The greatest pride of my life is that I am a karyakarta of the Bharatiya Janata Party: PM Modi at BJP HQ

January 20th, 11:16 am

Prime Minister Narendra Modi today addressed party leaders and karyakartas during the felicitation ceremony of the newly elected BJP President, Nitin Nabin, at the party headquarters in New Delhi. Congratulating Nitin Nabin, the Prime Minister said, “The organisational election process reflects the BJP’s commitment to internal democracy, discipline and a karyakarta-centric culture. I congratulate karyakartas across the country for strengthening this democratic exercise.”

PM Modi addresses BJP karyakartas at felicitation of New Party President

January 20th, 11:15 am

Prime Minister Narendra Modi today addressed party leaders and karyakartas during the felicitation ceremony of the newly elected BJP President, Nitin Nabin, at the party headquarters in New Delhi. Congratulating Nitin Nabin, the Prime Minister said, “The organisational election process reflects the BJP’s commitment to internal democracy, discipline and a karyakarta-centric culture. I congratulate karyakartas across the country for strengthening this democratic exercise.”

ନୂଆଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ ଆର୍ଯ୍ୟ ମହାସମ୍ମେଳନ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

October 31st, 07:00 pm

ସର୍ବପ୍ରଥମେ, ମୁଁ ବିଳମ୍ବରେ ପହଞ୍ଚିଥିବା ପାଇଁ କ୍ଷମା ପ୍ରାର୍ଥନା କରୁଛି । ଆଜି ସର୍ଦ୍ଦାର ସାହେବଙ୍କ ଜନ୍ମବାର୍ଷିକୀ ଥିଲା, ତାଙ୍କର ୧୫୦ତମ ଜନ୍ମବାର୍ଷିକୀ। ଏକତା ନଗରର ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ତାଙ୍କର ଏକ କାର୍ଯ୍ୟକ୍ରମ ଥିଲା ଏବଂ ସେଥିପାଇଁ, ମୁଁ ଠିକ୍ ସମୟରେ ପହଞ୍ଚି ପାରିଲି ନାହିଁ। ଏଥିପାଇଁ ମୁଁ ପୁନର୍ବାର କ୍ଷମା ପ୍ରାର୍ଥନା କରୁଛି। ଆରମ୍ଭରେ ଆମେ ସମସ୍ତେ ଯେଉଁ ମନ୍ତ୍ରଗୁଡ଼ିକ ଶୁଣିଥିଲୁ, ସେହି ମନ୍ତ୍ରଗୁଡିକର ଶକ୍ତି ଏବେ ମଧ୍ୟ ଆମେ ଅନୁଭବ କରୁଛେ । ଯେତେବେଳେ ମୋତେ ଆପଣମାନଙ୍କ ପାଖକୁ ଆସିବାର ସୁଯୋଗ ମିଳେ ଏବଂ ଯେବେ ଯେବେ ମୁଁ ଏଠାକୁ ଆସିଛି ଦିବ୍ୟ ଅଭିଜ୍ଞତା ଏବଂ ଆଶ୍ଚର୍ଯ୍ୟଜନକ ଅନୁଭୂତି ପାଇଛି । ସ୍ୱାମୀ ଦୟାନନ୍ଦଙ୍କ ଆଶୀର୍ବାଦ, ତାଙ୍କ ଆଦର୍ଶ ପ୍ରତି ଆମର ଶ୍ରଦ୍ଧା ଏବଂ ଆପଣମାନଙ୍କ ସହିତ ଦଶନ୍ଧି ଧରି ରହିଥିବା ସମ୍ପର୍କ ମୋତେ ବାରମ୍ବାର ଆପଣଙ୍କ ମଧ୍ୟରେ ରହିବାର ସୁଯୋଗ ଦେଉଛି। ଆଉ ଯେତେବେଳେ ମୁଁ ଆପଣମାନଙ୍କୁ ଭେଟିଥାଏ ଏବଂ ଆପଣମାନଙ୍କୁ ସହିତ କଥାବାର୍ତ୍ତା କରେ, ମୁଁ ଏକ ଅନନ୍ୟ ଶକ୍ତି ଏବଂ ପ୍ରେରଣାରେ ପରିପୂର୍ଣ୍ଣ ହୋଇଯାଏ। ମୋତେ ଏହା ମଧ୍ୟ ସୂଚନା ଦିଆଯାଇଛି ଯେ ଏହିପରି ନଅଟି ସଭାଗୃହ ନିର୍ମାଣ କରାଯାଇଛି, ଯେଉଁଠାରେ ଆମର ସମସ୍ତ ଆର୍ଯ୍ୟ ସମାଜର ସଦସ୍ୟ ଭିଡିଓ ଲିଙ୍କ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଦେଖୁଛନ୍ତି। ଯଦିଓ ମୁଁ ସେମାନଙ୍କୁ ଦେଖିପାରୁ ନାହିଁ, ମୁଁ ଏଠାରୁ ମଧ୍ୟ ସେମାନଙ୍କୁ ମୋର ପ୍ରଣାମ ଜଣାଉଛି।

କେଭାଡ଼ିଆରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 31st, 09:00 am

ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀର ଐତିହାସିକ ଅବସରରେ, ଏକତାନଗରର ଏହି ଦିବ୍ୟ ପ୍ରଭାତ, ଏହି ମନୋରମ ଦୃଶ୍ୟ, ସର୍ଦ୍ଦାର ସାହେବଙ୍କ ପାଦତଳେ ଆମର ଉପସ୍ଥିତି, ଆଜି ଆମେ ସମସ୍ତେ ଏକ ମହାନ ମୁହୂର୍ତ୍ତର ସାକ୍ଷୀ ହେଉଛୁ। ସମଗ୍ର ଦେଶରେ ଚାଲିଥିବା ଏକତା ଦୌଡ଼, ରନ ଫର ୟୁନିଟି, କୋଟି କୋଟି ଭାରତୀୟଙ୍କ ଉତ୍ସାହ, ଆମେ ଏକ ନୂତନ ଭାରତର ସଂକଳ୍ପ ଶକ୍ତିକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରୁଛୁ। ବର୍ତ୍ତମାନ ଏଠାରେ ଯେଉଁସବୁ କାର୍ଯ୍ୟକ୍ରମ ହୋଇଛି, ଗତକାଲି ସନ୍ଧ୍ୟାରେ ଯେଉଁସବୁ ଚମତ୍କାର ପ୍ରସ୍ତୁତି ହୋଇଛି, ସେଥିରେ ମଧ୍ୟ, ଅତୀତର ପରମ୍ପରା, ବର୍ତ୍ତମାନର ଶ୍ରମ ଓ ବୀରତ୍ଵ ଏବଂ ଭବିଷ୍ୟତର ସଫଳତାର ଝଲକ ମଧ୍ୟ ରହିଛି। ସର୍ଦ୍ଦାର ସାହେବଙ୍କ ଏକ ଶହ ପଚାଶତମ ଜୟନ୍ତୀ ଉପଲକ୍ଷେ ସ୍ମାରକୀ ମୁଦ୍ରା ଏବଂ ସ୍ୱତନ୍ତ୍ର ଡାକ ଟିକଟ ମଧ୍ୟ ଜାରି କରାଯାଇଛି। ସର୍ଦ୍ଦାର ସାହେବଙ୍କ ଜୟନ୍ତୀ, ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ମୁଁ ସମସ୍ତ ୧୪୦ କୋଟି ଦେଶବାସୀଙ୍କୁ ବହୁତ-ବହୁତ ଶୁଭେଚ୍ଛା, ଅନେକ ଅନେକ ଶୁଭକାମନା ଜଣାଉଛି।

ରାଷ୍ଟ୍ରୀୟ ଏକତା ଦିବସରେ ଦେଶକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ : ଭାରତର ସୁରକ୍ଷା କିମ୍ବା ଲୌହ ମାନବଙ୍କ ଆତ୍ମସମ୍ମାନ ସହିତ ଦେଶ ସାଲିସ କରିବ ନାହିଁ

October 31st, 08:44 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କେଭାଡିଆ ଠାରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ହେଉଛି ଏକ ଐତିହାସିକ ଅବସର। ଏକତା ନଗରର ସକାଳର ଦିବ୍ୟ ଏବଂ ମନୋରମ ଦୃଶ୍ୟକୁ ଆଶ୍ଚର୍ଯ୍ୟଜନକ ବୋଲି ବର୍ଣ୍ଣନା କରି ଶ୍ରୀ ମୋଦୀ ସର୍ଦ୍ଦାର ପଟେଲଙ୍କ ପାଦତଳେ ସାମୂହିକ ଉପସ୍ଥିତି ସମ୍ପର୍କରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ, ଦେଶ ଏକ ମହାନ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତର ସାକ୍ଷୀ ହେଉଛି। ସେ ଦେଶବ୍ୟାପୀ ଏକତା ଦୌଡ଼ ଏବଂ ଏଥିରେ କୋଟି କୋଟି ଭାରତୀୟଙ୍କ ଉତ୍ସାହୀ ଅଂଶଗ୍ରହଣ ଉପରେ ଆଲୋକପାତ କରିଥିଲେ ଏବଂ ଗୁରୁତ୍ୱାରୋପ କରିଥିଲେ ଯେ ଏକ ନୂତନ ଭାରତ ପାଇଁ ସଂକଳ୍ପ ସ୍ପଷ୍ଟ ଭାବରେ ଅନୁଭୂତ ହେଉଛି। ପୂର୍ବରୁ ଅନୁଷ୍ଠିତ କାର୍ଯ୍ୟକ୍ରମ ଏବଂ ପୂର୍ବ ସନ୍ଧ୍ୟାର ଉଲ୍ଲେଖନୀୟ ଉପସ୍ଥାପନାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏହା ଅତୀତର ପରମ୍ପରା, ବର୍ତ୍ତମାନର ଶ୍ରମ ଓ ପରାକ୍ରମ ଏବଂ ଭବିଷ୍ୟତର ସଫଳତାର ଏକ ଝଲକକୁ ପ୍ରତିଫଳିତ କରେ। ସେ ସୂଚନା ଦେଇଥିଲେ ଯେ , ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଏକ ସ୍ମାରକୀ ମୁଦ୍ରା ଏବଂ ଏକ ସ୍ୱତନ୍ତ୍ର ଡାକ ଟିକେଟ ଜାରି କରାଯାଇଛି।

ରାଷ୍ଟ୍ରଗଠନରେ ଆରଏସଏସର ସମୃଦ୍ଧ ଅବଦାନ ଉପରେ ଡା. ମୋହନ ଭାଗବତଙ୍କ ସମ୍ବୋଧନକୁ ସେୟାର କଲେ ପ୍ରଧାନମନ୍ତ୍ରୀ

October 02nd, 01:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ଦ୍ୱାରା ରାଷ୍ଟ୍ରକୁ ସମର୍ପିତ ସେବାର ୧୦୦ ବର୍ଷ ସମ୍ପୂର୍ଣ୍ଣ ହୋଇଥିବାରୁ ପ୍ରଶଂସା କରିଛନ୍ତି । ପରମ ପୂଜ୍ୟ ସରସଂଘଚାଳକ ଡା. ମୋହନ ଭାଗବତ ଜୀଙ୍କ ସମ୍ବୋଧନକୁ ଉଲ୍ଲେଖ କରି, ପ୍ରଧାନମନ୍ତ୍ରୀ ରାଷ୍ଟ୍ର ନିର୍ମାଣରେ ସଂଘର ମହତ୍ୱପୂର୍ଣ୍ଣ ଭୂମିକା ଏବଂ ଏବଂ ଭାରତର ସଭ୍ୟତାଗତ ମୂଲ୍ୟର ପୋଷଣ ପ୍ରତି ତାହାର ଅତୁଟ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଛନ୍ତି ।

An RSS shakha is a ground of inspiration, where the journey from 'me' to 'we' begins: PM Modi

October 01st, 10:45 am

In his address at the centenary celebrations of the Rashtriya Swayamsevak Sangh (RSS), PM Modi extended his best wishes to the countless swayamsevaks dedicated to the resolve of national service. He announced that, to commemorate the occasion, the GoI has released a special postage stamp and a coin. Highlighting the RSS’ five transformative resolutions, the PM remarked that in times of calamity, swayamsevaks are among the first responders.

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ସମାରୋହରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 01st, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମ୍ବୋଧିତ କରିଛନ୍ତି। ଏହି ଅବସରରେ, ଶ୍ରୀ ମୋଦୀ ସମସ୍ତ ନାଗରିକଙ୍କୁ ନବରାତ୍ରିର ଶୁଭେଚ୍ଛା ଜଣାଇ କହିଥିଲେ ଯେ ଆଜି ମହାନବମୀ ଏବଂ ଦେବୀ ସିଦ୍ଧିଦାତ୍ରୀଙ୍କ ଦିବସ। ସେ ଉଲ୍ଲେଖ କରିଥିଲେ ଯେ ଆସନ୍ତାକାଲି ବିଜୟାଦଶମୀର ମହାନ ପର୍ବ, ଯାହା ଭାରତୀୟ ସଂସ୍କୃତିର ଚିରନ୍ତନ ଘୋଷଣାର ପ୍ରତୀକ: ଅନ୍ୟାୟ ଉପରେ ନ୍ୟାୟ, ମିଥ୍ୟା ଉପରେ ସତ୍ୟ ଏବଂ ଅନ୍ଧାର ଉପରେ ଆଲୋକର ବିଜୟ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ୧୦୦ ବର୍ଷ ପୂର୍ବେ ଏପରି ଏକ ପବିତ୍ର ଅବସରରେ ପ୍ରତିଷ୍ଠିତ ହୋଇଥିଲା ଏବଂ କହିଛନ୍ତି ଯେ ଏହା କୌଣସି ସଂଯୋଗ ନୁହେଁ। ସେ କହିଛନ୍ତି ଯେ ଏହା ହଜାର ହଜାର ବର୍ଷ ପୁରୁଣା ଏକ ପ୍ରାଚୀନ ପରମ୍ପରାର ପୁନରୁଦ୍ଧାର, ଯେଉଁଥିରେ ଜାତୀୟ ଚେତନା ପ୍ରତ୍ୟେକ ଯୁଗର ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ନୂତନ ରୂପରେ ନିଜକୁ ପ୍ରକାଶ କରେ। ସେ କହିଛନ୍ତି ଯେ ଏହି ଯୁଗରେ, ସଂଘ ସେହି ଅନନ୍ତ ଜାତୀୟ ଚେତନାର ଏକ ସଦ୍ଗୁଣ ପ୍ରତିମୂର୍ତ୍ତି।

୧ ଅକ୍ଟୋବରରେ ଆରଏସଏସର ଶତବାର୍ଷିକୀ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ

September 30th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧ ଅକ୍ଟୋବର ୨୦୨୫ରେ ନୂଆଦିଲ୍ଲୀର ଡକ୍ଟର ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ରରେ ସକାଳ ୧୦:୩୦ ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ର ପ୍ରତି ଆରଏସଏସର ଅବଦାନକୁ ଦର୍ଶାଇ ଏକ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥିବା ସ୍ମାରକୀ ଡାକଟିକଟ ଏବଂ ମୁଦ୍ରା ଉନ୍ମୋଚନ କରିବେ ଏବଂ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

ମନ୍ କୀ ବାତ୍ ସେପ୍ଟେମ୍ବର 2025

September 28th, 11:00 am

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କ ସହିତ ଯୋଡିହେବା, ଆପଣ ସମସ୍ତଙ୍କଠାରୁ ଶିଖିବା, ଦେଶର ଲୋକଙ୍କ ଉପଲବ୍ଧି ବିଷୟରେ ଜାଣିବା, ପ୍ରକୃତରେ ମୋତେ ବହୁତ ସୁଖଦ ଅନୁଭୂତି ପ୍ରଦାନ କରିଥାଏ । ପରସ୍ପର ସହିତ ନିଜ କଥା ବାଣ୍ଟି, ନିଜ ମନର କଥା କହିବା ଭିତରେ ଜଣାପଡ଼ିଲାନି ଯେ, ଏହି କାର୍ଯ୍ୟକ୍ରମ ୧୨୫ ଅଧ୍ୟାୟ ପୂରଣ କରିସାରିଲାଣି । ଆଜି ହେଉଛି ଏହି କାର୍ଯ୍ୟକ୍ରମର ୧୨୬ତମ ଅଧ୍ୟାୟ ଏବଂ ଆଜିର ଦିନ ସହିତ କିଛି ବିଶେଷ କଥା ମଧ୍ୟ ଯୋଡ଼ି ହୋଇ ରହିଛି । ଆଜି ହେଉଛି ଭାରତର ଦୁଇ ମହାନ ବ୍ୟକ୍ତିଙ୍କ ଜୟନ୍ତୀ । ମୁଁ କହୁଛି ଶହୀଦ ଭଗତ ସିଂ ଏବଂ ଲତା ଦିଦିଙ୍କ କଥା ।

ହରିଶଭାଇ ନାୟକଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

April 12th, 02:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ବରିଷ୍ଠ ପ୍ରଚାରକ ଶ୍ରୀ ହରିଶଭାଇ ନାୟକଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ସେବା କାର୍ଯ୍ୟକଳାପ ଏବଂ ସାଂଗଠନିକ କାର୍ଯ୍ୟରେ ତାଙ୍କ ଅବଦାନ ସର୍ବଦା ମନେ ରହିବ ।

ଶହେ ବର୍ଷରେ ପଦାର୍ପଣ କରିଥିବାରୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

October 12th, 04:51 pm

ରାଷ୍ଟ୍ରର ସେବାରେ ଉତ୍ସର୍ଗିତ ହୋଇଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଆଜି ଶହେ ବର୍ଷରେ ପଦାର୍ପଣ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।