ସେବା ତୀର୍ଥ ଏବଂ କାର୍ତ୍ତବ୍ୟ ଭବନ-୧ ଏବଂ ୨ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 13th, 06:55 pm
ଆଜି, ଆମେ ସମସ୍ତେ ଏକ ନୂତନ ଇତିହାସ ସୃଷ୍ଟି ହେବାର ଦେଖୁଛୁ । ଆଜି ବିକ୍ରମ ସଂବତ୍ ଦୁଇ ହଜାର ବୟାଅଶୀ, ଫାଲଗୁନ କୃଷ୍ଣ ପକ୍ଷ ,ବିଜୟା ଏକାଦଶୀ ,ଏହି ପବିତ୍ର ଦିନରେ, ଯାହା ମାଘ ଚବିଶ, ଶାକ ସଂବତ୍ ଉଣେଇଶ ଶହ ସତଚାଳିଶର ପୂଣ୍ୟ ଅବସର, ଏବଂ ଆଜିର ପ୍ରଚଳିତ ଭାଷାରେ ମୁଁ ଯଦି କହିବି ତେବେ, ସାଧାରଣ କ୍ୟାଲେଣ୍ଡରରେ ଫେବୃଆରୀ ୧୩ର ଏହି ଦିନ, ଭାରତର ବିକାଶ ଯାତ୍ରାରେ ଏକ ନୂତନ ଆରମ୍ଭରେ ସାକ୍ଷି ହୋଇ ରହୁଛି । ଆମର ଏଠାରେ ଶାସ୍ତ୍ରରେ ବିଜୟା ଏକାଦଶୀର ବହୁତ ମହତ୍ତ୍ୱ ରହିଛି, ଏହି ଦିନରେ ଯେଉଁ ସଂକଳ୍ପ ନେଇ ଆଗକୁ ବଢିଥାଉ, ସେଥିରେ ବିଜୟ ଅବଶ୍ୟ ହୋଇଥାଏ । ଆଜି, ଆମେ ମଧ୍ୟ ଏକ ବିକଶିତ ଭାରତର ସଂକଳ୍ପ ସହିତ ସେବା ତୀର୍ଥ ଏବଂ କାର୍ତ୍ତବ୍ୟ ଭବନରେ ପ୍ରବେଶ କରୁଛୁ। ଆମ ମିଶନରେ ବିଜୟର ଦିବ୍ୟ ଆଶୀର୍ବାଦ ଆମ ସହିତ ଅଛି। ସେବା ତୀର୍ଥ ଏବଂ ନୂତନ କୋଠାର ଉଦଘାଟନ ପାଇଁ ମୁଁ ଆପଣସମସ୍ତଙ୍କୁ, ପିଏମଓଙ୍କର ସମସ୍ତ ଦଳକୁ, କ୍ୟାବିନେଟ ସଚିବାଳୟ ଏବଂ ବିଭିନ୍ନ ବିଭାଗର ସମସ୍ତ କର୍ମଚାରୀମାନଙ୍କୁ ମୋର ଅଭିନନ୍ଦନ ଜଣାଉଛି। ଏହାର ନିର୍ମାଣରେ ଯୋଗଦାନ ଦେଇଥିବା ଇଞ୍ଜିନିୟର ଏବଂ ଶ୍ରମିକମାନଙ୍କୁ ମଧ୍ୟ ମୁଁ ମୋର କୃତଜ୍ଞତା ଜଣାଉଛି।ନୂଆଦିଲ୍ଲୀରେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନ - ୧ ଏବଂ ୨ ର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
February 13th, 06:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନ - ୧ ଏବଂ ୨ର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଆଜି ସମସ୍ତେ ଏକ ନୂତନ ଇତିହାସ ସୃଷ୍ଟିର ସାକ୍ଷୀ ହେଉଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ୨୦୮୨ ବିକ୍ରମ ସମ୍ବତ୍, ଫାଲଗୁନ କୃଷ୍ଣ ପକ୍ଷ ସମୟରେ, ବିଜୟା ଏକାଦଶୀର ପବିତ୍ର ଅବସରରେ, ମାଘ ୨୪ ଏବଂ ୧୯୪୭ ଶାକ ସମ୍ୱତ, ଯାହା ବର୍ତ୍ତମାନର କ୍ୟାଲେଣ୍ଡରରେ ୨୦୨୬ ଫେବୃଆରୀ ୧୩, ଦିନଟି ଭାରତର ବିକାଶ ଯାତ୍ରାରେ ଏକ ନୂତନ ଆରମ୍ଭର ସାକ୍ଷୀ ହୋଇଛି। ଶାସ୍ତ୍ରରେ ବିଜୟା ଏକାଦଶୀର ବହୁତ ମହତ୍ତ୍ୱ ରହିଛି, କାରଣ ଏହି ଦିନରେ ନିଆଯାଇଥିବା ସଂକଳ୍ପ ସର୍ବଦା ବିଜୟ ଆଡ଼କୁ ନେଇଥାଏ। ଆଜି, ଏକ ବିକଶିତ ଭାରତର ସଂକଳ୍ପ ସହିତ, ସମସ୍ତେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନରେ ପ୍ରବେଶ କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ଏହି ଲକ୍ଷ୍ୟରେ ବିଜୟ ପାଇଁ ଦିବ୍ୟ ଆଶୀର୍ବାଦ ସେମାନଙ୍କ ସହିତ ଅଛି। ସେ ସେବା ତୀର୍ଥ ଏବଂ ନୂତନ କୋଠା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କ୍ୟାବିନେଟ ସଚିବାଳୟ ଏବଂ ବିଭିନ୍ନ ବିଭାଗର କର୍ମଚାରୀଙ୍କ ସମେତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ନିର୍ମାଣ ସହିତ ଜଡିତ ସମସ୍ତ ଇଞ୍ଜିନିୟର ଏବଂ ଶ୍ରମିକ ସହକର୍ମୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।2030 ପଥେ : ଏକ ମିଳିତ ଭାରତ-ୟୁରୋପୀୟ ସଂଘ ବିସ୍ତୃତ ରଣନୈତିକ ଏଜେଣ୍ଡା
January 27th, 06:48 pm
27 ଜାନୁୟାରୀ 2026 ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଷୋଡଶ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ ଅନୁମୋଦିତ ମିଳିତ ଭାରତ-ୟୁରୋପୀୟ ସଂଘ ବ୍ୟାପକ ରଣନୀତିକ ଏଜେଣ୍ଡାର ଉଦ୍ଦେଶ୍ୟ ହେଉଛି ଉଭୟ ଅଂଶୀଦାର ଏବଂ ବ୍ୟାପକ ବିଶ୍ୱ ପାଇଁ ପାରସ୍ପରିକ ଲାଭଦାୟକ, ଦୃଢ଼ ଏବଂ ପରିବର୍ତ୍ତନଶୀଳ ଫଳାଫଳ ପ୍ରଦାନ କରିବା ପାଇଁ ୟୁରୋପୀୟ ସଂଘ-ଭାରତ ସହଯୋଗକୁ ବିସ୍ତାର, ଗଭୀର ଏବଂ ଉନ୍ନତ ସମନ୍ୱୟ ମାଧ୍ୟମରେ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ।ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଏବଂ ୟୁରୋପୀୟ ଆୟୋଗ ଅଧ୍ୟକ୍ଷଙ୍କ ଭାରତ ଗସ୍ତ ଏବଂ 16ତମ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ ଉପରେ ଭାରତ-ୟୁରୋପୀୟ ସଂଘ ମିଳିତ ବିବୃତ୍ତି
January 27th, 06:15 pm
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣ କ୍ରମେ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ ଆୟୋଗର ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର୍ ଲିଏନ୍ ଭାରତର 77ତମ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଭାରତ ଗସ୍ତରେ ଆସିଛନ୍ତି । ଏହି ଗସ୍ତ ସମୟରେ ନେତାମାନେ ଐତିହାସିକ ଭାରତ-ୟୁରୋପୀୟ ସଂଘ ଏଫଟିଏ ଉପରେ ଆଲୋଚନାର ସଫଳ ସମାପ୍ତିକୁ ପ୍ରଶଂସା କରିଥିଲେ ଏବଂ 2030 ପଥେ: ଭାରତ-ୟୁରୋପୀୟ ସଂଘ ମିଳିତ ବିସ୍ତୃତ ରଣନୀତିକ ଏଜେଣ୍ଡା ଗ୍ରହଣ କରିଥିଲେ ।ଦେଶର ଅଜୟ ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ରାଷ୍ଟ୍ରପତି ଭବନରେ ପରମବୀର ଗ୍ୟାଲେରୀକୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ
December 17th, 05:34 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭବନରେ ପରମବୀର ଗ୍ୟାଲେରୀକୁ ସ୍ୱାଗତ କରି କହିଛନ୍ତି, ସେଠାରେ ପ୍ରଦର୍ଶିତ ଫଟୋଚିତ୍ରଗୁଡ଼ିକ ଦେଶର ଅଜୟ ବୀରମାନଙ୍କ ପ୍ରତି ଏକ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଏବଂ ସେମାନଙ୍କ ବଳିଦାନ ପ୍ରତି ଦେଶର କୃତଜ୍ଞତାର ପ୍ରତୀକ। ସେ କହିଛନ୍ତି ଯେ, ଏହି ଫଟୋଚିତ୍ରଗୁଡ଼ିକ ସର୍ବୋଚ୍ଚ ବଳିଦାନ ସହିତ ମାତୃଭୂମିକୁ ରକ୍ଷା କରିଥିବା ଏବଂ ଭାରତର ଏକତା ଏବଂ ଅଖଣ୍ଡତା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ସାହସୀ ଯୋଦ୍ଧାମାନଙ୍କୁ ସମ୍ମାନ ଦେଉଛି।ପ୍ରତିରକ୍ଷା ବିନିଯୋଗ ସମାରୋହ ୨୦୨୫ (ପ୍ରଥମ ପର୍ଯ୍ୟାୟ)ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
May 22nd, 09:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ପ୍ରତିରକ୍ଷା ବିନିଯୋଗ ସମାରୋହ ୨୦୨୫ (ପ୍ରଥମ ପର୍ଯ୍ୟାୟ)ରେ ଯୋଗ ଦେଇଥିଲେ, ଯେଉଁଠାରେ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା ।ଭାରତ-ମାଲେସିଆ ବ୍ୟାପକ ରଣନୈତିକ ଭାଗିଦାରୀ ଉପରେ ମିଳିତ ବିବୃତି
August 20th, 08:39 pm
୨୦ ଅଗଷ୍ଟ ୨୦୨୪ରେ ମାଲେସିଆର ପ୍ରଧାନମନ୍ତ୍ରୀ ଡାଟୋ ସେରି ଅନୱର ଇବ୍ରାହିମ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକୁ ଗ୍ରହଣ କରି ଭାରତ ଗସ୍ତରେ ଆସିଥିଲେ । ମାଲେସିଆ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଦକ୍ଷିଣ ଏସୀୟ ଅଞ୍ଚଳ ଗସ୍ତ ଏବଂ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପ୍ରଥମ ବୈଠକ ଥିଲା, ଯାହା ସେମାନଙ୍କୁ ବର୍ଦ୍ଧିତ ରଣନୈତିକ ସମ୍ପର୍କର ସମୀକ୍ଷା କରିବାକୁ ଅନୁମତି ଦେଇଥିଲା । ଭାରତ-ମାଲେସିଆ ସମ୍ପର୍କକୁ ବହୁସ୍ତରୀୟ ଓ ବହୁମୁଖୀ କରିବା ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା।Prime Minister attends Conference of Governors
August 03rd, 11:01 pm
The Prime Minister, Shri Narendra Modi today attended Conference of Governors at Rashtrapati Bhavan.ରାଷ୍ଟ୍ରପତି ଭବନରେ ରାଜ୍ୟପାଳଙ୍କ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
August 02nd, 02:05 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟପାଳମାନଙ୍କ ସମ୍ମିଳନୀରେ ଯୋଗଦେଇଥିଲେ । ରାଜ୍ୟପାଳମାନେ କିପରି ବିକାଶକୁ ତ୍ୱରାନ୍ୱିତ କରିପାରିବେ ଏବଂ ସମାଜକୁ ସେବା କରିପାରିବେ ସେ ବିଷୟରେ ଆଲୋଚନା କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଫୋରମ୍ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ନବମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ
July 27th, 07:12 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୀତି ଆୟୋଗର ନବମ ପରିଚାଳନା ବୈଠକରେ ଅଧ୍ୟକ୍ଷତା କରିଥିଲେ । ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୨୦ଟି ରାଜ୍ୟ ଓ ୬ଟି କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ/ଉପରାଜ୍ୟପାଳ ଯୋଗ ଦେଇଥିଲେ।ରାଷ୍ଟ୍ରପତି ଭବନରେ ରକ୍ଷା ଅଳଙ୍କରଣ ସମାରୋହ - ୨୦୨୪ (ପ୍ରଥମ ପର୍ଯ୍ୟାୟ)ରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
July 05th, 10:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ରକ୍ଷା ଅଳଙ୍କରଣ ସମାରୋହ -୨୦୨୪(ପ୍ରଥମ ପର୍ଯ୍ୟାୟ)ରେ ଯୋଗ ଦେଲେ ।ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଶ୍ରୀ ନରେନ୍ଦ୍ର ମୋଦୀ
June 09th, 11:55 pm
ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀଙ୍କୁ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସହଯୋଗୀମାନଙ୍କୁ ଶପଥ ପାଠ କରାଇଥିଲେ ।ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହରେ ଭାରତର ପଡ଼ୋଶୀ ଏବଂ ଭାରତ ମହାସାଗରୀୟ କ୍ଷେତ୍ରର ନେତାମାନେ ଅଂଶଗ୍ରହଣ କରିଥିଲେ
June 09th, 11:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ୯ ଜୁନ ୨୦୨୪ରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଥିଲା । ସମ୍ମାନିତ ଅତିଥି ଭାବେ ଭାରତର ପଡ଼ୋଶୀ ଏବଂ ଭାରତ ମହାସାଗରୀୟ କ୍ଷେତ୍ରର ନେତାମାନେ ଯୋଗ ଦେଇଥିଲେ ।ପ୍ରଧାନମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ପାଇଁ ବିଭିନ୍ନ ଦେଶର ନେତାଙ୍କ ଭାରତ ଗସ୍ତ
June 08th, 12:24 pm
୨୦୨୪ ସାଧାରଣ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ୯ ଜୁନ ୨୦୨୪ରେ ଅନୁଷ୍ଠିତ ହେବ । ଏହି ଅବସରରେ ଭାରତର ପଡ଼ୋଶୀ ଏବଂ ଭାରତ ମହାସାଗର ଅଞ୍ଚଳର ନେତାମାନଙ୍କୁ ବିଶିଷ୍ଟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି।ଜାତୀୟ କ୍ରୀଡ଼ା ଓ ସାହସିକ ପୁରସ୍କାର ୨୦୨୩ ର ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
January 09th, 07:23 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ କ୍ରୀଡ଼ା ଏବଂ ସାହସିକ ପୁରସ୍କାର ୨୦୨୩ ର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଖେଳାଳିମାନଙ୍କ ଉଲ୍ଲେଖନୀୟ ସଫଳତା ଏବଂ ଅତୁଟ ସମର୍ପଣକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନେ କେବଳ ନିଜ ନିଜ କ୍ଷେତ୍ରରେ ଉତ୍କୃଷ୍ଟ ହୋଇନାହାନ୍ତି ବରଂ ବିଶ୍ୱ ସ୍ତରରେ ଭାରତର ପତାକାକୁ ଶିଖରକୁ ନେଇଛନ୍ତି।ସଂସଦର କେନ୍ଦ୍ରୀୟ କକ୍ଷରେ ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 19th, 11:50 am
ଆପଣମାନଙ୍କୁ ଏବଂ ଦେଶବାସୀଙ୍କୁ ଗଣେଶ ଚତୁର୍ଥୀର ଅନେକ- ଅନେକ ଶୁଭକାମନା । ଆଜି ନୂତନ ସଂସଦ ଭବନରେ ଆମେ ସମସ୍ତେ ମିଳିମିଶି ଏକ ନୂତନ ଭବିଷ୍ୟତର ଶୁଭାରମ୍ଭ (ଶ୍ରୀଗଣେଶ) କରିବାକୁ ଯାଉଛେ । ଆଜି ଆମେ ଏଠାରେ ବିକଶିତ ଭାରତର ସଂକଳ୍ପ ଦୋହରାଇବା ପାଇଁ ପୁଣିି ଥରେ ସଂକଳ୍ପବଦ୍ଧ ହେବା ଏବଂ ତାହାକୁ ପରିପୂର୍ଣ୍ଣ କରିବା ପାଇଁ ମନ- ପ୍ରାଣ ଦେଇ ଯୋଡି ହେବାର ଲକ୍ଷ୍ୟରେ ନୂତନ ଭବନ ଆଡକୁ ପ୍ରସ୍ଥାନ କରୁଛେ । ସମ୍ମାନନୀୟ ସଭାଗୃହ, ଏହି ଭବନ ଆଉ ତାହା ମଧ୍ୟରେ ଏହି କେନ୍ଦ୍ରୀୟ କକ୍ଷ ଏକ ପ୍ରକାରରେ ଆମର ଭାବନାରେ ଭରି ହୋଇ ରହିଛି । ଆମକୁ ମଧ୍ୟ ଭାବୁକ କରୁଛି ଏବଂ ଆମର କର୍ତବ୍ୟ ପାଇଁ ପ୍ରେରଣା ମଧ୍ୟ ଦେଉଛି । ସ୍ୱାଧୀନତାର ପୂର୍ବ ସମୟରେ ଏହା ଏକ ପ୍ରକାରରେ ଗ୍ରନ୍ଥାଗାର ଭାବେ ବ୍ୟବହାର ହେଉଥିଲା । କିନ୍ତୁ ପରେ ସମ୍ବିଧାନ ସଭାର ବୈଠକ ଏଠାରେ ଆରମ୍ଭ ହେଲା ଆଉ ସେହି ସମ୍ବିଧାନ ସଭାର ବୈଠକ ଦ୍ୱାରା ଗଭୀର ଚର୍ଚ୍ଚା, ବିଚାର- ବିମର୍ଶ କରି ଆମର ସମ୍ବିଧାନ ଏହି ଆକାର ନେଲା । ଏଠାରେ 1947ରେ ଇଂରେଜ ସରକାର କ୍ଷମତା ହସ୍ତାନ୍ତରଣ କଲେ, ସେହି ପ୍ରକ୍ରିୟାର ମଧ୍ୟ ସାକ୍ଷୀ ହେଉଛି ଆମର କେନ୍ଦ୍ରୀୟ କକ୍ଷ । ଏହି କେନ୍ଦ୍ରୀୟ କକ୍ଷରେ ଭାରତର ତିରଙ୍ଗାକୁ ଗ୍ରହଣ କରାଗଲା, ଆମର ରାଷ୍ଟ୍ରଗାନକୁ ଆପଣାଇ ନିଆ ଗଲା । ଆଉ ସ୍ୱାଧୀନତା ପରେ ଐତିହାସିକ ଅବସରରେ ମଧ୍ୟ ସମସ୍ତ ସରକାରଙ୍କ ସମୟରେ ଅନେକ ସୁଯୋଗ ଆସିଛି ଯେତେବେଳେ ଉଭୟ ସଦନ ମିଶି ଏଠାରେ ଭାରତର ଭାଗ୍ୟକୁ ଗଢିବାର କଥା ଉପରେ ବିଚାର କରାଯାଇଛି, ସହମତି ହେଇଛି ଓ ନିର୍ଣ୍ଣୟ ମଧ୍ୟ ନିଆଯାଇଛି ।ସଂସଦର ସ୍ବତନ୍ତ୍ର ଅଧିବେଶନ: କେନ୍ଦ୍ରୀୟ କକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 19th, 11:30 am
ଗଣେଶ ଚତୁର୍ଥୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ସଂସଦର ନୂତନ ଭବନରେ ଗୃହର କାର୍ଯ୍ୟ ଆରମ୍ଭ ହେବା ନେଇ ସେ ଅବତାରଣା କରିଥିଲେ। “ଭାରତକୁ ଏକ ଉନ୍ନତ ଦେଶରେ ପରିଣତ କରିବାର ଅଙ୍ଗୀକାରବଦ୍ଧତା ଓ ସଂକଳ୍ପ ନେଇ ଆମେ ନୂତନ ସଂସଦ ଭବନକୁ ଯାଉଛୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ
June 27th, 10:28 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାମିଲ ହୋଇଛନ୍ତି ।କାମ୍ବୋଡିଆର ରାଜା ମହାମହିମ ନୋରୋଡମ୍ ସିହାମୋନିଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ
May 30th, 08:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ 29-31 ମଇ 2023 ରେ ଭାରତ ଗସ୍ତରେ ଆସିଥିବା କାମ୍ବୋଡିଆର ରାଜା ମହାମହିମ ନୋରୋଡମ ସିହାମୋନିଙ୍କୁ ଭେଟିଛନ୍ତି।ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାମିଲ ହେଲେ
May 09th, 11:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ଯୋଗଦେଇଥିଲେ ।