଦ୍ରାବାଦର ପରିବର୍ତ୍ତନମୂଳକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ତେଲେଙ୍ଗାନା ଏବଂ ସମଗ୍ର ଦେଶର ଦ୍ରୁତ ବିକାଶକୁ ଆଗେଇ ନେବାରେ ଏହି କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଗୁରୁତ୍ୱାରୋପ କରି, ସେ ଆଜି ଆରମ୍ଭ ହୋଇଥିବା ଅନେକ ବଡ଼ ପ୍ରକଳ୍ପ ତେଲେଙ୍ଗାନାକୁ ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର ଭାବରେ ପ୍ରତିଷ୍ଠିତ କରିବ ବୋଲି ବର୍ଣ୍ଣନା କରିଥିଲେ। ଏହି ପ୍ରକଳ୍ପ ଉଦ୍ଘାଟନଗୁଡ଼ିକ ଆଞ୍ଚଳିକ ସଂଯୋଗୀକରଣକୁ ସୁଦୃଢ଼ କରିବା ସହିତ ହଜାର ହଜାର ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ତେଲେଙ୍ଗାନାର ଲୋକମାନଙ୍କୁ ଏହି ପ୍ରକଳ୍ପଗୁଡ଼ିକ ପାଇଁ ଅଭିନନ୍ଦନ ଜଣାଇଥିଲେ।ସେବା ତୀର୍ଥ ଏବଂ କାର୍ତ୍ତବ୍ୟ ଭବନ-୧ ଏବଂ ୨ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 13th, 06:55 pm
ଆଜି, ଆମେ ସମସ୍ତେ ଏକ ନୂତନ ଇତିହାସ ସୃଷ୍ଟି ହେବାର ଦେଖୁଛୁ । ଆଜି ବିକ୍ରମ ସଂବତ୍ ଦୁଇ ହଜାର ବୟାଅଶୀ, ଫାଲଗୁନ କୃଷ୍ଣ ପକ୍ଷ ,ବିଜୟା ଏକାଦଶୀ ,ଏହି ପବିତ୍ର ଦିନରେ, ଯାହା ମାଘ ଚବିଶ, ଶାକ ସଂବତ୍ ଉଣେଇଶ ଶହ ସତଚାଳିଶର ପୂଣ୍ୟ ଅବସର, ଏବଂ ଆଜିର ପ୍ରଚଳିତ ଭାଷାରେ ମୁଁ ଯଦି କହିବି ତେବେ, ସାଧାରଣ କ୍ୟାଲେଣ୍ଡରରେ ଫେବୃଆରୀ ୧୩ର ଏହି ଦିନ, ଭାରତର ବିକାଶ ଯାତ୍ରାରେ ଏକ ନୂତନ ଆରମ୍ଭରେ ସାକ୍ଷି ହୋଇ ରହୁଛି । ଆମର ଏଠାରେ ଶାସ୍ତ୍ରରେ ବିଜୟା ଏକାଦଶୀର ବହୁତ ମହତ୍ତ୍ୱ ରହିଛି, ଏହି ଦିନରେ ଯେଉଁ ସଂକଳ୍ପ ନେଇ ଆଗକୁ ବଢିଥାଉ, ସେଥିରେ ବିଜୟ ଅବଶ୍ୟ ହୋଇଥାଏ । ଆଜି, ଆମେ ମଧ୍ୟ ଏକ ବିକଶିତ ଭାରତର ସଂକଳ୍ପ ସହିତ ସେବା ତୀର୍ଥ ଏବଂ କାର୍ତ୍ତବ୍ୟ ଭବନରେ ପ୍ରବେଶ କରୁଛୁ। ଆମ ମିଶନରେ ବିଜୟର ଦିବ୍ୟ ଆଶୀର୍ବାଦ ଆମ ସହିତ ଅଛି। ସେବା ତୀର୍ଥ ଏବଂ ନୂତନ କୋଠାର ଉଦଘାଟନ ପାଇଁ ମୁଁ ଆପଣସମସ୍ତଙ୍କୁ, ପିଏମଓଙ୍କର ସମସ୍ତ ଦଳକୁ, କ୍ୟାବିନେଟ ସଚିବାଳୟ ଏବଂ ବିଭିନ୍ନ ବିଭାଗର ସମସ୍ତ କର୍ମଚାରୀମାନଙ୍କୁ ମୋର ଅଭିନନ୍ଦନ ଜଣାଉଛି। ଏହାର ନିର୍ମାଣରେ ଯୋଗଦାନ ଦେଇଥିବା ଇଞ୍ଜିନିୟର ଏବଂ ଶ୍ରମିକମାନଙ୍କୁ ମଧ୍ୟ ମୁଁ ମୋର କୃତଜ୍ଞତା ଜଣାଉଛି।ନୂଆଦିଲ୍ଲୀରେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନ - ୧ ଏବଂ ୨ ର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
February 13th, 06:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନ - ୧ ଏବଂ ୨ର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଆଜି ସମସ୍ତେ ଏକ ନୂତନ ଇତିହାସ ସୃଷ୍ଟିର ସାକ୍ଷୀ ହେଉଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ୨୦୮୨ ବିକ୍ରମ ସମ୍ବତ୍, ଫାଲଗୁନ କୃଷ୍ଣ ପକ୍ଷ ସମୟରେ, ବିଜୟା ଏକାଦଶୀର ପବିତ୍ର ଅବସରରେ, ମାଘ ୨୪ ଏବଂ ୧୯୪୭ ଶାକ ସମ୍ୱତ, ଯାହା ବର୍ତ୍ତମାନର କ୍ୟାଲେଣ୍ଡରରେ ୨୦୨୬ ଫେବୃଆରୀ ୧୩, ଦିନଟି ଭାରତର ବିକାଶ ଯାତ୍ରାରେ ଏକ ନୂତନ ଆରମ୍ଭର ସାକ୍ଷୀ ହୋଇଛି। ଶାସ୍ତ୍ରରେ ବିଜୟା ଏକାଦଶୀର ବହୁତ ମହତ୍ତ୍ୱ ରହିଛି, କାରଣ ଏହି ଦିନରେ ନିଆଯାଇଥିବା ସଂକଳ୍ପ ସର୍ବଦା ବିଜୟ ଆଡ଼କୁ ନେଇଥାଏ। ଆଜି, ଏକ ବିକଶିତ ଭାରତର ସଂକଳ୍ପ ସହିତ, ସମସ୍ତେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନରେ ପ୍ରବେଶ କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ଏହି ଲକ୍ଷ୍ୟରେ ବିଜୟ ପାଇଁ ଦିବ୍ୟ ଆଶୀର୍ବାଦ ସେମାନଙ୍କ ସହିତ ଅଛି। ସେ ସେବା ତୀର୍ଥ ଏବଂ ନୂତନ କୋଠା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କ୍ୟାବିନେଟ ସଚିବାଳୟ ଏବଂ ବିଭିନ୍ନ ବିଭାଗର କର୍ମଚାରୀଙ୍କ ସମେତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ନିର୍ମାଣ ସହିତ ଜଡିତ ସମସ୍ତ ଇଞ୍ଜିନିୟର ଏବଂ ଶ୍ରମିକ ସହକର୍ମୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।କେନ୍ଦ୍ରୀୟ ବଜେଟ ଉପରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 01st, 01:38 pm
ଆଜିର ବଜେଟ ଐତିହାସିକ । ଦେଶର ନାରୀ ଶକ୍ତିର ଏହା ଏକ ପରିଚାୟକ । ଜଣେ ମହିଳା ଅର୍ଥମନ୍ତ୍ରୀ ହିସାବରେ ନିର୍ମଳାଜୀ ସଂସଦରେ ଲଗାତର ଭାବେ ନବମଥର ପାଇଁ ବଜେଟ ଉପସ୍ଥାପନ କରି ରେକର୍ଡ ସୃଷ୍ଟି କରିଛନ୍ତି । ଏହି ବଜେଟ ଅନେକ ସମ୍ଭାବନାର ଏକ ହାଇୱେ । ବର୍ତମାନର ସ୍ୱପ୍ନସବୁକୁ ଅନୁଭବ କରି ଭାରତର ଉଜ୍ୱଳ ଭବିଷ୍ୟତର ମୂଳଦୁଆକୁ ଏହି ବଜେଟ ସୁଦୃଢ କରିଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣର ସ୍ୱପ୍ନକୁ ଏହି ବଜେଟ ପକ୍କା କରିଛି ।କେନ୍ଦ୍ର ବଜେଟ୍ ୨୦୨୬ ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ
February 01st, 01:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ର ବଜେଟ୍ ୨୦୨୬ ଉପରେ ନିଜର ମନ୍ତବ୍ୟ ରଖିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ବଜେଟ୍ ଐତିହାସିକ ଏବଂ ଏହା ଦେଶର ମହିଳାମାନଙ୍କ ସଶକ୍ତ ମନୋବଳକୁ ପ୍ରତିଫଳିତ କରୁଛି। ସେ ଉଲ୍ଲେଖ କରିଥିଲେ ଯେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଜଣେ ମହିଳା ଅର୍ଥମନ୍ତ୍ରୀ ଭାବେ କ୍ରମାଗତ ନବମ ଥର ପାଇଁ ଦେଶର ବଜେଟ୍ ଉପସ୍ଥାପନ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ବଜେଟ୍ ଅପାର ସୁଯୋଗର ଏକ ପ୍ରଶସ୍ତ ପଥ ଯାହା ବର୍ତ୍ତମାନର ସ୍ୱପ୍ନକୁ ପୂରଣ କରିବ ଏବଂ ଭାରତର ଉଜ୍ଜ୍ୱଳ ଭବିଷ୍ୟତର ମୂଳଦୁଆକୁ ସୁଦୃଢ଼ କରିବ । ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ୨୦୪୭ ମସିହା ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ଦିଗରେ ଭାରତର ଉଚ୍ଚ ଉଡାଣର ଆଧାର ଭାବେ ଏହି ବଜେଟ୍ କାର୍ଯ୍ୟ କରୁଛି।ଅର୍ଥନୈତିକ ସର୍ଭେକୁ ଭାରତର “ସଂସ୍କାର ଏକ୍ସପ୍ରେସ”ର ଚିତ୍ର ଭାବେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ, ଯାହା ଆହ୍ୱାନପୂର୍ଣ୍ଣ ବୈଶ୍ୱିକ ପରିବେଶରେ ନିରନ୍ତର ପ୍ରଗତିର ପ୍ରତିବିମ୍ବ
January 29th, 08:31 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆଜି ସଂସଦରେ ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସର୍ଭେ ଭାରତ ସଂସ୍କାର ଏକ୍ସପ୍ରେସର ଏକ ବିସ୍ତୃତ ଚିତ୍ର ଉପସ୍ଥାପନ କରିଛି। ଏହା ଏକ ଆହ୍ୱାନପୂର୍ଣ୍ଣ ବୈଶ୍ୱିକ ପରିବେଶରେ ସ୍ଥିର ପ୍ରଗତିକୁ ପ୍ରତିଫଳିତ କରୁଛି। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ଅର୍ଥନୈତିକ ସର୍ଭେରେ ସୁଦୃଢ଼ ବୃହତ ଅର୍ଥନୈତିକ ମୌଳିକତା, ନିରନ୍ତର ଅଭିବୃଦ୍ଧି ଗତି ଏବଂ ରାଷ୍ଟ୍ର ନିର୍ମାଣରେ ନବସୃଜନ, ଉଦ୍ୟମିତା ଏବଂ ଭିତ୍ତିଭୂମିର ସମ୍ପ୍ରସାରିତ ଭୂମିକା ଉପରେ ଆଲୋକପାତ କରାଯାଇଛି। ସର୍ଭେ କୃଷକ, ଏମ୍ଏସ୍ଏମ୍ଇ, ଯୁବ ନିଯୁକ୍ତି ଏବଂ ସାମାଜିକ କଲ୍ୟାଣ ଉପରେ ଧ୍ୟାନ କେନ୍ଦ୍ରିତ କରି ସମାବେଶୀ ବିକାଶର ଗୁରୁତ୍ୱକୁ ରେଖାଙ୍କିତ କରିଛି। ଏହା ଉତ୍ପାଦନକୁ ସୁଦୃଢ଼ କରିବା, ଉତ୍ପାଦିକତା ବୃଦ୍ଧି କରିବା ଏବଂ ଏକ ବିକଶିତ ଭାରତ ହେବା ଦିଗରେ ଆମର ଯାତ୍ରାକୁ ତ୍ୱରାନ୍ୱିତ କରିବା ପାଇଁ ରୋଡମ୍ୟାପକୁ ମଧ୍ୟ ରେଖାଙ୍କିତ କରୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି।ରାଷ୍ଟ୍ରପତିଙ୍କ ପ୍ରେରଣାଦାୟୀ ଅଭିଭାଷଣ ସହିତ ଆଜି ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି: ପ୍ରଧାନମନ୍ତ୍ରୀ
January 28th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବଜେଟ୍ ଅଧିବେଶନ ଆରମ୍ଭ ଅବସରରେ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ପ୍ରଶଂସା କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଆଜିର ଅଭିଭାଷଣ ବ୍ୟାପକ ଏବଂ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଥିଲା। ଏହା ନିକଟ ଅତୀତରେ ଭାରତର ଉଲ୍ଲେଖନୀୟ ବିକାଶ ଯାତ୍ରାକୁ ପ୍ରତିଫଳିତ କରିବା ସହିତ ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ଦିଗକୁ ମଧ୍ୟ ଦର୍ଶାଉଛି।ରୋଜଗାର ମେଳା ଅଧୀନରେ ନିଯୁକ୍ତି ପତ୍ର ବଣ୍ଟନ ବେଳେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର
January 24th, 11:30 am
୨୦୨୬ ବର୍ଷ ଆରମ୍ଭ ଆମ ଜୀବନରେ ନୂଆ ଆନନ୍ଦର ଅୟମାରମ୍ଭ । ଏହାସହ ଗତକାଲି ବସନ୍ତ ପଞ୍ଚମୀ ସରିବା ପରେ ଆପଣମାନଙ୍କ ଜୀବନରେ ଏକ ନୂଆ ବସନ୍ତ ଆସିଛି । ସମ୍ବିଧାନ ପ୍ରତି ଆପଣମାନଙ୍କ କର୍ତ୍ତବ୍ୟବୋଧତା ବି ଏହି ସମୟ ସୂଚିତ କରୁଛି । କାକତାଳୀୟ ନ୍ୟାୟରେ ଏବେ ଦେଶରେ ସାଧାରଣତନ୍ତ୍ର ଦିବସର ମାହୋଲ ରହିଛି । ଗତକାଲି ଜାନୁୟାରୀ ୨୩ ତାରିଖରେ ସୁଭାଷ ବୋଷଙ୍କ ଜୟନ୍ତୀରେ ଆମେ ପରାକ୍ରମ ଦିବସ ପାଳନ କରିଛେ । ଆସନ୍ତାକାଲି ଜାନୁୟାରୀ ୨୫ ତାରିଖରେ ଆମେ ଜାତୀୟ ମତଦାତା ଦିବସ ପାଳନ କରିବାକୁ ଯାଉଛେ । ତାପରେ ଜାନୁୟାରୀ ୨୬ରେ ଆମେ ସାଧାରଣତନ୍ତ୍ର ଦିବସ ପାଳନ କରିବା । ଆଜି ମଧ୍ୟ ଏକ ସ୍ୱତନ୍ତ୍ର ଦିବସ । ଆଜିର ଦିନରେ ଜନ ଗଣ ମନକୁ ଜାତୀୟ ସଙ୍ଗୀତ ଓ ବନ୍ଦେ ମାତରମକୁ ଜାତୀୟ ଗୀତ ଭାବେ ସମ୍ବିଧାନ ଗ୍ରହଣ କରିଥିଲା । ଏହି ମହତ୍ୱପୂର୍ଣ୍ଣ ଦିନରେ ୬୧ ହଜାରରୁ ଊର୍ଦ୍ଧ୍ୱ ଯୁବକ ସେମାନଙ୍କର ନୂଆ ଜୀବନ ଆରମ୍ଭ କରିଛନ୍ତି ।ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୮ତମ ରୋଜଗାର ମେଳାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 24th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୮ତମ ରୋଜଗାର ମେଳାକୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଲୋକଙ୍କ ଜୀବନରେ ନୂଆ ଆନନ୍ଦ ଆଣି ବର୍ଷ ୨୦୨୬ ଆରମ୍ଭ ହୋଇଛି । ଏହା ସହିତ ନାଗରିକଙ୍କୁ ସେମାନଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ସହ ମଧ୍ୟ ଯୋଡ଼ିଛି। ଏହି ସମୟ ଗଣତନ୍ତ୍ର ଦିବସ ପରି ମହାନ ସମାରୋହ ସହ ମେଳ ଖାଉଛି। ସେ କହିଥିଲେ ଯେ, ୨୩ ଜାନୁଆରୀ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଦେଶ ପରାକ୍ରମ ଦିବସ ପାଳନ କରିଥିଲା, ୨୫ ଜାନୁଆରୀରେ ଦେଶ ଜାତୀୟ ଭୋଟର ଦିବସ ପାଳନ କରିବ ଓ ତା’ ପରଦିନ ଗଣତନ୍ତ୍ର ଦିବସ ପାଳନ କରାଯିବ। ଆଜି ଦିନଟି ମଧ୍ୟ ଗୁରୁତ୍ବପୂର୍ଣ୍ଣ କାରଣ ଆଜି ସମ୍ବିଧାନ ‘ଜନ ଗଣ ମନ’କୁ ଜାତୀୟ ସଂଗୀତ ଓ ‘ବନ୍ଦେ ମାତରମ୍’କୁ ଜାତୀୟ ଗୀତ ମାନ୍ୟତା ପ୍ରଦାନ କରିଥିଲା। ଆଜିର ଦିନରେ ପ୍ରାୟ ୬୧ ହଜାର ଯୁବକଯୁବତୀ ସରକାରୀ ସେବା ପାଇଁ ନିଯୁକ୍ତିପତ୍ର ଗ୍ରହଣ ସହ ନିଜ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରୁଛନ୍ତି। ଶ୍ରୀ ମୋଦୀ ଏସବୁ ନିଯୁକ୍ତି ପତ୍ରକୁ ରାଷ୍ଟ୍ରନିର୍ମାଣ ଲାଗି ଏକ ଆମନ୍ତ୍ରଣ ଓ ବିକଶିତ ଭାରତ ନିର୍ମାଣ ଲାଗି ଏକ ଶପଥପତ୍ର ଭାବେ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ଏମାନଙ୍କ ମଧ୍ୟରୁ କିଛି ଜାତୀୟ ସୁରକ୍ଷାକୁ ସୁଦୃଢ କରିବେ, ଶିକ୍ଷା ଓ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସଶକ୍ତ କରିବେ, ଆର୍ଥିକ ସେବାକୁ ସଦୃଢ କରିବେ ଏବଂ ଶକ୍ତି ନିରାପତ୍ତା ସୁନିଶ୍ଚିତ କରି ରାଷ୍ଟ୍ରାୟତ୍ତ ଉଦ୍ୟୋଗଙ୍କ ଅଭିବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ସମସ୍ତ ଯୁବଜନତାଙ୍କୁ ସେ ନିଜର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ।ସମୃଦ୍ଧ ଭାରତ ପାଇଁ ବ୍ୟାପକ ସଂସ୍କାର ଉପରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ
January 07th, 10:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୁନରାବୃତ୍ତି କରିଛନ୍ତି ଯେ, ସରକାରଙ୍କ ବ୍ୟାପକ ନିବେଶ ପ୍ରୋତ୍ସାହନ ଏବଂ ଚାହିଦା ଆଧାରିତ ନୀତି ଦ୍ୱାରା ପରିଚାଳିତ ଭାରତର ସଂସ୍କାର ଏକ୍ସପ୍ରେସ ଗତିଶୀଳ ହେବାରେ ଲାଗିଛି।