ଡେରାଡୁନରେ ଉତ୍ତରାଖଣ୍ଡ ପ୍ରତିଷ୍ଠାର ରଜତ ଜୟନ୍ତୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

November 09th, 01:00 pm

ଦେବଭୂମି ଉତ୍ତରାଖଣ୍ଡର ମୋର ଭାଇ-ବନ୍ଧୁ, ବଡ଼ ଭଉଣୀ-ସାନ ଭଉଣୀ, ବୟସ୍କ-ଯୁବକ । ଆପଣ ସମସ୍ତଙ୍କୁ ମୋର ନମସ୍କାର ।

ଡେରାଡୁନରେ ଉତ୍ତରାଖଣ୍ଡ ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀ ସମାରୋହରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

November 09th, 12:30 pm

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନଭେମ୍ବର ୯ ତାରିଖ ହେଉଛି ଏକ ଦୀର୍ଘ ଏବଂ ଉତ୍ସର୍ଗୀକୃତ ସଂଘର୍ଷର ପରିଣାମ । ଏହି ଦିନ ଆମ ସମସ୍ତଙ୍କ ମଧ୍ୟରେ ଗର୍ବର ଗଭୀର ଭାବନା ସୃଷ୍ଟି କରେ। ସେ କହିଥିଲେ ଯେ ଉତ୍ତରାଖଣ୍ଡର ଦେବତୁଲ୍ୟ ଲୋକମାନେ ଏକ ସ୍ୱପ୍ନ ଦେଖିଥିଲେ, ଯାହା ୨୫ ବର୍ଷ ପୂର୍ବେ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ପୂରଣ ହୋଇଥିଲା। ଗତ ୨୫ ବର୍ଷର ଯାତ୍ରା ଉପରେ ପ୍ରତିଫଳିତ କରି ଶ୍ରୀ ମୋଦୀ କହିଥିଲେ ଯେ ଆଜି ଉତ୍ତରାଖଣ୍ଡ ଯେଉଁ ଉଚ୍ଚତାରେ ପହଞ୍ଚିଛି ତାହା ଦେଖି, ଏହି ସୁନ୍ଦର ରାଜ୍ୟ ନିର୍ମାଣ ପାଇଁ ସଂଘର୍ଷ କରୁଥିବା ପ୍ରତ୍ୟେକଙ୍କ ପାଇଁ ଆନନ୍ଦିତ ହେବା ସ୍ୱାଭାବିକ। ସେ କହିଥିଲେ ଯେ ଯେଉଁମାନେ ପର୍ବତକୁ ଭଲ ପାଆନ୍ତି, ଉତ୍ତରାଖଣ୍ଡର ସଂସ୍କୃତି, ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆଦର କରନ୍ତି ଏବଂ ଦେବଭୂମିର ଲୋକଙ୍କ ପ୍ରତି ସ୍ନେହ ରଖନ୍ତି, ସେମାନେ ଆଜି ଆନନ୍ଦ ଏବଂ ଖୁସିରେ ପରିପୂର୍ଣ୍ଣ।

ମୁମ୍ବାଇ ଗ୍ଲୋବାଲ ଫିନଟେକ ଫେଷ୍ଟର ଷଷ୍ଠ ସଂସ୍କରଣରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 09th, 02:51 pm

ମହାମହିମ ପ୍ରଧାନମନ୍ତ୍ରୀ କେର ଷ୍ଟାର୍ମର, ଆରବିଆଇ ଗଭର୍ଣ୍ଣର, ଉଦଭାବକ, ନିବେଶକାରୀ, ନେତାଗଣ । ମୁମ୍ବାଇକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ।

‘ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟ ୨୦୨୫’କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 09th, 02:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି, ମହାରାଷ୍ଟ୍ରର ମୁମ୍ବାଇଠାରେ ‘ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟ ୨୦୨୫’କୁ ସମ୍ବୋଧିତ କରିଛନ୍ତି। ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇ ଶ୍ରୀ ମୋଦୀ ମୁମ୍ବାଇକୁ ଶକ୍ତି, ଉଦ୍ୟୋଗ ଏବଂ ଅସୀମ ସମ୍ଭାବନାର ସହର ଭାବେ ବର୍ଣ୍ଣନା କରିଛନ୍ତି। ସେ ତାଙ୍କ ବନ୍ଧୁ, ବ୍ରିଟେନର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ କୀର ଷ୍ଟାରମରଙ୍କୁ ସ୍ୱତନ୍ତ୍ର ଭାବରେ ସ୍ୱାଗତ କରିଥିଲେ ଏବଂ ‘ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟିଭାଲ’ରେ ତାଙ୍କର ଉପସ୍ଥିତି ଏବଂ କାର୍ଯ୍ୟକ୍ରମରେ ସେ ଦେଇଥିବା ସମୟ ପାଇଁ ଧନ୍ୟବାଦ ଜଣାଇଥିଲେ।

ପ୍ରଧାନମନ୍ତ୍ରୀ ଅକ୍ଟୋବର ୮-୯ ରେ ମହାରାଷ୍ଟ୍ର ଗସ୍ତ କରିବେ

October 07th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୮-୯ ତାରିଖରେ ମହାରାଷ୍ଟ୍ର ଗସ୍ତ କରିବେ। ନଭି ମୁମ୍ବାଇରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀ ପ୍ରାୟ ଅପରାହ୍ନ ୩ତ ସମୟରେ ନବନିର୍ମିତ ନଭି ମୁମ୍ବାଇ ଆନ୍ତର୍ଜାତିକ ବିମାନବନ୍ଦରର ପରିଦର୍ଶନ କରିବେ। ଏହା ପରେ, ପ୍ରାୟ ୩ଟା ୩୦ ମିନିଟରେ, ପ୍ରଧାନମନ୍ତ୍ରୀ ନଭି ମୁମ୍ବାଇ ଆନ୍ତର୍ଜାତିକ ବିମାନବନ୍ଦରର ଉଦଘାଟନ କରି ମୁମ୍ବାଇରେ ଅନେକ ଗୁଡ଼ିଏ ପ୍ରକଳ୍ପର ଲୋକାର୍ପଣ କରିବେ। ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

କମ୍‌ ମୂଲ୍ୟର ଭୀମ-ୟୁପିଆଇ ନେଣଦେଣ (ପିଟୁଏମ) ଲାଗି ଆର୍ଥିକ ପ୍ରୋତ୍ସାହନ ଯୋଜନାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି

March 19th, 04:05 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ୨୦୨୪-୨୫ ବର୍ଷ ପାଇଁ ‘ବ୍ୟକ୍ତିରୁ ବ୍ୟବସାୟୀଙ୍କୁ (ପିଟୁଏମ) କମ୍ ମୂଲ୍ୟର ଭୀମ-ୟୁପିଆଇ ନେଣଦେଣକୁ ପ୍ରୋତ୍ସାହିତ କରିବା ଲାଗି ଆର୍ଥିକ ପ୍ରୋତ୍ସାହନ ଯୋଜନା’କୁ ନିମ୍ନ ମତେ ମଞ୍ଜୁର କରାଯାଇଛି :

ଡିଜିଟାଲ ରୂପାନ୍ତରଣ ପୁରସ୍କାର ୨୦୨୫ ଜିତିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

March 16th, 02:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିଜିଟାଲ ରୂପାନ୍ତରଣ ପୁରସ୍କାର ୨୦୨୫ ଜିତିଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)କୁ ପ୍ରଶଂସା କରିଛନ୍ତି । ବ୍ରିଟେନର ଲଣ୍ଡନ ସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ପକ୍ଷରୁ ଆର୍‌ବିଆଇକୁ ଏହି ଡିଜିଟାଲ ରୂପାନ୍ତରଣ ପୁରସ୍କାର ୨୦୨୫ ପ୍ରଦାନ କରାଯାଇଛି । ଏଥିରେ ଆର୍‌ବିଆଇର ଇନ୍‌-ହାଉସ୍ ଡେଭଲପର୍ ଟିମ୍ ଦ୍ୱାରା ବିକଶିତ ଏହାର ଅଭିନବ ଡିଜିଟାଲ ପଦକ୍ଷେପ - ପ୍ରବାହ ଏବଂ ସାରଥୀ – କୁ ସ୍ୱୀକୃତି ଦିଆଯାଇଛି ।

ଫଳାଫଳ ତାଲିକା : ପ୍ରଧାନମନ୍ତ୍ରୀଙ୍କ ମରିସସ୍ ଗସ୍ତ

March 12th, 01:56 pm

ସୀମାପାର କାରବାର ନିମନ୍ତେ ସ୍ଥାନୀୟ ମୁଦ୍ରା (ଆଇଏନ୍‌ଆର୍ କିମ୍ବା ଏମ୍‌ୟୁଆର୍‌) ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ମରିସସ୍ ବ୍ୟାଙ୍କ ମଧ୍ୟରେ ଚୁକ୍ତି ।

ବିଶ୍ୱ ସମବାୟ ସମ୍ମିଳନୀ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 25th, 03:30 pm

ଭୁଟାନର ପ୍ରଧାନମନ୍ତ୍ରୀ, ମୋର ସାନ ଭାଇ, ଫିଜିର ଉପପ୍ରଧାନମନ୍ତ୍ରୀ, ଭାରତର ସମବାୟ ମନ୍ତ୍ରୀ ଅମିତ ଶାହା, ଅନ୍ତର୍ଜାତୀୟ ସମବାୟ ମେଣ୍ଟର ସଭାପତି, ଜାତିସଂଘର ସମସ୍ତ ପ୍ରତିନିଧିଗଣ, ବିଶ୍ଵରୁ ଏଠାକୁ ଆସିଥିବା ସମବାୟ ବିଶ୍ୱ ସହ ଜଡିତ ସମସ୍ତ ସହଯୋଗୀ, ସମଗ୍ର ବିଶ୍ୱର ମହିଳା ଏବଂ ଭଦ୍ରବ୍ୟକ୍ତିମାନେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦ୍ୱାରା ଆଇସିଏ ବିଶ୍ୱ ସମବାୟ ସମ୍ମିଳନୀ ୨୦୨୪ ଉଦଘାଟିତ

November 25th, 03:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆଇସିଏ ବିଶ୍ୱ ସମବାୟ ସମ୍ମିଳନୀ ୨୦୨୪କୁ ଉଦଘାଟନ କରିଛନ୍ତି। ସମାରୋହକୁ ସମ୍ବୋଧିତ କରି ଶ୍ରୀ ମୋଦୀ ଭୁଟାନର ପ୍ରଧାନମନ୍ତ୍ରୀ ମହାମହିମ ଦାଶୋ ସେରିଙ୍ଗ ତୋବଗେ, ଫିଜିର ଉପପ୍ରଧାନମନ୍ତ୍ରୀ ମହାମହିମ ମାନୋଆ କାମିକାମିକା, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ, ଭାରତରେ ଅବସ୍ଥାପିତ ଜାତିସଂଘର ଆବାସିକ ସଂଯୋଜକ ସୋମ୍ବି ଶାର୍ପ, ଅନ୍ତର୍ଜାତୀୟ ସମବାୟ ମେଣ୍ଟର ସଭାପତି ଶ୍ରୀ ଏରିଏଲ ଗୁଆରକୋ, ବିଭିନ୍ନ ବିଦେଶୀ ଦେଶର ବିଶିଷ୍ଟ ବ୍ୟକ୍ତି ଏବଂ ଆଇସିଏ ଗ୍ଲୋବାଲ କୋଅପରେଟିଭ୍ ସମ୍ମିଳନୀ ୨୦୨୪ର ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ।

ମୁମ୍ବାଇରେ ଗ୍ଲୋବାଲ୍ ଫିନ୍ ଟେକ୍ ଫେଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 30th, 12:00 pm

ଆରବିଆଇର ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସଜୀ, କ୍ରିସ୍ ଗୋପାଳ କ୍ରିଷ୍ଣନ ଜୀ, ନିୟାମକ ସଦସ୍ୟ, ଫାଇନାନ୍ସ ଇଣ୍ଡଷ୍ଟ୍ରିର ପ୍ରମୁଖ ବ୍ୟକ୍ତିମାନେ, ଫିନଟେକ୍ ଏବଂ ଷ୍ଟାର୍ଟଅପ୍ ଜଗତର ମୋର ସାଥିମାନେ, ଅନ୍ୟ ସମସ୍ତ ବିଶିଷ୍ଟ ବ୍ୟକ୍ତିମାନେ, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ !

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ମୁମ୍ବାଇଠାରେ ଗ୍ଲୋବାଲ ଫିନଟେକ୍ ଫେଷ୍ଟ (ଜିଏଫଏଫ୍) ୨୦୨୪କୁ ସମ୍ବୋଧିତ କରିଛନ୍ତି

August 30th, 11:15 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ମୁମ୍ବାଇସ୍ଥିତ ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରରେ ଗ୍ଲୋବାଲ ଫିନଟେକ୍ ଫେଷ୍ଟ (ଜିଏଫଏଫ୍) ୨୦୨୪କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ। ପେମେଣ୍ଟ କାଉନସିଲ ଅଫ୍ ଇଣ୍ଡିଆ, ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏବଂ ଫିନଟେକ୍‍ କନଭରଜେନ୍ସ କାଉନସିଲ୍ ମିଳିତ ଭାବେ ଜିଏଫଏଫ୍ ଆୟୋଜନ କରୁଛନ୍ତି ଏବଂ ଏହାର ଉଦ୍ଦେଶ୍ୟ ହେଉଛି ଫିନଟେକ୍‍ ରେ ଭାରତର ଅଗ୍ରଗତି ପ୍ରଦର୍ଶନ କରିବା ଏବଂ ଏହି କ୍ଷେତ୍ରର ପ୍ରମୁଖ ଅଂଶୀଦାରମାନଙ୍କୁ ଏକାଠି କରିବା ।

ମୁମ୍ବାଇଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଅଭିଭାଷଣ

July 13th, 06:00 pm

ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ରମେଶ ବ୍ୟାସଜୀ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଜୀ, କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ମୋର ସାଥୀ ପୀୟୂଷ ଗୋୟଲଜୀ, ରାମଦାସ ଅଠାବଲେଜୀ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନଭୀସଜୀ, ଅଜିତ ଦାଦା ପାୱାରଜୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଙ୍ଗଳ ପ୍ରଭାତଜୀ, ଦୀପକ କେସରକାଜୀ, ଅନ୍ୟ ସମସ୍ତ ମହାନୁଭବ, ଦେବୀଗଣ ଓ ସଜ୍ଜନବୃନ୍ଦ,

ମହାରାଷ୍ଟ୍ରର ମୁମ୍ବାଇରେ ୨୯,୪୦୦ କୋଟି ରୁ ଅଧିକ ଟଙ୍କାର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କଲେ ପ୍ରଧାନମନ୍ତ୍ରୀ

July 13th, 05:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ମୁମ୍ବାଇଠାରେ ୨୯,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡ଼କ, ରେଳ ଏବଂ ବନ୍ଦର କ୍ଷେତ୍ର ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

Government has worked on the strategy of recognition, resolution, and recapitalization: PM Modi

April 01st, 11:30 am

PM Modi addressed the opening ceremony of RBI@90, a program marking 90 years of the Reserve Bank of India, in Mumbai, Maharashtra. The next decade is extremely important for the resolutions of a Viksit Bharat”, PM Modi said, highlighting the RBI’s priority towards fast-paced growth and focus on trust and stability. Speaking on the comprehensive nature of reforms, the Prime Minister stated that the government worked on the strategy of recognition, resolution and recapitalization.

PM addresses RBI@90 opening ceremony

April 01st, 11:00 am

PM Modi addressed the opening ceremony of RBI@90, a program marking 90 years of the Reserve Bank of India, in Mumbai, Maharashtra. The next decade is extremely important for the resolutions of a Viksit Bharat”, PM Modi said, highlighting the RBI’s priority towards fast-paced growth and focus on trust and stability. Speaking on the comprehensive nature of reforms, the Prime Minister stated that the government worked on the strategy of recognition, resolution and recapitalization.

ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡସ୍ ୨୦୨୩ରେ ‘ଏ+’ ମାନ୍ୟତା ପାଇଥିବାରୁ ଶକ୍ତିକାନ୍ତ ଦାସଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

September 01st, 10:53 pm

ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡସ୍ ୨୦୨୩ରେ ଆର୍‌ବିଆଇ ଗଭର୍ନର ଶ୍ରୀ ଶକ୍ତିକାନ୍ତ ଦାସଙ୍କୁ ‘ଏ+’ ମାନ୍ୟତା ମିଳିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ଦାସ ଏ+ ମାନ୍ୟତା ପାଇଥିବା ୩ଟି ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ନରଙ୍କ ତାଲିକାର ଶୀର୍ଷରେ ରହିଛନ୍ତି ।

୧୫୧୪ ଅର୍ବାନ କୋଅପରେଟିଭ୍ ବ୍ୟାଙ୍କଗୁଡ଼ିକର ସୁଦୃଢ଼ୀକରଣ ନିମନ୍ତେ ଆରବିଆଇର ନିର୍ଦ୍ଦେଶକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ

June 10th, 04:03 pm

୧୫୧୪ ଅର୍ବାନ କୋଅପରେଟିଭ୍ ବ୍ୟାଙ୍କଗୁଡ଼ିକର ସୁଦୃଢ଼ୀକରଣ ନିମନ୍ତେ ଆରବିଆଇର ନିର୍ଦ୍ଦେଶକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

କେନ୍ଦ୍ରୀୟ ବ୍ୟାଙ୍କିଙ୍ଗ ପୁରସ୍କାର ୨୦୨୩ରେ ‘ଗଭର୍ଣ୍ଣର ଅଫ ଦ ଇୟର’ ପୁରସ୍କାର ପାଇଁ ଆରବିଆଇ ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

March 17th, 07:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରୀୟ ବ୍ୟାଙ୍କିଙ୍ଗ ପୁରସ୍କାର ୨୦୨୩ରେ ‘ଗଭର୍ଣ୍ଣର ଅଫ ଦ ଇୟର’ ପୁରସ୍କାର ପାଇଁ ଆରବିଆଇ ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ୟୁପିଆଇ-ପେନାଓ ଲିଙ୍କେଜ୍ ର ଭର୍ଚୁଆଲ୍ ଶୁଭାରମ୍ଭରେ ଅଂଶଗ୍ରହଣ କରିଛନ୍ତି ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ସେନ୍ ଲୁଙ୍ଗ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

February 21st, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଶ୍ରୀ ଲି ସେନ୍ ଲୁଙ୍ଗ ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଏବଂ ସିଙ୍ଗାପୁରର ପେନାଓ ମଧ୍ୟରେ ରିଅଲ୍ ଟାଇମ୍ ପେମେଣ୍ଟ ଲିଙ୍କେଜ୍ ର ଭର୍ଚୁଆଲ୍ ଶୁଭାରମ୍ଭରେ ଅଂଶଗ୍ରହଣ କରିଥିଲେ । ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସ ଏବଂ ସିଙ୍ଗାପୁରର ମନିଟାରୀ ଅଥରିଟୀର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରବି ମେନନ୍ ନିଜ ନିଜ ମୋବାଇଲ୍ ଫୋନ୍ ବ୍ୟବହାର କରି ପରସ୍ପର ମଧ୍ୟରେ ସୀମା ପାର ଅର୍ଥ କାରବାର କରିଥିଲେ ।