ଦେଶରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପୁନଃଚକ୍ରଣକୁ ପ୍ରୋତ୍ସାହିତ କରିବା ପାଇଁ ୧୫୦୦ କୋଟି ଟଙ୍କାର ପ୍ରୋତ୍ସାହନ ଯୋଜନାକୁ ଅନୁମୋଦନ କଲା କ୍ୟାବିନେଟ
September 03rd, 07:16 pm
ଦେଶରେ ଦ୍ୱିତୀୟ ଉତ୍ସରୁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ପୃଥକୀକରଣ ଏବଂ ଉତ୍ପାଦନ ପାଇଁ ପୁନଃଚକ୍ରଣ କ୍ଷମତା ବିକାଶ ଲାଗି ୧୫ଶହ କୋଟି ଟଙ୍କାର ପ୍ରୋତ୍ସାହନ ଯୋଜନାକୁ ଅନୁମୋଦନ କରିଛି।ଅଗଷ୍ଟ ୬ରେ କର୍ତ୍ତବ୍ୟ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
August 04th, 05:44 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୬ ଅଗଷ୍ଟ ପ୍ରାୟ ୧୨.୧୫ ସମୟରେ ଦିଲ୍ଲୀର କର୍ତ୍ତବ୍ୟ ପଥସ୍ଥିତ କର୍ତ୍ତବ୍ୟ ଭବନ ପରିଦର୍ଶନ କରି ଏହାର ଉଦଘାଟନ କରିବେ। ଏହା ପରେ ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ସେ କର୍ତ୍ତବ୍ୟ ପଥଠାରେ ଏକ ସାଧାରଣ କାର୍ଯ୍ୟକ୍ରମରେ ସମ୍ବୋଧିତ କରିବେ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’
May 25th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ସାରା ଦେଶ ଆତଙ୍କବାଦ ବିରୁଦ୍ଧରେ ଏକଜୁଟ, ଆକ୍ରୋଶରେ ପୂର୍ଣ୍ଣ ଏବଂ ସଂକଳ୍ପବଦ୍ଧ । ଆଜି ପ୍ରତ୍ୟେକ ଭାରତୀୟର ସଂକଳ୍ପ ହେଉଛି, ଆମକୁ ଆତଙ୍କବାଦର ଅନ୍ତ ଘଟାଇବାକୁ ପଡ଼ିବ । ବନ୍ଧୁଗଣ, ଅପରେଶନ୍ ସିନ୍ଦୂର ସମୟରେ ଆମ ସେନାବାହିନୀ ଯେଉଁ ବୀରତ୍ୱ ପ୍ରଦର୍ଶନ କରିଛନ୍ତି, ତାହା ପ୍ରତ୍ୟେକ ଭାରତୀୟକୁ ଗର୍ବିତ କରିଛି । ଯେଉଁ ସଠିକତା ସହିତ ଆମ ସେନାବାହିନୀ ସୀମା ଆରପାରିରେ ରହିଥିବା ଆତଙ୍କବାଦୀ ଆଡ୍ଡାସ୍ଥଳୀଗୁଡ଼ିକୁ ଧ୍ୱଂସ କଲେ ତାହା ବେଶ୍ ଚମତ୍କାର । ଅପରେଶନ୍ ସିନ୍ଦୂର ସାରା ବିଶ୍ୱରେ ଆତଙ୍କ ବିରୁଦ୍ଧରେ ହେଉଥିବା ସଂଗ୍ରାମକୁ ନୂତନ ବିଶ୍ୱାସ ଏବଂ ଉତ୍ସାହରେ ଭରିଦେଇଛି ।ଇଣ୍ଡିଆ ଷ୍ଟିଲ 2025 କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
April 24th, 02:00 pm
ଆଜି ଏବଂ ଆଗାମୀ ଦୁଇ ଦିନ ମଧ୍ୟରେ, ଆମେ ଭାରତର ଉଦୀୟମାନ କ୍ଷେତ୍ର ଇସ୍ପାତ କ୍ଷେତ୍ରର ସାମର୍ଥ୍ୟ ଏବଂ ଦକ୍ଷତା ବିଷୟରେ ବ୍ୟାପକ ଆଲୋଚନା କରିବୁ। ଏହା ଏପରି ଏକ କ୍ଷେତ୍ର, ଯାହା ଭାରତର ପ୍ରଗତିର ମେରୁଦଣ୍ଡ, 'ଯାହା ବିକଶିତ ଭାରତ’ ପାଇଁ ଏକ ସୁଦୃଢ଼ ମୂଳଦୁଆ, ଏବଂ ଦେଶରେ ପରିବର୍ତ୍ତନର ଏକ ନୂତନ ଅଧ୍ୟାୟ ସୃଷ୍ଟି କରୁଛି। ଇଣ୍ଡିଆ ଷ୍ଟିଲ୍ 2025 କୁ ମୁଁ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ମୋର ବିଶ୍ୱାସ ଅଛି ଯେ ଏହି କାର୍ଯ୍ୟକ୍ରମରେ ନୂତନ ଚିନ୍ତାଧାରା ବାଣ୍ଟିବା, ନୂତନ ଭାଗିଦାରୀ ସୃଷ୍ଟି କରିବା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ନୂତନ ଲଞ୍ଚ ପ୍ୟାଡ୍ ଭାବରେ କାର୍ଯ୍ୟ କରିବ। ଏହା ଇସ୍ପାତ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ମୂଳଦୁଆ ପକାଇବ।ଇଣ୍ଡିଆ ଷ୍ଟିଲ 2025 କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
April 24th, 01:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ମୁମ୍ବାଇରେ ଇଣ୍ଡିଆ ଷ୍ଟିଲ୍ 2025 କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ କହିଥିଲେ ଯେ ଆଗାମୀ ଦୁଇ ଦିନରେ, ଭାରତର ଉଦୀୟମାନ କ୍ଷେତ୍ର - ଇସ୍ପାତ ଶିଳ୍ପର ସମ୍ଭାବନା ଏବଂ ସୁଯୋଗ ଉପରେ ଆଲୋଚନା ହେବ। ସେ କହିଥିଲେ ଯେ ଏହି କ୍ଷେତ୍ର ଭାରତର ପ୍ରଗତିର ମୂଳଦୁଆ ଗଠନ କରେ, ଏକ ବିକଶିତ ଭାରତର ଭିତ୍ତିଭୂମିକୁ ମଜବୁତ କରେ ଏବଂ ଦେଶରେ ପରିବର୍ତ୍ତନର ଏକ ନୂତନ ଅଧ୍ୟାୟ ଲେଖିଥାଏ। ପ୍ରଧାନମନ୍ତ୍ରୀ ଇଣ୍ଡିଆ ଷ୍ଟିଲ୍ 2025କୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ନୂତନ ଚିନ୍ତାଧାରା ଆଦାନପ୍ରଦାନ, ନୂତନ ସହଭାଗୀତା ଗଠନ ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଲଞ୍ଚପ୍ୟାଡ୍ ଭାବରେ କାର୍ଯ୍ୟ କରିବ ବୋଲି ବିଶ୍ୱାସ ପ୍ରକାଶ କରିଥିଲେ । ସେ ଜୋର ଦେଇ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ଇସ୍ପାତ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ମୂଳଦୁଆ ସ୍ଥାପନ କରିବ।'ମନ୍ କୀ ବାତ୍'ର ଶ୍ରୋତାମାନେ ହିଁ ଏହି କାର୍ଯ୍ୟକ୍ରମର ପ୍ରକୃତ ଉପସ୍ଥାପକ: ପ୍ରଧାନମନ୍ତ୍ରୀ ମୋଦୀ
September 29th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ଆମମାନଙ୍କୁ ଏକାଠି ହେବାର ସୁଯୋଗ ମିଳିଛି । ଆଜିର ଅଧ୍ୟାୟ ମୋତେ ଭାବପ୍ରବଣ କରୁଛି, ମୋତେ ଅନେକ ପୁରୁଣା ସ୍ମୃତିଗର୍ଭକୁ ନେଇଯାଉଛି, କାରଣ ଏହା ଯେ, ‘ମନ୍ କି ବାତ୍’ର ଆମର ଏହି ଯାତ୍ରା ୧୦ ବର୍ଷ ପୂରଣ କରିଛି । ୧୦ ବର୍ଷ ପୂର୍ବେ ‘ମନ୍ କି ବାତ୍’ର ଶୁଭାରମ୍ଭ ଅକ୍ଟୋବର ୩ ତାରିଖ ବିଜୟାଦଶମୀ ଦିନ ହୋଇଥିଲା ଏବଂ ଏହା ମଧ୍ୟ ଏକ ପବିତ୍ର ସଂଯୋଗ ଯେ, ଏ ବର୍ଷ ଅକ୍ଟୋବର ୩ ତାରିଖ ଦିନ ‘ମନ୍ କି ବାତ୍’କୁ ୧୦ ବର୍ଷ ପୂରଣ ହେଉଥିବାବେଳେ ନବରାତ୍ରର ପ୍ରଥମ ଦିନ ହୋଇଥିବ । ‘ମନ୍ କି ବାତ୍’ର ଏହି ସୁଦୀର୍ଘ ଯାତ୍ରାର ଏଭଳି ଅନେକ ପର୍ଯ୍ୟାୟ ରହିଛି, ଯାହାକୁ ମୁଁ କେବେହେଲେ ଭୁଲିପାରିବି ନାହିଁ । ‘ମନ୍ କି ବାତ୍’ର କୋଟି କୋଟି ଶ୍ରୋତା ଆମର ଏହି ଯାତ୍ରାର ଏଭଳି ସାଥି, ଯେଉଁମାନଙ୍କ ଠାରୁ ମୋତେ ନିରନ୍ତର ସହଯୋଗ ମିଳିଛି । ଦେଶର କୋଣ-ଅନୁକୋଣରୁ ସେମାନେ ତଥ୍ୟ ଉପଲବ୍ଧ କରାଇଛନ୍ତି । ‘ମନ୍ କି ବାତ୍’ର ଶ୍ରୋତାମାନେ ହିଁ ହେଉଛନ୍ତି ଏହି କାର୍ଯ୍ୟକ୍ରମର ପ୍ରକୃତ ସୂତ୍ରଧର । ସାଧାରଣତଃ ଏମିତି ଗୋଟିଏ ଧାରଣା ସୃଷ୍ଟି ହୋଇଛି ଯେ, କିଛି ମସଲାଯୁକ୍ତ ଚଟପଟି କଥା, କିମ୍ବା କିଛି ନକାରାତ୍ମକ କଥା ନ ଥିବା ଯାଏ ତାହାକୁ ଗୁରୁତ୍ୱ ଦିଆଯାଇନଥାଏ । କିନ୍ତୁ, ‘ମନ୍ କି ବାତ୍’ ଏହା ପ୍ରମାଣିତ କରିଛି ଯେ, ଦେଶର ଲୋକେ ସକାରାତ୍ମକ ତଥ୍ୟ ଜାଣିବା ପାଇଁ କେତେ ଅଧିକ ଉତ୍ସୁକ । ସକାରାତ୍ମକ କଥା, ପ୍ରେରଣାଦାୟୀ ଉଦାହରଣ, ପ୍ରୋତ୍ସାହିତ କରୁଥିବା କଥା ଲୋକଙ୍କୁ ବେଶ୍ ଭଲ ଲାଗିଥାଏ । ଯେମିତିକି ଗୋଟିଏ ପକ୍ଷୀ, ଯାହାର ନାଁ ଚକୋର । ତା’ ବିଷୟରେ କୁହାଯାଏ ଯେ, ସେ କେବଳ ବର୍ଷାଜଳ ପାନ କରିଥାଏ । ‘ମନ୍ କି ବାତ୍’ରେ ଆମେ ଦେଖିଲୁ ଯେ, ଲୋକେ ମଧ୍ୟ ଚକୋର ପକ୍ଷୀ ଭଳି ଦେଶର ଉପଲବ୍ଧି କଥା, ଲୋକଙ୍କ ସାମୁହିକ ଉପଲବ୍ଧି କଥା କେତେ ଗର୍ବର ସହିତ ଶୁଣୁଛନ୍ତି । ‘ମନ୍ କି ବାତ୍’ର ୧୦ ବର୍ଷର ଯାତ୍ରା ଏଭଳି ଏକ ମାଳ ଗୁନ୍ଥିଦେଇଛି, ଯେଉଁଥିରେ ପ୍ରତ୍ୟେକ ଅଧ୍ୟାୟ ସହ ନୂଆ କାହାଣୀ, ନୂଆ କୀର୍ତ୍ତିମାନ, ନୂତନ ବ୍ୟକ୍ତିତ୍ୱ ଯୋଡ଼ି ହୋଇଚାଲିଛନ୍ତି । ଆମ ସମାଜରେ ସାମୂହିକତାର ଭାବନା ସହ ଯାହା କିଛି କାର୍ଯ୍ୟ ହେଉଛି, ତାହାକୁ ‘ମନ୍ କି ବାତ୍’ ଜରିଆରେ ସମ୍ମାନ ପ୍ରାପ୍ତ ହୋଇଛି । ‘ମନ୍ କି ବାତ୍’ ପାଇଁ ଆସିଥିବା ଚିଠିଗୁଡ଼ିକ ପଢ଼ିବା ସମୟରେ ମୋ ମନ ବି ଗର୍ବରେ ଭରିଯାଏ । ଆମ ଦେଶରେ ଅନେକ ପ୍ରତିଭାଶାଳୀ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କ ମନରେ ଦେଶ ଓ ସମାଜସେବା କରିବାର ଉତ୍ସାହ ଭରି ରହିଛି । ସେମାନେ ନିଃସ୍ୱାର୍ଥ ଭାବରେ ଜନସାଧାରଣଙ୍କ ସେବା କରିବାରେ ନିଜର ସମ୍ପୂର୍ଣ୍ଣ ଜୀବନ ସମର୍ପି ଦେଉଛନ୍ତି । ସେମାନଙ୍କ ବିଷୟରେ ଜାଣି ମୋ ମଧ୍ୟରେ ଶକ୍ତିର ଭରପୁର ସଂଚାର ହୋଇଯାଉଛି । ‘ମନ୍ କି ବାତ୍’ର ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ମୋ ପାଇଁ ମନ୍ଦିରକୁ ଯାଇ ଦେବଦର୍ଶନ କରିବା ସଦୃଶ । ‘ମନ୍ କି ବାତ୍’ର ପ୍ରତ୍ୟେକ କଥାକୁ, ପ୍ରତ୍ୟେକ ଘଟଣାକୁ, ପ୍ରତ୍ୟେକ ଚିଠିକୁ ଯେତେବେଳେ ମୁଁ ମନେପକାଉଛି, ସେତେବେଳେ ମୋତେ ଲାଗୁଛି ଯେ, ଜନତା-ଜନାର୍ଦ୍ଦନ, ଯେଉଁମାନେ ମୋ ପାଇଁ ଈଶ୍ୱର ସଦୃଶ, ମୁଁ ସେମାନଙ୍କ ଦର୍ଶନ କରୁଛି ।ମହାକାଶ କ୍ଷେତ୍ରରେ ସଂସ୍କାର ଦ୍ୱାରା ଦେଶର ଯୁବବର୍ଗ ଉପକୃତ ହୋଇଛନ୍ତି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
August 25th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ମୋର ସମସ୍ତ ପରିଜନଙ୍କୁ ସ୍ୱାଗତ କରୁଛି । ଆଜି ପୁଣି ଥରେ ଆଲୋଚନା ହେବ – ଦେଶର ଉପଲବ୍ଧି ସମ୍ପର୍କରେ, ଦେଶର ସାମୂହିକ ପ୍ରଚେଷ୍ଟା ସମ୍ପର୍କରେ । ଏକବିଂଶ ଶତାବ୍ଦୀର ଭାରତରେ ଏଭଳି ବହୁତ କିଛି ଘଟୁଛି, ଯାହା ବିକଶିତ ଭାରତର ମୂଳଦୁଆକୁ ସୁଦୃଢ଼ କରୁଛି । ଯେମିତିକି, ଏଇ ଅଗଷ୍ଟ ୨୩ ତାରିଖ ଦିନ ଆମେ ସମସ୍ତ ଦେଶବାସୀ ପ୍ରଥମ ଜାତୀୟ ମହାକାଶ ଦିବସ ପାଳନ କଲୁ । ଆପଣମାନେ ସମସ୍ତେ ଏହି ଦିନଟି ସହ ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ପୁଣିଥରେ ଉତ୍ସବ ପାଳନ କରିଥିବେ ବୋଲି ମୋର ବିଶ୍ୱାସ । ଗତବର୍ଷ ଠିକ୍ ଏହି ଦିନ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ଭାଗରେ ଶିବ-ଶକ୍ତି ପଏଣ୍ଟ ଠାରେ ସଫଳତାର ସହ ଅବତରଣ କରିଥିଲା । ଏହି ଉପଲବ୍ଧି ହାସଲ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇପାରିଲା ।ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ମନ୍ତ୍ରୀସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 14th, 02:45 pm
ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ମନ୍ତ୍ରୀସ୍ତରୀୟ ବୈଠକରେ ସମସ୍ତଙ୍କୁ ଶୁଭେଚ୍ଛା । ସୂଚନାଯୋଗ୍ୟ, ଆଇଇଏ ଏହାର ପ୍ରତିଷ୍ଠାର ୫୦ତମ ବାର୍ଷିକୀ ପାଳନ କରୁଛି । ଏହି ମାଇଲଖୁଣ୍ଟ ପାଇଁ ଅଭିନନ୍ଦନ । ଏହି ବୈଠକରେ ସହ-ଅଧ୍ୟକ୍ଷତା କରିଥିବାରୁ ମୁଁ ଆୟର୍ଲାଣ୍ଡ ଏବଂ ଫ୍ରାନ୍ସକୁ ମଧ୍ୟ କୃତଜ୍ଞତା ଜଣାଉଛି ।ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ମନ୍ତ୍ରୀସ୍ତରୀୟ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
February 14th, 02:39 pm
ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି, ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ପ୍ରତିଷ୍ଠାର ୫୦ ତମ ବାର୍ଷିକୀ ପାଇଁ ଅଭିନନ୍ଦନ ଜଣାଇବା ସହ ଏହି ବୈଠକର ସହ - ଅଧ୍ୟକ୍ଷତା କରିଥିବାରୁ ଆୟର୍ଲାଣ୍ଡ ଏବଂ ଫ୍ରାନ୍ସକୁ କୃତଜ୍ଞତା ଜଣାଇଥିଲେ ।ପୁନଃଚକ୍ରଣ ପାଇଁ ବେଙ୍ଗଲୁରୁର ହୃଦରୋଗ ବିଶେଷଜ୍ଞ ଓ ତାଙ୍କ ପୁଅଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
March 07th, 02:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପୁନଃଚକ୍ରଣ ସମ୍ପର୍କରେ ସଚେତନତା ସୃଷ୍ଟି ଓ ‘ବର୍ଜ୍ୟକୁ ସମ୍ପଦ’ରେ ପରିଣତ କରୁଥିବା ବେଙ୍ଗଲୁରୁର ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡା ଦୀପକ କୃଷ୍ଣମୂର୍ତ୍ତି ଓ ତାଙ୍କ ପୁଅଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।ବଜେଟ ପରବର୍ତ୍ତୀ ୱେବିନାର ‘ସହରୀ ଯୋଜନା, ବିକାଶ ଏବଂ ସ୍ୱଚ୍ଛତା’ଉପରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ମୂଳ ପାଠ
March 01st, 10:20 am
ଏହି ମହତ୍ତ୍ୱପୂର୍ଣ୍ଣ ବିଷୟ- ସହରୀ ବିକାଶ ଉପରେ ବଜେଟ ୱେବିନାରରେ ଆପଣ ସମସ୍ତଙ୍କୁ ସ୍ୱାଗତ ।ସହରୀ ଯୋଜନା, ବିକାଶ ଓ ପରିମଳ ଉପରେ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 01st, 10:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ଯୋଜନା କୈନ୍ଦ୍ରିକ ସହରୀ ବିକାଶ’ ଉପରେ ବଜେଟ ପର ଏକ ୱେବିନାରରେ ଆଜି (ତା୦୧.୦୩. ୨୦୨୩) ଅଭିଭାଷଣ ପ୍ରଦାନ କରିଛନ୍ତି । କେନ୍ଦ୍ରୀୟ ବଜେଟ୍-୨୦୨୩ ରେ ଘୋଷିକ ବିଭିନ୍ନ ପଦକ୍ଷେପ ଉପରେ ଜନସାଧାରଣ ପ୍ରସ୍ତାବମାନ ଦେବାକୁ ତଥା ଏହାର କାର୍ଯ୍ୟକାରିତାର ସୁଖମତା ନିମନ୍ତେ ସରକାର ଏହି ୱେବିନାର ଆୟୋଜନ କରୁଛନ୍ତି । ସରକାର ଆୟୋଜନ କରିଥିବା ମୋଟ ୧୨ଟି ୱେବିନାର ମଧ୍ୟରୁ ଆଜିର ଏହା ଷଷ୍ଠ ୱେବିନାର ।ଅଖିଳ ଭାରତୀୟ ବାର୍ଷିକ ରାଜ୍ୟ ଜଳ ମନ୍ତ୍ରୀମାନଙ୍କର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ମୂଳପାଠ
January 05th, 09:55 am
ଦେଶର ପ୍ରଥମ ଅଖିଳ ଭାରତୀୟ ସମ୍ମିଳନୀ ନିଜେ ଜଳ ମନ୍ତ୍ରୀମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜି ଜଳ ସୁରକ୍ଷା ଉପରେ ଭାରତ ଅଦୃଶ୍ୟ ଭାବରେ କାର୍ଯ୍ୟ କରୁଛି ଏବଂ ଅଦ୍ଭୁତପୂର୍ବ ପୁଞ୍ଜି ବିନିଯୋଗ କରୁଛି । ଆମର ସାମ୍ବିଧାନିକ ବ୍ୟବସ୍ଥାରେ ଜଳର ବିଷୟ, ରାଜ୍ୟମାନଙ୍କ ନିୟନ୍ତ୍ରଣରେ ଆସିଥାଏ । ଜଳ ସଂରକ୍ଷଣ ପାଇଁ ରାଜ୍ୟଗୁଡ଼ିକର ପ୍ରୟାସ ଦେଶର ସାମୁହିକ ଲକ୍ଷ୍ୟ ହାସଲ କରିବାରେ ବହୁତ ସହାୟକ ହେବ । ତେଣୁ ‘ୱାଟର ଭିଜନ ୨୦୪୭’ ଆଗାମୀ ୨୫ ବର୍ଷର ଅମୃତ ଯାତ୍ରାକୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗ ଅଟେ ।ପ୍ରଥମ ସର୍ବଭାରତୀୟ ଜଳ ମନ୍ତ୍ରୀ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଆଭାସୀ ଅଭିଭାଷଣ
January 05th, 09:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଜଳ ସଂକ୍ରାନ୍ତ ସର୍ବଭାରତୀୟ ରାଜ୍ୟମନ୍ତ୍ରୀସ୍ତରୀୟ ସମ୍ମିଳନୀକୁ ଭିଡିଓ ବାର୍ତ୍ତା ଜରିଆରେ ଆଜି (୦୫.୦୧.୨୦୨୩) ସମ୍ବୋଧନ କରିଛନ୍ତି । ସମ୍ମିଳନୀର ବିଷୟବସ୍ତୁ ହେଉଛି “ୱାଟର ଭିଜନ @2047’ଓ ଏହି ମଞ୍ଚର ଲକ୍ଷ୍ୟ ହେଉଛି ସ୍ଥାୟୀ ନିରନ୍ତର ଓ ମାନବ ବିକାଶ ନିମନ୍ତେ ଜଳ ସମ୍ପଦର ଉପଯୋଗ ତଥା ଏ ଦିଗରେ ନୀତି ନିର୍ଦ୍ଧାରକମାନଙ୍କ ଦ୍ୱାରା ଆଲୋଚନା ମାଧ୍ୟମରେ ନିଷ୍ପତ୍ତି ।ନଭେମ୍ବର ୧୯ରେ ପ୍ରଧାନମନ୍ତ୍ରୀଙ୍କ ଅରୁଣାଚଳପ୍ରଦେଶ ଓ ଉତ୍ତର ପ୍ରଦେଶ ଗସ୍ତ
November 17th, 03:36 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାରଣାସୀଠାରେ ଆୟୋଜିତ ହେଉଥିବା ମାସେ ବ୍ୟାପୀ ‘କାଶୀ ତାମିଲ ସଙ୍ଗମମ୍’ କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ । କାର୍ଯ୍ୟକ୍ରମରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଉତ୍ସାହ ପ୍ରତିଫଳିତ। ତାମିଲନାଡୁ-କାଶୀ ମଧ୍ୟରେ ଯୁଗ ଯୁଗ ଧରି ରହି ଆସିଥିବା ସମ୍ପର୍କକୁ ଏହା ପୁନଃ ଉଦ୍ଜୀବିତ ଓ ପ୍ରତିପାଦିତ କରିବାକୁ ଲକ୍ଷ୍ୟ ରଖିଛି ।Lifestyle of the planet, for the planet and by the planet: PM Modi at launch of Mission LiFE
October 20th, 11:01 am
At the launch of Mission LiFE in Kevadia, PM Modi said, Mission LiFE emboldens the spirit of the P3 model i.e. Pro Planet People. Mission LiFE, unites the people of the earth as pro planet people, uniting them all in their thoughts. It functions on the basic principles of Lifestyle of the planet, for the planet and by the planet.PM launches Mission LiFE at Statue of Unity in Ekta Nagar, Kevadia, Gujarat
October 20th, 11:00 am
At the launch of Mission LiFE in Kevadia, PM Modi said, Mission LiFE emboldens the spirit of the P3 model i.e. Pro Planet People. Mission LiFE, unites the people of the earth as pro planet people, uniting them all in their thoughts. It functions on the basic principles of Lifestyle of the planet, for the planet and by the planet.ନୂଆଦିଲ୍ଲୀ, ଅହମ୍ମଦାବାଦ ଏବଂ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ (ସିଏସଏମଟି) ରେଳ ଷ୍ଟେସନର ପୁନଃବିକାଶ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି
September 28th, 04:58 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦେଶର ତିନୋଟି ପ୍ରମୁଖ ରେଳ ଷ୍ଟେସନର ବିକାଶ ନିମନ୍ତେ ଭାରତୀୟ ରେଳବାଇ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏସବୁ ଷ୍ଟେସନର ବିକାଶ ପାଇଁ ପ୍ରାୟ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ରେଳ ଷ୍ଟେସନଗୁଡ଼ିକ ହେଲେ:ଗୁଜରାଟର ଏକତା ନଗରରେ ପରିବେଶ ମନ୍ତ୍ରୀଙ୍କ ରାଷ୍ଟ୍ରୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 23rd, 04:26 pm
ଆପଣ ସମସ୍ତଙ୍କୁ ଏହି ରାଷ୍ଟ୍ରୀୟ ସମ୍ମିଳନୀକୁ ଏବଂ ବିଶେଷ କରି ଏକତା ନଗରକୁ ସ୍ୱାଗତ କରୁଛି, ଅଭିନନ୍ଦନ ଜଣାଉଛି । ଏକତା ନଗରରେ ଏହି ରାଷ୍ଟ୍ରୀୟ ସମ୍ମିଳନୀ ନିଜକୁ ନିଜ ମଧ୍ୟରେ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଁ ଅନୁଭବ କରୁଛି । ଯଦି ଆମେ ଜଙ୍ଗଲ କଥା କହିବା, ଆମର ଆଦିବାସୀ ଭାଇ-ଭଉଣୀ ମାନଙ୍କର କଥା କହିବା, ଆମେ ବନ ଜୀବନ କଥା କହିବା, ଆମେ ଜଳ ସଂରକ୍ଷଣ କଥା ଚର୍ଚ୍ଚା କରିବା, ଆମେ ପର୍ଯ୍ୟଟନ କଥା କହିବା, ଆମେ ପ୍ରକୃତି ଏବଂ ପର୍ଯ୍ୟାବରଣ ଓ ବିକାଶ, ଏକ ପ୍ରକାରରେ ଏକତା ନଗରରେ ତାହାର ଯେଉଁ ସାମଗ୍ରିକ ବିକାଶ ହୋଇଛି, ତାହା ନିଜକୁ ନିଜ ମଧ୍ୟରେ ଏହି ବାର୍ତ୍ତା ହେଉଛି । ବିଶ୍ୱାସ ସୃଷ୍ଟି କରୁଛି ଯେ, ବନ ଏବଂ ପର୍ଯ୍ୟାବରଣ କ୍ଷେତ୍ର ପାଇଁ ଆଜି ଏକତା ନଗର ଏକ ତୀର୍ଥ ସ୍ଥଳ ପାଲଟି ଯାଇଛି । ଆପଣ ସମସ୍ତେ ଏହି କ୍ଷେତ୍ର ସହିତ ଜଡିତ ଥିବା ମନ୍ତ୍ରୀ ଏବଂ ଅଧିକାରୀମାନେ ଆସିଛନ୍ତି । ମୁଁ ଚାହିଁବି ଯେ ଏକତା ନଗରରେ ଆପଣମାନେ ଯେତେ ସମୟ ଅତିବାହିତ କରିବେ, ତାହାକୁ ଅତି ସୁକ୍ଷ୍ମତାର ସହିତ ଅନୁଧ୍ୟାନ କରିବେ । ଯାହା ଦ୍ୱାରା ପର୍ଯ୍ୟାବରଣ ପ୍ରତି, ଆମର ଆଦିବାସୀ ସମାଜ ପ୍ରତି, ଆମର ବନ ଜୀବନ ପ୍ରତି କେତେ ସମ୍ବେଦନଶୀଳତା ସହିତ ସଂରଚନା କରାଯାଇଛି, ନିର୍ମାଣ କାର୍ଯ୍ୟ ହୋଇଛି ଏବଂ ଭବିଷ୍ୟତରେ ଦେଶର ଅନେକ କୋଣ ଅନୁକୋଣରେ ବନ ପର୍ଯ୍ୟାବରଣର ସୁରକ୍ଷା କରି ବିକାଶ ପଥରେ ଦ୍ରୁତ ଗତିରେ ଆଗକୁ ଅଗ୍ରସର ହୋଇ ପାରିବା, ଏଠାରେ ଏହାର ବହୁତ କିଛି ଦେଖିବା- ବୁଝିବାକୁ ମିଳିବ।PM inaugurates the National Conference of Environment Ministers of all States in Ekta Nagar, Gujarat
September 23rd, 09:59 am
PM Modi inaugurated National Conference of Environment Ministers in Ekta Nagar, Gujarat via video conferencing. He said that the role of the Environment Ministry was more as a promoter of the environment rather than as a regulator. He urged the states to own the measures like vehicle scrapping policy and ethanol blending.