The inauguration of Micron’s semiconductor facility marks a milestone in India’s journey towards technology leadership: PM Modi in Sanand, Gujarat

February 28th, 02:45 pm

During the inauguration of the Micron ATMP facility in Sanand, Gujarat, PM Modi said that India is now rapidly strengthening its identity in the hardware sector. He highlighted the project’s rapid progress and emphasized that the facility is a testament to the robust India-US partnership. He expressed confidence that the Micron facility would anchor a new semiconductor ecosystem in the country and asserted that India is ready, reliable and delivers.

ମାଇକ୍ରୋନ ଟେକ୍ନୋଲୋଜିର ସେମିକଣ୍ଡକ୍ଟର ଆସେମ୍ବଲି, ଟେଷ୍ଟ ଆଣ୍ଡ ପ୍ୟାକେଜିଂ ସୁବିଧାର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

February 28th, 02:37 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସାନନ୍ଦଠାରେ ମାଇକ୍ରୋନ ଏଟିଏମପି (ଆସେମ୍ବଲି, ଟେଷ୍ଟ, ମାର୍କିଂ ଏବଂ ପ୍ୟାକେଜିଂ) ସୁବିଧାର ଉଦଘାଟନ କରିଛନ୍ତି। ବାଣିଜ୍ୟିକ ଉତ୍ପାଦନର ପ୍ରାରମ୍ଭକୁ ଚିହ୍ନିତ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ଘଟଣା ବିଶ୍ୱ ବୈଷୟିକ ନେତୃତ୍ୱ ଦିଗରେ ଭାରତର ଯାତ୍ରାରେ ଏକ ଐତିହାସିକ ମାଇଲଖୁଣ୍ଟକୁ ସୂଚିତ କରେ।

ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 17th, 11:00 am

ଗତଥର ଯେତେବେଳେ ମୁଁ ଆପଣମାନଙ୍କ ମଧ୍ୟକୁ ଆସିଥିଲି, ସେତେବେଳେ ଲୋକସଭା ନିର୍ବାଚନ ଆଉ ଦୂରରେ ନଥିଲା। ସେହି ସମୟରେ ମୁଁ ଆପଣମାନଙ୍କ ବିଶ୍ୱାସ ଯୋଗୁଁ କହିଥିଲି ଯେ ପରବର୍ତ୍ତୀ ସମୟରେ ମଧ୍ୟ ମୁଁ ନିଶ୍ଚିତ ଭାବେ ଇଣ୍ଡିଆ ମୋବିଲିଟି ଏକ୍ସପୋକୁ ଆସିବି । ଦେଶ ତୃତୀୟ ଥର ପାଇଁ ଆମକୁ ଆଶୀର୍ବାଦ ଦେଇଛି, ଆପଣମାନେ ପୁଣି ଥରେ ମୋତେ ଏଠାକୁ ଡାକିଛନ୍ତି, ମୁଁ ଆପଣ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି ।

ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 17th, 10:45 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଭାରତର ସର୍ବବୃହତ ମୋବିଲିଟି ଏକ୍ସପୋ ‘ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ -୨୦୨୫’କୁ ଉଦଘାଟନ କରିଛନ୍ତି । ସଭାକୁ ସମ୍ବୋଧିତ କରି ସେ କ୍ରମାଗତଭାବେ ତୃତୀୟଥର ପାଇଁ ସରକାର ଗଠନ ଲାଗି ନିର୍ବାଚିତ ହୋଇଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଚଳିତ ବର୍ଷ ଜାତୀୟ ରାଜଧାନୀ ଅଞ୍ଚଳର ଆଉ ଦୁଇଟି ସ୍ଥାନକୁ ଏହି ପ୍ରଦର୍ଶନୀର କାୟା ବିସ୍ତାର ହୋଇଥିବା ଉଲ୍ଲେଖ କରି ସେ ଏହି ବର୍ଷର ମୋବିଲିଟି ଏକ୍ସପୋକୁ ବହୁତ ବଡ଼ ଆକାର ନେଇଥିବା କହିଛନ୍ତି। ଗତବର୍ଷ ଏହି ପ୍ରଦର୍ଶନୀରେ ୮୦୦ରୁ ଅଧିକ ପ୍ରଦର୍ଶକ ଏବଂ ଦେଢ଼ ଲକ୍ଷରୁ ଅଧିକ ଦର୍ଶକ ଆସିଥିଲେ। ଏଥର ଏଠାରେ ଦର୍ଶକଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶା କରାଯାଇଛି। ଚଳିତ ପ୍ରଦର୍ଶନୀ ସମୟରେ ଅର୍ଥାତ ଆସନ୍ତା ୫ ଦିନ ମଧ୍ୟରେ ଅନେକ ନୂଆ ଯାନ ଏଠାରେ ଉନ୍ମୋଚନ କରାଯିବ ଏବଂ ଏଥିରେ ବହୁ ପ୍ରତିନିଧି ଯୋଗ ଦେବେ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି। ଏହି ଅବିବୃଦ୍ଧି ଭାରତରେ ଯାତାୟାତ କ୍ଷେତ୍ରର ଭବିଷ୍ୟତ ସହ ଜଡ଼ିତ ବହୁତ ସକାରାତ୍ମକ ଦିଗକୁ ଦର୍ଶାଉଛି ବୋଲି ସେ ମତ ରଖିଛନ୍ତି। । କାର୍ଯ୍ୟକ୍ରମ ସ୍ଥଳରେ ପ୍ରଦର୍ଶନୀ ପରିଦର୍ଶନ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଭାରତର ଅଟୋମୋବାଇଲ ଶିଳ୍ପ ଚମତ୍କାର ସୃଷ୍ଟି ସହ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିଛି। ସେ ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସି-୨୯୫ ବିମାନ କାରଖାନାର ଉଦ୍ ଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 28th, 10:45 am

ମହାମହିମ ପେଡ୍ରୋ ସାଞ୍ଚେଜ୍, ଗୁଜୁରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଜୀ, ଭାରତର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଜୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀ ଏସ ଜୟଶଙ୍କର ଜୀ, ଏଠିକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ, ସ୍ପେନ୍ ଏବଂ ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ, ଏୟାରବସ୍ ଏବଂ ଟାଟା ଟିମ୍ର ସମସ୍ତ ସହଯୋଗୀ, ମହିଳା ଏବଂ ଭଦ୍ରଲୋକ!

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ପେନର ପ୍ରଧାନମନ୍ତ୍ରୀ ଶ୍ରୀ ପେଡ୍ରୋ ସାଞ୍ଚେଜ୍ ମିଳିତ ଭାବେ ଗୁଜରାଟର ଭଦୋଦରା ଠାରେ ସି- ୨୯୫ ବିମାନ ଉତ୍ପାଦନ ପାଇଁ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସକୁ ଉଦଘାଟନ କରିଛନ୍ତି

October 28th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ପେନର ପ୍ରଧାନମନ୍ତ୍ରୀ ଶ୍ରୀ ପେଡ୍ରୋ ସାଞ୍ଚେଜ୍ ଆଜି ଗୁଜରାଟର ଭଦୋଦରାସ୍ଥିତ ଟାଟା ଆଡଭାନ୍ସଡ୍ ସିଷ୍ଟମ୍ ଲିମିଟେଡ୍ (ଟିଏଏସଏଲ) କ୍ୟାମ୍ପସରେ ସି- ୨୯୫ ବିମାନ ଉତ୍ପାଦନ ପାଇଁ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସକୁ ମିଳିତ ଭାବେ ଉଦଘାଟନ କରିଛନ୍ତି । ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ଉଭୟ ପ୍ରଧାନମନ୍ତ୍ରୀ ମଧ୍ୟ ବୁଲି ଦେଖିଥିଲେ।

ଶ୍ରୀ ରତନ ଟାଟାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

October 10th, 05:38 am

ଶ୍ରୀ ରତନ ଟାଟାଙ୍କ ପରଲୋକରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଶ୍ରୀ ଟାଟା ଜଣେ ଦୂରଦୃଷ୍ଟି ସମ୍ପନ୍ନ ଉଦ୍ୟୋଗୀ, ଦୟାଳୁ ଆତ୍ମା ଏବଂ ସ୍ୱତନ୍ତ୍ର ମଣିଷ ଥିଲେ । ଉତ୍ତମ ସମାଜ ଗଠନ ଦିଗରେ ବିନମ୍ରତା, ଦୟାଳୁ ଭାବନା ଏବଂ ଅତୁଟ ପ୍ରତିବଦ୍ଧତା ଯୋଗୁ ସେ ସମସ୍ତଙ୍କ ପ୍ରିୟ ହୋଇପାରିଥିଲେ ।

Our government is making unprecedented investments on health infrastructure: PM Modi

April 28th, 02:30 pm

PM Modi inaugurated seven cancer hospitals in Assam. The project has been executed by Assam Cancer Care Foundation, a joint venture of Government of Assam and Tata Trusts. The hospitals will augment healthcare capacities in the region. PM Modi said, There was a time, even one hospital getting opened up in seven years was a thing to celebrate. Times have changed now. I've been told three more cancer hospitals will be ready for your service in few months.

ଆସାମରେ ସାତୋଟି କର୍କଟ ଡାକ୍ତରଖାନାକୁ ଉତ୍ସର୍ଗ ଏବଂ ସାତୋଟି ନୂତନ କର୍କଟ ଡାକ୍ତରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ

April 28th, 02:29 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିବ୍ରୁଗଡ଼ରେ ଏକ କାର୍ଯ୍ୟକ୍ରମରେ ଆସାମର ସାତ ଟି କର୍କଟ ଡାକ୍ତରଖାନାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି କର୍କଟ ଡାକ୍ତରଖାନାଗୁଡ଼ିକ ଡିବ୍ରୁଗଡ଼, କୋକ୍ରାଝର, ବାରପେଟା, ଡାରାଙ୍ଗ, ତେଜପୁର, ଲାଖୀମପୁର ଏବଂ ଜୋରହାଟରେ ପ୍ରତିଷ୍ଠା ହୋଇଛି । ପ୍ରଧାନମନ୍ତ୍ରୀ ନୂତନ ଡାକ୍ତରଖାନା ପରିସର ପରିଦର୍ଶନ କରିବା ପୂର୍ବରୁ ଦିବ୍ରୁଗଡ ହସ୍ପିଟାଲକୁ ଦେଶ ପାଇଁ ଉତ୍ସର୍ଗୀକୃତ କରିଥିଲେ । ଏହି ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ର୍ନିମାଣ ହେବାକୁ ଥିବା ଧୁବ୍ରି, ନାଲବାରୀ, ଗୋଲପାରା, ନାଗାଓଁ, ଶିବସାଗର, ତିନିସୁକିଆ ଏବଂ ଗୋଲାଘାଟରେ ପ୍ରଧାନମନ୍ତ୍ରୀ ସାତୋଟି ନୂତନ କର୍କଟ ଡାକ୍ତରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଆସାମର ରାଜ୍ୟପାଳ ଶ୍ରୀ ଜଗଦୀଶ ମୁଖୀ, ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା, କେନ୍ଦ୍ର ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ, ପୂର୍ବତନ ସିଜେଆଇ ଏବଂ ରାଜ୍ୟସଭା ସଦସ୍ୟ ଶ୍ରୀ ରଞ୍ଜନ ଗୋଗୋଇ ଏବଂ ବିଶିଷ୍ଟ ଶିଳ୍ପପତି ଶ୍ରୀ ରତନ ଟାଟା ପ୍ରମୁଖ ଉପସ୍ଥିତ ଥିଲେ ।

Global investment sentiment has shifted from ‘Why India’ to 'Why not India': PM Modi

December 19th, 10:27 am

PM Modi delivered the keynote address at ASSOCHAM Foundation Week 2020, today via video conferencing. Addressing the gathering the PM commended the business community for their contribution to nation-building. He said now the industry has complete freedom to touch the sky and urged them to take full advantage of it.

PM Modi's keynote address at ASSOCHAM Foundation Week

December 19th, 10:26 am

PM Modi delivered the keynote address at ASSOCHAM Foundation Week 2020, today via video conferencing. Addressing the gathering the PM commended the business community for their contribution to nation-building. He said now the industry has complete freedom to touch the sky and urged them to take full advantage of it.

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜେପି ମୋର୍ଗାନ ଅନ୍ତର୍ଜାତୀୟ ପରିଷଦର ସଦସ୍ୟ

October 22nd, 09:37 pm

ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜେପି ମୋର୍ଗାନ ଅନ୍ତର୍ଜାତୀୟ ପରିଷଦର ସଦସ୍ୟମାନଙ୍କୁ ଭେଟିଛନ୍ତି । 2007 ପରେ ପ୍ରଥମ ଥର ଲାଗି ଭାରତରେ ଅନ୍ତର୍ଜାତୀୟ ପରିଷଦର ଏହି ବୈଠକ ଅନୁଷ୍ଠିତ ହୋଇଛି ।

‘ବ୍ରିଜିଟାଲ ନେସନ’ ପୁସ୍ତକ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

October 20th, 07:45 pm

ରତନ ଟାଟା ମହୋଦୟ, ଚନ୍ଦ୍ରଶେଖରନ୍ ମହାଶୟଙ୍କ ସହିତ ସାକ୍ଷାତ ହେବା, ସେମାନଙ୍କ ସହିତ ଆଲୋଚନା କରିବା ସବୁବେଳେ ଏକ ନୂତନ ଅନୁଭବ ଦେଇଥାଏ । ତାଙ୍କ ଉପରେ ଦେଶର ସର୍ବବୃହତ ସଂସ୍ଥାଗୁଡିକୁ ଜଣଙ୍କୁ ନେତୃତ୍ୱ ଦେବାର ଦାୟିତ୍ୱ ଅଛି ।

ବ୍ରିଜିଟାଲ ପୁସ୍ତକର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

October 20th, 07:42 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି “ବ୍ରିଜିଟାଲ ନେସନ” ପୁସ୍ତକକୁ ଉନ୍ମୋଚନ କରିଛନ୍ତି । ନୂଆଦିଲ୍ଲୀର 7, ଲୋକ କଲ୍ୟାଣ ମାର୍ଗରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ରତନ ଟାଟାଙ୍କୁ ଏହାର ପ୍ରଥମ କପି ପ୍ରଦାନ କରାଯାଇଛି । ଏହି ପୁସ୍ତକକୁ ଲେଖିଛନ୍ତି ଶ୍ରୀ ଏନ ଚନ୍ଦ୍ରଶେଖରନ ଓ ସୁଶ୍ରୀ ରୂପା ପୁରୁଷୋତ୍ତମ ।

ଟାଟା ମେମୋରିଆଲ କେନ୍ଦ୍ରର ପ୍ଲାଟିନମ ଜୁବୁଲି ମାଇଲଷ୍ଟୋନ ପୁସ୍ତକ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 25th, 11:08 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ବାସଭବନରେ ଟାଟା ମେମୋରିଆଲ କେନ୍ଦ୍ରର ପ୍ଲାଟିନମ ଜୁବୁଲି ଉପରେ ଏକ କୀର୍ତ୍ତିମାନ ପୁସ୍ତକ ଉନ୍ମୋଚନ କରିଛନ୍ତି ।ଶ୍ରୀ ରତନ ଟାଟା, ତାଙ୍କ ସ୍ୱାଗତ ଭାଷଣରେ, ବ୍ୟୟସାପେକ୍ଷ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ କର୍କଟ ରୋଗ ଗବେଷଣା ଦିଗରେ ପ୍ରଧାନମନ୍ତ୍ରୀଙ୍କ ସମର୍ଥନ, ସହଯୋଗ ଏବଂ ଦୂରଦୃଷ୍ଟି ପାଇଁ ଧନ୍ୟବାଦ ଦେଇଥିଲେ ।

Shri Ratan Tata and Shri Cyrus Mistry meeting Shri Narendra Modi in Gandhinagar

December 29th, 07:52 am

Shri Ratan Tata and Shri Cyrus Mistry meeting Shri Narendra Modi in Gandhinagar

Shri Narendra Modi, Shri Ratan Tata launch Nano from Sanand

June 02nd, 08:31 am

Shri Narendra Modi, Shri Ratan Tata launch Nano from Sanand